Skandha 11
Adhyaya 19
Couplet 1
ବୋଲନ୍ତି ପ୍ରଭୁ ଭଗବାନଶୁଣ ହେ ଭକତ ନିପୁଣ
Couplet 2
ଯେ ବାନପ୍ରସ୍ଥର ଲକ୍ଷଣକହିବା ତା'ର ଆଚରଣ
Couplet 3
ଯେବେ ଚଳିବ ବନବାସେପତ୍ନୀ ନିବେଶି ପୁତ୍ର ପାଶେ
Couplet 4
ପୁତ୍ର ନ ଥିଲେ ଘେନି ସଙ୍ଗେନିଜ ଆୟୁଷ ବେନିଭାଗେ
Couplet 5
ବନେ ଭକ୍ଷିବ କନ୍ଦମୂଳପିନ୍ଧିବ ବୃକ୍ଷର ବକ୍କଳ
Couplet 6
କି ଅବା ଚର୍ମ-ତୃଣ-ପତ୍ରେଅଖଣ୍ତ-ନଖ-ଲୋମ ଗାତ୍ରେ
Couplet 7
ଆବର ଶ୍ମଶ୍ରୁ ନ ଛେଦିବଭୂମିରେ ଶୟନ କରିବ
Couplet 8
ଅଙ୍ଗ ଦଶନ ନ ମାଜିବମନ ଚଞ୍ଚଳ ନ କରିବ
Couplet 9
ଉତ୍ତମ ପୁଣ୍ୟତୀର୍ଥ ଜଳେସ୍ନାନ କରିବ ତିନିକାଳେ
Couplet 10
ପଞ୍ଚଅନଳ ଗ୍ରୀଷ୍ମକାଳେତାପ ସହିବ ତପବଳେ
Couplet 11
ବରଷାମାଳେ ବରଷଣସହିବ ତହିଁର କଷଣ
Couplet 12
ଆକଣ୍ଠମଗ୍ନ ଶୀତଜଳେରାତ୍ରେ ବଞ୍ଚିବ ଶୀତକାଳେ
Couplet 13
ଏମନ୍ତେ ନାନା ଦୁଃଖ ସହିତପ କରିବ ମୋତେ ଧ୍ୟାୟି
Couplet 14
ଯେ ଅବା ଶାକ ଫଳ ମୂଳବନେ ମିଳିବ ଯେବା ଜଳ
Couplet 15
ଅଗ୍ନି ତପନେ କରି ପାକଭକ୍ଷିବ ଫଳମୂଳ ଶାକ
Couplet 16
ପାଷାଣେ କୁଟି କିବା ଦନ୍ତେଭକ୍ଷଣ କରିବ ବନସ୍ତେ
Couplet 17
ଆପଣା ବୃତ୍ତିର କାରଣେକର୍ମ ସମ୍ପାଦିବ ଆପଣେ
Couplet 18
ଏମନ୍ତେ ଥାଇ ତପୋବନେଦ୍ରବ୍ୟ ଯାଚିବ ଯେବେ ଆନେ
Couplet 19
କେବେହେଁ ନ ଘେନିବ କରେଯେବା ମିଳିବ ବନଘୋରେ
Couplet 20
ତେଣେ ଜୀବନମାତ୍ର ପୋଷିବନେ ସାଧିବ ଧର୍ମରାଶି
Couplet 21
ପଶୁମାରଣେ କର୍ମ ଯେତେକେବେହେଁ ନ କଳ୍ପିବ ଚିତ୍ତେ
Couplet 22
ବେଦବଚନେ ଯେ ପ୍ରକାଶଇଷ୍ଟ ଦରଶ ପୌର୍ଣ୍ଣମାସ
Couplet 23
ଅନଳ ହୋତ୍ରେ ଚତୁର୍ମାସେମୋତେ ପୂଜିବ ବନବାସେ
Couplet 24
ଏ ରୂପେ ତପ କରି ବନେମୋ' ଭାବ ଭକ୍ତି ଅବଧାନେ
Couplet 25
ଦେହ ଅନ୍ତରେ ଦିବ୍ୟରୂପେସେ ବସେ ଋଷିଙ୍କ ସମୀପେ
Couplet 26
ଯେ ଏତେ କଷ୍ଟ କରି ତପକରଇ କାମନା ସଙ୍କଳ୍ପ
Couplet 27
ତା'ଠାରୁ ମୂର୍ଖ କେବା ଜନଅଛଇ ଏ ତିନି ଭୁବନ
Couplet 28
ତପ ସାଧନେ ଘୋରବନେବଞ୍ଚିବ ଦୁଃଖ ଶୋକମନେ
Couplet 29
ସ୍ୱଭାବେ ବୃଦ୍ଧଦେହେ ଆସିଯେବେ ଜନ୍ମିବ ରୋଗରାଶି
Couplet 30
ଯୋଗ ଧାରଣା ପରିକଳିନିଜ ଶରୀରେ ଅଗ୍ନିଜାଳି
Couplet 31
ପଞ୍ଚପରାଣ ନିଜେ ପିଣ୍ତେହୋମ କରିବ ଅଗ୍ନିକୁଣ୍ତେ
Couplet 32
ଏମନ୍ତେ ଯୋଗ ଅବଧାରିଅନ୍ତେ ମିଳିବ ବିଷ୍ଣୁପୁରୀ
Couplet 33
ଯାହାର ପୂର୍ବଭାଗ୍ୟ ବଶେବୈରାଗ୍ୟ ଉପୁଜେ ବିଶ୍ୱାସେ
Couplet 34
ତାହାକୁ ଇହପର ଲୋକେଦିଶଇ ନାନା ଦୁଃଖ ସୁଖେ
Couplet 35
ତେବେ ସକଳ ତ୍ୟାଗ କରିସନ୍ନ୍ୟାସ ରୂପେ ଦଣ୍ତ ଧରି
Couplet 36
ଗୁରୁବଚନେ ଦୃଢ଼େ ଧରିଆଚାର୍ଯ୍ୟ ଭାବେ ପୂଜା କରି
Couplet 37
ଦକ୍ଷିଣା କରି ସର୍ବଧନତୋଷିବ ଆଚାର୍ଯ୍ୟର ମନ
Couplet 38
ହୋଇବ ନିରପେକ୍ଷମନାଛାଡ଼ିବ ସଂସାର ବାସନା
Couplet 39
ବନେ ପଶିବ ତପ ଅର୍ଥେଶୁଣ ଉଦ୍ଧବ ଏକଚିତ୍ତେ
Couplet 40
ଯେବେ ସନ୍ନ୍ୟାସୀ ତତ୍ତ୍ୱଜ୍ଞାନେଚିତ୍ତ ନିବେଶି ଶୁଦ୍ଧମନେ
Couplet 41
ମୋର ଚରଣ ଦୃଢ଼େ ଧରିଯୋଗ ସାଧିବ ତପକରି
Couplet 42
ତାହାକୁ ଦେବଗଣେ ଆସିଅଶେଷ ବିଘ୍ନ ପରକାଶି
Couplet 43
ମୋହିନୀ ବେଶେ ସ୍ତିରୀରୂପେମିଳନ୍ତି ତାହାର ସମୀପେ
Couplet 44
ମାୟାରେ କରି ଅଙ୍ଗ-ସଙ୍ଗତପ କରନ୍ତି ତା'ର ଭଙ୍ଗ
Couplet 45
ଆମ୍ଭର ସଙ୍ଗ ଛାଡ଼ି ଏକେଏ କିପାଁ ଯିବ ବିଷ୍ଣୁଲୋକେ
Couplet 46
ଏତେ ବିଚାରି ଦେବଗଣେବିଘ୍ନ କରନ୍ତି ଅନୁକ୍ଷଣେ
Couplet 47
ଯଦ୍ୟପି ସଂସାର-ବେଭାରଲାଜେ ନୋହିବ ଦିଗମ୍ବର
Couplet 48
ତେବେ କୌପୀନ ବସ୍ତ୍ର ଧରେତ୍ରିଦଣ୍ତ କମଣ୍ତଳୁ କରେ
Couplet 49
ଦୃଢ଼େ ସନ୍ନ୍ୟାସରୂପ ବହେହେଳେ ସକଳପାପ ଦହେ
Couplet 50
ଦୃଷ୍ଟି ପବିତ୍ର ପାଦନ୍ୟାସେବସ୍ତ୍ର ପବିତ୍ର ଜଳଗ୍ରାସେ
Couplet 51
ବାକ୍ୟ ପବିତ୍ର କହି ସତ୍ୟମନ ପବିତ୍ରେ ଥିବ ନିତ୍ୟ
Couplet 52
ମଉନ ବ୍ରତ ନିତ୍ୟାଚାରଯେ ଧର୍ମ ସନ୍ନ୍ୟାସେ ବେଭାର
Couplet 53
ଜିଣିବ ବଚନ ପବନଯୋଗ-ଅଭ୍ୟାସେ ଦୃଢ଼ମନ
Couplet 54
ପ୍ରାଣଧାରଣା ଯୋଗବଳେବସିବ ଆସନେ ନିଶ୍ଚଳେ
Couplet 55
ମନ ପବନ ଇନ୍ଦ୍ରିଗଣେଯେବେ ସନ୍ନ୍ୟାସୀ ନାହିଁ ଜିଣେ
Couplet 56
କେବଳ ଦଣ୍ତ ଧରି କରେବିଅର୍ଥେ ଭ୍ରମଇଁ ସଂସାରେ
Couplet 57
ଏ ମାୟାମୟ ତ୍ରିଭୁବନମନେ ନ କରି ବସ୍ତୁଜ୍ଞାନ
Couplet 58
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେଭିକ୍ଷା ମାଗିବ ଅବଧାନେ
Couplet 59
ନିନ୍ଦିତ ବର୍ଣ୍ଣ ଦୁରାଚାରବର୍ଜିବ ପାପିଷ୍ଠ ପାମର
Couplet 60
ଏମନ୍ତେ ଭିକ୍ଷା ସପ୍ତଦ୍ୱାରେମାଗିବ ସତ୍ୟ ଅନୁସାରେ
Couplet 61
କର୍ମେ ମିଳିବ ଭିକ୍ଷା ଯେତେଆନନ୍ଦେ ଘେନି ଶୁଦ୍ଧ ଚିତ୍ତେ
Couplet 62
ନିର୍ଜନେ ନଗର ଉପାନ୍ତେଆନନ୍ଦେ ବସିବ ଏକାନ୍ତେ
Couplet 63
ପିତୃ-ଅତିଥି-ଦେବଜନେଭିକ୍ଷା ସମର୍ପି ତୋଷମନେ
Couplet 64
ଶେଷଭୋଜନେ ପ୍ରାଣ ପୋଷିଏମନ୍ତେ ଭ୍ରମିବ ସନ୍ନ୍ୟାସୀ
Couplet 65
ସଙ୍ଗବର୍ଜିତ ସମମତିନିରତେ ପରହିତେ ବ୍ରତୀ
Couplet 66
ଆତ୍ମା ବିଷୟେ ଦୃଢ଼ଚିତ୍ତଉତ୍ତମ ଉଦାର ଚରିତ
Couplet 67
ବିରଳ କୁଶଳ ଆସନେନିର୍ମଳେ ଅନ୍ତର୍ଗତ ଧ୍ୟାନେ
Couplet 68
ଅଭେଦ ଭାବେ ନିତ୍ୟେ ଧ୍ୟାୟିସର୍ବ ଦେଖିବ ବିଷ୍ଣୁମୟୀ
Couplet 69
ଆତ୍ମାର ଗତି ବନ୍ଧ ମୋକ୍ଷସୁଜ୍ଞାନେ ଦେଖିବ ପ୍ରତ୍ୟକ୍ଷ
Couplet 70
ମନ ନିବେଶି ସାବଧାନେବୁଝିବ ବନ୍ଧମୋକ୍ଷ ଜ୍ଞାନେ
Couplet 71
ଭକତି ଭାବେ ଷଡ଼ଅରିଜିଣିବ କାମ ଆଦିକରି
Couplet 72
ବିଷୟ ସଙ୍ଗକୁ ଉପେକ୍ଷିହୋଇବ ଆତ୍ମାମୁଖେ ସୁଖୀ
Couplet 73
ଭିକ୍ଷା କାରଣେ ଗ୍ରାମପୁରେପଶି ମାଗିବ ସପ୍ତଦ୍ୱାରେ
Couplet 74
ତୀର୍ଥ ସ୍ନାହାନେ ପୁଣ୍ୟଦେଶେଗମନ କରିବ ବିଶ୍ୱାସେ
Couplet 75
ସୁପୁଣ୍ୟ ନଦନଦୀ ତୀରେକୂପ ଦୀର୍ଘିକା ସରୋବରେ
Couplet 76
ଭ୍ରମିବ କରେ ଦଣ୍ତଧରିପୀରତି ସର୍ବଭୂତେ କରି
Couplet 77
ବିଷୟ-ରସ-ଭାବ ଯେତେକେବେହେଁ ନ ଚିନ୍ତିବ ଚିତ୍ତେ
Couplet 78
ଏ ମାୟାମୋହ ତ୍ରିଭୁବନମନେ ନ କରି ବସ୍ତୁଜ୍ଞାନ
Couplet 79
ଇନ୍ଦ୍ରିୟଗୁଣେ ଆସକତନୋହି ଭ୍ରମିବ ଯେ ପଣ୍ତିତ
Couplet 80
ଚିତ୍ତୁ ସଂଶୟ-ଅଭିମାନତେଜି କରିବ ଆତ୍ମଧ୍ୟାନ
Couplet 81
ଜ୍ଞାନ ଭକତି ନିଷ୍ଠାପରନିତ୍ୟେ ଯେ ବିଶ୍ୱାସ ମୋହର
Couplet 82
ସକଳଭୂତେ ଅନପେକ୍ଷଜ୍ଞାନ ବୈରାଗ୍ୟ-ଗୁଣେ ଦକ୍ଷ
Couplet 83
ସର୍ବ ଆଶ୍ରମ ଧର୍ମ ତେଜିମୋର ଚରଣ ଦୃଢ଼େ ଭଜି
Couplet 84
ପୃଥିବୀ କରି ପର୍ଯ୍ୟଟନଛାଡ଼ିବ ଆଶ୍ରମ ଲକ୍ଷଣ
Couplet 85
ନାହିଁ ତାହାର ଅବଶେଷକର୍ମ-ଅଧିକାରେ ପ୍ରବେଶ
Couplet 86
ବାଳକ ପ୍ରାୟ ଏ ସଂସାରେଭ୍ରମଇଁ ଆହାର ବେଭାରେ
Couplet 87
ଭଲେ ଜାଣଇଁ ସର୍ବଧର୍ମଜଡ଼ର ପ୍ରାୟେ କରେ କର୍ମ
Couplet 88
ବାତୁଳ ପ୍ରାୟେ କହେ ବାଣୀଅନ୍ତରେ ସର୍ବ-ଧର୍ମ ଜାଣି
Couplet 89
ଅନ୍ତରେ ଥିବ ବେଦମତେନ ପଶି ପାଷଣ୍ତଙ୍କ ପଥେ
Couplet 90
ପ୍ରାଣୀଙ୍କି ନ କରିବ ହିଂସାତେଜିବ ବାଦତର୍କ ଭାଷା
Couplet 91
ନ ଥିବ ପ୍ରିୟ-ପକ୍ଷପାତେପ୍ରାଣୀଙ୍କ ଭଲମନ୍ଦ ମତେ
Couplet 92
ଅଙ୍ଗରେ ଈଶ୍ୱର ଯେସନବିଲଗେ ଥାଇ ସନ୍ନିଧାନ
Couplet 93
କେବେ ହେଁ ପ୍ରାଣୀଙ୍କ ସଙ୍ଗତେସଙ୍ଗତି ନ ଚିନ୍ତିବ ଚିତ୍ତେ
Couplet 94
କେବେହେଁ ପ୍ରାଣୀଙ୍କର ଚିତ୍ତେଉଦ୍ବେଗ ନ ଦେବ ଯୁକତେ
Couplet 95
ବଞ୍ଚିବ ସର୍ବଲୋକ ହିତେଉଦ୍ ବେଗ ନୋହି କଦାଚିତେ
Couplet 96
କନ୍ଦଳେ ପର ଅପମାନେବିବାଦ ନ ଚିନ୍ତିବ ମନେ
Couplet 97
ଜନ୍ତୁଙ୍କ ତୁଲେ ରିପୁଭାବକେବେହେଁ ହୃଦେ ନ ଚିନ୍ତିବ
Couplet 98
ଏକଇ ଆତ୍ମା ସର୍ବଭୂତେଚନ୍ଦ୍ର ଯେସନେ ଶୂନ୍ୟପଥେ
Couplet 99
ଅନେକ ଜଳଘଟ ମଧ୍ୟେଯେସନେ ଦେଖି ନାନାଭେଦେ
Couplet 100
ଲାଭ-ଅଲାଭେ ସମଭାବଦୁଃଖ-ହରଷ ନ କରିବ
Couplet 101
ଅଦୃଷ୍ଟ ଦୁଃଖ ସୁଖ ହେତୁଅଦୃଷ୍ଟ-ବଶ ସର୍ବଜନ୍ତୁ
Couplet 102
ଉପାୟ ଆହାର କାରଣେଚିନ୍ତିବ ଶରୀର-ଧାରଣେ
Couplet 103
ଏ ଦେହ ଥିଲେ ଜ୍ଞାନ ପାଇଜଳେ ଯେସନେ ଚନ୍ଦ୍ର ଛାଇ
Couplet 104
ଜ୍ଞାନେ ସକଳ ପାପ ନାଶେନିର୍ବାଣ ମୁକତି ପ୍ରକାଶେ
Couplet 105
ଯେ ଅବା ଅନ୍ନ କ୍ଷୁଧାକାଳେମିଳିବ ପୂର୍ବକର୍ମ ଫଳେ
Couplet 106
ଯେ ଶଯ୍ୟା କିବା ବସ୍ତ୍ର ଲାଭଦଇବେ ଯେ ଅବା ଘଟିବ
Couplet 107
ତାହା ସନ୍ତୋଷେ ଭୋଗକରିକର୍ମ ସାଧିବ ଦେହଧରି
Couplet 108
ସ୍ନାନ ସଉଚ ଆଚମନଯେ ନିତ୍ୟ ବିଧିର ବିଧାନ
Couplet 109
ଭାବଅଭାବ ଏକକରିସାଧିବ ମୁନି ଦଣ୍ତ ଧରି
Couplet 110
ଯେ ନିତ୍ୟେ କର୍ମଦଣ୍ତ ଧରେସେ ଭଲମନ୍ଦ ନ ବିଚାରେ
Couplet 111
କର୍ମ କରିବ ଇଚ୍ଛାମତେଲୀଳାରେ ଈଶ୍ୱର ଯେମନ୍ତେ
Couplet 112
ଯେ ସ୍ୱର୍ଗବାସ ସୁଖଭୋଗଅନ୍ତେ ଦୁରିତ ଦୁଃଖଯୋଗ
Couplet 113
ଏତେ ବିଚାରି ଚିତ୍ତ ସ୍ଥିରେବୈରାଗ୍ୟ ଜନ୍ମେ ଯା' ଅନ୍ତରେ
Couplet 114
ଗୁରୁଚରଣ ସେବା କରିତା'ଙ୍କ ବଚନ ଶିରେ ଧରି
Couplet 115
ଗୁରୁଙ୍କୁ ବିଷ୍ଣୁପ୍ରାୟ ମଣିସେବା କରିବ ମନ ଜାଣି
Couplet 116
ଗୁରୁବଚନ ଧରି ଚିତ୍ତେମୋର ଭକତି ଦୃଢ଼ବ୍ରତେ
Couplet 117
ନିଶ୍ଚଳେ ମୋତେ ଆଶ୍ରେ କରିସୁଖେ ସେ ତରେ ଭବବାରି
Couplet 118
ଯଦି ସନ୍ନ୍ୟାସୀ ଯୋଗବଳେଷଡ଼ଅଇରି ଇନ୍ଦ୍ରିମେଳେ
Couplet 119
ସଂସାର ନ ପାରଇ ଜିଣିଗୁରୁବଚନ ନ ପ୍ରମାଣି
Couplet 120
ବିଷୟେ ନୋହେ ବଇରାଗ୍ୟପ୍ରଚଣ୍ତ ଇନ୍ଦ୍ରିଗଣ ବେଗ
Couplet 121
ଅଶାନ୍ତି ଦେହ ବହେ ନିତ୍ୟେମିଥ୍ୟା ଆରମ୍ଭ ଦଣ୍ତ ହସ୍ତେ
Couplet 122
କେବଳ ସନ୍ନ୍ୟାସ ଲକ୍ଷଣତା'ରେ ହସନ୍ତି ଦେବଗଣ
Couplet 123
ସେ ନୋହେ ଭବଜଳୁଁ ପାରଆତ୍ମା ନିନ୍ଦିତ ଦୁରାଚାର
Couplet 124
ଉଭୟଲୋକେ ତା'ର ନାଶଜନେ କରନ୍ତି ଉପହାସ
Couplet 125
କେହି ନ କରେ ତାକୁ ରକ୍ଷାବିନାଶ ହେତୁ ତା'ର ଦୀକ୍ଷା
Couplet 126
ଅହିଂସା ସନ୍ନ୍ୟାସ ଲକ୍ଷଣକୃଷ୍ଣ କହନ୍ତି ପୁଣପୁଣ
Couplet 127
ତିତିକ୍ଷା ଶମ ଦମ ଶାନ୍ତିବନସ୍ଥଜନର ଏ ଗତି
Couplet 128
ଗୃହସ୍ଥ ସର୍ବଜୀବ ରକ୍ଷାବ୍ରାହ୍ମଣ ସେବା ଗୁରୁଦୀକ୍ଷା
Couplet 129
ତପ ଶଉଚ ମୋ ଭଜନଏ ଆଦି ବ୍ରହ୍ମଚର୍ଯ୍ୟ କର୍ମ
Couplet 130
ପତ୍ନୀ ସଙ୍ଗମ ଋତୁକାଳେଗୃହସ୍ଥ ଧର୍ମ ଏ ଶୟଳେ
Couplet 131
ଏ ଚାରିଭାଗେ ଧର୍ମଗୁଣକହିଲି ଆଶ୍ରମ ଲକ୍ଷଣ
Couplet 132
ଏଣୁ ସ୍ୱଧର୍ମେ ମୋର ପାଦେଯେ ନର ଭଜେ ଅପ୍ରମାଦେ
Couplet 133
ସେ ମୋତେ ଦେଖେ ସର୍ବଭୂତେଯେ ରୂପେ ଅଛି ମୁଁ ଜଗତେ
Couplet 134
ମୋ'ର ଭକତି ବିନୁ ଆନେଯେ ନର କିଛି ହିଁ ନ ଜାଣେ
Couplet 135
ଦୃଢ଼ ଭକତି ଯୋଗବଳେପଶେ ମୋ' ଚରଣ କମଳେ
Couplet 136
ମୁଁ ବ୍ରହ୍ମ ଉତ୍ପ୍ତ୍ତି ପାଳନସଂସାର ପ୍ରଳୟ କାରଣ
Couplet 137
ସର୍ବଭୂତଙ୍କ ଆତ୍ମା ମୁହିଁମୋର ଭଜନେ ମୋତେ ପାଇ
Couplet 138
ମୋର ଭକତି ବିନୁ ନରନୁହଇ ଭବଜଳୁ ପାର
Couplet 139
ଉଦ୍ଧବ ପଚାରିଲୁ ଯେତେଆଶ୍ରମଧର୍ମ ଶାସ୍ତ୍ରମତେ
Couplet 140
ତୁ ଏହା ଦୃଢ଼ଚିତ୍ତେ ଧରହସି ବୋଲନ୍ତି ଦାମୋଦର
Couplet 141
ସେ ହରି ଅଭୟ ଚରଣେପାମର ଜଗନ୍ନାଥ ଭଣେ
Couplet 142
କେବଳ ଦାସ ଭାବେ ମତିଚରଣେ ଶରଣ ମୁଁ ନିତି
Couplet 143
ପରମଗତି ମୁକ୍ତି ଯେହୁତା' ବିନୁ ଅନ୍ୟ ଆଶ୍ରା କାହୁଁ