Skip to content
paribhaasha

Skandha 11

Adhyaya 16

  1. Couplet 1

    ବୋଲନ୍ତି କମଳାରମଣଉଦ୍ଧବ ସାବଧାନେ ଶୁଣ

  2. Couplet 2

    ଏ ଜ୍ଞାନ‌ଯୋଗ ଏହିମତେଜ୍ଞାନୀ ସାଧନ୍ତି ଏ ଜଗତେ

  3. Couplet 3

    ଏ ପୁଣି ବ‌ହୁଦିନେ ସିଦ୍ଧିଯୋଗ ପ୍ରକାଶେ ନାନାବିଧି

  4. Couplet 4

    ଏଣୁ ଭକ‌ତ ଯୋଗୀଜନେସାଧ୍ୟ କରନ୍ତି ଅଳ୍ପଦିନେ

  5. Couplet 5

    ନିକଟେ ଖଟେ ସର୍ବସିଦ୍ଧିଅଷ୍ଟାଙ୍ଗ‌ଯୋଗ ଏ ପ୍ରସିଦ୍ଧି

  6. Couplet 6

    ଏମ‌ନ୍ତ କୃଷ୍ଣମୁଖୁଁ ଶୁଣିଉଦ୍ଧବ ବୋଲେ ମଞ୍ଜୁବାଣୀ

  7. Couplet 7

    ଶୁଣ ହେ କମଳାର ବରଅଶେଷ ବ୍ରହ୍ମାଣ୍ତଠାକୁର

  8. Couplet 8

    କେଉଁ ଧାରଣା କେଉଁମତେଜ୍ଞାନୀ ସାଧନ୍ତି ଏ ଜଗତେ

  9. Couplet 9

    ସିଦ୍ଧି ଲକ୍ଷଣ ଅବା କେତେସର୍ବ ନିର୍ଣ୍ଣୟ କ‌ହ ମୋତେ

  10. Couplet 10

    ଏମନ୍ତ ଉଦ୍ଧବର ବାଣୀଶୁଣି କ‌ହ‌ନ୍ତି ଚକ୍ରପାଣି

  11. Couplet 11

    ଉଦ୍ଧବ ସାବଧାନେ ଶୁଣକ‌ହିବା ଯୋଗସିଦ୍ଧିମାନ

  12. Couplet 12

    ସଂସାରେ ଅଷ୍ଟାଦଶ ସିଦ୍ଧିଜ୍ଞାନୀ ସାଧନ୍ତି ନାନାବିଧି

  13. Couplet 13

    ସିଦ୍ଧିଙ୍କ ମଧ୍ୟେ ଅଷ୍ଟସାରଯେଣୁ ମୁଁ ବୋଲାଇ ଈଶ୍ୱର

  14. Couplet 14

    ଅଣିମା ଆଦି ଅଷ୍ଟସିଦ୍ଧିମୁକ୍ତି ଲକ୍ଷଣ ଏ ପ୍ରସିଦ୍ଧି

  15. Couplet 15

    ଯେ ଦଶ ସିଦ୍ଧି ରହେ ଶେଷେସ୍ୱଭାବେ ତିନିଗୁଣେ ମିଶେ

  16. Couplet 16

    ଅଣିମା ଲଘିମା ଏ ବେନିମହିମା ଘେନି ସିଦ୍ଧି ତିନି

  17. Couplet 17

    ଯୋଗୀଙ୍କ ଦେହେ ଥା'ନ୍ତି ନିତ୍ୟେପ୍ରାପ୍ତି ରହଇ ଇନ୍ଦ୍ରିଯୁତେ

  18. Couplet 18

    ପ୍ରାକାମ୍ୟ ଶ୍ରୁତି ଦୃଷ୍ଟି ବସେଈଷିତା ଶକ୍ତି ପରକାଶେ

  19. Couplet 19

    ବଶିତା ଶକ୍ତି ଯେ ବୋଲାଇବିଷୟ ତା'କୁ ନ ଲାଗଇ

  20. Couplet 20

    ଅଷ୍ଟମ କାମ‌ବଶାୟିତାଯୋଗୀଙ୍କ ମନୋରଥ ଦାତା

  21. Couplet 21

    କ୍ଷୁଧା ପିପାସା ଜରା ମୁତ୍ୟୁଲୋଭ ମୋହ ଏ ଷଡ଼ହେତୁ

  22. Couplet 22

    ଏ ଷଡ଼ଉର୍ମି ନିବାରଣଅନୁ ବିଂସିଦ୍ଧି ଏ ଲକ୍ଷଣ

  23. Couplet 23

    ପ୍ରାଣୀଏ ଅତିଦୂରେ ଥାଇନିନ୍ଦା ସ୍ତବନ ଯାହା କ‌ହି

  24. Couplet 24

    ସେ କ‌ଥା ଜାଣଇ ତକ୍ଷଣଦୂରଶ୍ରବଣ ଏହା ନାମ

  25. Couplet 25

    ବିଶ୍ୱସଂସାର ଚରାଚରନିତ୍ୟେ ଯେ ଏହାର ଗୋଚର

  26. Couplet 26

    ଉଦ୍ଧବ ସାବଧାନେ ଶୁଣଦୂରଦର୍ଶନ ଏ ଲକ୍ଷଣ

  27. Couplet 27

    ମନ ହୁଁ ବେଗ ଦେହ ଗତିଏ ସିଦ୍ଧି ମନୋଜବ ହୋନ୍ତି

  28. Couplet 28

    ଯେ କାମରୂପ ସିଦ୍ଧି କ‌ହିକଳ୍ପିତେ ଦେହ ପ୍ରକାଶଇ

  29. Couplet 29

    ଚତୁରଦଶେ ସିଦ୍ଧି ଗୁଣଯେ ପରକାୟପ୍ରବେଶନ

  30. Couplet 30

    ଇଚ୍ଛାମରଣ ଯେବେ ହୋଇସ୍ୱଚ୍ଛନ୍ଦମୁତ୍ୟୁ ସିଦ୍ଧି ସେହି

  31. Couplet 31

    ଦେବଙ୍କ ସଙ୍ଗେ ବିହରଇଅମରସିଦ୍ଧି ତାକୁ କ‌ହି

  32. Couplet 32

    ମନ କଳ୍ପିତେ ଫଳ ପାଇସଙ୍କଳ୍ପସିଦ୍ଧି ସେ ବୋଲାଇ

  33. Couplet 33

    ଧ୍ୟାନ ଧାରଣା ଅବ‌ହେଳେଯାହା କ‌ହ‌ନ୍ତି ଯୋଗବଳେ

  34. Couplet 34

    ଅନ୍ୟଥା ନୁହଁଇ ସେ ପୁଣବଚନସିଦ୍ଧି ଏ ପ୍ରମାଣ

  35. Couplet 35

    ଏ ସିଦ୍ଧି ଅଷ୍ଟାଦଶ ଜାଣସାମାନ୍ୟ ସିଦ୍ଧି ଏବେ ଶୁଣ

  36. Couplet 36

    ଭୂତ ଭବିଷ୍ୟ ବର୍ତ୍ତମାନେଯୋଗୀ ଜାଣନ୍ତି ଯୋଗଧ୍ୟାନେ

  37. Couplet 37

    ଏ ସିଦ୍ଧି ତ୍ରିକାଳଜ୍ଞ ନାମଆବର ସିଦ୍ଧି ଏବେ ଶୁଣ

  38. Couplet 38

    ଶୀତ ବରଷା ଘର୍ମ ବାତଯହିଁରେ ନ କରଇ ଗ୍ରସ୍ତ

  39. Couplet 39

    ଯେଣେ ତ୍ରିବିଧ ତାପ ନାହିଁଅଦ୍ୱନ୍ଦ୍ୱସିଦ୍ଧି ଏ ବୋଲାଇ

  40. Couplet 40

    ପ୍ରାଣୀଙ୍କ ଚିତ୍ତ ଯେବେ ଜାଣିଚିତ୍ତଜ୍ଞସିଦ୍ଧି ସେ ବଖାଣି

  41. Couplet 41

    ଅନଳ ତପନ ଜଳଧିଅପରେ ବିଷ ଶସ୍ତ୍ର ଆଦି

  42. Couplet 42

    ଏ ସର୍ବ ଯେଣେ ନ ବାଧଇବିଷ୍ଟମ୍ବସିଦ୍ଧି ତାକୁ କ‌ହି

  43. Couplet 43

    ପର ଅପର ରିପୁବଳେଅଜେୟ ହୋଇ ସର୍ବକାଳୈ

  44. Couplet 44

    ଶୁଣ ଉଦ୍ଧବ ମନ ଦେଇଅପରାଜେୟସିଦ୍ଧି ସେହି

  45. Couplet 45

    ସକଳ ସିଦ୍ଧି ତୋ' ଅଗ୍ରତେକ‌ହିଲି ଉପଦେଶ ମତେ

  46. Couplet 46

    ଯେଉଁ ଧାରଣେ ଯେଉଁ ସିଦ୍ଧିଶୁଣ କ‌ହିବା ଯଥାବିଧି

  47. Couplet 47

    ଯେ ଭୂତସୂକ୍ଷ୍ମେ ଦେଇ ମତିଧାରଣାଯୋଗେ ମୋତେ ଚିନ୍ତି

  48. Couplet 48

    ଏଣେ ସେ ସୂକ୍ଷ୍ମରୂପେ ରହିଅଣିମାସିଦ୍ଧିକି ଲଭଇ

  49. Couplet 49

    ମହତରୂପେ ମୋତେ ଚିନ୍ତିମହିମାସିଦ୍ଧି ସେ ଲଭନ୍ତି

  50. Couplet 50

    ସକଳଭୂତ ମଧ୍ୟେ ମୁହିଁଅଣୁ ପ୍ରମାଣେ ପ୍ରକାଶଇ

  51. Couplet 51

    ସେ ରୂପ ଯୋଗବଳେ ଧ୍ୟାୟିଲଘିମା ସିଦ୍ଧିକି ଲ‌ଭଇ

  52. Couplet 52

    ଅହ‌ଙ୍କରଣ ରୂପେ ମୋତେସାଧଇ ଇନ୍ଦ୍ରିୟ ସଂଯୁକ୍ତେ

  53. Couplet 53

    ଚିତ୍ତେ ଧ‌ରଇ ଯୋଗବଳେସେ ପ୍ରାପ୍ତିସିଦ୍ଧି ଲଭେ ହେଳେ

  54. Couplet 54

    ଯେ କ୍ରିୟାଶକ୍ତି ମହତ୍ତ‌ତ୍ତ୍ୱେଯୋଗୀଏ ଭଜି ଦୃଢ଼ଚିତ୍ତେ

  55. Couplet 55

    ମହତ ରୂପେ ମୋତେ ଧ୍ୟାୟିପ୍ରାକାମ୍ୟସିଦ୍ଧି ଯୋଗେ ପାଇ

  56. Couplet 56

    ତ୍ରିଗୁଣ ଅଧୀଶ୍ୱର ହୋଇଏ ଭୂତ କ୍ଷେତ୍ରକାଳ ମୁହିଁ

  57. Couplet 57

    ଏମନ୍ତ ଭାବି ସର୍ବଭୂତେଈଷିତାଶକ୍ତି ଲଭେ ନିତ୍ୟେ

  58. Couplet 58

    ସକଳ ଐଶ୍ଚର୍ଯ୍ୟର ଧାମତୁରୀୟ ରୂପ ନାରାୟଣ

  59. Couplet 59

    ଧାରଣା ଯୋଗେ ଚିତ୍ତ ଧରିବଶିତାସିଦ୍ଧି ବଶ କରି

  60. Couplet 60

    ନିର୍ଗୁଣ ବ୍ରହ୍ମ ରୂପେ ମୋତେମନ ନିବେଶି ଶୁଦ୍ଧଚିତ୍ତେ

  61. Couplet 61

    ସେ କାମ‌ବଶାୟିତା ପାଇମନ କଳ୍ପନା ସିଦ୍ଧ ଯହିଁ

  62. Couplet 62

    କ୍ଷୀରଜଳଧି ମଧ୍ୟେ ସ୍ଥାନବୋଲାଇ ଶ୍ୱେତଦ୍ୱୀପ ନାମ

  63. Couplet 63

    ସେ ସ୍ଥାନ ମଧ୍ୟେ ମୋ'ର ଧାମନୀଳଜଳଦ ତନୁ ଶ୍ୟାମ

  64. Couplet 64

    ବିଶୁଦ୍ଧ ଧର୍ମମୟ ମୂର୍ତ୍ତିଯୋଗ ଧାରଣେ ମୋତେ ଚିନ୍ତି

  65. Couplet 65

    କ୍ଷୁଧା ପିପାସା ଜିଣି ହେଳେଅନୁବିଂସିଦ୍ଧି ଲଭେ ଭଲେ

  66. Couplet 66

    ଆକାଶ ପ୍ରାୟ ଶୂନ୍ୟରୂପୀମୁଁ ଥାଇ ସର୍ବଭୂତେ ବ୍ୟାପୀ

  67. Couplet 67

    ଯେ ମୋତେ ନାଦ ରୂପେ ଭାବେଦୂର ଶ୍ରବଣ ବେଗେ ଲଭେ

  68. Couplet 68

    ଚକ୍ଷୁ ଯୁଗଳ ସୂର୍ଯ୍ୟେ ଥୋଇନୟନେ ଆଦିତ୍ୟ ବସାଇ

  69. Couplet 69

    ବେନି ସଂଯୋଗେ ମଧ୍ୟଗତେମୋତେ ଧ୍ୟାୟିଲେ ଦୃଢ଼ଚିତ୍ତେ

  70. Couplet 70

    ଦୂରଦର୍ଶନସିଦ୍ଧି ହୋଇସକଳ ବିଶ୍ୱ ସେ ଦେଖଇ

  71. Couplet 71

    ମନ ବଚନ ଦେହ ପ୍ରାଣଦେଇ ଯେ ଭଜେ ମୋ' ଚରଣ

  72. Couplet 72

    ମନର ସଙ୍ଗେ ତା' ଗମନଏ ସିଦ୍ଧି ମନୋଜବ ନାମ

  73. Couplet 73

    ଅଚିନ୍ତ୍ୟଶକ୍ତି ମୋ' ଚରଣଧାରଣା ଯୋଗେ କରି ଧ୍ୟାନ

  74. Couplet 74

    ଯେ ରୂପ କଳ୍ପଇ ତା' ମନେସେ ରୂପ ହୋଇ ତ‌ତକ୍ଷଣେ

  75. Couplet 75

    ଶୁଣ ଉଦ୍ଧବ ସାଧୁ ଧୀରସେ କାମରୂପସିଦ୍ଧି ସାର

  76. Couplet 76

    ପର ଶରୀର ଶୂନ୍ୟ ଦେଖିତା' ଦେହେ ଆତ୍ମା ଉପଲକ୍ଷ୍ୟି

  77. Couplet 77

    ଧ୍ୟାନ କରଇ ମୋର ପାଦେନିଶ୍ଚଳ ମନେ ଅପ୍ରମାଦେ

  78. Couplet 78

    ପଶଇ ତା'ର ଦେହେ ଯାଇକାୟପ୍ରବେଶସିଦ୍ଧି ଏହି

  79. Couplet 79

    ମୋ' ରୂପ ବ୍ରହ୍ମମୟ ଧ୍ୟାନେଦୃଢ଼େ ବସିବ ଯୋଗାସନେ

  80. Couplet 80

    ପ୍ରାଣ ତୋଳିବ ଯାଗବଳେସ୍ଥାପିବ ହୃଦୟ କମଳେ

  81. Couplet 81

    ପୁଣି ତୋଳିବ ଦୃଢ଼େ ଉର୍ଦ୍ଧ୍ୱେନେଇ ସ୍ଥାପିବ ବ୍ରହ୍ମରନ୍ଧ୍ରେ

  82. Couplet 82

    ସେ ବ୍ରହ୍ମରନ୍ଧ୍ର ଭେଦି ବଳେପରମ‌ବ୍ରହ୍ମେ ଆତ୍ମା ମିଳେ

  83. Couplet 83

    ଶୁଣ ହୋ ଭକ‌ତ ଉତ୍ତମସ୍ୱଚ୍ଛନ୍ଦମୃତ୍ୟୁ ଏହା ନାମ

  84. Couplet 84

    ନିତ୍ୟେ ମୁଁ ସ‌ତ୍ତ୍ୱରୂପେ ଥାଇଯେ ମୋତେ ସ‌ତ୍ତ୍ୱରୂପେ ଧ୍ୟାୟି

  85. Couplet 85

    ସାଧି ଅମରସିଦ୍ଧି ଯୋଗଭୁଞ୍ଜଇ ସ୍ୱର୍ଗ ବଇଭୋଗ

  86. Couplet 86

    ଯେ କଳ୍ପବୃକ୍ଷ ରୂପେ ମୋତେସ‌ତ୍ୟ ସ୍ୱରୂପେ ଚିନ୍ତେ ନିତ୍ୟେ

  87. Couplet 87

    ଧାରଣା ଯୋଗେ ଧ୍ୟାନ‌ବଳେସଙ୍କଳ୍ପସିଦ୍ଧି ଲଭେ ହେଳେ

  88. Couplet 88

    ସଂସାରେ ହର୍ତ୍ତାକର୍ତ୍ତା ମୁହିଁମୋ' ବିନୁ ଅନ୍ୟଗତି ନାହିଁ

  89. Couplet 89

    ମୁଁ ସର୍ବଆତ୍ମା ଅଧୀଶ୍ୱରମୋହର ନାହିଁ ପରାପର

  90. Couplet 90

    ଏ ଭାବେ ମୋତେ ଯେ ଚିନ୍ତଇବଚନସିଦ୍ଧି ତା'ର ହୋଇ

  91. Couplet 91

    ଭୂତ ଭବିଷ୍ୟ ବର୍ତ୍ତମାନମୋର ଭକ୍ତିରେ ଶୁଦ୍ଧମନ

  92. Couplet 92

    ଯୋଗୀ ଜାଣଇ ତାହା ହେଳେନ ପୋଡ଼େ ପୁଣି ସେ ଅନଳେ

  93. Couplet 93

    ଯେସନେ ଜଳଜନ୍ତୁଙ୍କରଜଳେ ନ ନାଶଇ ଶରୀର

  94. Couplet 94

    ଧ୍ୱଜ ଚାମର ଛତ୍ରମାନଶ୍ରୀବତ୍ସ ଚକ୍ରାଦିଭୂଷଣ

  95. Couplet 95

    ଏଣେ ଭୂଷିତ ମୂର୍ତ୍ତିମାନଯେ ମୋ' ବିଭୂତି କରେ ଧ୍ୟାନ

  96. Couplet 96

    ସେ କାହିଁ ନୋହେ ପରାଜିତଶୁଣ ଉଦ୍ଧବ ଦେଇ ଚିତ୍ତ

  97. Couplet 97

    ଏମନ୍ତେ ଧାରଣା ଧିଆନେସାଧ୍ୟ କରନ୍ତି ଯୋଗୀଜନେ

  98. Couplet 98

    ଏ ଅଷ୍ଟାଦଶସିଦ୍ଧି ଯେତେକିଞ୍ଚିତେ ସାଧନ୍ତି ମୋ' ଭକ୍ତେ

  99. Couplet 99

    ମୋ' ନାମ ଶ୍ରବଣ କୀର୍ତ୍ତନେସିଦ୍ଧେ ସାଧନ୍ତି ଅଳ୍ପଦିନେ

  100. Couplet 100

    ସଂସାରେ ଯେତେ ସିଦ୍ଧିଭାବତାହାଙ୍କୁ ନୁହଇ ଦୁର୍ଲ୍ଲଭ

  101. Couplet 101

    ଏ ଯେତେ ସିଦ୍ଧି ଅଷ୍ଟାଦଶଯୋଗୀଙ୍କ ବିଘ୍ନ ଉପଦେଶ

  102. Couplet 102

    ଭକ‌ତିଯୋଗ ଜ୍ଞାନ‌ଯୋଗେଏ ବିଘ୍ନ ଆଚରନ୍ତି ବେଗେ

  103. Couplet 103

    ଯେ ଯୋଗୀ ସିଦ୍ଧପ‌ଥେ ଥା'ନ୍ତିବିଅର୍ଥେ ଦିନ ସେ ବଞ୍ଚନ୍ତି

  104. Couplet 104

    ଭକ‌ତି ମାର୍ଗେ ଜ୍ଞାନ‌ଯୋଗେଜ୍ଞାନୀ ଲଭନ୍ତି ସିଦ୍ଧି ବେଗେ

  105. Couplet 105

    ମୁଁ ସେ ସକଳ ସିଦ୍ଧିଦାତାଆତ୍ମାର ଗତି ପିତାମାତା

  106. Couplet 106

    ମୋ' ତ‌ହୁଁ ସର୍ବସିଦ୍ଧି ସ୍ଫୁରେଯେ ଜ୍ଞାନ‌ଯୋଗ ଏ ସଂସାରେ

  107. Couplet 107

    ଏଣୁ ଯେ ସେବେ ମୋ'ର ପାଦତା'ର ଚରଣେ ସର୍ବସିଦ୍ଧ

  108. Couplet 108

    ଭକ‌ତି ବିନୁ ଯେତେ ଭାବସେ କାହିଁ ସଂସାରୁ ତରିବ

  109. Couplet 109

    ମୁଁ ସର୍ବଗତି ହେ ଉଦ୍ଧବଯେ ସାଂଖ୍ୟ‌ଯୋଗ ଧର୍ମ‌ଭାବ

  110. Couplet 110

    ସକଳପ୍ରାଣୀଙ୍କ ଗୋଚରେମୁଁ ଅଛି ଅନ୍ତର ବାହାରେ

  111. Couplet 111

    ମୁହିଁ ସେ ସର୍ବଭୂତବାସୀଅନ୍ତର ବାହାରେ ପ୍ରକାଶି

  112. Couplet 112

    ଧରଇ ଆତ୍ମାରୂପେ ସର୍ବକେ ଜାଣିପାରେ ମୋରେ ଭାବ

  113. Couplet 113

    ସକଳ ପ୍ରାଣୀଙ୍କ ଗୋଚରେମୋ' ବିନୁ ଅନ୍ୟ ନାହିଁ ପରେ

  114. Couplet 114

    ସକଳ ସିଦ୍ଧିଗୁଣେ ମୁହିଁମୋ' ତ‌ହୁଁ ଅନ୍ୟ ନାହିଁ କେହି

  115. Couplet 115

    ଏମନ୍ତ କ‌ହି ଭାବଗ୍ରାହୀସଦୟେ ଉଦ୍ଧବକୁ ଚାହିଁ

  116. Couplet 116

    ସେ ହରି ଧ୍ୟାନ କରି ଚିତ୍ତେଶ୍ରୀଏକାଦଶ ଭାଗବତେ

  117. Couplet 117

    ବ୍ରାହ୍ମଣ ଜଗନ୍ନାଥ ବାଣୀଭକ‌ତ ପ୍ରେମତରଙ୍ଗିଣୀ

Odia Bhagabata skandha 11 adhyaya 16 | Parbani by ParibhaAsha App