Skandha 11
Adhyaya 20
Couplet 1
କହନ୍ତି ପ୍ରଭୁ ଭଗବାନଶୁଣ ହେ ଭକତ ପ୍ରଧାନ
Couplet 2
ଯେ ଜନ ଆତ୍ମା ତତ୍ତ୍ୱଜ୍ଞାନଅନୁଭବରେ ବିଚକ୍ଷଣ
Couplet 3
ବିମଳମତି ଧୀରବାଣୀଜଗତ ମାୟାମାତ୍ର ଜାଣି
Couplet 4
ସେ ଜ୍ଞାନ ଦେଇ ମୋ' ଚରଣେଭାବେ ଖଟିବେ ଭୃତ୍ୟପଣେ
Couplet 5
ମୋତେ ବାଞ୍ଛନ୍ତି ଜ୍ଞାନୀଜନମୁଁ ତା'ଙ୍କ ପ୍ରିୟ ଇଷ୍ଟଧନ
Couplet 6
ମୋର ଚରଣ ଶ୍ରେଷ୍ଠ ମଣେଜ୍ଞାନବିଜ୍ଞାନ ଦୃଢ଼ମନେ
Couplet 7
ଏଣୁ ମୋ' ଜ୍ଞାନୀ ପ୍ରିୟତମକେହି ନୁହଁନ୍ତି ତା'ର ସମ
Couplet 8
ସେ ମୋତେ ଜ୍ଞାନବନ୍ଧେ ଧରେସକଳ କର୍ମ ପରିହରେ
Couplet 9
ତୀର୍ଥ ଗମନ ଜପ ଦାନଯଜ୍ଞେ ଦେବତା ଆରାଧନ
Couplet 10
ଏ କୋଟି କୋଟି ବ୍ରତ ଧର୍ମଏ ଆଦି ଯେତେ ପୁଣ୍ୟକର୍ମ
Couplet 11
ନାନା ପ୍ରକାରେ ତପ କରିଜ୍ଞାନକଳାକୁ ନୋହେ ସରି
Couplet 12
ଉଦ୍ଧବ ଏହା ବୁଝି ମନେତୁ ମୋତେ ଭଜ ତତ୍ତ୍ୱଜ୍ଞାନେ
Couplet 13
ମୋତେ ଭଜିଲେ ଖଣ୍ତେ ଭ୍ରମଏବେ ତୁ ଛାଡ଼ ସର୍ବଧର୍ମ
Couplet 14
ଜ୍ଞାନମାର୍ଗରେ କର ଆଶାମୋ ପାଦେ ରହିବ ଭରସା
Couplet 15
ପୂର୍ବେ ଅଶେଷ ମୁନିଗଣେଜ୍ଞାନେ ସେବିଲେ ମୋ' ଚରଣେ
Couplet 16
ସଂଶୟ ଛାଡ଼ି ଶୁଦ୍ଧମନେଗମିଲେ ବୈକୁଣ୍ଠଭୁବନେ
Couplet 17
ଉଦ୍ଧବ ଦେଖ ଏ ସଂସାରସ୍ୱଭାବେ ତ୍ରିଗୁଣ ବିକାର
Couplet 18
ଏ ସର୍ବମାୟା ନାନାମତେଆଶ୍ରେ କରନ୍ତି ସର୍ବଚିତ୍ତେ
Couplet 19
ଏ ମାୟା ପ୍ରଳୟେ ନ ଥାଇପୂର୍ବେ ତ କେହି ନ ଜାଣଇ
Couplet 20
ମଧ୍ୟେ ବିଳସେ ନାନାରୂପେଜଗନ୍ମୋହିନୀ ମାୟା କଳ୍ପେ
Couplet 21
ଏଣୁ ଏ ଆଦି ମଧ୍ୟ ଅନ୍ତକେବଳ ମାୟା ମାତ୍ର ସତ୍ୟ
Couplet 22
ଉଦ୍ଧବ କୃଷ୍ଣବାଣୀ ଶୁଣିଜ୍ଞାନମହିମା ପରିମାଣି
Couplet 23
ଜ୍ଞାନ-ବୈରାଗ୍ୟ-କର୍ମ ଯେତେପୁଚ୍ଛିଲା କୃଷ୍ଣପାଦଗତେ
Couplet 24
ହେ ବିଶ୍ୱେଶ୍ୱର ନାରାୟଣଅନାଦି ପୁରୁଷ ପୁରାଣ
Couplet 25
ତୁ ବିଶ୍ୱରୂପୀ ବିଶ୍ୱଦେହଭକ୍ତି ଲକ୍ଷଣ ମୋତେ କହ
Couplet 26
ବିଶୁଦ୍ଧ-ବିଜ୍ଞାନ-କାରଣଯାହା ବାଞ୍ଛନ୍ତି ମୁନିଗଣ
Couplet 27
ଘୋର ସଂସାର ମାୟା ଭ୍ରମେମୁହିଁ ତୃଷିତ ପଥଶ୍ରମେ
Couplet 28
ତୋ' ପାଦପଦ୍ମ ଛତ୍ର ପ୍ରାୟେଶୀତଳ ମଧୁଧାରା ବହେ
Couplet 29
ତୋ' ପାଦପଦ୍ମେ ମୋର ଆଶାଭବାବ୍ଧି ତରଣେ ଭରସା
Couplet 30
ମୁଁ ମୂଢ଼ ନିଜପଥ ହୁଡ଼ିଭ୍ରମଇଁ ଅନ୍ଧକୂପେ ପଡ଼ି
Couplet 31
ଏ କାଳସର୍ପ ମୋ' ଶରୀରେକୋପେ ଦଂଶଇ ନିରନ୍ତରେ
Couplet 32
ଅଳପ ସୁଖେ ତୃଷ୍ଣାଘୋରକେମନ୍ତେ ହୋଇବି ଉଦ୍ଧାର
Couplet 33
ରୁ ନାଥ ଶରଣ-ସୋଦରଏ କୂପୁଁ କୃପାରେ ଉଦ୍ଧର
Couplet 34
ତୋ'ର ବଚନ ସୁଧାଧାରବରଷା କର ମୋର ଶିର
Couplet 35
ଏମନ୍ତ ଭକ୍ତବାକ୍ୟ ଶୁଣିହସି ବୋଲନ୍ତି ଚକ୍ରପାଣି
Couplet 36
ଶୁଣ ଉଦ୍ଧବ ସାମରଥାଯେ ପୂର୍ବେ ଇତିହାସ କଥା
Couplet 37
କୁରୁପାଣ୍ତବ ଯୁଦ୍ଧ ଅନ୍ତେଏ କଥା ଭୀଷ୍ମର ଅଗ୍ରତେ
Couplet 38
ପଣ୍ତୁକୁମର ଯୁଧିଷ୍ଠିରଧର୍ମେ ସେ ଜିଣିଲେ ସମର
Couplet 39
ଜ୍ଞାତି ବାନ୍ଧବ କୁଳକ୍ଷୟେବ୍ୟାକୁଳେ ସଂଶୟ ହୃଦୟେ
Couplet 40
ପୁଚ୍ଛିଲା ମୋର ବିଦ୍ୟମାନେଯେ ପ୍ରଶ୍ନ ଭୀଷ୍ମ ସନ୍ନିଧାନେ
Couplet 41
ସେ ମୋକ୍ଷଧର୍ମ ଯାହା କହିଶ୍ରବଣେ ଶୁଣିଅଛି ମୁହିଁ
Couplet 42
ଏବେରୁ ସାବଧାନେ ଶୁଣଭକ୍ତି-ବୈରାଗ୍ୟ-ମୁକ୍ତିଜ୍ଞାନ
Couplet 43
ଭୀଷ୍ମ ବଦନୁଁ ଅଛି ଶୁଣିଶୁଣ କହିବା ପରିମାଣି
Couplet 44
ପ୍ରକୃତି ପୁରୁଷ ମହତଯେ ଅହଙ୍କାର ପଞ୍ଚଭୂତ
Couplet 45
ମାତ୍ର ଇନ୍ଦ୍ରିୟ ଏକାଦଶତ୍ରିଗୁଣ ଘେନି ଅଷ୍ଟାବିଂଶ
Couplet 46
ଜଗତ କାରଣ ସମସ୍ତେଶାସ୍ତ୍ରେ କହନ୍ତି ନାନାମତେ
Couplet 47
ବୁଦ୍ଧିବିବେକ ଅନୁମାନେବିଚାରି ଜାଣିବା ସାକ୍ଷାତେ
Couplet 48
ଯେ ତତ୍ତ୍ୱଜ୍ଞାନ ମୋର ମତତା' ବିନୁ କିଛି ନୋହେ ସତ୍ୟ
Couplet 49
ଏ ତତ୍ତ୍ୱଜ୍ଞାନ ପୁରାତନଜଗତ ଉତ୍ପ୍ତ୍ତି କାରଣ
Couplet 50
ଏବେ କହିବା ବୀର ଶୁଣଭକତି ଉତ୍ପ୍ତ୍ତି କାରଣ
Couplet 51
ଜନ୍ମ ମରଣ ଏ ଜଗତେଦୁଃଖ ସନ୍ତୋଷ ଆଦି ଯେତେ
Couplet 52
ଆଦ୍ୟନ୍ତ ମଧ୍ୟ ପରିମାଣିଏ ସର୍ବ ମିଥ୍ୟା ବୋଲି ଜାଣି
Couplet 53
ଯାହାକୁ ଆଦି-ମଧ୍ୟ-ଅନ୍ତେବିନାଶ ନ ଦେଖି ଜଗତେ
Couplet 54
ସେ ସତ୍ୟ ଜ୍ଞାନତତ୍ତ୍ୱ ଜାଣଅଧିକ ମିଥ୍ୟା ପରିମାଣ
Couplet 55
ନୟନେ ଦେଖି ଶୁଣି କର୍ଣ୍ଣେଯେ ଅବା କରି ଅନୁମାନେ
Couplet 56
ବିକଳ୍ପ ସଙ୍କଳ୍ପ କାରଣବିଚାରେ ନୋହେ ଏ ପ୍ରମାଣ
Couplet 57
କର୍ମର ଫଳ ଏ ଜଗତକର୍ମ ସରିଲେ ହୋଏ ହତ
Couplet 58
ସ୍ଥାବରୁ ବ୍ରହ୍ମଲୋକ ଯାଏଁକର୍ମ ସରିଲେ ହୋନ୍ତି କ୍ଷୟେ
Couplet 59
ଏଣୁ ଅନିତ୍ୟ ପରିମାଣିବିରକ୍ତି ଭାବେ ରହେ ପ୍ରାଣୀ
Couplet 60
ପୂର୍ବେ ମୁଁ କହିଥିଲି ତୋତେଭକତିଯୋଗ ହିଁ ଯେମନ୍ତେ
Couplet 61
ଯେ ଭକ୍ତି ମୁକ୍ତିର କାରଣଏବେ କହିବା ବୀର ଶୁଣ
Couplet 62
ମୋହର କଥାମୃତବାଣୀଯେ ଶ୍ରଦ୍ଧାଚିତ୍ତେ ନିତ୍ୟେ ଶୁଣି
Couplet 63
ବଦନେ କରଇ କୀର୍ତ୍ତନସୁସ୍ୱରଗୀତେ ଅନୁକ୍ଷଣ
Couplet 64
ମୋ'ର ପୂଜାରେ ଏକମତିଆଦରେ କରେ ନାନାସ୍ତୁତି
Couplet 65
ମୋ'ର ବ୍ୟାପାରେ ତତପରସାଷ୍ଟାଙ୍ଗେ କରେ ନମସ୍କାର
Couplet 66
ଉଦ୍ଧବ ଯେ ମୋର ଭକତଅଧିକେ ପୂଜାକର୍ମ ରତ
Couplet 67
ମୋତେ ଦେଖିବ ସର୍ବଭୂତେନିରତେ ଥିବ ପ୍ରାଣୀହିତେ
Couplet 68
ମୋ'ର କାରଣେ କର୍ମ ଯେତେଆଦରେ କରୁଥିବ ନିତ୍ୟେ
Couplet 69
ମୋ'ର ମହିମା ଯେତେ ଗୁଣକୀର୍ତ୍ତନ କରୁଥିବ ପୁଣ
Couplet 70
ଅଧିକ କର୍ମ କରି ଯେତେଅନ୍ତରେ ସମର୍ପିବ ମୋତେ
Couplet 71
ଆଶା ନ କରି କର୍ମଫଳେଶରଣ ମୋ' ପାଦକମଳେ
Couplet 72
କର୍ମେ ମିଳିବ ଯେତେ ଭୋଗମୋ' ପ୍ରୀତିଅର୍ଥେ ପରିତ୍ୟାଗ
Couplet 73
ମୋହର ଅର୍ଥେ କରି ପୁଣ୍ୟଯେ ବ୍ରତ ଯଜ୍ଞ ତପ ଦାନ
Couplet 74
ଅର୍ପଣ କରି ସର୍ବ ମୋତେବ୍ରହ୍ମଆନନ୍ଦମୟ ଚିତ୍ତେ
Couplet 75
ଦେହ ଜୀବନ ଦେଇ ମୋତେବନ୍ଦିବ ମୋ'ର ପାଦଗତେ
Couplet 76
ଏ ସର୍ବ ଭକତି ଉପାୟେଯେ ଅବା ସାଧେ ନିଜ ଦେହେ
Couplet 77
ତା'ର ଭକତି ମୋ'ର ପାଦେନିଶ୍ଚଳ ହୁଏ ଅପ୍ରମାଦେ
Couplet 78
ତା'ର ସାଧନା ସିଦ୍ଧି ଯେତେମୋ'ତହୁଁ ନାହିଁ ନା ଜଗତେ
Couplet 79
ଯେ ପ୍ରାଣୀ ମୋହର ଚରଣେଦଣ୍ତେ ନିମିଷେ ଅବା କ୍ଷଣେ
Couplet 80
ମନ ନିଶ୍ଚଳ କରେ ଯେବେଜ୍ଞାନ ବୈରାଗ୍ୟ ଲଭେ ତେବେ
Couplet 81
ମୋ' ପାଦଭକ୍ତି ବୋଲି ଧର୍ମଦେଖାଏ ଆତ୍ମତତ୍ତ୍ୱଜ୍ଞାନ
Couplet 82
ହୃଦୟେ ଭକତି ଉଦୟେବୈରାଗ୍ୟ ଜନ୍ମାଏ ବିଷୟେ
Couplet 83
ଅଣିମା ଆଦି ଅଷ୍ଟନିଧିନିକଟେ ଥାନ୍ତି ନିରବଧି
Couplet 84
ଏମନ୍ତ କୃଷ୍ଣବାକ୍ୟ ଶୁଣିଉଦ୍ଧବ ଯୋଡ଼ି ବେନିପାଣି
Couplet 85
ବୋଲଇ କୃଷ୍ଣମୁଖ ଚାହିଁଭୋନାଥ ଶୁଣ ଭାବଗ୍ରାହୀ
Couplet 86
ତୋହର ଅଭୟ ଚରଣେମୁହିଁ ପୁଚ୍ଛଇ ଦାସପଣେ
Couplet 87
ଯମ ନିୟମ ଶମ ଦମକେତେ ପ୍ରକାରେ ଯଥାକ୍ରମ
Couplet 88
ତିତିକ୍ଷା ଧୃତି ତପ ଦାନକହ ହେ ପ୍ରଭୁ ଭଗବାନ
Couplet 89
ଶଉର୍ଯ୍ୟ ଋତ ସତ୍ୟ ତ୍ୟାଗଧନ ଦକ୍ଷିଣା ଯଜ୍ଞ ଭାଗ
Couplet 90
ପୁରୁଷମାନଙ୍କର ବଳକି ଦୟା ଲାଭ ଆଦିମୂଳ
Couplet 91
କି ପରାବିଦ୍ୟା ଲଜ୍ଜା ଶିରୀକି ଦୁଃଖ ସୁଖ ନରହରି
Couplet 92
କେ ମୂର୍ଖ କି ରୂପେ ପଣ୍ତିତକେ ସାଧୁମାର୍ଗ କେ କୁପଥ
Couplet 93
କାହାକୁ ବୋଲି ସ୍ୱର୍ଗଲୋକକେ ଅବା ଅଟଇ ନରକ
Couplet 94
ଧନାଢ୍ୟ ଜାଣିବ କେମନ୍ତେକେ ଦୁଃଖୀ ଦରିଦ୍ର ଜଗତେ
Couplet 95
କାହାକୁ ବୋଲି ବନ୍ଧୁଘରକୃପଣ କେ ଅବା ଈଶ୍ୱର
Couplet 96
ଏ ଆଦି ପଚାରଇ ଯେତେଭୋ ନାଥ କହ ଦୟାଚିତ୍ତେ
Couplet 97
ମୋ' ଚିତ୍ତେ ସଂଶୟ ପ୍ରମାଣୁଏ ପ୍ରଶ୍ନ ପଚାରିଲି ତେଣୁ
Couplet 98
ଯେ ଅବା ଘଟେ ଯେଉଁମତେଭୋ ନାଥ କହ ଦୟାଚିତ୍ତେ
Couplet 99
ପୁରୁଷସିଂହ ଚକ୍ରପାଣିଏମନ୍ତ ଭକ୍ତବାକ୍ୟ ଶୁଣି
Couplet 100
ଚିତ୍ତେ ସକଳ ଅବଧାରିକହନ୍ତି ପ୍ରଭୁ ଦଇତ୍ୟାରି
Couplet 101
ଶୁଣ ଉଦ୍ଧବ ଏକଚିତ୍ତେଯେ ପ୍ରଶ୍ନ ପଚାରିଲୁ ମୋତେ
Couplet 102
ବଚନ ମଧ୍ୟେ ସତ୍ୟବାଣୀନିର୍ଲୋଭ ପରଧନେ ଜାଣି
Couplet 103
ଲଜ୍ଜା ସକଳ ସଙ୍ଗ ତ୍ୟାଗଧନ ସଂଚୟେ ବଇରାଗ୍ୟ
Couplet 104
ମଉନ ବ୍ରହ୍ମଚର୍ଯ୍ୟ ଗୁଣସ୍ଥଇର୍ଯ୍ୟ ଆସ୍ତିକ ଲକ୍ଷଣ
Couplet 105
ଜୀବେ ଅହିଂସା ଭୟ କ୍ଷମାଯମ ଦ୍ୱାଦଶ ଏ ମହିମା
Couplet 106
ଶଉଚ ତପ ଜପ ହୋମଆନନ୍ଦେ ମୋହର ଅର୍ଚ୍ଚନ
Couplet 107
ଆଚାର୍ଯ୍ୟ ସେବା ତୀର୍ଥଗତିଶ୍ରଦ୍ଧାଏ ପୂଜିବ ଅତିଥି
Couplet 108
ସକଳ ଚେଷ୍ଟା ପରହିତେସନ୍ତୋଷ ଅବଲମ୍ବ ଚିତ୍ତେ
Couplet 109
ନିୟମ ଦ୍ୱାଦଶ ଏ ଜାଣଏଣେ ଜୀବର ପରିତ୍ରାଣ
Couplet 110
ଯମ ନିୟମ ବେନିପଥେଯେବା ଆଚରେ ଶୁଦ୍ଧଚିତ୍ତେ
Couplet 111
ଯମରେ ମୋକ୍ଷସଙ୍ଗ ହୋଇନିୟମେ କାମନା ଲଭଇ
Couplet 112
ମୋ' ଦେହେ ଥିବ ବୁଦ୍ଧି ଶମଇର୍ନ୍ଦିୟ ସଂଯମନ ଦମ
Couplet 113
ଜିହ୍ୱା-ଉପସ୍ଥ-ଜୟ ଧୃତିତିତିକ୍ଷା ସର୍ବଦୁଃଖେ ଶାନ୍ତି
Couplet 114
ପରକୁ ଦଣ୍ତତ୍ୟାଗ ଦାନତପ ସର୍ବକାମ ବର୍ଜନ
Couplet 115
ନିଜ ସ୍ୱଭାବ ଯେବେ ଜିଣିଶଉର୍ଯ୍ୟ ବୋଲି ତା'କୁ ଭଣି
Couplet 116
ସମାନଦୃଷ୍ଟି ସର୍ବଭୂତେଏ ସତ୍ୟପଦ ମୋର ମତେ
Couplet 117
ପ୍ରିୟ ଆବର ସତ୍ୟ ଯେହିକବି ବୋଲନ୍ତି ରତ ଏହି
Couplet 118
ସକଳ କର୍ମଫଳ-ତ୍ୟାଗଶଉଚ ଲକ୍ଷଣ ସ୍ୱଭାବ
Couplet 119
ସଂସାରେ ସନ୍ନ୍ୟାସ ଧାରଣଉତ୍ତମ ତ୍ୟାଗ ଏ ଲକ୍ଷଣ
Couplet 120
ଧନାଢ୍ୟ ବୋଲି ଏ ଶୟଳେଯେ ନିତ୍ୟେ ଇଷ୍ଟଧର୍ମ ପାଳେ
Couplet 121
ମୁଁ ଯଜ୍ଞରୂପୀ ହୃଷୀକେଶଦକ୍ଷିଣା ଜ୍ଞାନ ଉପଦେଶ
Couplet 122
ସୁଦୃଢେ ପବନ-ଧାରଣପରମବଳ ଏ ଲକ୍ଷଣ
Couplet 123
ଭଗ ମୋ ଅଇଶ୍ୱର୍ଯ୍ୟ ଭାବମୋର ଭକତି ବଡ଼ ଲାଭ
Couplet 124
ପ୍ରାଣୀ-ବିଷୟେ ଭେଦବୁଦ୍ଧିନ କରେ ସେ ବିଦ୍ୟା ପ୍ରସିଦ୍ଧି
Couplet 125
ନିନ୍ଦିତ କର୍ମେ ଯେ ଡ଼ରଇଉଦ୍ଧବ ଜାଣ ଲଜ୍ଜା ସେହି
Couplet 126
ସକଳ ଭାବେ ଅନପେକ୍ଷଏ ଶିରୀଲାଭଟି ପ୍ରତ୍ୟକ୍ଷ
Couplet 127
ସମେ ଯେ ଦୁଃଖ ସୁଖ ମଣିସେ ମହାସୁଖୀ ନିତ୍ୟେ ଭଣି
Couplet 128
ନିରତେ କାମଭୋଗେ ସୁଖୀତାହାକୁ ବୋଲି ମହାଦୁଃଖୀ
Couplet 129
ଯେ ଆତ୍ମା-ବନ୍ଧ-ମୋକ୍ଷ ଜାଣେସେ ପ୍ରାଣୀ ପଣ୍ତିତ ବଖାଣେ
Couplet 130
ଦେହ କଳତ୍ର ବନ୍ଧୁ ଘରଏଣେ ଯେ କରେ ଅହଙ୍କାର
Couplet 131
ତାହାକୁ ମୂର୍ଖ ବୋଲି ଜାଣିହସି କହନ୍ତି ଚକ୍ରପାଣି
Couplet 132
ମୋତେ ଭଜଇ ଯେ ଯେମନ୍ତେଉତ୍ତମ ପଥ ଏ ଜଗତେ
Couplet 133
ଯେଣେ ଚଞ୍ଚଳ ହୋଏ ଚିତ୍ତଉଦ୍ଧବ ଜାଣ ସେ କୁପଥ
Couplet 134
ଯା'ର ଉଦୟ ତମଗୁଣସେ ପ୍ରାଣୀ ନରକ ଲକ୍ଷଣ
Couplet 135
ପ୍ରାଣୀ ପରମବନ୍ଧୁ ମୁହିଁଗୁରୁଙ୍କ ପ୍ରାୟ ହିତ ବହି
Couplet 136
ଉଦ୍ଧବ ଏ ଉତ୍ତମ ଘରଅଟେ ମନୁଷ୍ୟ କଳେବର
Couplet 137
ମୋ' ସର୍ବଗୁଣେ ଯା'ର ମନତା'ର ସମୀପେ ସର୍ବଧନ
Couplet 138
ମୋ ଭାବେ ଯା'ର ଚିତ୍ତ ନାହିଁସଂସାରେ ଦରିଦ୍ରଟି ସେହି
Couplet 139
ଅଜିତ ଇନ୍ଦ୍ରିୟ ଯାହାରସଂସାରେ କୃପଣ ସେ ନର
Couplet 140
ତ୍ରିଗୁଣ ସଙ୍ଗ ଯା'ର ନାହିଁଉଦ୍ଧବ ଈଶ୍ୱରଟି ସେହି
Couplet 141
ଯେ ପ୍ରଶ୍ନ କଲୁ ବୀର ତୁହିକହିଲି ବୁଝ ମନ ଦେଇ
Couplet 142
ଅଧିକେ ବିଶେଷ ବର୍ଣ୍ଣନପ୍ରସ୍ତାବେ ନାହିଁ ପ୍ରୟୋଜନ
Couplet 143
ସକଳ ଭୂତେ ଗୁଣ ଦୋଷଉଦ୍ଧବ ଦେଖିବାଟି ଦୋଷ
Couplet 144
ଗୁଣ ଦୋଷ ହିଁ ନ ଦେଖଇଉଦ୍ଧବ ଗୁଣୀ ସେ ବୋଲାଇ
Couplet 145
ବୋଲଇ ଦାସ ଜଗନ୍ନାଥଶ୍ରୀଏକାଦଶେ ଭାଗବତ
Couplet 146
ଉଦ୍ଧବ ପୁଚ୍ଛିଲେ ଯେମନ୍ତଶ୍ରୀକୃଷ୍ଣ କହିଲେ ତେମନ୍ତ
Couplet 147
ସୁଜନେ ଶୁଣି ମନସ୍ଥିରେନ ବୁଡ଼ ସଂସାର-ସାଗରେ
Couplet 148
ଏଣେ ସନ୍ତୋଷ କର ଚିତ୍ତମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ