Skandha 11
Adhyaya 17
Couplet 1
ଉଦ୍ଧବ କୃଷ୍ଣବିଦ୍ୟମାନେବୋଲଇ ବିନୟ ବଚନେ
Couplet 2
ଭୋ ନାଥ ପ୍ରଭୁ ଭଗବାନତୁମ୍ଭେ ଅନାଦି ନିରଞ୍ଜନ
Couplet 3
ପରମବ୍ରହ୍ମ ତୋ' ମହିମାକେ ଜାଣିପାରେ ଗୁଣସୀମା
Couplet 4
ବିଶ୍ୱ ଉତ୍ପତ୍ତି ସ୍ଥିତି ନାଶତୋହର ଚରଣୁଁ ପ୍ରକାଶ
Couplet 5
ସକଳଭୂତେ ତୋ'ର ସ୍ଥିତିତୁ ନାଥ ତ୍ରିଭୁବନପତି
Couplet 6
ଭକତି କରି ତୋ' ଚରଣେସଂସାରେ ମହଋଷିଗଣେ
Couplet 7
ତୋ' ପାଦପଦ୍ମ ଯେତେ ସ୍ଥାନେଭଜନ୍ତି ଭକ୍ତି ଅନୁମାନେ
Couplet 8
ସେ କଥା କହ ଭଗବାନସଂଶୟ କର ମୋ' ଛେଦନ
Couplet 9
ତୁ ଆତ୍ମା ସର୍ବଭୂତେ ପୂରିବସୁ ଗୁପତରୂପ ଧରି
Couplet 10
ସକଳ ଦେଖୁ ତୁ ନୟନେତୋତେ ନ ଦେଖେ କେହି ଜଣେ
Couplet 11
ବୋଲନ୍ତି କମଳାର ବରଶୁଣ ହେ ଭକତଶେଖର
Couplet 12
କୁରୁପାଣ୍ତବେ ମହାଘୋରଯେ କାଳେ ହୋଇଲା ସମର
Couplet 13
ଉଭୟ ବଳ ମଧ୍ୟେ ମୁହିଁସ୍ଥାପିଲି ନନ୍ଦିଘୋଷ ନେଇ
Couplet 14
ଅର୍ଜୁନ ବନ୍ଧୁବର୍ଗ ଦେଖିବସିଲା ସମର ଉପେକ୍ଷି
Couplet 15
ମୁଁ ତେବେ ଅର୍ଜୁନେ ବୁଝାଇଅନେକ ଉପଦେଶ ଦେଇ
Couplet 16
ଜ୍ଞାନେ ମୋହିଲି ତା'ର ମନମୋତେ ପଚାରିଲା ଅର୍ଜୁନ
Couplet 17
ତିନି ଭୁବନେ ମୋ' ବିଭୂତିଯହିଁ ବା ଯେଉଁରୂପେ ସ୍ଥିତି
Couplet 18
ମୋର ବିଭୂତି ରଣମଧ୍ୟେପ୍ରଧାନେ କହିଲି ଆନନ୍ଦେ
Couplet 19
ଏବେ କହିବି ତୋତେ ମୁହିଁଯହିଁ ଯେମନ୍ତ ରୂପେ ଥାଇ
Couplet 20
ତୋହର ମାୟାରେ ଜଗତଅଜ୍ଞାନ ନିଦ୍ରାରେ ମୋହିତ
Couplet 21
ଏ ତିନିପୁରେ ତୋ' ବିଭୂତିଯହିଁ ବା ଯେଉଁରୂପେ ସ୍ଥିତି
Couplet 22
ଭକତି କରି ତୋ' ଚରଣେସଂସାରୁ ତରିଗଲେ ଜନେ
Couplet 23
ସକଳ କହ ନାଥ ମୋତେନମଇଁ ତୋର ପାଦଗତେ
Couplet 24
ତୋ' ପାଦ ସର୍ବତୀର୍ଥ ସ୍ଥାନନମଇଁ ପ୍ରଭୁ ଭଗବାନ
Couplet 25
ଏମନ୍ତ ଶୁଣି ବ୍ରହ୍ମରାଶିଉଦ୍ଧବମୁଖ ଚାହିଁ ହସି
Couplet 26
ସକଳଭୂତେ ବାସ ମୋରମୁଁ ଆତ୍ମା ସୁହୃଦ ଈଶ୍ୱର
Couplet 27
ସକଳ ଭୂତମୟ ବ୍ରହ୍ମପ୍ରକୃତି ପୁରୁଷ ପରମ
Couplet 28
ମୋହର ତହୁଁ ସୃଷ୍ଟି ଜାତମୁହିଁ ସେ ପାଳଇ ଜଗତ
Couplet 29
ମୁହିଁ ସଂସାର ଗତି ପତିକାଳ ସଂହାରଣେ ଶକତି
Couplet 30
ମୁହିଁ ସେ ସତ୍ତ୍ୱ ରଜ ତମପ୍ରକୃତି ପୁରୁଷ ଉତ୍ତମ
Couplet 31
ମୁହିଁ ମହତ ଅହଙ୍କାରସକକ ଜୀବ ମୋକ୍ଷସାର
Couplet 32
ଦୁର୍ଜୟ ମଧ୍ୟେ ମନ ମୁହିଁବେଦେ ହିରଣ୍ୟଗର୍ଭ ହୋଇ
Couplet 33
ସକଳ ମନ୍ତ୍ର ମଧ୍ୟେ ସାରତ୍ରିଧାମ ବ୍ରହ୍ମ ମୁଁ ଓଁକାର
Couplet 34
ଅକାର ଅକ୍ଷରଙ୍କ ମଧ୍ୟେଗାୟତ୍ରୀଛନ୍ଦ ବେଦବାଦେ
Couplet 35
ଦେବଙ୍କ ମଧ୍ୟେ ଇନ୍ଦ୍ର ମୁହିଁବସୁଙ୍କ ମଧ୍ୟେ ଅଗ୍ନି ହୋଇ
Couplet 36
ବିଷ୍ଣୁ ମୁଁ ଆଦିତ୍ୟ ମଧ୍ୟରେନୀଳଲୋହିତ ରୁଦ୍ରଙ୍କରେ
Couplet 37
ବ୍ରହ୍ମଋଷିରେ ଭୃଗୁ ମୁହିଁରାଜଋଷିରେ ମନୁ ହୋଇ
Couplet 38
ଅମରଋଷିଙ୍କର ମଧ୍ୟେମୁହିଁ ନାରଦ ବେଦବାଦେ
Couplet 39
ମୁଁ କାମଧେନୁ ଧେନୁମଧ୍ୟେମୁହିଁ କପିଳ ସିଦ୍ଧବୃନ୍ଦେ
Couplet 40
ପକ୍ଷୀଙ୍କ ମଧ୍ୟେ ଖଗେଶ୍ୱରମୁଁ ଦକ୍ଷପ୍ରଜାପତି ସାର
Couplet 41
ପିତୃଗଣଙ୍କ ମଧ୍ୟେ ବରଅର୍ଯ୍ୟମା ନାମଟି ମୋହର
Couplet 42
ପ୍ରହ୍ଲାଦ ଦୈତ୍ୟମଧ୍ୟେ ମୁହିଁମନୁଷ୍ୟେ ନୃପତି ବୋଲାଇ
Couplet 43
ଯକ୍ଷଙ୍କ ମଧ୍ୟେ ମୁଁ କୁବେରଅଇରାବତ ଗଜସାର
Couplet 44
ଜଳଚରଙ୍କ ମଧ୍ୟେ ଜାଣଉଦ୍ଧବ ମୁହିଁଟି ବରୁଣ
Couplet 45
ତେଜସ୍ୱୀ ମଧ୍ୟେ ରବି ମୁହିଁନକ୍ଷତ୍ର ମଧ୍ୟେ ଚନ୍ଦ୍ର ହୋଇ
Couplet 46
ଅଶ୍ୱଙ୍କ ମଧ୍ୟେ ମୁଁ ପ୍ରଧାନମୋହର ଉଚ୍ଚୈଃଶ୍ରବା ନାମ
Couplet 47
ଧାତୁଙ୍କ ମଧ୍ୟେ ମୁଁ ସୁବର୍ଣ୍ଣସଂଯମକର୍ତ୍ତା ମଧ୍ୟେ ଯମ
Couplet 48
ସର୍ପଙ୍କ ମଧ୍ୟେ ମୁଁ ବାସୁକିଅନନ୍ତ ନାଗଗଣେ ଲେଖି
Couplet 49
ମୃଗଙ୍କ ମଧ୍ୟେ ସିଂହ ମୁହିଁଆଶ୍ରମେ ସନ୍ୟାସ ବୋଲାଇ
Couplet 50
ମୁଁ ବିପ୍ର ଚାରିବର୍ଣ୍ଣପତିତୀର୍ଥଙ୍କ ମଧ୍ୟେ ଭାଗୀରଥୀ
Couplet 51
ତଡ଼ାଗ ମଧ୍ୟେ ସିନ୍ଧୁ ମୁହିଁଶସ୍ତ୍ରଙ୍କ ମଧ୍ୟେ ଧନୁ ହୋଇ
Couplet 52
ଧାନୁକୀ ମଧ୍ୟେ ମୁହିଁ ହରପର୍ବତେ ମେରୁ ମହୀଧର
Couplet 53
ଗହନ ମଧ୍ୟେ ହିମଗିରିବୃକ୍ଷେ ଅଶ୍ୱତ୍ଥ ରୂପ ଧରି
Couplet 54
ଶସ୍ୟଙ୍କ ମଧ୍ୟେ ଧାନ୍ୟ ମୁହିଁଆଚାର୍ଯ୍ୟେ ବଶିଷ୍ଠ ବୋଲାଇ
Couplet 55
ମୁଁ ବୃହସ୍ପତି ବ୍ରହ୍ମବାଦେକୁମାର ଦେବସେନା ମଧ୍ୟେ
Couplet 56
ଅଗ୍ରଣୀମାନଙ୍କ ମଧ୍ୟରେବ୍ରହ୍ମା ମୁଁ ବୋଲାଇ ବେଭାରେ
Couplet 57
ଯଜ୍ଞମାନଙ୍କ ମଧ୍ୟେ ପୁଣମୁଁ ବ୍ରହ୍ମଯଜ୍ଞ ବୋଲି ଜାଣ
Couplet 58
ବ୍ରତମାନଙ୍କ ମଧ୍ୟେ ମୁହିଁଅହିଂସା ବୋଲି ଜାଣ ତୁହି
Couplet 59
ପବନ ଅଗ୍ନି ଅର୍କ ଜଳବଚନ ଆତ୍ମା ଯେ ନିର୍ମଳ
Couplet 60
କରନ୍ତି ଯେତେ ମଧ୍ୟେ ଥାଇସକଳେ ଶୁଚି ମୁଁ କରଇ
Couplet 61
ଯୋଗଙ୍କ ମଧ୍ୟେ ମୁଁ ସମାଧିଜିଣିବା ଲୋକେ ମନ୍ତ୍ରବିଧି
Couplet 62
କୁଶଳମାନଙ୍କରେ ମୁହିଁଆତ୍ମା ବିବେକ ବିଦ୍ୟା ହୋଇ
Couplet 63
ମୁଁ ଶତରୂପା ନାରୀଙ୍କରେମୁଁ ସ୍ୱାୟମ୍ଭୁବ ପୁରୁଷରେ
Couplet 64
ମୁନିଙ୍କ ମଧ୍ୟେ ସାଧୁଗୁଣମୁହଁଟି ନରନାରାୟଣ
Couplet 65
ମୁଁ ପୁଣି ବ୍ରହ୍ମଚାରୀଙ୍କରମଧ୍ୟରେ ସନତ କୁମାର
Couplet 66
ଧର୍ମମାନଙ୍କ ମଧ୍ୟେ ପୁଣସନ୍ୟାସଧର୍ମ ବୋଲି ଜାଣ
Couplet 67
ଅଭୟସ୍ଥାନ ମାନଙ୍କରେଅନ୍ତର ନିଷ୍ଠା ମୁଁ ବେଭାରେ
Couplet 68
ମୁଁ ସତ୍ୟ ଗୁହ୍ୟଗୁଣ ମଧ୍ୟେବତ୍ସର କାଳ ଯୁଗବାଦେ
Couplet 69
ଋତୁଙ୍କ ମଧ୍ୟେ ମୁଁ ବସନ୍ତଅଗ୍ରହାୟଣ ମାସନାଥ
Couplet 70
ନକ୍ଷତ୍ର ମଧ୍ୟେ ଅଭିଜିତଯୁଗଙ୍କ ମଧ୍ୟେ ଯୁଗସତ୍ୟ
Couplet 71
ଧୀରଙ୍କ ମଧ୍ୟେ ମୁଁ ଦେବଳବ୍ୟାସେ ମୁଁ ସତ୍ୟବତୀବାଳ
Couplet 72
କବିଙ୍କ ମଧ୍ୟେ ଶୁକ୍ର ମୁହିଁମୋ' ରୂପ ଭକ୍ତ ମଧ୍ୟେ ତୁହି
Couplet 73
ବାନର ମଧ୍ୟେ ହନୁମାନମୁଁ ବିଦ୍ୟାଧରେ ସୁଦର୍ଶନ
Couplet 74
ସୁନ୍ଦର ମଧ୍ୟେ ପଦ୍ମକୋଷମୁଁ ତୃଣମାନଙ୍କରେ କୁଶ
Couplet 75
ହବିଙ୍କ ମଧ୍ୟେ ଗବ୍ୟଘୃତରତ୍ନେ ମୁଁ ପଦ୍ମରାଗ ଖ୍ୟାତ
Couplet 76
ବ୍ୟବସାୟୀଙ୍କ ଲକ୍ଷ୍ମୀ ମୁହିଁକପଟ ମଧ୍ୟେ ଦ୍ୟୂତ ହୋଇ
Couplet 77
ସତ୍ତ୍ୱ ମୁଁ ଜାଣ ସତ୍ତ୍ୱବନ୍ତେଇନ୍ଦ୍ରିୟ ବଳ ବଳବନ୍ତେ
Couplet 78
ସେ ପୁଣି ଭାଗବତ ଜନମୁଁ ତା'ଙ୍କ ଭକ୍ତିକର୍ମମାନ
Couplet 79
ବାସୁଦେବ ଯେ ସଙ୍କର୍ଷଣପ୍ରଦ୍ୟୁମ୍ନ ଅନିରୁଦ୍ଧ ପୁଣ
Couplet 80
ନାରାୟଣ କୋଳ ନୃସିଂହଯେ ହୟଗ୍ରୀବ ପିତାମହ
Couplet 81
ଏ ନବମୂର୍ତ୍ତି ଆଦିଦେବମୁଁ ବାସୁଦେବ ହେ ଉଦ୍ଧବ
Couplet 82
ଗନ୍ଧର୍ବେ ବିଶ୍ୱାବସୁ ଖ୍ୟାତିଅପ୍ସରା ମଧ୍ୟେ ପୂର୍ବଚିତ୍ତି
Couplet 83
ପର୍ବତ ମଧ୍ୟେ ସ୍ଥିରଭାବଭୂମିର ଗନ୍ଧ ମୁଁ ଉଦ୍ଧବ
Couplet 84
ପରମ ରସ ଭୂମିରସେଶବଦ ସଂଗ୍ରହ ଆକାଶେ
Couplet 85
ପ୍ରଭା ମୁଁ ରବିଶଶାଙ୍କରତେଜସ୍ୱୀ ମଧ୍ୟେ ଦିବାକର
Couplet 86
ମୁଁ ଦାତା ବଳିନୃପମଣିଅର୍ଜୁନ ବୀରମଧ୍ୟେ ଗଣି
Couplet 87
ପ୍ରାଣୀମାନଙ୍କ ମୁଁ ନିଶ୍ଚୟଉତ୍ପତ୍ତି ସ୍ଥିତି ଯେ ପ୍ରଳୟ
Couplet 88
ସର୍ବ ଇନ୍ଦ୍ରିୟମାନଙ୍କରମୁହିଁ ସେ ବିଷୟ ଗୋଚର
Couplet 89
ପୃଥିବୀ ପବନ ଆକାଶସଲିଳ ଅନଳ ପ୍ରକାଶ
Couplet 90
ପ୍ରକୃତି ସତ୍ତ୍ୱ ରଜ ତମବିକାର ମହତ ପରମ
Couplet 91
ମୁଁ ଗୁଣ ଗୁଣୀ ମୁହିଁ ଜୀବନିର୍ଗୁଣେ ମୁହିଁ ସଦାଶିବ
Couplet 92
ମୁଁ ଆତ୍ମା ସର୍ବଜୀବ ଦେହୀମୋ' ବିନୁ ସ୍ଥୂଳ ସୂକ୍ଷ୍ମ ନାହିଁ
Couplet 93
କେ ମୋତେ ତ୍ରିଭୁବନେ ଜାଣେକେ ଅବା ସୂକ୍ଷ୍ମରେଣୁ ଗଣେ
Couplet 94
ତେଜ ସମ୍ପଦ ଅଇଶ୍ୱର୍ଯ୍ୟତିତିକ୍ଷା ଜ୍ଞାନ ଲାଜ ବୀର୍ଯ୍ୟ
Couplet 95
ଭାଗ୍ୟ ସୌଭାଗ ତ୍ୟାଗ ଯଶଏ ସର୍ବ ଜାଣ ମୋ'ର ଅଂଶ
Couplet 96
ଯେଣୁ ତୁ ସାଧୁ ଶୁଦ୍ଧମତିତେଣୁ କହିଲି ମୋ' ବିଭୂତି
Couplet 97
ସଂସାରେ ଦେଖୁ ଯେତେ ଅଂଶଏ ସର୍ବ ମନର ବିଳାସ
Couplet 98
ବିଜୁଳି ଗଗନେ ଯେସନଶୟନେ ସ୍ୱପନ ତେସନ
Couplet 99
ଏବେ ତୁ ବୁଝି ମୋ' ବଚନସାଧ ତୁ ଏ ମନ ପବନ
Couplet 100
ସର୍ବ ସଂକଳ୍ପ ଛାଡ଼ ତୁହିସକଳ କର୍ମ ମୋତେ ଦେଇ
Couplet 101
ଏକାନ୍ତେ ବୀର ଭଜ ମୋତେସଂସାର ଚିନ୍ତା ଛାଡ଼ି ଚିତ୍ତେ
Couplet 102
ମୋର ବଚନେ ଅନୁସରଏ ଭବଜଳୁଁ ହୁଅ ପାର
Couplet 103
ହରି ଚରଣେ ଦେଇ ଚିତ୍ତକହଇ ଦାସ ଜଗନ୍ନାଥ
Couplet 104
ଉଦ୍ଧବ-କୃଷ୍ଣର ସମ୍ବାଦସୁଜନଜନେ ସୁଖପ୍ରଦ
Couplet 105
ଏଣୁ ଯେ ଭଜେ କୃଷ୍ଣପାଦସେ ତରେ ଏ ଘୋର ପ୍ରମାଦ