Skandha 11
Adhyaya 21
Couplet 1
ଉଦ୍ଧବ କୃଷ୍ଣମୁଖ ଚାହିଁବୋଲଇ ଶିରେ କରଦେଇ
Couplet 2
ଭୋ ନାଥ ଦେବ ତୋର ବାଣୀବିଧି-ନିଷେଧ ମାର୍ଗେ ଭଣି
Couplet 3
ସର୍ବ ବିଷୟ ନାନା ଭେଦକହଇ ଗୁଣ-ଦୋଷ-ବାଦ
Couplet 4
ସ୍ୱର୍ଗ ନରକ ବେନିମାର୍ଗବିଧି-ନିଷେଧ କର୍ମଭୋଗ
Couplet 5
କର୍ମ ସାଧିଲେ ବେନିମତେଅନ୍ତେ ଗମନ୍ତି ବେନିପଥେ
Couplet 6
ଏ ବେଦ ଜଗତ ଈଶ୍ୱରସଂସାର ଚକ୍ର ମୂଳାଧାର
Couplet 7
ଏ ବେଦ ସର୍ବଭୂତ ଆଖିବାହ୍ୟ ଅନ୍ତରେ କର୍ମ ସାକ୍ଷୀ
Couplet 8
ଏ ମାର୍ଗେ ଗୁଣଦୋଷ ସାରଏଣେ ନ ତୁଟଇ ସଂସାର
Couplet 9
ନାଶଇ ଗୁଣ-ଦୋଷ-ଭେଦଏ ବିନା କାହିଁ ମୋକ୍ଷପଦ
Couplet 10
ତୋ' ମୁଖୁଁ ପୂର୍ବେ ମୁହିଁ ଶୁଣିଏ କଥା ମନେ ପରିମାଣି
Couplet 11
ସଂଶୟ କଲି ଭ୍ରମଚିତ୍ତେଭୋ ନାଥ କହ ମୋ' ଅଗ୍ରତେ
Couplet 12
ଏମନ୍ତ ଉଦ୍ଧବ ବଚନଶୁଣି କହନ୍ତି ଭଗବାନ
Couplet 13
ଉଦ୍ଧବ ଏକମନେ ଶୁଣଯେ ଯୋଗ ଲୋକ-ପରିତ୍ରାଣ
Couplet 14
ଭକତି ଧର୍ମ ଜ୍ଞାନ ଘେନିଏମନ୍ତେ ଯୋଗମାର୍ଗ ତିନି
Couplet 15
ଏ ତିନିପଥୁଁ ଅନ୍ୟମତେଉପାୟ ନ ଦେଖି ଜଗତେ
Couplet 16
ଏ କଥା ଶୁଣ ମନଦେଇଉତ୍ତମ ଶିଷ୍ୟେ ଏହା କହି
Couplet 17
ଏ ତିନିଯୋଗ ତୋ'ର ଆଗେଶୁଣ କହିବି ବେଦମାର୍ଗେ
Couplet 18
କର୍ମର ଫଳ ତ୍ୟାଗ କରିବିଷ୍ଣୁର ଭାବ ଚିତ୍ତେ ଧରି
Couplet 19
ଦିନ ବଞ୍ଚଇ ଦୃଢଭାବେସେ ଅଧିକାରୀ ଜ୍ଞାନଯୋଗେ
Couplet 20
ତାହାକୁ ବୋଲି ଜ୍ଞାନଯୋଗୀନିର୍ଲେପଜ୍ଞାନେ ସୁଖଭୋଗୀ
Couplet 21
ଯାହାର କର୍ମଭୋଗ ଚିତ୍ତେନିବର୍ତ୍ତ ନୋହେ କଦାଚିତେ
Couplet 22
ତାହାର କର୍ମଯୋଗ ସାରବେଦ-ବିହିତ ଯେ ବେଭାର
Couplet 23
ତାହାକୁ ବୋଲି କର୍ମଯୋଗୀଯେ କର୍ମଯୋଗେ ସୁଖଭୋଗୀ
Couplet 24
ବିଷୟରସ ଥାଇ ଚିତ୍ତେବୈରାଗ୍ୟ ସମ୍ଭବେ କିଞ୍ଚିତେ
Couplet 25
ମୋ' ନାମ ଶ୍ରବଣ କୀର୍ତ୍ତନେଶ୍ରଦ୍ଧା ଉପୁଜେ ଯା'ର ମନେ
Couplet 26
ସେ ଭକ୍ତିଯୋଗେ ଅଧିକାରୀକେବେହେଁ ନୁହଁଇ ସଂସାରୀ
Couplet 27
ମୁଁ ତାକୁ କରଇ ସଦୟତାହାର ସୁବିଦ୍ଧି ଉଦୟ
Couplet 28
ସକଳ ସିଦ୍ଧି ସେ ସାଧଇତାହାର କର୍ମବନ୍ଧ ନାହିଁ
Couplet 29
ଯାବତ ଜ୍ଞାନ ନୋହେ ଚିତ୍ତେକର୍ମ ସାଧିବ ଲୋକମତେ
Couplet 30
ମୋ'ର ଅମୃତକଥା ପାନେଶ୍ରଦ୍ଧା ନୁହଇ ଯେତେଦିନେ
Couplet 31
ତାବତ ବେଦ ଅଧିକାରେକର୍ମ କରିବ ଏ ସଂସାରେ
Couplet 32
ଏ ତିନିଯୋଗ ବୀର ତୋତେକହିଲି ସ୍ୱକର୍ମ ଉଚିତେ
Couplet 33
ସ୍ୱଧର୍ମ ଭାବେ ଏ ଜଗତେଯଜ୍ଞାଦି କର୍ମ କରେ ଯେତେ
Couplet 34
ସେ କର୍ମଫଳ ଆଶା ତେଜେକେବଳ ମୋ' ଚରଣେ ଭଜେ
Couplet 35
ଉଦ୍ଧବ ରହେ ସେ ନିଶ୍ଚିନ୍ତେନ ଗମେ ଦୁଃଖସୁଖ ପଥେ
Couplet 36
ସ୍ୱର୍ଗ-ସମ୍ପଦେ ଇଚ୍ଛାନାହିଁନରକେ ପଡ଼ିବ ସେ କାହିଁ
Couplet 37
ମୋ' ଭାବେ ରହେ ସେ ନିଶ୍ଚିନ୍ତବିକର୍ମେ ନ ଭ୍ରମେ ତା'ଚିତ୍ତ
Couplet 38
ମୁହିଁ ବସଇ ତା'ର ଅଙ୍ଗେସକଳ ସିଦ୍ଧି ଥା'ନ୍ତି ସଙ୍ଗେ
Couplet 39
ଉଦ୍ଧବ ଚିତ୍ତେ ଅନୁମାନଏ ମୋ' ବିଶୁଦ୍ଧ ତତ୍ତ୍ୱଜ୍ଞାନ
Couplet 40
ଜ୍ଞାନରୁ ଭକତି ଉଦୟଏଣୁ ଏ ଧନ୍ୟ ନରଦେହ
Couplet 41
ଏଣୁ ଏ ସ୍ୱର୍ଗବାସୀଜନେନିତ୍ୟେ ଚିନ୍ତନ୍ତି ଦୁଃଖମନେ
Couplet 42
ଭାରତଭୂମି ମଧ୍ୟେ ଯାଇମନୁଷ୍ୟଦେହ ଆମ୍ଭେ ପାଇ
Couplet 43
ଭକତିଯୋଗେ ଅନୁକ୍ଷଣେଭଜିବୁ ଶ୍ରୀକୃଷ୍ଣ ଚରଣେ
Couplet 44
ନରକବାସୀ ଏହିମତେନିତ୍ୟେ ଚିନ୍ତନ୍ତି ହୃଦଗତେ
Couplet 45
ଦୁର୍ଲ୍ଲଭ ମନୁଷ୍ୟ ଶରୀରନରକ-ନିସ୍ତାରଣ-ଦ୍ୱାର
Couplet 46
ଆମ୍ଭେ ପାଇବା ଅବା କାହିଁପୂର୍ବ ଅର୍ଜିଲା ପୁଣ୍ୟ ନାହିଁ
Couplet 47
ଏମନ୍ତେ ସ୍ୱର୍ଗେ ନର୍କେ ଥାଇନିତ୍ୟେ ଚିନ୍ତନ୍ତି ଚିତ୍ତେ ଧ୍ୟାୟି
Couplet 48
କର୍ମ-ସାଧନା ନାହିଁ ତହିଁଏଣୁ ବାଞ୍ଛନ୍ତି ନରଦେହୀ
Couplet 49
ମନୁଷ୍ୟେ ସାଧି ଭକ୍ତିଯୋଗସ୍ୱର୍ଗ ନରକ ବେନିଭୋଗ
Couplet 50
ଏ ବୋଲ ବୁଝି ବୁଧଜନେଏ ବେନି ଦେଖନ୍ତି ସମାନେ
Couplet 51
ସଂସାର ଈଶ୍ୱରର ମାୟାଚିତ୍ତେ ଚିନ୍ତନ୍ତି ନିତ୍ୟେ ଏହା
Couplet 52
ସ୍ୱର୍ଗ-ନରକ ବେନିପଥେକେବେହେଁ ନ କଳ୍ପନ୍ତି ଚିତ୍ତେ
Couplet 53
ମନୁଷ୍ୟ ଦେହେ ମୂଢ଼ ନରେଅଜ୍ଞାନେ ଭ୍ରମନ୍ତି ସଂସାରେ
Couplet 54
ଯେ ଏ ଦୁର୍ଲ୍ଲଭ ଦେହ ବହିଆତ୍ମାର ଗତି ନ ଜାଣଇ
Couplet 55
ବିଷୟ-ରସେ କରେ ଆଶସେ ଦେହେ ପ୍ରୟୋଜନ କିସ
Couplet 56
ଯେ ଦେହ ନରକ ନିପାତେତାହା ନ ଇଚ୍ଛି କଦାଚିତେ
Couplet 57
ଏଣୁ ଏ ନରଦେହ ପାଇଯାବତ ମୃତ୍ୟୁ ନ ଘଟଇ
Couplet 58
ତାବତ ଜ୍ଞାନ-ବଇରାଗ୍ୟେମୋର ଭକତି ଯୋଗମାର୍ଗେ
Couplet 59
ବେଗେ ମରଣ ମୁଖୁଁ ତରମନୁଷ୍ୟଦେହ ନୋହେ ଚିର
Couplet 60
ଏ ଦେହ ସର୍ବସିଦ୍ଧି ହେତୁସଂସାର-ସିନ୍ଧୁ-ପାର ସେତୁ
Couplet 61
ଏ ଦେହେବୃକ୍ଷେ ହଂସ ବସେଅଜ୍ଞାନେ ଫଳଲୋଭ ଆଶେ
Couplet 62
ବୃକ୍ଷ ଆବୋରି ଯମଦୂତେଅମୋଘ ଖଡ଼୍ଗ ଧରି ହସ୍ତେ
Couplet 63
ରାତ୍ର-ଦିବସ କାଟି ବଳେବୃକ୍ଷକୁ ଉପାଡ଼ନ୍ତି ସମୂଳେ
Couplet 64
ଏଣୁ ଏ ବୃକ୍ଷେ ହଂସପକ୍ଷୀଯମକିଙ୍କର ଘାତ ଲକ୍ଷ୍ୟି
Couplet 65
ଏ ଫଳଲୋଭ ଛାଡ଼ି ମନେସୁଜ୍ଞାନେ ରହେ ନିଜ ସ୍ଥାନେ
Couplet 66
ରାତ୍ର ଦିବସ କାଳଦୂତେଆୟୁଷ ହରନ୍ତି ନିରତେ
Couplet 67
ଏ ବୋଲ ବୁଝି ବୁଧନରେଆକୁଳେ କମ୍ପନ୍ତି ଅନ୍ତରେ
Couplet 68
ଏ ଦେହଧର୍ମ ଦୂରକରିଅଜ୍ଞାନ-ଚେଷ୍ଟା ପରିହରି
Couplet 69
ଶାନ୍ତି-ସମାଧି-ପୂର୍ଣ୍ଣଜ୍ଞାନେଥା'ନ୍ତି ନିର୍ଗୁଣ ଆତ୍ମାଧ୍ୟାନେ
Couplet 70
ସର୍ବଶରୀର ମଧ୍ୟେ ସାରଦୁର୍ଲ୍ଲଭ ନର-କଳେବର
Couplet 71
ସୁଲଭ-ନାବ ରୂପେ ଖଟେବନ୍ଧନ ଭବସିନ୍ଧୁ-ତଟେ
Couplet 72
ଏ ନାବେ ଗୁରୁ କର୍ଣ୍ଣଧାରମୁହିଁ ଅନୁକୂଳ ସମୀର
Couplet 73
ଏମନ୍ତ ନାବ ଥାଉଁ କୂଳେଯେ ବା ନ ତରେ ଭବଜଳେ
Couplet 74
ସେ ଜୀବ ହୀନ ମୂଢମତିତାହାକୁ ବୋଲି ଆତ୍ମାଘାତୀ
Couplet 75
ସଂସାର-କୂପେ ସେ ପତିତଦୁର୍ଲ୍ଲଭ-ଦେହେ ସେ ବଞ୍ଚିତ
Couplet 76
ଏଣୁ ନିବୃତ୍ତ ଚିତ୍ତେ ଯୋଗୀସର୍ବ-ଆରମ୍ଭ ପରିତ୍ୟାଗି
Couplet 77
ଅଭ୍ୟାସ ବଳେ ଅନ୍ତର୍ଗତେମନ ରୁନ୍ଧିବ ଦୃଢ଼ଚିତ୍ତେ
Couplet 78
ଏ ମନ ସ୍ୱଭାବେ ଚଞ୍ଚଳକେବେହେଁ ନୁହଁଇ ନିଶ୍ଚଳ
Couplet 79
ପବନ-ଗତି ଅନୁରୋଧେସମେ ସାଧନ ଦୃଢବନ୍ଧେ
Couplet 80
ପବନ-ଦ୍ୱାରେ ମନ ଥୋଇଆସନ ଦୃଢବନ୍ଧେ ଦେଇ
Couplet 81
ଅଭ୍ୟାସେ ବଶ ହୋନ୍ତି ତା'ରପ୍ରାଣ-ଇନ୍ଦ୍ରିୟ-ଅହଙ୍କାର
Couplet 82
ଚଞ୍ଚଳ ମନ ଏଣେ ଧରିସାଧିବ ସତ୍ତ୍ୱଗୁଣେ ଭରି
Couplet 83
ପରମ ଯୋଗ ଏ ସାଧନଅଭ୍ୟାସେ ମନ ନିରୋଧନ
Couplet 84
ଚଞ୍ଚଳ ତୁରଙ୍ଗମ ଯେହ୍ନେଶ୍ରମେ ସୁସାଧ୍ୟ ଦିନେଦିନେ
Couplet 85
ଅଳପ ଅଳପ ଅଭ୍ୟାସେମନପବନ ସ୍ଥାପି ବସେ
Couplet 86
ନିଶ୍ଚିନ୍ତେ ରହେ ଦେହବହିସଂସାର ସାକ୍ଷୀପ୍ରାୟ ହୋଇ
Couplet 87
ଦେଖଇ ଜନ୍ତୁଙ୍କ ମରଣଭବସାଗର ସଞ୍ଚରଣ
Couplet 88
ପ୍ରସନ୍ନ ହୋଏ ଯେବେ ମନଅସତ୍ୟ ଦେଖେ ତ୍ରିଭୁବନ
Couplet 89
ଗୁରୁବଚନେ ଚିତ୍ତ ସ୍ଥିରବୈରାଗ୍ୟ ବିଷୟେ ତାହାର
Couplet 90
ନିରତେ ହୋଇ ସ୍ଥିରମନାକ୍ରମେ ସେ ଖଣ୍ତେ ଦୁର୍ବାସନା
Couplet 91
ସଙ୍କଳ୍ପ ତୁଟେ ନିରବଧିଯମାଦି ଯୋଗପଥ ସାଧି
Couplet 92
ମନକୁ ତତ୍ତ୍ୱଜ୍ଞାନେ ଆଣିଭକତିଯୋଗେ ପରିମାଣି
Couplet 93
ମୋ' ରୂପ କରି ଉପାସନାକୀର୍ତ୍ତନ ଅର୍ଚ୍ଚନ ବନ୍ଦନା
Couplet 94
ମନ ସଂଯମ କରି ହୃଦେନିଶ୍ଚଳେ ଦେଇ ମୋ'ର ପାଦେ
Couplet 95
ଆନନ୍ଦେ ଭ୍ରମଇଁ ଶୟଳେଯେବେ ସେ ଦୁଷ୍ଟ ସଙ୍ଗମେଳେ
Couplet 96
ନିନ୍ଦିତ-କର୍ମମାନ କରେସେ ପାପ ମୋର ଧ୍ୟାନେ ହରେ
Couplet 97
ଏ ବିନେ ଅନ୍ୟ ପ୍ରାୟଶ୍ଚିତେପାପ ନ ଯାଏ କଦାଚିତେ
Couplet 98
ଯେ ଯାହା ଅଧିକାର କର୍ମଏ ବିନେ ଅନ୍ୟ ଯେ ଅଧର୍ମ
Couplet 99
ମୋ' ନାମ ଶ୍ରବଣ-କୀର୍ତ୍ତନେଶ୍ରଦ୍ଧା ଉପୁଜେ ଯା'ର ମନେ
Couplet 100
ନିରତେ ସର୍ବକର୍ମ ତେଜେକେବଳ ଦୃଢ଼େ ମୋତେ ଭଜେ
Couplet 101
ସଙ୍କଳ୍ପ ଭୋଗ ଦୁଃଖମୟେଯେବେ ଛାଡ଼ନ୍ତେ ସୁଖ ନୋହେ
Couplet 102
ଯେବା ମିଳିବ ଅକସ୍ମାତେଆନନ୍ଦେ ସମର୍ପିବ ମୋତେ
Couplet 103
ପୀରତି କରି ମୋ' ଚରଣେଭାବେ ଭଜିବ ଅନୁକ୍ଷଣେ
Couplet 104
ସୁଦୃଢେ ଭକତ-ସମାଜେମୁଁ ତାଙ୍କ ହୃଦୟ-ପଙ୍କଜେ
Couplet 105
ବସଇ କାମ ଦୂରକରିନିର୍ମଳ-ଜ୍ୟୋତି ରୂପ ଧରି
Couplet 106
ଯେବେ ସକଳଭୂତେ ଏକେମୁଁ ବସିଥିଲା ପ୍ରାୟ ଦେଖେ
Couplet 107
କାମ ନ ରହେ ତା'ର ଦେହେସଂସାରୁ ତରେ ଏ ଉପାୟେ
Couplet 108
ସଂଶୟ ଗ୍ରନ୍ଥି ତା'ର ହୃଦେମୁହିଁ ଛେଦଇ ଅପ୍ରମାଦେ
Couplet 109
ସକଳ କର୍ମ ତତକ୍ଷଣେଦହଇ ମୋହର ସ୍ମରଣେ
Couplet 110
ମୁହିଁ ଅଖିଳ-ଆତ୍ମା ଅଟେମୋର ଦର୍ଶନେ ସର୍ବତୁଟେ
Couplet 111
ଏ ଭାବ ବୁଝି ନିରବଧିଯତ୍ନେ ଭକତି ଯୋଗ ସାଧି
Couplet 112
ଏଣୁ ଭକତି-ଯୋଗଯୁକ୍ତେଯେ ଯୋଗୀ ଭଜେ ଦୃଢଚିତ୍ତେ
Couplet 113
ସେ ମହାଶୟ ଏ ଜଗତେଜ୍ଞାନ-ବୈରାଗ୍ୟ ଅନୁମତେ
Couplet 114
ଏଣୁ ସଂସାରେ ଯୋଗୀଜନନିର୍ବାଣପଦ ତପ ଦାନ
Couplet 115
ଜ୍ଞାନ ବୈରାଗ୍ୟ ଦୂରକରିମୋର ଭକତି ଅନୁସରି
Couplet 116
ସର୍ବ ସଂଶୟ ଦୂରକରିମାୟା ସଂସାରୁ ଯା'ନ୍ତି ତରି
Couplet 117
ଏଣୁ ଭକତ ମୋର ଯେବେକଳ୍ପଇ ସ୍ୱର୍ଗ-ଅପବର୍ଗେ
Couplet 118
ଆଉ ଅଧିକେ ବାଞ୍ଛା ଯେତେତା' ପାଦେ ଖଟନ୍ତି ସମସ୍ତେ
Couplet 119
ଏଣୁ ମୋ ଭାବ ଯେ ଜାଣଇତା'ର କଳ୍ପନା ଆର କାହିଁ
Couplet 120
ମୁହିଁ ସମ୍ପଦ ଦେଲେ ତା'ରେତକ୍ଷଣେ ଦୂରେ ପରିହରେ
Couplet 121
ସକଳଭାବେ ସେ ଉଦାରମୁଁ ନିରପେକ୍ଷ-ଜ୍ଞାନ ତା'ର
Couplet 122
ଏଣୁ ନିଷ୍ମାମ ଯାର ମତିସେ ଲଭେ ଏକାନ୍ତ ଭକତି
Couplet 123
ମୋର ଭକତ ଯେଉଁ ନରଶୁଭ-ଅଶୁଭ ନାହିଁ ତାର
Couplet 124
ତାହାର ନାହିଁ ଗୁଣ ଦୋଷସେ ପ୍ରାଣୀ ମୋହର ବିଶ୍ୱାସ
Couplet 125
ଏଣୁ ଭକତି-ଯୋଗ-ପଥେଯେ ପ୍ରାଣୀ ଆଶ୍ରେ କରେ ମୋତେ
Couplet 126
ସର୍ବ ସଙ୍କଳ୍ପ ତା'ରେ ମିଳେଯେ ମୋତେ ଭଜଇ ନିଶ୍ଚଳେ
Couplet 127
ଏଣୁ ମୁଁ ତୋହର ବଚନେଜ୍ଞାନ-ବୈରାଗ୍ୟ ଅନୁମାନେ
Couplet 128
କହିଲି ଭକତି ଲକ୍ଷଣଏବେ ହୋ ସାବଧାନେ ଶୁଣ
Couplet 129
ପାମର ହୀନ ଜଗନ୍ନାଥଗୀତ ପ୍ରବନ୍ଧେ ଭାଗବତ
Couplet 130
ଯାହା କହିଲି ଜନହିତେସୁଜନେ ଶୁଣ ଏକ ଚିତ୍ତେ
Couplet 131
ଉଦ୍ଧବ ମାଧବ ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ
Couplet 132
କଳି-କଳୁଷ ନ ଲାଗଇସୁଜନେ ତର ଏହା ଗାଇ