Skip to content
paribhaasha

Skandha 11

Adhyaya 18

  1. Couplet 1

    ଦିବ୍ୟ ବିଭୂତି ଶୁଣି କର୍ଣ୍ଣେଉଦ୍ଧବ ଅତି ହୃଷ୍ଟମନେ

  2. Couplet 2

    ଦେହ ପୁଲକେ ରୋମରାଜିଭାବ ଗଦ୍‌ଗଦେ ଚକ୍ଷୁ ବୁଜି

  3. Couplet 3

    ବୋଲଇ ହେ ମଧୁସୂଦନଭକ୍ତି ସଂଶୟ ବିମୋଚନ

  4. Couplet 4

    ଯେ ଧର୍ମ ଭକ୍ତିର ଲକ୍ଷଣଶ୍ରୀମୁଖେ କ‌ହିଲ ଆପଣ

  5. Couplet 5

    ସ୍ୱଧର୍ମ ସାଧି କେଉଁମତେବୈଷ୍ଣବ ଲକ୍ଷଣ ଯୁକ‌ତେ

  6. Couplet 6

    ପୂର୍ବେ ଯେ ହଂସରୂପ ଧରିବ୍ରହ୍ମାପୁତ୍ରଙ୍କୁ ଦୟାକରି

  7. Couplet 7

    ପରମଧର୍ମ କ‌ଥା ଯେତେକ‌ହିଲ ତାହାଙ୍କ ଅଗ୍ରତେ

  8. Couplet 8

    ସେ ଧର୍ମ କାଳେ ନଷ୍ଟ ଗଲାସଂସାରେ କେହି ନ ପାଳିଲା

  9. Couplet 9

    ଏବେ ଏ କ୍ଷିତି ତଳେ ପୁଣିକେ ତାହା ତୁମ୍ଭ ବିନୁ ଜାଣି

  10. Couplet 10

    ସେ ଧର୍ମ କ‌ହିପାରୁ ତୁହିତୋ' ତ‌ହୁଁ କର୍ତ୍ତା ବକ୍ତା ନାହିଁ

  11. Couplet 11

    ବ୍ରହ୍ମାସଦନେ ସୁରଲୋକେତୋ' ବିନୁ କେ କ‌ହିବ ଏକେ

  12. Couplet 12

    ସଙ୍ଗତେ ଜ୍ଞାନ ଧର୍ମ ଘେନିତୁ ନାଥ ତେଜିବୁ ଅବନୀ

  13. Couplet 13

    ସେ ଧର୍ମ-ଗୂଢ଼ତ‌ତ୍ତ୍ୱ ଜାଣିତୁ ତାହା କ‌ହୁ ପରିମାଣି

  14. Couplet 14

    ତୁ ସର୍ବ ଧର୍ମଜ୍ଞାନ-ଦାତାତୁ ସର୍ବକର୍ତ୍ତା ବକ୍ତା ପିତା

  15. Couplet 15

    ଭକ୍ତିଲକ୍ଷଣ ଧର୍ମ ଯେତେଭୋ ନାଥ କ‌ହ ମୋ' ଅଗ୍ରତେ

  16. Couplet 16

    ଏମନ୍ତ ଉଦ୍ଧବ ବଚନଶୁଣି ବୋଲନ୍ତି ଭଗବାନ

  17. Couplet 17

    ଶୁଣ ହେ ଭକ‌ତଶେଖରଯେ ବର୍ଣ୍ଣାଶ୍ରମ-ଧର୍ମାଚାର

  18. Couplet 18

    ମୁଁ ସ‌ତ୍ୟ‌ଯୁଗେ ହଂସରୂପେବ୍ରହ୍ମାର ପୁତ୍ରଙ୍କ ସମୀପେ

  19. Couplet 19

    ପ୍ରଥମ‌ଯୁଗେ ଶୁକ୍ଳବର୍ଣ୍ଣେମୁହିଁ ପ୍ରବର୍ତ୍ତାଇଲି ଜନେ

  20. Couplet 20

    ଓଁକାର ରୂପେ ଥିଲା ବେଦକେହି ନ ଜାଣେ ତା'ର ଭେଦ

  21. Couplet 21

    ମୁଁ ଧର୍ମ ବୃକ୍ଷରୂପ ଧରିସେ ବେଦ ଲୋକରେ ବିସ୍ତାରି

  22. Couplet 22

    ଏଣୁ ସେ ଯୁଗେ ଯେତେ ନରସକଳେ ସ‌ତ୍ୟଧର୍ମ ପର

  23. Couplet 23

    ମନ ବଚନ ହୃଦେ ଧରିମୋତେ ଭଜନ୍ତି ତପକରି

  24. Couplet 24

    ଚିତ୍ତେ ଚିନ୍ତିଲେ ଭୋଗ ଯେତେସମୀପେ ମିଳନ୍ତି ସମସ୍ତେ

  25. Couplet 25

    ଏମନ୍ତେ ସ‌ତ୍ୟ‌ଯୁଗ ଗଲାଶୁଣ ଉଦ୍ଧବ ମୋ'ର ଲୀଳା

  26. Couplet 26

    ତ୍ରେତୟାଯୁଗେ ମୋର ଦେହୀଯଜ୍ଞପୁରୁଷେ ଜାତ ହୋଇ

  27. Couplet 27

    ବେଦ ଉଚିତ ଯଜ୍ଞମାର୍ଗେଧର୍ମ ପ୍ରଚାର ଭୂମିଭାଗେ

  28. Couplet 28

    ମୋ' ପାଦ ଉରୁ ଭୁଜାନ‌ନେଜନ୍ମ ହୋଇଲେ ଚାରିବର୍ଣ୍ଣେ

  29. Couplet 29

    ମୋ' ଭୁଜୁଁ ଜନ୍ମ କ୍ଷତ୍ରି ଜାତିଉରୁରୁ ବୈଶ୍ୟ ଉତ‌ପ‌ତ୍ତି

  30. Couplet 30

    ମୁଖୁଁ ବ୍ରାହ୍ମଣ ମୋ'ର ଜାତଶୂଦ୍ର ମୋ' ଚରଣୁ ସମ୍ଭୂତ

  31. Couplet 31

    ଏଣୁ ମୁଁ ପୁରୁଷ ପୁରାଣଈଶ୍ୱର ବ୍ରହ୍ମାଣ୍ତକାରଣ

  32. Couplet 32

    ବିରାଟ ପୁରୁଷ ମୋ' ଗତିମୋ' ତ‌ହୁଁ ସୃଷ୍ଟି ଉତ‌ପ‌ତ୍ତି

  33. Couplet 33

    ମୋ'ର ଜଘନୁ ଗୃହକାରୀହୃଦୟପଦ୍ମୁଁ ବ୍ରହ୍ମଚାରୀ

  34. Couplet 34

    ମୋ' ବକ୍ଷସ୍ଥଳୁଁ ବନ‌ବାସୀମସ୍ତକୁ ଜନ୍ମିଲେ ସନ୍ନ୍ୟାସୀ

  35. Couplet 35

    ଏ ସର୍ବବର୍ଣ୍ଣ ସର୍ବାଶ୍ରମସମ୍ଭବ ଉଚ୍ଚ ନୀଚ ସ୍ଥାନ

  36. Couplet 36

    ପ୍ରକୃତି ଜନ୍ମ ଅନୁସାରେସ୍ୱଭାବ ଆଚାର ବେଭାରେ

  37. Couplet 37

    ଉତ୍ତମ ସଙ୍ଗେ ସଙ୍ଗ ଯା'ରସେ କରେ ଉତ୍ତମ ବେଭାର

  38. Couplet 38

    ହୀନ ସଙ୍ଗତେ ହୀନ‌ଗତିହସି କ‌ହ‌ନ୍ତି ଯଦୁପ‌ତି

  39. Couplet 39

    ଉଦ୍ଧବ ଏକମନେ ଶୁଣବ୍ରାହ୍ମଣ ଆଦି ଯେ ଲକ୍ଷଣ

  40. Couplet 40

    ତପ ଶଉଚ ଶମ ଦମମୋର ଭକ‌ତି ଅନୁପଦ

  41. Couplet 41

    ସ‌ତ୍ୟ ସନ୍ତୋଷ କ୍ଷମା ଦୟାଆର୍ଜବ ହୃଦୟ ନିର୍ମାୟା

  42. Couplet 42

    ଏ ସର୍ବ ବ୍ରାହ୍ମଣ ଲକ୍ଷଣକ୍ଷତ୍ରିୟ ଧର୍ମ ଏବେ ଶୁଣ

  43. Couplet 43

    ତେଜ ଶଉଚ ବଳ ଶୌର୍ଯ୍ୟତିତିକ୍ଷା ଉଦ୍ୟମ ଔଦାର୍ଯ୍ୟ

  44. Couplet 44

    ବିପ୍ର ଭକ‌ତି ଧୃତିମନ୍ତବିକ୍ରମ ଅଇଶର୍ଯ୍ୟ ଯୁକ୍ତ

  45. Couplet 45

    ଦାନ ଅର୍ଜନେ ତ‌ତପରରଣେ ହୋଇବ ଆଗୁସାର

  46. Couplet 46

    କ୍ଷତ୍ରିୟ ଲ‌‌କ୍ଷଣ ଏ ଜାଣଅପରେ ବୈଶ୍ୟଗୁଣ ଶୁଣ

  47. Couplet 47

    ବିପ୍ରପୋଷଣ ଦାନ‌ଯୁକ୍ତଦମ୍ଭ ବର୍ଜିତ କୃଷିରତ

  48. Couplet 48

    କ୍ରୟ ବିକ୍ରୟ ସାଧୁମତେଧନସଞ୍ଚୟ ଧର୍ମ‌ଯୁକ୍ତେ

  49. Couplet 49

    ବୈଶ୍ୟର କୁଳଧର୍ମ ଏହିଏବେ ହୋ ଶୂଦ୍ରଧର୍ମ କ‌ହି

  50. Couplet 50

    ବ୍ରହ୍ମ କ୍ଷତ୍ରିୟ ବୈଶ୍ୟଗଣେସେବା କରିବ ଅନୁକ୍ଷଣେ

  51. Couplet 51

    ସକଳ ଜୀବେ ଥିବ ଦୟାକେବେହେଁ ନ କରିବ ମାୟା

  52. Couplet 52

    ଶୂଦ୍ରଜନର ଏ ବେଭାରଶୁଣ ହୀ‌‌ନ‌ଜନ ଆଚାର

  53. Couplet 53

    ଅସ‌ତ୍ୟ ବାକ୍ୟ ନିଷ୍ଠାହୀନନାସ୍ତିକ କ୍ରୋଧ ହତଜ୍ଞାନ

  54. Couplet 54

    ବିରୋଧ ବାଦ କୁବ‌ଚନକନ୍ଦଳ ଆଚାର ଲଂଘନ

  55. Couplet 55

    ପରହିଂସନ ପରବାଦପର ରମଣୀ ଧନେ ସଧ

  56. Couplet 56

    ନୀଚଜନଙ୍କ ଏ ସ୍ୱଭାବସାମାନ୍ୟ ଶୁଣ ହେ ଉଦ୍ଧବ

  57. Couplet 57

    ନ‌ଥିବ ହିଂସା ଚୋରି ଦମ୍ଭଆବର କାମ କ୍ରୋଧ ଲୋଭ

  58. Couplet 58

    ସ‌ତ୍ୟବଚନ ପ୍ରିୟବାଣୀଭୃତ୍ୟ ସୁହୃଦ ଯେତେ ପ୍ରାଣୀ

  59. Couplet 59

    ଏ ସର୍ବଲୋକେ ସାଧାରଣସ୍ୱଧର୍ମ ସ୍ୱଭାବ ପ୍ରମାଣ

  60. Couplet 60

    ବ୍ରାହ୍ମଣ ଆଦି ଯଥାକ୍ରମେଯେ ଥିବେ ଯେମନ୍ତ ଆଶ୍ରମେ

  61. Couplet 61

    ବ୍ରାହ୍ମଣ ଆଶ୍ରମ ବ୍ୟବସ୍ଥାଶୁଣ ଉଦ୍ଧବ ସାଧୁକ‌ଥା

  62. Couplet 62

    ବ୍ରାହ୍ମଣ କୁଳେ ଜନ୍ମ ହୋଇବେଦପଠନେ ଦୀକ୍ଷା ବ‌ହି

  63. Couplet 63

    ଗାୟତ୍ରୀମ‌ନ୍ତ୍ର ଗୁରୁମୁଖେଜାଣି ସେବିବ ଗୁରୁପାଖେ

  64. Couplet 64

    ବେଦପଠନ ଦିନେଦିନେକରିବ ଗୁରୁ ସନ୍ନିଧାନେ

  65. Couplet 65

    ତ୍ରିସଂଧ୍ୟା ସ୍ନାନ ହୋମ କରିତ୍ରିଦଣ୍ତ କମଣ୍ତଳୁ ଧରି

  66. Couplet 66

    କନ୍ଧେ କୃଷ୍ଣାଜିନ ମେଖଳାଅରୁଣ ବାସ ଅକ୍ଷମାଳା

  67. Couplet 67

    ମନ୍ତ୍ର ଜପନ ପୂଜା ହୋମମାର୍ଜନ ଭୋଜନ ନିୟମ

  68. Couplet 68

    ଏ ଆଦି କର୍ମ ବ୍ରହ୍ମଚାରୀକରିବ ମଉନ ଆଚରି

  69. Couplet 69

    କର ଚରଣ ‌ନଖ ଯେତେଯେ ଲୋମ କକ୍ଷ ଲିଙ୍ଗ‌ଗାତ୍ରେ

  70. Couplet 70

    ଦୀକ୍ଷା ସମ୍ପୂର୍ଣ୍ଣ ଯାଏ ଧରିକେବେହେଁ ବ୍ୟପନ ନ କରି

  71. Couplet 71

    ନିରତେ ଥିବ ଯେ ସଂଯତେବୀର୍ଯ୍ୟ ନ ଦେବ ଯୋନିପ‌ଥେ

  72. Couplet 72

    ଯଦ୍ୟପି ନିଦ୍ରାଗତ କାଳେସ୍ୱପ୍ନ ଗୋଚରେ ବୀର୍ଯ୍ୟ ଟଳେ

  73. Couplet 73

    ବେଗେ ପ୍ରଭାତୁ ସ୍ନାନ କରିହୃଦୟେ ଗାୟତ୍ରୀ ସୁମରି

  74. Couplet 74

    ଜପ କରିବ ହସ୍ତରେଖେଉଭାବି ରବି ଅଭିମୁଖେ

  75. Couplet 75

    ଗୁରୁଚରଣେ ନମସ୍କାରଯତ୍ନେ କରିବ ସ‌ପ୍ତବାର

  76. Couplet 76

    ଗୋରୁ ବ୍ରାହ୍ମଣ ବୃଦ୍ଧପାଦେବନ୍ଦନ କରିବ ଆନ‌ନ୍ଦେ

  77. Couplet 77

    ତ୍ରିସନ୍ଧ୍ୟା ସେବିବ ସ୍ନାହାନେଗାୟତ୍ରୀ ଜପିବ ମଉନେ

  78. Couplet 78

    ସାକ୍ଷାତେ ଗୁରୁ ଯେ ଈଶ୍ୱରଗୁରୁଙ୍କୁ ନ ମଣିବ ନର

  79. Couplet 79

    ଗୁରୁଟି ସର୍ବ ଦେବମୟେମୁହିଁ ବସଇ ଗୁରୁଦେହେ

  80. Couplet 80

    ଏ ଘେନି ଗୁରୁ ଭଗବାନସେ ନୋହେ ମନୁଷ୍ୟ ସମାନ

  81. Couplet 81

    ସ୍ୱଧର୍ମେ ନିରତେ ପ୍ରଭାତେଭିକ୍ଷା ମାଗିବ ନିତ୍ୟେ ନିତ୍ୟେ

  82. Couplet 82

    ଗୁରୁ ସମୀପେ ତାହା ନେଇଥୋଇବ ଶିରେ କର ଦେଇ

  83. Couplet 83

    ପ୍ରସନ୍ନେ ଗୁରୁ ଦେବେ ଯେତେତାହା ଭୁଞ୍ଜିବ ତୋଷଚିତ୍ତେ

  84. Couplet 84

    ଗୁରୁ ସେବନ ଅବଧାନେରଜନୀ ବଂଚିବ ମଉନେ

  85. Couplet 85

    ଗୁରୁ ସମୀପେ ଭୃତ୍ୟ ପ୍ରାୟେପ୍ରଥମେ ଥିବ ଉଭା ପାୟେ

  86. Couplet 86

    ଗୁରୁ ପ୍ରସନ୍ନେ ଆଜ୍ଞା ପାଇବସିବ ଗୁରୁମୁଖ ଚାହିଁ

  87. Couplet 87

    ସଭୟେ ସମୀପେ ବସିବଚରଣ ଅଗ୍ର ନ ଦିଶିବ

  88. Couplet 88

    ଅଳପ ଦୂରେ ଉଭା ହୋଇକର ଯୁଗଳ ଶିରେ ଦେଇ

  89. Couplet 89

    ନିତ୍ୟେ ନମିବ ଗୁରୁପାଦେବେଦପଠନ ଅନୁବାଦେ

  90. Couplet 90

    ଏ ରୂପେ ଗୁରୁସେବା କରିଦିନ ବଞ୍ଚିବ ବ୍ରହ୍ମଚାରୀ

  91. Couplet 91

    ଏ ଦେହସୁଖ ଦିନେ ଦିନେକେବେହେଁ ନ ଚିନ୍ତିବ ମନେ

  92. Couplet 92

    ଯାବତ ବିଦ୍ୟାପୂର୍ଣ୍ଣ ନୋହେତାବତ ଗୁରୁଦୀକ୍ଷା ବ‌ହେ

  93. Couplet 93

    ମନ ବଚନ ନିଜ ଦେହେନିତ୍ୟେ ସେବିବ ଗୁରୁପ୍ରାୟେ

  94. Couplet 94

    ମୋତେ ପୂଜିବ ଗୁରୁଦେହେମୋ' ତ‌ହୁଁ ଗୁରୁ ଭିନ୍ନ ନୋହେ

  95. Couplet 95

    ଯଦି ସେ ବ୍ରହ୍ମଚାରୀ ଜନବ୍ରହ୍ମଲୋକ‌କୁ ଥିବ ମନ

  96. Couplet 96

    ଗୁରୁଙ୍କ ଦେହ ସମର୍ପଣକରି ଶୁଝିବ ଗୁରୁଋଣ

  97. Couplet 97

    ଅଗ୍ନିରେ ଗୁରୁରେ ଆତ୍ମାରେମୁଁ ଅଛି ସକଳ ଭୂତରେ

  98. Couplet 98

    ମୋତେ କରିବ ଉପାସନବୁଦ୍ଧି ନ କରି ଭିନ୍ନାଭିନ୍ନ

  99. Couplet 99

    ନିତ୍ୟେ ସଂଯତ ବ୍ରହ୍ମଚାରୀନୟନେ ନ ଦେଖିବ ନାରୀ

  100. Couplet 100

    ସ୍ତ୍ରୀସଙ୍ଗୀ ସଙ୍ଗେ ସମ୍ଭାଷଣକେବେହେଁ ନୋହିବଟି ପୁଣ

  101. Couplet 101

    ତମ ରାଜସ ପ୍ରାଣି ଯେତେସଙ୍ଗ ନୋହିବ କଦାଚିତେ

  102. Couplet 102

    ଯେଣୁ ଏ ଦୁଷ୍ଟଗଣ ସଙ୍ଗକ‌ରଇ ନିଜଧର୍ମ ଭଙ୍ଗ

  103. Couplet 103

    ଶଉଚ ସ୍ନାନ ଆଚମନତ୍ରିକାଳ ସନ୍ଧ୍ୟା ଉପାସନ

  104. Couplet 104

    ତୀର୍ଥଗମନ ଜପ ହୋମଶ୍ରବଣ କୀର୍ତ୍ତନ ମୋ' ନାମ

  105. Couplet 105

    ମୋ'ର ଚରଣ ସେବା ଯେତେସଂଯତେ କରିବ ନିରତେ

  106. Couplet 106

    ଅସାଧୁ ସଙ୍ଗେ ସମ୍ଭାଷଣଯେ ଅବା ଅଭକ୍ଷ୍ୟ ଭକ୍ଷଣ

  107. Couplet 107

    ଏ ଆଦି ଧର୍ମର ଲଂଘନେକେବେହେଁ ନ ଚିନ୍ତିବ ମନେ

  108. Couplet 108

    ସମାନ ଧର୍ମ ଆଚରଣଏ ଆଦି ଆଶ୍ରମ ଲକ୍ଷଣ

  109. Couplet 109

    ସଂଯମେ ମନ‌ବାକ୍ୟ ଧରିଏତେ ଲକ୍ଷଣେ ବ୍ରହ୍ମଚାରୀ

  110. Couplet 110

    ମୋର ଚରଣ ସେବାକରିସକଳ ବର୍ଣ୍ଣେ ଅଧିକାରୀ

  111. Couplet 111

    ଏ ରୂପେ ବ୍ରାହ୍ମଣର ସୁତସାଧିବ ବ୍ରହ୍ମଚାରୀ ବ୍ରତ

  112. Couplet 112

    ଏମନ୍ତ ବ୍ରତେ ବ୍ରହ୍ମଚାରୀବିରାଜେ ଅଗ୍ନିରୂପ ଧରି

  113. Couplet 113

    ମୋର ଭକ‌ତ ଏ ଶୟଳେମୋ' ସେବା ତୀର୍ଥ ତପ‌ଫଳେ

  114. Couplet 114

    ତା'ର ଦୁରିତ ଯେତେ ଦେହେମୋ'ନାମେ ଅଗ୍ନିକୁଣ୍ତେ ଦ‌ହେ

  115. Couplet 115

    ଏମନ୍ତ ବ୍ରତେ ବ୍ରହ୍ମଚାରୀଯଦି ସକଳ ବେଦ ଧରି

  116. Couplet 116

    ତାତ ଜନନୀଙ୍କି ଜଣାଇଦକ୍ଷିଣା ଗୁରୁପାଦେ ଦେଇ

  117. Couplet 117

    ଗୁରୁବଚନ ଶିରେ ଧରିବେଦ ଉତ୍ସର୍ଗେ ସ୍ନାନ କରି

  118. Couplet 118

    ଛାଡ଼ିବ ବ୍ରହ୍ମଚାରୀ ବେଶବନେ ବା ଭୁବନେ ପ୍ରବେଶ

  119. Couplet 119

    ଏମନ୍ତେ ନିଜଭାବେ ଥିବଯେ ପୂର୍ବ ଆଶ୍ରମ ସ୍ୱଭାବ

  120. Couplet 120

    ଅନ୍ୟ ଆଶ୍ରମ ଯେବେ ଭଜିପୂର୍ବ ଆଶ୍ରମ ତେବେ ତେଜି

  121. Couplet 121

    ଯେବେ ବ୍ରାହ୍ମଣ ବ୍ରହ୍ମଚାରୀଗୃହ ଆଶ୍ରମେ ଚିତ୍ତ ଧରି

  122. Couplet 122

    ବିଚାରି କନ୍ୟା କୁଳବତୀରୂପ ଲକ୍ଷଣ ତାର ଚିନ୍ତି

  123. Couplet 123

    ବୟଃ ଆକୃତି ପରିମାଣିକନ୍ୟା ବରିବ ସୁଲକ୍ଷଣୀ

  124. Couplet 124

    ବିବାହ କରି ଶୁଭଲଗ୍ନେଯେ ବେଦ ବିଧାନ ପ୍ରମାଣେ

  125. Couplet 125

    ସୁଖେ ସାଧିବ ଗୃହବାସେକାମ କାଞ୍ଚନ ପୁତ୍ର ଆଶେ

  126. Couplet 126

    ଯେ ଧର୍ମ ଗୃହସ୍ଥ କାରଣଉଦ୍ଧବ ସାବଧାନେ ଶୁଣ

  127. Couplet 127

    ବ୍ରାହ୍ମଣ କୁଳଧର୍ମ ଯେତେଶୁଣ କ‌ହିବା ତୋ ଅଗ୍ରତେ

  128. Couplet 128

    ବେଦାଧ୍ୟୟନ ଅଧ୍ୟାପନଗ୍ରହଣ ଯଜନ ଯାଜନ

  129. Couplet 129

    ଦାନ ହିଁ ଦେଉଥିବ ନିତ୍ୟେଲୋଭ ନ କରି ଶୁଦ୍ଧଚିତ୍ତେ

  130. Couplet 130

    ଗୃହେ ହୋଇବ ସର୍ବସ‌ହଯେ ନୀଚକର୍ମ ପ୍ରତିଗ୍ରହ

  131. Couplet 131

    କେବେହେଁ ନ ଘେନିବ କରନାଶଇ ଇ‌ହ ପରକାଳ

  132. Couplet 132

    ଯେ ଅବା ଦୁଷ୍ଟ ପ୍ରତିଗ୍ରହଉଭୟ ଲୋକେ ଦୁଃଖମୟ

  133. Couplet 133

    ଯେ ପ୍ରତିଗ୍ରହ ଭୟଙ୍କରଯଶ ତପସ୍ୟା ତେଜ‌ହର

  134. Couplet 134

    ସେ ପ୍ରତିଗ୍ରହ ନ କରିବଦୁଃଖେ ବା କୁଟୁମ୍ବ ପୋଷିବ

  135. Couplet 135

    ନିତ୍ୟେ ଯାଜନ ଅଧ୍ୟାପନେବଞ୍ଚିବ କିଞ୍ଚିତ ଭୋଜନେ

  136. Couplet 136

    ଯେ ଧର୍ମକର୍ମ ବିପରୀତେକେବେହେଁ ନ କଳ୍ପିବ ଚିତ୍ତେ

  137. Couplet 137

    ଚିତ୍ତ ସନ୍ତୋଷ ଯଥାଲାଭେନିତ୍ୟେ ବଂଚିବ ମୋର ଭାବେ

  138. Couplet 138

    ଯେ ବିପ୍ର ହରି ପରାୟଣେଗୃହେ ବସଇ ସାଧୁପଣେ

  139. Couplet 139

    ନିତ୍ୟେ କରଇ ମୋତେ ଧ୍ୟାନସେ ନୋହେ ନରକେ ପ‌ତନ

  140. Couplet 140

    ସେ ଗୃହ ଅନ୍ଧକୂପୂଁ ତରେଆତ୍ମାକୁ ଆପଣେ ନିସ୍ତାରେ

  141. Couplet 141

    ଯେ ଅବା ପୂର୍ବକର୍ମ ଦୋଷେଦୁଃଖୀ ଦରିଦ୍ର ଗୃହବାସେ

  142. Couplet 142

    ମୋହରେ ପରାୟଣ ହୋଇଯେ ବିପ୍ର ଦୁଃଖେ ଶୀର୍ଣ୍ଣ ହୋଇ

  143. Couplet 143

    ଏମ‌ନ୍ତ ବିପ୍ରଦୁଃଖ ଚାହିଁଯେ ଅବା ଚିତ୍ତେ ଦୟାବ‌ହି

  144. Couplet 144

    ବିପ୍ରପୋଷଣ କରେ ନିତ୍ୟେମୁଁ ଥାଇଁ ତାହାର ଅଗ୍ରତେ

  145. Couplet 145

    ବ୍ରାହ୍ମଣମୁଖେ ମୋ' ଆହାରବିପଦ ଖଣ୍ତଇ ତାହାର

  146. Couplet 146

    ସମୁଦ୍ର ମଧ୍ୟେ ନାବ ଯେହ୍ନେପ୍ରାଣୀଙ୍କି ତାରଇ ଯେସନେ

  147. Couplet 147

    ପିତାର ପ୍ରାୟେ ହୋଇ ରାଜାବିପଦ ମଧ୍ୟୁ ସର୍ବପ୍ରଜା

  148. Couplet 148

    ଜନଙ୍କୁ କରିବ ଉଦ୍ଧାରଯେଣୁ ବୋଲାଏ ନରେଶ୍ୱର

  149. Couplet 149

    ଆପଣା ଆତ୍ମାକୁ ଆପଣେଉଦ୍ଧାର କରେ ସ‌ତ୍ତ୍ୱଗୁଣେ

  150. Couplet 150

    ଯେସନେ ଗଜର ବିପ‌ତ୍ତିଦେଖି ଉଦ୍ଧରେ ଗଜପ‌ତି

  151. Couplet 151

    ଯେ ରାଜା ଏମନ୍ତ ପ୍ରକାରଅଶୁଭ ନାଶେ ଆପଣାର

  152. Couplet 152

    ସୂର୍ଯ୍ୟସମାନ ତେଜ ରାଶିଏମନ୍ତ ବିମାନରେ ବସି

  153. Couplet 153

    ହରଷ ହୋଇ ନିରନ୍ତରେରହଇ ଇନ୍ଦ୍ରର ସଙ୍ଗରେ

  154. Couplet 154

    ଏମନ୍ତେ ବ୍ରାହ୍ମଣ ବଞ୍ଚିବଯଦ୍ୟପି ବିପଦ ପଡ଼ିବ

  155. Couplet 155

    ତେବେ ବଞ୍ଚିବ ବୈଶ୍ୟମତେକୃଷି ବାଣିଜ୍ୟ ବେନିପ‌ଥେ

  156. Couplet 156

    ଅଥବା ଶସ୍ତ୍ର ଧରି କରେବଞ୍ଚିବ ପଦାତି ପ୍ରକାରେ

  157. Couplet 157

    ହିଂସା ନ ବ‌ହି ହୃଦୟରେବିଅର୍ଥେ ନ ନାଶିବ ପରେ

  158. Couplet 158

    କ୍ଷତ୍ରିୟବୃତ୍ତି କରି ଅବାକେବେହେଁ ନ କରିବ ସେବା

  159. Couplet 159

    ଏମନ୍ତେ ବିପଦ ବଞ୍ଚିବଶୁଭେ ଯେ ନିଜଧର୍ମେ ଥିବ

  160. Couplet 160

    ବିପଦେ ବୈଶ୍ୟବୃତ୍ତି ଧରିକ୍ଷତ୍ରିୟ କୁଟୁମ୍ବ ଆବୋରି

  161. Couplet 161

    ବଞ୍ଚିବ ଅବା ମୃଗୟାରେନୋହିଲେ ବ୍ରାହ୍ମଣ ବୃତ୍ତିରେ

  162. Couplet 162

    ଆପଦୁଁ ତରି କାଳକ୍ରମେକ୍ଷତ୍ରିୟ ଥିବ ନିଜଧର୍ମେ

  163. Couplet 163

    ଏମନ୍ତେ ବିପଦୁଁ ବଞ୍ଚିବନୀଚକୁ ସେବା ନ କରିବ

  164. Couplet 164

    ବିପଦେ ବୈଶ୍ୟ ଶୂଦ୍ରପ୍ରାୟେକୁଟୁମ୍ବ ତାରିବ ଉପାୟେ

  165. Couplet 165

    ବିପଦେ ଶୂଦ୍ର ତା'ର କର୍ମେବଞ୍ଚିବ ନିଜଗୁଣ ଧର୍ମେ

  166. Couplet 166

    ଏମନ୍ତେ ବର୍ଣ୍ଣ-ଧର୍ମ-ପ‌ଥେକ‌ହିଲି ତୋହର ଅଗ୍ରତେ

  167. Couplet 167

    ଅବଶ୍ୟ କର୍ତ୍ତବ୍ୟ ଏ ଜାଣଗୃହରେ ପଞ୍ଚ‌ଯଜ୍ଞ ପୁଣ

  168. Couplet 168

    କରିବ ବେଦ ଅଧ୍ୟୟନସ୍ୱଧା ଯେ ସ୍ୱାହା ବଳି ଅନ୍ନ

  169. Couplet 169

    ଏ ଆଦି ପଞ୍ଚମ ପ୍ରକାରେଯଥା ବିଭବ ଅନୁସାରେ

  170. Couplet 170

    ଦେବତା ଋଷି ପିତୃଭୂତଅତିଥିମାନଙ୍କୁ ଉଚିତ

  171. Couplet 171

    ପୂଜା କରିବ ପ୍ରତିଦିନେମୋ' ରୂପ ଅଟନ୍ତି ଏମାନେ

  172. Couplet 172

    ଧର୍ମେ ଯେ ଧନ ଅରଜିବଯେ ଅବା ହେଳେ ମିଳିଯିବ

  173. Couplet 173

    ତ‌ହିଁରେ ଯଜ୍ଞ ଆଚରିବଭୃତ୍ୟଙ୍କୁ ପୀଡ଼ା ନ କରିବ

  174. Couplet 174

    ଏ ଭାବେ ଗୃହଧର୍ମ ମତଚିତ୍ତ ନ କରି ମୋହଗ୍ରସ୍ଥ

  175. Couplet 175

    ଗୃହରେ ବିପଦ-ସମ୍ପଦେକୁଳ-କାଞ୍ଚନ-ବନ୍ଧୁ-ମଦେ

  176. Couplet 176

    ମୋହେ ନୋହିବ ମନ ଛନ୍ନଏ ସର୍ବ ନଶ୍ୱର ସମାନ

  177. Couplet 177

    ଭାବେ ଜାଣିବ ଶୁଣି ଦେଖିଇଚ୍ଛାଏ ସକଳ ଉପେକ୍ଷି

  178. Couplet 178

    ଏ ସୁତ-ଦାରା-ବନ୍ଧୁ ସଙ୍ଗଯେସନେ ସମୁଦ୍ର ତରଙ୍ଗ

  179. Couplet 179

    ପ‌ଥିକ ଯେହ୍ନେ ବୃକ୍ଷତଳେଶ୍ରମେ ମିଳନ୍ତି ଏକମେଳେ

  180. Couplet 180

    ଶ୍ରମ ସାରିଲେ ଯେଝାମତେଚଳନ୍ତି ବୃକ୍ଷଥାଇ ପ‌ଥେ

  181. Couplet 181

    ଯେସନେ ପ୍ରାଣୀ ନିଦ୍ରାଗତେସମ୍ପଦ ଦେଖେ ସ୍ୱପ୍ନମତେ

  182. Couplet 182

    ଏହି ପ୍ରକାରେ ଗୃହବାସଏଣେ ନ କରିବ ବିଶ୍ୱାସ

  183. Couplet 183

    ଏହା ତୁ ବୁଝି ଯଦୁବୀରଚଞ୍ଚଳ ଚିତ୍ତ ସ୍ଥିର କର

  184. Couplet 184

    ଅନିତ୍ୟ ଅସ‌ତ୍ୟ ଶରୀରଅନ୍ତେ ଲଭଇ ତମଘୋର

  185. Couplet 185

    ଏଣୁ ଅତିଥି ପ୍ରାୟ ହୋଇମୋର ଭକ‌ତ ଗୃହେ ଥାଇ

  186. Couplet 186

    ପୁତ୍ର କଳତ୍ର ବନ୍ଧୁ ଶିରୀନ ବୋଲେ ମୋହରି ମୋହରି

  187. Couplet 187

    ଦଇବ ମାୟା ଏ ସଂସାରଏଣେ ନ କର ଅହ‌ଙ୍କାର

  188. Couplet 188

    ଏ ଭାବେ ଥାଏ ଯେଉଁଜନସେ ନୋହେ ଗୃହରେ ବନ୍ଧନ

  189. Couplet 189

    ଏମ‌ନ୍ତେ ଗୃହ-ଅବଧାନେଧର୍ମ ସାଧିବ ଯଜ୍ଞଦାନେ

  190. Couplet 190

    ମୋର ଭକ‌ତି ଦିନେଦିନେସାଧିବ ହୃଦୟ ଯତନେ

  191. Couplet 191

    ଗୃହସ୍ଥଭାବେ ଏହିମତେଭାବେ ବଞ୍ଚିବ ଦିନାକେତେ

  192. Couplet 192

    ବୟସ-ତୃତୀୟ ପ୍ରାପ‌ତେବନେ ଚଳିବ ତପଅର୍ଥେ

  193. Couplet 193

    ପ‌ତ୍ନୀ ନିବେଶି ପୁତ୍ରପାଶେଅଥବା ଚଳିବ ସନ୍ନ୍ୟାସେ

  194. Couplet 194

    ପୁତ୍ର ନ ଥିଲେ ଘେନି ସଙ୍ଗେନିଜ ଆୟୁଷ ବେନିଭାଗେ

  195. Couplet 195

    ଧର୍ମ କରଣେ କର୍ମ ଯେତେବନେ ସାଧିବ ଯେଝାମତେ

  196. Couplet 196

    ଗୃହ ନିର୍ବନ୍ଧ ଯାର ମନେଆକୁଳ ସୁତ-ଦାରା-ଧନେ

  197. Couplet 197

    ମୂଢ଼ କୃପଣ ସ୍ତିରୀଯୁତମୁହିଁ ମୋହର ଏ ସମସ୍ତ

  198. Couplet 198

    ଏଣୁ ବଞ୍ଚଇ ଗୃହବାସେଅଶାନ୍ତ ଇନ୍ଦ୍ରିୟ ଲାଳସେ

  199. Couplet 199

    କୁଟୁମ୍ବ-ନିସ୍ତାରଣ ଆଶେଭାଳଇ ରଜନୀ ଦିବସେ

  200. Couplet 200

    ବୃଦ୍ଧ ଜନ‌ନୀ ତାତ ମୋରବନିତା ବାଳକ କୁମର

  201. Couplet 201

    କି ରୂପେ ନିସ୍ତାରିବି ମୁହିଁଏଣେ ଆକୁଳ ମନ ହୋଇ

  202. Couplet 202

    କ୍ଷଣେ ନ ପାରେ ଗୃହ ଛାଡ଼ିନିରତେ ଚିନ୍ତା ଚିତ୍ତେ ଜଡ଼ି

  203. Couplet 203

    ଦାରା ତନୟ ନିତ୍ୟେ ଚିନ୍ତିଗୃହେ ମଜ୍ଜଇ ମୂଢ଼ମତି

  204. Couplet 204

    ଅନ୍ତେ ପଡ଼ଇ ତମ ଘୋରେଭ୍ରମଇଁ ଏ ଘୋର ସଂସାରେ

  205. Couplet 205

    ଗୃହ କରଣ ବର୍ଣ୍ଣଭାବଊଦ୍ଧବ କ‌ହିଲେ ମାଧବ

  206. Couplet 206

    ସେ ଗୁରୁଶିଷ୍ୟ ପାଦଗତନମଇଁ ଦାସ ଜଗନ୍ନାଥ

Odia Bhagabata skandha 11 adhyaya 18 | Parbani by ParibhaAsha App