Skandha 11
Adhyaya 15
Couplet 1
କୃଷ୍ଣଚରଣ ଧରି କରେଉଦ୍ଧବ ବୋଲଇ ସଧୀରେ
Couplet 2
ଭୋ ନାଥ କମଳଲୋଚନଶୁଣି ମୁଁ ତୋହର ବଚନ
Couplet 3
ସଂଶୟ କରି ହୃଦଗତେଏବେ ମୁଁ ପଚାରଇ ତୋତେ
Couplet 4
ଭକ୍ତି ଲକ୍ଷଣ ଧର୍ମ ଯେତେତୁମ୍ଭେ କହିଲ ସର୍ବ ମୋତେ
Couplet 5
ଯେତେ ପ୍ରକାରେ ତାହା ସାଧିଭକ୍ତି ଲକ୍ଷଣ ନାନାବିଧି
Couplet 6
ଜଗତେ ବିପ୍ରଛନ୍ତି ଯେତେମୋକ୍ଷ ଲକ୍ଷଣ ବେଦମତେ
Couplet 7
ନାନା ପ୍ରକାରେ ସେ କହନ୍ତିଏଣୁ ଲାଗିଲା ମୋତେ ଭ୍ରାନ୍ତି
Couplet 8
ମୋକ୍ଷ ଲକ୍ଷଣ ଧର୍ମ ଏକକି ଅବା ଅଛଇ ଅନେକ
Couplet 9
କି ଅବା ସକଳ ପ୍ରମାଣସଂଶୟ ଛେଦ ନାରାୟଣ
Couplet 10
ଏ ସର୍ବ ତୁମ୍ଭର ଗୋଚରଭକତି ବିନୁ ନାହିଁ ସାର
Couplet 11
ତୁମ୍ଭେ ଯେ ସର୍ବ କହ ମୋତେଚିତ୍ତେ ମୁଁ ଧରିବି କେମନ୍ତେ
Couplet 12
ବୋଲ ଯେ ସର୍ବଧର୍ମ ତେଜନିଶ୍ଚଳେ ମୋର ପାଦେ ଭଜ
Couplet 13
ଏହିଟି ସର୍ବ ମୋକ୍ଷଧର୍ମଏଣେ ଖଣ୍ତଇ ଭବଭ୍ରମ
Couplet 14
ତୁମ୍ଭର ବଚନୁ ଅଧିକେବିପ୍ରେ କହନ୍ତି ଏକେ ଏକେ
Couplet 15
ନାନା ପ୍ରକାରେ ସେ କହନ୍ତିବେଦପୁରାଣ ଭାବେ ଚିନ୍ତି
Couplet 16
ଏକାନ୍ତ ଭକତି ଲକ୍ଷଣସତ୍ୟ ବା ସକଳ ପ୍ରମାଣ
Couplet 17
ଏଣୁ ସଂଶୟ ମୋ'ର ଚିତ୍ତେନିଶ୍ଚୟ କହ ନାଥ ମୋତେ
Couplet 18
ଏମନ୍ତ ତା'ର ବୋଲ ଶୁଣିହସି ବୋଲନ୍ତି ଚକ୍ରପାଣି
Couplet 19
ଉଦ୍ଧବ ଏକମେନ ଶୁଣଯେ ଆଦି ପରମ କାରଣ
Couplet 20
ବେଦବଚନ ସୃଷ୍ଟି ଅନ୍ତେପ୍ରଳୟ ନାଶିଲା ଜଗତେ
Couplet 21
ପୁଣି ସଂସାର ଆଦିକାଳେମୁହିଁ ବ୍ରହ୍ମାଙ୍କୁ ଯୋଗବଳେ
Couplet 22
କହିଲି ସର୍ବବେଦ ବାଣୀସେ ବ୍ରହ୍ମା ନିଜପୁତ୍ରେ ଆଣି
Couplet 23
ନାମ ତା' ସ୍ୱାୟମ୍ଭୁବ ମନୁଦ୍ୱିତୀୟେ ପଦ୍ମଯୋନି ତନୁ
Couplet 24
ତାହାକୁ ସର୍ବବେଦ ଦେଲାସେ ପୁଣି ଧରି ନ ପାରିଲା
Couplet 25
ଥିଲେ ଯେ ସପ୍ତଋଷିଗଣେତାହାଙ୍କୁ ଦେଲେ ଜଣେ ଜଣେ
Couplet 26
ଭୃଗୁ ଅଙ୍ଗିରା ଆଦିକରିଅଭ୍ୟାସେ ବେଦ ସେ ବିସ୍ତାରି
Couplet 27
ସେ ପୁଣି ପିତୃଗଣ ମଧ୍ୟେବେଦ ପ୍ରକାଶିଲେ ଆନନ୍ଦେ
Couplet 28
ସେ ପିତୃଗଣେ ତାହା ଧରିଅଭ୍ୟାସେ ଅଭ୍ୟାସ ବିସ୍ତାରି
Couplet 29
ସେ ପୁଣି ଗୁହ୍ୟକ ଚାରଣେଆନନ୍ଦେ ଦେଲେ ସାଧୁପଣେ
Couplet 30
ମନୁଷ୍ୟ ସିଦ୍ଧ ବିଦ୍ୟାଧରରାକ୍ଷସ ଗନ୍ଧର୍ବ କିନ୍ନର
Couplet 31
କିଂଦେବ ଯକ୍ଷ ନାଗ କପିକ୍ରମେ ଏହାଙ୍କ ମଧ୍ୟେ ବ୍ୟାପି
Couplet 32
ଏ ରୂପେ ସର୍ବ ମୁଖେ ଭଣିମୁଁ ତାହା ଦୂରେ ଥାଇ ଶୁଣି
Couplet 33
ବେଦୁଁ ହୋଇଲା ନାନାଗତିତା' ତତ୍ତ୍ୱ କେହି ନ ଜାଣନ୍ତି
Couplet 34
ସ୍ୱଭାବେ ତ୍ରିଗୁଣେ ଯନ୍ତ୍ରିତଏଣୁ ପ୍ରକୃତି ଭିନ୍ନ ମତ
Couplet 35
ଯାହାକୁ ଯେମନ୍ତ ଦିଶଇସେ ଭାବେ ବେଦ ସେ ବୋଲଇ
Couplet 36
ଏଣୁ ପ୍ରକୃତି ଭିନ୍ନ ମତେଅର୍ଥ ନ ଜାଣନ୍ତି ସମସ୍ତେ
Couplet 37
କେହୁ ପାଷାଣ୍ତମତେ ଜାଣିକୁତର୍କ ଖଣ୍ତେ କେ ବଖାଣି
Couplet 38
ଭାବ ନ ଲଭି ଛନ୍ନମତିସ୍ତିରୀସଙ୍ଗମ ଭାବେ ଚିନ୍ତି
Couplet 39
ତତ୍ତ୍ୱେ ନ ମଜ୍ଜି ମାୟାଗ୍ରାହିତେବୁ ପାଷଣ୍ତ ଭେଦ ହୋଇ
Couplet 40
ଏମନ୍ତ ଭାବେ ନାନାମତେବେଦ ବିଚାରନ୍ତି ଜଗତେ
Couplet 41
ଏ ରୂପେ ଶ୍ରଦ୍ଧା ଅନୁମତେମୋହର ମାୟାରେ ମୋହିତେ
Couplet 42
ଯେ ଯାହା ଶ୍ରେୟ ଚିନ୍ତି ଚିତ୍ତେକର୍ମ କରନ୍ତି ନାନାମତେ
Couplet 43
ଫଳଇ କର୍ମ ଅନୁସାରେବିପାକ ଲଭନ୍ତି ସଂସାରେ
Couplet 44
କେ ଧର୍ମ ମାର୍ଗ ଆଚରନ୍ତିକେ ଅବା କାମ୍ୟକର୍ମ ଚିନ୍ତି
Couplet 45
କେ ସତ୍ୟ ଶମ ଦମ ଦାନେକେ ଯଜ୍ଞ ତପ ଅନୁମାନେ
Couplet 46
କାହାର ଚିତ୍ତେ ତ୍ୟାଗ ଭୋଗକେ ଅଷ୍ଟଐଶ୍ଚର୍ଯ୍ୟ ସଂଯୋଗ
Couplet 47
କେ ବ୍ରତ ନିୟମ ଆଚରେଏମନ୍ତେ ଅନେକ ପ୍ରକାରେ
Couplet 48
କର୍ମ ସାଧନ୍ତି ଫଳ ଲୋଭେଗୁଣ ବୈଭବ କ୍ରିୟାଦମ୍ଭେ
Couplet 49
ଏମନ୍ତେ ଯେତେ ଫଳ ସାଧିସୁଖ ସମ୍ପଦ ନାନାବିଧି
Couplet 50
ଅନ୍ତେ ସକଳ ହୋନ୍ତି ନାଶକେବେହେଁ ନାହିଁ ସୁଖଲେଶ
Couplet 51
କର୍ମ ସରିଲେ ଫଳକ୍ଷୟେକେବଳ କ୍ଳେଶ ମାତ୍ର ରହେ
Couplet 52
ଏଣୁ ସଂସାର-ଘୋରବନେବୃଜିନ-ଅନଳ ଦହନେ
Couplet 53
ପ୍ରାଣୀଏ ହୋନ୍ତି ଆତଯାତନ ବୁଝି ବେଦର ବୃତ୍ତାନ୍ତ
Couplet 54
ଏ ବୋଲ ବୁଝି ତୁ ନିରତେକେବଳ ଆଶ୍ରେ କର ମୋତେ
Couplet 55
ମୁଁ ଆତ୍ମା ପ୍ରିୟସଖା ହୋଇସକଳ କର୍ମଫଳ ଦେଇ
Couplet 56
ମୁଁ ଗତି ପତି ହିତକର୍ତ୍ତାମୁହିଁ ସେ ସର୍ବଲୋକ ପିତା
Couplet 57
ମୋତେ ଭଜନ୍ତି ପ୍ରାଣୀ ଯେତେସୁଖେ ସେ ତରନ୍ତି ନିଶ୍ଚିନ୍ତେ
Couplet 58
ଜନ୍ମ ମରଣେ ନାହିଁ ଭ୍ରାନ୍ତିହେଳେ ସଂସାରୁ ତରିଯାନ୍ତି
Couplet 59
ବିଷୟେ ସୁଖେ ଯା'ର ଚିତ୍ତମୋର ଭଜନେ ସେ ବଂଚିତ
Couplet 60
ଯେ ପ୍ରାଣୀ ଅକିଞ୍ଚନ ମତଶମ ସୁଶାନ୍ତ ଦାନ୍ତଚିତ୍ତ
Couplet 61
ମୋର ଆନନ୍ଦରସେ ରସେସୁଖସମୁଦ୍ରେ ନିତ୍ୟେ ଭାସେ
Couplet 62
ଭିକ୍ଷୁକ ପଣେ ଶାନ୍ତ ହୋଇମୋର ଚରିତ ଗୁଣ ଗାଇ
Couplet 63
ଆନନ୍ଦେ ବିହରେ ସଂସାରେଭିକ୍ଷୁକ ଗୁଣ ମୋ ସୋଦରେ
Couplet 64
ମୁଁ ଯାକୁ ହୁଅଇ ସଦୟତାହାର କାହିଁ ଦୁଃଖ ଭୟ
Couplet 65
ଦେଖଇ ଅନ୍ତର ବାହାରେସକଳ ସୁଖ ସବୁଠାରେ
Couplet 66
ମୋହର ଭାବେ ଯେ ରମଇତା'ର ସମ୍ପଦେ କାର୍ଯ୍ୟ ନାହିଁ
Couplet 67
ବ୍ରହ୍ମାପଦକୁ ନାହିଁ ବାଞ୍ଛାନ କରେ ଇନ୍ଦ୍ରପଦେ ଇଚ୍ଛା
Couplet 68
ସପତଦ୍ୱୀପେ ରାଜପଦକି ଅଷ୍ଟନିଧି ଭୋଗେ ସଧ
Couplet 69
ପାତାଳ ଭୋଗେ ଇଚ୍ଛା ନାହିଁନିର୍ବାଣପଦ ନ ବାଞ୍ଛଇ
Couplet 70
ମୋତେ ସମର୍ପେ ଚିତ୍ତ ବିତ୍ତନୋହଇ ମାୟାରେ ମୋହିତ
Couplet 71
ସେ ମୋର ଯେଡ଼େ ପ୍ରିୟ ହୋଇକହଇ ଶୁଣ ମନଦେଇ
Couplet 72
ବ୍ରହ୍ମା ଯେ ମୋହର ନନ୍ଦନତା'କୁ ନ ରମେ ମୋର ମନ
Couplet 73
ମୋହର ଆତ୍ମା ପଶୁପତିତେଣେ ମୋହର ନାହିଁ ପ୍ରୀତି
Couplet 74
ମୋହର ଭାଇ ହଳପାଣିଲକ୍ଷ୍ମୀ ଯେ ମୋହର ଘରଣୀ
Couplet 75
ନିତ୍ୟେ ବସଇ ବକ୍ଷସ୍ଥଳେମୋ' ରୂପେ ଯେତେ ଭୂମଣ୍ତଳେ
Couplet 76
ତୁ ଯେ ମୋହର ପ୍ରିୟତମକେହି ନୁହନ୍ତି ତୋ'ର ସମ
Couplet 77
ସ୍ୱଭାବେ ନିରପେକ୍ଷ ଶାନ୍ତତପସ୍ୱୀ ରିପୁ-ବିବର୍ଜିତ
Couplet 78
ସମଦରଶୀ ପ୍ରେମଚିତ୍ତଦୟାସାଗର ପରିହତ
Couplet 79
ଏମନ୍ତ ପ୍ରାଣୀଙ୍କର ପଛେନିତ୍ୟେ ମୁଁ ବୁଲଇ ପ୍ରତ୍ୟକ୍ଷେ
Couplet 80
ଆବୋରି ଥାଇ ବେନିପାଶେତା'ର ଚରଣ-ରେଣୁ ଆଶେ
Couplet 81
ସେ ପ୍ରାଣୀ ବହେ ଯେତେ ଗୁଣଉଦ୍ଧବ ସାବଧାନେ ଶୁଣ
Couplet 82
ସ୍ୱଭାବେ ଅକିଂଚନ ଦେହେସକଳ ଭୂତେ ଦୟା ବହେ
Couplet 83
କାମକୁ ଜିଣି ପ୍ରେମପ୍ଳୁତକେବଳ ସୁଶାନ୍ତ ମହତ
Couplet 84
ସେ ମୋର ସୁଖ ଅନୁମାନେକେ ତାର ମହିମା ବଖାଣେ
Couplet 85
ତା' ଅନୁଭବ ସେ ଜାଣଇକେ ତା'ର ଗୁଣ ପାରେ କହି
Couplet 86
ଏମନ୍ତ ଯେ ମୋର ଭକତସେ ଯେବେ ବିଷୟେ ବାଞ୍ଛିତ
Couplet 87
ଅଜିତ-ଇନ୍ଦ୍ରିୟଙ୍କ ଦୋଷେଯେବେ ବିଷୟରସେ ରସେ
Couplet 88
ମୋର ଭକତିଭାବ ବଳେବିଷୟ ନ ଲାଗେ ନିଶ୍ଚଳେ
Couplet 89
ମୋ' ନାମ ନିତ୍ୟେ ଭଣେ ମୁଖେଆନନ୍ଦେ ବିହରଇ ସୁଖେ
Couplet 90
ଜଳନ୍ତା ଅନଳେ ଯେସନସମିଧ ହୁଅଇ ଦହନ
Couplet 91
ତା'ର ଶରୀରେ ପାପ ଯେତେଦହନ ହୋନ୍ତି ସେହିମତେ
Couplet 92
ଉଦ୍ଧବ ଶୁଣ ଏକ ଚିତ୍ତେଗୁପତ କଥା କହୁଁ ତୋତେ
Couplet 93
ଯେତେ ଏ ଦାନ ବ୍ରତ ତ୍ୟାଗଧର୍ମ ଆଚାର ସାଂଖ୍ୟଯୋଗ
Couplet 94
ଏ ମୋତେ ନ ପାରନ୍ତି ଧରିନାନା ପ୍ରକାରେ ବଶକରି
Couplet 95
ଭକତଜନେ ବଶ ମୁହିଁତା'ର ରକ୍ଷଣେ ମୋର ଦେହୀ
Couplet 96
ମୁଁ ଏ ସଂସାର ଅଛି ଛନ୍ଦିଭକତ ପାରେ ମୋତେ ବାନ୍ଧି
Couplet 97
ଦୁର୍ଜ୍ଜୟଦେହ ମୋର ଶୂନ୍ୟଭକତଭାବେ ମୁଁ ବନ୍ଧନ
Couplet 98
ଏଣୁ ଭକତଜନ ପାଶେନିତ୍ୟେ ମୁଁ ଥାଇ ଭାବବଶେ
Couplet 99
ତେଣୁ ଭକତ ଏ ସଂସାରଅଶେଷ ଜନ୍ମପାପ ହରେ
Couplet 100
ଚଣ୍ତାଳ ପତିତ ପାମରମ୍ଳେଛ ଅଧମ ଦୁରାଚାର
Couplet 101
ଏ ଆଦି ପାପୀଜନ ଯେତେଯେବେ ମୋ' ଭକତ ଅଗ୍ରତେ
Couplet 102
ଦଇବଯୋଗେ ସଙ୍ଗମେଳେମିଳନ୍ତି ପୂର୍ବ-ପୁଣ୍ୟଫଳେ
Couplet 103
ଦର୍ଶନ ସ୍ପର୍ଶନ ଶ୍ରବଣେନିର୍ମଳ ହୋନ୍ତି ତତକ୍ଷଣେ
Couplet 104
ପାପ ନ ରହେ ତା'ଙ୍କ ମନେରବି-ସମୀପେ ତମ ଯେହ୍ନେ
Couplet 105
ଯେ ପ୍ରାଣୀ ଦୟା ସତ୍ୟ ଯୁକ୍ତତପୀ ଧାର୍ମିକ ବିଦ୍ୟାବନ୍ତ
Couplet 106
ମୋର ଭକତି ଯେବେ ନାହିଁପବିତ୍ର ନୋହେ ତା'ଙ୍କ ଦେହୀ
Couplet 107
ସେ କାହୁଁ ସଂସାର ତରିବଯେବେ ନ ଜାଣେ ମୋର ଭାବ
Couplet 108
ବୋଲନ୍ତି ପ୍ରଭୁ ଭଗବାନଶୁଣ ହେ ଭକତ ଲକ୍ଷଣ
Couplet 109
ନିରତେ ଅଙ୍ଗ ପୁଲକିତନୟନେ ଅଶ୍ରୁଜଳ ଯୁତ
Couplet 110
ଅନ୍ତର ଦ୍ରବଇ ନିରତେମତି ଚଞ୍ଚଳ ବିପରୀତେ
Couplet 111
ଜଗତ ମୋର ରୂପ ଜାଣେନିଜ ଶରୀର ନ ପ୍ରମାଣେ
Couplet 112
ବୋଲନ୍ତି ପ୍ରଭୁ ଚକ୍ରପାଣିଏତେ ଲକ୍ଷଣେ ଭକ୍ତ ଜାଣି
Couplet 113
ଭକତି ବିନା ଅର୍ନ୍ତଗତକେବେହେଁ ନୁହଇ ପ୍ରଶସ୍ତ
Couplet 114
ବୋଲଇ ଗଦଗଦ ବାଣୀକ୍ଷଣେ ହସଇ କ୍ଷଣେ ତୁନି
Couplet 115
କ୍ଷଣକେ ଗାଏ ଗୁଣଗାଥାହୁଙ୍କାରେ ଅଲୌକିକ କଥା
Couplet 116
କ୍ଷଣକେ ହରିଗୁଣ ଗୁଣିଚକ୍ଷୁ ସଂହରି ହୋଏ ତୁନି
Couplet 117
କ୍ଷଣକେ କରଇ ରୋଦନଉଚ୍ଚେ ଡ଼ାକଇ ମୋ'ର ନାମ
Couplet 118
ନାଚଇ ଉନମତ୍ତ ହୋଇଲଜ୍ଜା ସଙ୍କୋଚ ଦୂରେ ଥୋଇ
Couplet 119
କ୍ଷଣେ ମଉନଭାବେ ବଶେକ୍ଷଣକେ ଆନୁଆନ ଘୋଷେ
Couplet 120
ମୋର ଭକତ ଏ ଲକ୍ଷଣଉଦ୍ଧବ ଭଲେ ଏହା ଜାଣ
Couplet 121
ମୋର ଭକତ ମୋର ମିତ୍ରସେ କରେ ଜଗତ ପବିତ୍ର
Couplet 122
ନିର୍ମଳମତି ତା'ର ନିତ୍ୟେଭ୍ରମଇ ଉଦାରଚରିତେ
Couplet 123
ଅନଳେ ଦହନ୍ତେ ସୁବର୍ଣ୍ଣଉଜ୍ଜ୍ୱଳ ହୁଅଇ ଯେସନ
Couplet 124
ଭକତଜନ ସେହି ମତେନିର୍ମଳ ହୋନ୍ତି ଏ ଜଗତେ
Couplet 125
ଏ ରୂପେ ଭକ୍ତିଯୋଗ ବଳେଯେ ମୋତେ ଭଜଇ ନିଶ୍ଚଳେ
Couplet 126
ଅଶେଷ ବାସନା ତାହାରମନରୁ ଛାଡ଼ି ଯା'ନ୍ତି ଦୂର
Couplet 127
ମୋର ମଙ୍ଗଳ-କଥାମାନଯେ କରେ ଶ୍ରବଣ-କୀର୍ତ୍ତନ
Couplet 128
କର୍ଣ୍ଣରେ ପଶି ମୋର କଥାହରଇ ସର୍ବ ମନବ୍ୟଥା
Couplet 129
ଯେ ନିତ୍ୟେ ଗୁଣେ ନିଜ ମୁଖେସେ ସୂକ୍ଷ୍ମ ପରମାର୍ଥ ଦେଖେ
Couplet 130
ଅଞ୍ଜନ ରଞ୍ଜୁଥିଲେ ନିତ୍ୟେମଳି ନ ରହେ ଯେହ୍ନେ ନେତ୍ରେ
Couplet 131
ବିଷୟ-ସ୍ମରଣେ ନିରତେଯେହ୍ନେ ବିଷୟ ଜଡ଼େ ଚିତ୍ତେ
Couplet 132
ମୋ'ର ସ୍ମରଣ ଯା'ର ଚିତ୍ତେତା' ପାଶେ ଥାଇ ମୁଁ ନିରତେ
Couplet 133
ଏ ବୋଲ ବୁଝି ମୋତେ ଭଜଅସାଧୁ ମେଳ ବେଗେ ତେଜ
Couplet 134
ମୋ ରୂପ ଦେଖ ସର୍ବଠାବେମୋର ଚରଣ ଭଜ ଭାବେ
Couplet 135
ସକଳ ସଙ୍ଗ ଦୂରକରିମୋତେ ଚିନ୍ତିବ ଚିତ୍ତେ ଧରି
Couplet 136
ନିରୋଳେ ବସି ଏକସ୍ଥାନେନିଶ୍ଚଳେ କଳ୍ପିତ ଆସନେ
Couplet 137
ମୋର ମଧୂର ରୂପ ଧ୍ୟାନେବସି ଚିନ୍ତିବ ସ୍ଥିରମନେ
Couplet 138
ଏଣୁ କୁସଙ୍ଗ ଦୂର କରିହୃଦେ ମୋ' ଭାବ ଅନୁସରି
Couplet 139
ଆତ୍ମାର ହିତ ନିତ୍ୟେ କରହସି ବୋଲନ୍ତି ଦାମୋଦର
Couplet 140
ଉଦ୍ଧବ ଶୁଣି କୃଷ୍ଣବାଣୀକପୋଳେ ଦେଇ ବେନିପାଣି
Couplet 141
ବୋଲଇ ଶୁଣ ଭଗବାନତୁମ୍ଭେ କହିଲ ତତ୍ତ୍ୱଜ୍ଞାନ
Couplet 142
କି ରୂପେ ଜଗତ ବିଖ୍ୟାତକହ ହେ ତିଭ୍ରୁବନନାଥ
Couplet 143
ଭକ୍ତବତ୍ସଳ ଭଗବାନବିକଚ-କମଳ-ଲୋକନ
Couplet 144
ଯେ ଜ୍ଞାନ ଯୋଗୀଜନେ ଚିନ୍ତିଘୋର ସଂସାରୁ ତରିଯା'ନ୍ତି
Couplet 145
କି ରୂପେ କରି ତୋତେ ଧ୍ୟାନକହ ହେ ଦେବକୀନନ୍ଦନ
Couplet 146
ଶୁଣି ଉଦ୍ଧବବାଣୀ କର୍ଣ୍ଣେକୋମଳ ମଧୁର ବଚନେ
Couplet 147
ବୋଲନ୍ତି ପ୍ରଭୁ ଜଗନ୍ନାଥଶୁଣ ଉଦ୍ଧବ ଧ୍ୟାନମତ
Couplet 148
ସମ ଆସନେ ବସି ଧୀରେସୁଖରେ ସମ କଳେବରେ
Couplet 149
ଜାନୁଯୁଗଳେ ବେନିପାଣିଦୃଢ଼େ ସ୍ଥାପିବ ବେଳ ଜାଣି
Couplet 150
ବେନିନୟନ ନାସାଅଗ୍ରେନିଶ୍ଚଳେ ସ୍ଥାପିବ ସମଗ୍ରେ
Couplet 151
ପବନ ତୋଳି ନାସାଦ୍ୱାରେପୂରକ-କୁମ୍ଭକ ପ୍ରକାରେ
Couplet 152
ଅଳପ ଅଳପ ସାଧନେଚିତ୍ତ ସ୍ଥାପିବ ସଂଯମନେ
Couplet 153
ଓଁକାର ପବନ ନିଶ୍ଚଳୁଁତୋଳିବ ହୃଦୟକମଳୁ
Couplet 154
ଉତ୍ତମ ଘଣ୍ଟାନାଦ ସ୍ୱନେମନ ପବନ ଏକଧ୍ୟାନେ
Couplet 155
ମୃଣାଳସୂତ୍ର ମାର୍ଗେ ଧରିନିଶ୍ଚଳେ ଅନାହତେ ପୂରି
Couplet 156
ଲବ ନିମିଷ ଦଣ୍ତ ଘଡ଼ିନିତ୍ୟେ ସାଧିବ ଦୁଃଖପଡ଼ି
Couplet 157
ଏ ରୂପେ ଅନ୍ତର ବାହାରେଧ୍ୟାନେ ସାଧିବ ନିରନ୍ତରେ
Couplet 158
ଏମନ୍ତ ସାଧି ଏକମାସେପ୍ରାଣପବନ ସ୍ଥାପି ବଶେ
Couplet 159
ହୃଦୟପଦ୍ମ ମଧ୍ୟଭାଗେଯେ ଅଷ୍ଟଦଳ ଅଷ୍ଟଦିଗେ
Couplet 160
ମଧ୍ୟେ ପାଖୁଡ଼ା ଚାରିପାଖେନିତ୍ୟେ ଲମ୍ବଇ ଅଧୋମୁଖେ
Couplet 161
ଧ୍ୟାନେ ଚିନ୍ତିବ ଦୃଢ଼ବନ୍ଧେଯେ ଅଷ୍ଟଦଳ ତା'ର ଉର୍ଦ୍ଧ୍ୱେ
Couplet 162
ସୂର୍ଯ୍ୟମଣ୍ତଳ ଚିନ୍ତା କରିସୋମ ମଣ୍ତଳ ମଧ୍ୟେ ଭରି
Couplet 163
ତାହାର ମଧ୍ୟେ ହୁତାଶନତା' ମଧ୍ୟେ ସୁବର୍ଣ୍ଣ-ଆସନ
Couplet 164
ତା'ର ଉପରେ ଦିବ୍ୟରୂପଚିନ୍ତିବ ମୋହର ସ୍ୱରୂପ
Couplet 165
ଆଜାନୁ ଲମ୍ବେ ଭୁଜ ଚାରିଶଙ୍ଖ କମଳ ଗଦା ଅରୀ
Couplet 166
ଶ୍ରୀମୁଖ ସୁନ୍ଦର କପୋଳବିକଚପଦ୍ମ ପ୍ରାୟେ ଡ଼ୋଳ
Couplet 167
ଶ୍ରବଣେ ମକର କୁଣ୍ତଳହୃଦେ ଲମ୍ବଇ ବନମାଳ
Couplet 168
ନୀଳଜଳଦ କଳେବରକଣ୍ଠେ କୌସ୍ତୁଭମଣି ହାର
Couplet 169
ହୃଦରେ ଶ୍ରୀବତ୍ସର ଚିହ୍ନପୀତବସନ ପରିଧାନ
Couplet 170
ମଞ୍ଜୁମଞ୍ଜୀର ପାଦଯୁଗେରତ୍ନମେଖଳା କଟୀଭାଗେ
Couplet 171
ଯଜ୍ଞୋପବୀତ କନ୍ଧେ ଶୋହେସୁନ୍ଦର ତନୁ ମନ ମୋହେ
Couplet 172
ମେଘ ଗମ୍ଭୀର ପ୍ରାୟ ସ୍ୱନପ୍ରସନ୍ନ ଶ୍ରୀମୁଖ ଲକ୍ଷଣ
Couplet 173
ଅତି କୋମଳ ଅଟେ ଦେହୀସର୍ବାଙ୍ଗେ ଚିତ୍ତ ଦୃଢ଼େ ଦେଇ
Couplet 174
ଏ ରୂପେ ଧ୍ୟାନ ମୋତେ କରିଚଞ୍ଚଳ ଇନ୍ଦ୍ରିୟ ନିବାରି
Couplet 175
ବୁଦ୍ଧିକି କରି ଆଗୁସାରପଣ୍ତିତଜନଙ୍କ ବେଭାର
Couplet 176
ସର୍ବସଙ୍ଗମୁଁ ମନ ହରିନିଶ୍ଚଳେ ମୋତେ ଧ୍ୟାନ କରି
Couplet 177
ମୋ' ରୂପ ଚିନ୍ତିବ ନିରତେଅନ୍ୟ ନ ସୁମରିବ ଚିତ୍ତେ
Couplet 178
ପୁଣି ସେ ରୂପ ଥୋଇ ପାଶେଚିତ୍ତ ନିବେଶିବ ଆକାଶେ
Couplet 179
ଏମନ୍ତେ ଆକାଶ-ମଣ୍ତଳେବ୍ରହ୍ମ ପ୍ରକାଶିବ ନିଶ୍ଚଳେ
Couplet 180
ସେ ବ୍ରହ୍ମେ ଚିତ୍ତ ସ୍ଥିର ଯେବେମୋ' ରୂପ ନ ଚିନ୍ତିବ ତେବେ
Couplet 181
ଏମନ୍ତ ସମାଧି ଯୋଗରେଯେ ଆତ୍ମା ସମର୍ପେ ଆତ୍ମାରେ
Couplet 182
ଜ୍ୟୋତିରେ ଜ୍ୟୋତି ମିଶେ ଯେହ୍ନେମୋତେ ସେ ଲଭଇ ତେସନେ
Couplet 183
ସେ ବ୍ରହ୍ମରୂପ ସର୍ବଭୂତେଆତ୍ମାରେ ପ୍ରକାଶିବ ନିତ୍ୟେ
Couplet 184
ମନ ସଂଯମି ଏହିମତେମୋ' ରୂପ ଦେଖିବ ଜଗତେ
Couplet 185
ଏ ରୂପେ ଯୋଗଧ୍ୟାନମତେମନକୁ ନିବେଶି ନିଶ୍ଚିନ୍ତେ
Couplet 186
ଇନ୍ଦ୍ରିୟ ଜ୍ଞାନ କ୍ରିୟାଭ୍ରମତେଜି ତୁ ଲଭିବୁ ନିର୍ବାଣ
Couplet 187
ଏମନ୍ତେ ଭ୍ରମ ଯିବ ତୋରକହିଲେ ବ୍ରହ୍ମାଣ୍ତଠାକୁର
Couplet 188
ବୋଲଇ ଦାସ ଜଗନ୍ନାଥଶ୍ରୀ ଏକାଦଶେ ଭାଗବତ
Couplet 189
ଶୁକ ପରୀକ୍ଷିତ ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ
Couplet 190
କଳି କଳୁଷ ଭୟ ନାହିଁସୁଜନେ ତର ଏହା ଗାଇ