Skip to content
paribhaasha

Skandha 11

Adhyaya 14

  1. Couplet 1

    କ‌ହ‌ନ୍ତି ପ୍ରଭୁ ଦାମୋଦରଶୁଣ ଉଦ୍ଧବ ଜ୍ଞାନସାର

  2. Couplet 2

    ନାହିଁ ସଂସାରେ ଅନୁମାନୁନିସ୍ତାର ଭକ୍ତିଯୋଗ ବିନୁ

  3. Couplet 3

    ମୁଁ ଯେ ବୋଇ‌ଲି ମୋତେ ଭଜସଂସାରେ ସର୍ବକର୍ମ ତେଜ

  4. Couplet 4

    ତା'ର ପ୍ରସ୍ତାବ ଏବେ ଶୁଣଯେଣେ ଜିଣିବୁ ତିନିଗୁଣ

  5. Couplet 5

    ଏ ଭାବେ ପ୍ରକୃତି ପ୍ରମାଣତମ ସା‌ତ୍ତ୍ୱିକ ରଜୋଗୁଣ

  6. Couplet 6

    ଈଶ୍ୱର ନିତ୍ୟ ନିରଞ୍ଜନନିର୍ଗୁଣ ସ‌ତ୍ୟ ସନାତନ

  7. Couplet 7

    ଏଣେ ତାହାର ନାହିଁ ଭେଦଶୁଣ କ‌ହିବା ତ‌ତ୍ତ୍ୱବୋଧ

  8. Couplet 8

    ଭକ‌ତି ଲକ୍ଷଣ ଶୟଳେସାଧିବେ ଯେଉଁ ଗୁଣବଳେ

  9. Couplet 9

    ସାତ୍ତ୍ୱିକ କରି ତୀକ୍ଷ୍‌ଣବଣଜିଣିବ ରଜତମ ଗୁଣ

  10. Couplet 10

    ନିର୍ମଳ ଚିତ୍ତ ହୃଦେ ଧରିଯେବେ ସୁଜନେ ସେବା କରି

  11. Couplet 11

    ଏ ଭାବେ ସା‌ତ୍ତ୍ୱିକ ନିର୍ଗୁଣକର୍ମେ ନାଶନ୍ତି ବେନିଗୁଣ

  12. Couplet 12

    ନିର୍ଗୁଣ ନିତ୍ୟ ସନାତନସେବିବ ଆଦି ନାରାୟଣ

  13. Couplet 13

    ତେଣେ ଅଧର୍ମ କ୍ଷୟ ପାଇସାତ୍ତ୍ୱିକ ଜ୍ଞାନ ପ୍ରକାଶଇ

  14. Couplet 14

    ଜ‌ନ୍ମ ଉଦକ‌କାଳକର୍ମଆଗମଶାସ୍ତ୍ର ପ୍ରଜାଜନ

  15. Couplet 15

    ନିଶ୍ଚଳଧ୍ୟାନ ମନ୍ତ୍ର ଦେଶଏ ଆଦି ସଂସ୍କାର ବିଶେଷ

  16. Couplet 16

    ଏଣୁ ଏ ଯେତେ ବସ୍ତୁ ଜାତଜାଣ ତୁ ତ୍ରିଗୁଣେ ଜଡ଼ିତ

  17. Couplet 17

    ସାତ୍ତ୍ୱିକଭାବେ ଏହା ସାଧିସାଧୁ ପଣ୍ତିତ ଶୁଦ୍ଧବୁଦ୍ଧି

  18. Couplet 18

    ରଜ ତାମସଗୁଣ ଦୁଇଗୁରୁବଚନେ ଦୂରେ ଥୋଇ

  19. Couplet 19

    ତେବେ ସାତ୍ତ୍ୱିକମୟ ଜ୍ଞାନନିକଟେ ହୋଏ ଉତପନ୍ନ

  20. Couplet 20

    କେବଳ ପରମାର୍ଥଶାସ୍ତ୍ରଅଭ୍ୟାସ କରୁଥିବ ନିତ୍ୟ

  21. Couplet 21

    ତର୍କ-ପାଷଣ୍ତଶାସ୍ତ୍ର ଯେତେଅଭ୍ୟାସ ନ କରିବ ଚତ୍ତ

  22. Couplet 22

    ସୁଗନ୍ଧ ସୁଶୀତଳ ବାରିସୁଦୂରେ ସ୍ନାନ ପରିହରି

  23. Couplet 23

    ସାତ୍ତ୍ୱିକମୟ ତୀର୍ଥ ଜଳେସ୍ନାନ ମାର୍ଜନ ସାଧୁମେଳେ

  24. Couplet 24

    ନିରତେ ଥାଇ ଶୁଦ୍ଧଚିତ୍ତେତମ ରାଜସଜନ ଯେତେ

  25. Couplet 25

    ତାହାଙ୍କୁ ନ କରିବ ସଙ୍ଗସମୁଦ୍ରେ ଯେସନେ ତରଙ୍ଗ

  26. Couplet 26

    ପବନ ବଳେ ଜନ୍ମ ହୋଇନିର୍ମଳ ରୂପ ନ ଦିଶଇ

  27. Couplet 27

    ଏଣୁ ଅସାଧୁ ସଙ୍ଗ ତେଜିନିତ୍ୟେ ସାତ୍ତ୍ୱିକ ଭାବେ ଭଜି

  28. Couplet 28

    ଯେ ପ୍ରାଣୀ ଦ୍ୟୂତକ୍ରୀଡ଼ା ରତଅସାଧୁ ସଙ୍ଗ ଅବିରତ

  29. Couplet 29

    କେବେହେଁ ନ କରିବ ମେଳେନିଶ୍ଚିନ୍ତେ ରହିବ ନିରୋଳେ

  30. Couplet 30

    ସା‌ତ୍ତ୍ୱିକମୟ ପୁଣ୍ୟଦେଶେନିବାସ କରିବ ବିଶ୍ୱାସେ

  31. Couplet 31

    ପୁଣ୍ୟ କରିବ ପୁଣ୍ୟକାଳେକାମନା ନ କରିବ ଫଳେ

  32. Couplet 32

    ସାତ୍ତ୍ୱିକ ବିନା କର୍ମ ଯେତେକେବେହେଁ ନ କଳ୍ପିବ ଚିତ୍ତେ

  33. Couplet 33

    ସାତ୍ତ୍ୱିକ କର୍ମମାତ୍ର କରିରଜ ତାମସ ପରିହରି

  34. Couplet 34

    ଅପରେ ଯେତେ କାମ୍ୟକର୍ମତେଣେ ନୋହିବ ମତିଭ୍ରମ

  35. Couplet 35

    ବୈଷ୍ଣବଦୀକ୍ଷା ଶିବମତକରିବ ହୋଇ ଶୁଦ୍ଧଚିତ୍ତ

  36. Couplet 36

    ଶାକ୍ତିକ ଆଦି କ୍ଷୁଦ୍ରଦୀକ୍ଷାକେବେହେଁ ନ କରିବ ଶିକ୍ଷା

  37. Couplet 37

    ସାତ୍ତ୍ୱିକେ ବିଷ୍ଣୁଧ୍ୟାନ କରିଗୃହ ସଂସାର ନ ସୁମରି

  38. Couplet 38

    ବିଷ୍ଣୁର ମନ୍ତ୍ର ଉପଦେଶେସାତ୍ତ୍ୱିକଜନଙ୍କ ବିଶ୍ୱାସେ

  39. Couplet 39

    କେବଳ ସାତ୍ତ୍ୱିକ ସଂସାରେଚିତ୍ତ ସାଧିବ ନିରନ୍ତରେ

  40. Couplet 40

    ଶରୀର କର୍ମମାତ୍ର ଯେତେବାହ୍ୟେ କରିବ ଲୋକମତେ

  41. Couplet 41

    ଏ ଦଶବିଧି ବସ୍ତୁଜାତଜାଣରୁ ତ୍ରିଗୁଣେ ଜଡ଼ିତ

  42. Couplet 42

    ଏଣୁ ପଣ୍ତିରଜନ ଯେତେକର୍ମ ସାଧନ୍ତି ସ‌ତ୍ତ୍ୱମତେ

  43. Couplet 43

    ସାତ୍ତ୍ୱିକ ସେବା ତ‌ତପରେସ‌ତ୍ତ୍ୱ ବଢ଼ଇ ନିରନ୍ତରେ

  44. Couplet 44

    ତେଣେ ବିଶୁଦ୍ଧ ହୋଏ ମନନିର୍ମଳ ପ୍ରକାଶଇ ଜ୍ଞାନ

  45. Couplet 45

    ଯେସନେ ବନେ ବାଂଶ ବାଂଶେଅନଳ ଉପୁଜେ ଘରଷେ

  46. Couplet 46

    ସେ ବନ ଦ‌ହେ ତେଜବଳେପୁଣି ସେ ଲିଭଇ ନିଶ୍ଚଳେ

  47. Couplet 47

    ଏ ରୂପେ ଗୁଣମୟ ଦେହଦ‌ହି ସାତ୍ତ୍ୱିକଭାବେ ରହ

  48. Couplet 48

    ବିଷ୍ଣୁ ସ୍ମରଣେ ଚିତ୍ତ ଜଡ଼ିଭଜ ତୁ ସର୍ବଧର୍ମ ଏଡ଼ି

  49. Couplet 49

    ଏମନ୍ତ ଶୁଣି କୃଷ୍ଣବାଣୀଉଦ୍ଧବ ଯୋଡ଼ି ବେନିପାଣି

  50. Couplet 50

    ବୋଲଇ ମନେ ପାଇ ଖେଦଭୋନାଥ ଶୁଣିବା ଗୋବିନ୍ଦ

  51. Couplet 51

    ବିଷୟ ଆପଦର ସ୍ଥାନଭଲେ ଜାଣନ୍ତି ସ‌ର୍ବଜନ

  52. Couplet 52

    ସକଳ ଶାସ୍ତ୍ର ମୁଖୁଁ ଶୁଣିଗୁରୁ ବଚନ ପରିମାଣି

  53. Couplet 53

    ଦୁର୍ଜୟ ଲାଳସ ବିଷୟପୁଣି ଭୁଞ୍ଜନ୍ତି କିପାଁ କ‌ହ

  54. Couplet 54

    ଯେସନେ କରନ୍ତେ ଭର୍ତ୍ସନଉଚ୍ଛିଷ୍ଟ ନ ଛାଡ଼ଇ ଶ୍ୱାନ

  55. Couplet 55

    ଯେହ୍ନେ ଗଧୁଣୀ ପାଦ ଦୁଇଗଧକୁ ପ୍ରହାରଇ ନେଇ

  56. Couplet 56

    ଗଧ ଅଜ୍ଞାନ ଭାବ ଦେଖପୁଣି ଧାମଇଁ ତା'ର ପାଖ

  57. Couplet 57

    ଯେସନେ ଅତି ହିଁ ନିର୍ଲ୍ଲଜପ୍ରାଣ ବିନାଶଠାରେ ଅଜ

  58. Couplet 58

    ପୂଜାର ବେଲପ‌ତ୍ରିମାନଖାଉଣ ଥାଇ ପୁଣପୁଣ

  59. Couplet 59

    ଏଣୁ ସଂଶୟ ଚିତ୍ତ ମୋରଶୁଣି ବୋଲନ୍ତି ଦାମୋଦର

  60. Couplet 60

    ଏ ଜୀବ ବ‌ହି ଅହ‌ଙ୍କାରବୋଲଇ ଏ ଦେହ ମୋହର

  61. Couplet 61

    ରଜୋଗୁଣରୁ ଏ ପ୍ରକାଶହୁଅନ୍ତେ ବୁଦ୍ଧି କରେ ଭ୍ରଂଶ

  62. Couplet 62

    ସଙ୍କଳ୍ପ ବିକଳ୍ପ ଏ ବେନିନାନା ବିକାର ମନେ ଘେନି

  63. Couplet 63

    ବେନି ସଂଯୋଗ ମୋହ ଜଡ଼େନାନା ପ୍ରକାରେ କାମ ବଢ଼େ

  64. Couplet 64

    କୁମତିଜନଙ୍କର ମନେପ୍ରକାଶେ ନାନା କୁସାଧନେ

  65. Couplet 65

    ନିରତେ କାମ‌ବଶ ହୋଇକର୍ମ କରନ୍ତି ମୋହ ବ‌ହି

  66. Couplet 66

    ଏମନ୍ତେ ବୁଦ୍ଧି ହୋଏ ଭ୍ରମନ ମଣେ ହାନି ଲାଭ କର୍ମ

  67. Couplet 67

    କେବଳ ଦୁଃଖ ମାତ୍ର ସାରଏ କ‌ଥା ନ ବୁଝେ ପାମର

  68. Couplet 68

    ମିଥ୍ୟାଭିଳାଷେ ମନ ଗ୍ରସ୍ତରାଜସଗୁଣେ ବିମୋହିତ

  69. Couplet 69

    ମୁଖେ ଉପମା କେତେ ଦେବାଯେଣେ ଭ୍ରମନ୍ତି ସୁରଦେବା

  70. Couplet 70

    ଏ ରୂପେ ଅନେକ ଭ୍ରମନ୍ତିଏ କ‌ଥା ସାଧବେ ବୁଝନ୍ତି

  71. Couplet 71

    ଏ କ‌ଥା ବୁଝି ସାଧୁଜନମନ କରନ୍ତି ସଞ୍ଜମନ

  72. Couplet 72

    ବିଷୟ ସଙ୍ଗ ଦୁଃଖରାଶିଏଣେ ନୁହଁନ୍ତି ଚିତ୍ତଗ୍ରାସି

  73. Couplet 73

    ସାତ୍ତ୍ୱିକେ ମୋର ପାଦସେବାଏ କ‌ଥା ବୁଝନ୍ତି ସାଧବା

  74. Couplet 74

    କ୍ରମେ ଅଭ୍ୟାସି ସ‌ତ୍ତ୍ୱଗୁଣସମର୍ପି ମୋ' ଚରଣେ ମନ

  75. Couplet 75

    ସାତ୍ତ୍ୱିକଗୁଣ ମନେ ଧରିସାଧିବେ ଅଳ୍ପ ଅଳ୍ପ କରି

  76. Couplet 76

    ଅଭ୍ୟାସେ ନ‌ବଦ୍ୱାର ରୁନ୍ଧିମନ ପବନ ହୃଦେ ଛନ୍ଦି

  77. Couplet 77

    ଆହାର ଜିଣିବ ଆସନେମନ ନିବେଶି ମୋର ଧ୍ୟାନେ

  78. Couplet 78

    ସର୍ବ ବିଷୟରସୁ ମନଅଭ୍ୟାସେ କରିବ ବନ୍ଧନ

  79. Couplet 79

    ଆନନ୍ଦ-ରଜ୍ଜୁ ଦେଇ ଗଳେବାନ୍ଧିବ ମୋ ପାଦକମଳେ

  80. Couplet 80

    ପୂର୍ବେ ଏ ଯୋଗ ଅଭ୍ୟାସନେମୁହିଁ କ‌ହିଲି ଶିଷ୍ୟଗଣେ

  81. Couplet 81

    ସନ‌କ ଆଦି ଚାରିଜଣବିଶେଷେ ବ୍ରହ୍ମାଙ୍କ ନନ୍ଦନ

  82. Couplet 82

    ସେ ମୋର ତ‌ହୁଁ ଶୁଣି ଏହାପରମ‌ଯୋଗରେ ସେନେହା

  83. Couplet 83

    ଅଭ୍ୟାସ କରି ଏହୁ ଜ୍ଞାନଫିଟିଲା ମାୟାମୋହ ଛନ୍ନ

  84. Couplet 84

    ଆନନ୍ଦଭାବେ ତରିଗଲେଭଜିଣ ମୋ' ପାଦକମଳେ

  85. Couplet 85

    ଉଦ୍ଧବ କୃଷ୍ଣବାକ୍ୟ ଶୁଣିଭାବେ ବୋଲଇ ମନେ ଗୁଣି

  86. Couplet 86

    ଭୋ ନାଥ ପ୍ରଭୁ ଭଗବାନଏଣେ ସଂଶୟ ମୋର ମନ

  87. Couplet 87

    କାହିଁ ତୁ ବସି କେଉଁଠାବେବ୍ରହ୍ମାର ପୁତ୍ରଙ୍କ ପ୍ରସ୍ତାବେ

  88. Couplet 88

    କି ରୂପେ ଧରି ତୁ ଶରୀରଯୋଗ କ‌ହିଲୁ ଦାମୋଦର

  89. Couplet 89

    ତୋହର ଦୟା ଯେବେ ମୋତେସେ ଯୋଗ କ‌ହ ମୋ' ଅଗ୍ରତେ

  90. Couplet 90

    ଏମନ୍ତ ଶୁଣି ତା ବଚନବୋଲନ୍ତି ଦେବକୀନନ୍ଦନ

  91. Couplet 91

    ଶୁଣ ଉଦ୍ଧବ ସାଧୁ ଧୀରସେ ଚାରି ବ୍ରହ୍ମାଙ୍କ କୁମର

  92. Couplet 92

    ପିତାର ପାଦେ ହସ୍ତ ଦେଇଯୋଗ ପୁଚ୍ଛିଲେ ଚାରିଭାଇ

  93. Couplet 93

    ଭୋ ତାତ ଶୁଣି ଦେବବରଦୁସ୍ତର ଏ ଭବସାଗର

  94. Couplet 94

    ପ୍ରାଣୀ ଅଛନ୍ତି ଏଥେ ମଜ୍ଜିବିଷ୍ଣୁମାୟାକୁ ସ‌ତ୍ୟ ବୁଝି

  95. Couplet 95

    ସ୍ଥାବର ଆଦି ଜନ୍ତୁ ଯେତେଏ ମାୟା ତରିବେ କେମନ୍ତେ

  96. Couplet 96

    ପ୍ରାଣୀଙ୍କ ମନ ମାୟାସଙ୍ଗେନାନା ପ୍ରପଞ୍ଚ ସଂଚେ ରଙ୍ଗେ

  97. Couplet 97

    ଲାଳସ ବିଷୟ ଗୋଚରେଚିତ୍ତ ନିବେଶି ନିରନ୍ତରେ

  98. Couplet 98

    ଏଣୁ ବିଷୟ ଚିତ୍ତ ମଧ୍ୟେପ୍ରବେଶ କରେ ଭାବ ଭେଦେ

  99. Couplet 99

    ଅନ୍ୟୋନ୍ୟ ଭାବେ ଚିତ୍ତ ଜଡ଼େକେବେହେଁ ସଙ୍ଗ ତା' ନ ଛାଡ଼େ

  100. Couplet 100

    ସେ ସଙ୍ଗ ତୁଟଇ କେମନ୍ତେପ୍ରସନ୍ନେ କ‌ହ ତାତ ଏତେ

  101. Couplet 101

    କି ରୂପେ ତାରଣ ଉପାୟେଭୋ ନାଥ ପୁଚ୍ଛୁଁ ତୋ'ର ପାୟେ

  102. Couplet 102

    ପୁତ୍ରଙ୍କ ବାକ୍ୟ ଶୁଣି କର୍ଣ୍ଣେବିଧାତା ବେଦ ଅନୁମାନେ

  103. Couplet 103

    ଚିନ୍ତି ନ ପାରି ଦୁଃଖମନେବସିଲା ନିଶ୍ଚଳ ଆସନେ

  104. Couplet 104

    ସମାଧି କରି ଚିତ୍ତେ ମୋତେସଂଶୟ ଜାଣିବା ନିମନ୍ତେ

  105. Couplet 105

    ବ୍ରହ୍ମାର ଧ୍ୟା‌ନ‌ବଳେ ମୁହିଁମିଳିଲି ହଂସରୂପ ହୋଇ

  106. Couplet 106

    ବ୍ରହ୍ମାଙ୍କୁ ଦେଖା ଦେଲି ତ‌ହିଁତକ୍ଷଣେ ମୋ'ର ରୂପ ଚାହିଁ

  107. Couplet 107

    ବେଗେ ବ୍ରହ୍ମାର ପୁତ୍ରଗଣେନମିଲେ ମୋହର ଚରଣେ

  108. Couplet 108

    ତକ୍ଷଣେ କରି ଅବଧାନମୋତେ ପୁଚ୍ଛିଲେ ବିଦ୍ୟମାନ

  109. Couplet 109

    ଭୋ ହଂସ କେଣେ ତୋ' ବିଶ୍ରାମକେ ତୁମ୍ଭେ କିବା ତୁମ୍ଭ ନାମ

  110. Couplet 110

    କିବା କାରଣେ କିସ ଅର୍ଥେଏଥେ ମିଳିଲେ ଶୂନ୍ୟପ‌ଥେ

  111. Couplet 111

    ନିଶ୍ଚେ ଜାଣିବା ଅର୍ଥେ ମୋତେପୁଚ୍ଛିଲେ ବ୍ରହ୍ମା-ଚାରିସୁତେ

  112. Couplet 112

    ତାହାଙ୍କ ପ୍ରଶ୍ନ ମୁହିଁ ଶୁଣିଯାହା କ‌ହିଲି ପରିମାଣି

  113. Couplet 113

    ଶୁଣ କ‌ହିବା ତୋ'ର ଆଗେଆତ୍ମା ପ୍ରସନ୍ନ ଅନୁରାଗେ

  114. Couplet 114

    ବସ୍ତୁ ବିଚାରେ ଆତ୍ମା ଏକକେବେହେଁ ନୁହଁଇ ଅନେକ

  115. Couplet 115

    ତୁମ୍ଭର ପ୍ରଶନ ପ୍ରସ୍ତାବକ‌ହିବା ଯେମନ୍ତେ ଜାଣିବ

  116. Couplet 116

    ସର୍ବଶରୀର ପଞ୍ଚଭୂତେରଚିତ ଏ ମାୟା ଜଗତେ

  117. Couplet 117

    ସକଳ ଦେହେ ଏକ ଧର୍ମସକଳ ଦେହେ ଏକ ବ୍ରହ୍ମ

  118. Couplet 118

    କେ ବୋଲି ପଚାରିଲେ ମୋତେଏ ପ୍ରଶ୍ନ ଘଟିବ କେମନ୍ତେ

  119. Couplet 119

    ତାହା କ‌ହିବା ତୁମ୍ଭେ ଶୁଣମୁହିଁଟି ପ୍ରଭୁ ନାରାୟଣ

  120. Couplet 120

    ହୃଦ‌ୟେ ଯାହା ପରିମାଣିଯେ କିଛି ଶୁଣି ମୁଖେ ଭଣି

  121. Couplet 121

    ଇନ୍ଦ୍ରି-ଗୋଚରେ ମନ ବୁଦ୍ଧିଯେ ଭୋଗ ବିଷୟ ପ୍ରସିଦ୍ଧି

  122. Couplet 122

    ଏ ସର୍ବ ମୋହର ଆୟତ୍ତମୋ' ବିନୁ କିଛି ନୋହେ ସ‌ତ୍ୟ

  123. Couplet 123

    ମୁଁ ସର୍ବ ବିଷୟ ଗୋଚରମୋ ତ‌ହୁଁ ଆତ୍ମା ନୋହେ ପର

  124. Couplet 124

    ବିଷୟ ମୋର ଦେହେ ପଶେତେଣୁ ଇନ୍ଦ୍ରିୟ ରସେ ରସେ

  125. Couplet 125

    ଏ ଦେହ ମାତ୍ର ଚିତ୍ରଗତିବିଷ‌ୟ-ବାସନା ସମ୍ଭୂତି

  126. Couplet 126

    ଦୁର୍ଜୟ ବିଷୟ ବାସନାକେ ତାହା ଖଣ୍ତିପାରେ କିନା

  127. Couplet 127

    ବିଷୟ ସେବନେ ନିରତେମଜ୍ଜଇ ଚିତ୍ତ ଅନୁବ୍ରତେ

  128. Couplet 128

    ବିଷୟ ଧ୍ୟାନେ ଚିତ୍ତ ଜଡ଼େତ୍ରିଗୁଣ ମାୟା ନିତ୍ୟେ ବଢ଼େ

  129. Couplet 129

    ଏଣୁ ଯେ ମୋହର ଚରଣେଆଶ୍ରେ କରନ୍ତି ଦାସ‌ପଣେ

  130. Couplet 130

    ସେ ପ୍ରାଣୀ ବେନି ପରିହରେବିଷୟ ବାସନା ନ ସରେ

  131. Couplet 131

    ଜାଗ୍ରତ ସ୍ୱପନ ସୁଷୁପ୍ତିଗୁଣହୁଁ ତିନି ବୁଦ୍ଧି ବୃତ୍ତି

  132. Couplet 132

    ସର୍ବଶରୀରେ ସାକ୍ଷୀରୂପେଏ ଜୀବ ବସଇ ପ୍ରତ୍ୟକ୍ଷେ

  133. Couplet 133

    ଭୂତ-ଭବିଷ୍ୟ-ବର୍ତ୍ତମାନେଏ ଜୀବ ଥାଇ ସର୍ବସ୍ଥାନେ

  134. Couplet 134

    ବସଇ ସକଳ ଶରୀରେଏ ସ‌ତ୍ୟ ଅନ୍ତର ବାହାରେ

  135. Couplet 135

    ସର୍ବ ଶରୀରେ ନିରପେକ୍ଷେମୋ' ରୂପ ଦେଖିବ ପ୍ରତ୍ୟକ୍ଷେ

  136. Couplet 136

    ଅନାଦି ଅବିଦ୍ୟାରେ ବନ୍ଦୀକର୍ମ ବାସନା ବଳେ ଛନ୍ଦି

  137. Couplet 137

    ସ‌‌ତ୍ତ୍ୱାଦି ହେତୁ ତିନିଗୁଣଏ ମାୟା ଦେହର କାରଣ

  138. Couplet 138

    ଏମନ୍ତଜାଣଇଁ ସେ ଯେବେତ୍ରିଗୁଣ ବାହାର ସେ ତେବେ

  139. Couplet 139

    ଏଣୁ ନିର୍ଗୁଣ ଆତ୍ମା କରେସକଳ ଜନ୍ମ ପାପ ହରେ

  140. Couplet 140

    ମୋର ଚରଣେ ଚିତ୍ତ ବଳେନିବେଶି ସମାଧି ନିଶ୍ଚଳେ

  141. Couplet 141

    ସ‌ହଜ ଚିତ୍ତ ଦୃଢ଼ କରେବିଷୟରସ ନ ସୁମରେ

  142. Couplet 142

    ବିଅର୍ଥ-ଅହ‌ଙ୍କାରେ ମନଜୀବନ ସଂସାର ବନ୍ଧନ

  143. Couplet 143

    ମାୟାସଂସାର ଘୋରବନେଏ ଜୀବଭ୍ରମେ ଅକାରଣେ

  144. Couplet 144

    ଏଣୁ ପଣ୍ତିତ ସାଧୁଜନମୋ' ଦେହେ ଦେଇ ବୁଦ୍ଧି ମନ

  145. Couplet 145

    ସଂସାର ଚିନ୍ତା ଦୂର କରେଚିତ୍ତେ ମୋ' ଚରଣ ସୁମରେ

  146. Couplet 146

    ଯାବତ ନାନାକର୍ମ ଚିନ୍ତେଏ ଜୀବ ଭ୍ରମଇଁ ନିରତେ

  147. Couplet 147

    ତାବତ ଘୋରଦୁଃଖେ ମନଜାଣି ନ ଜାଣେ ମୂଢ଼ଜନ

  148. Couplet 148

    ଜ୍ଞାନ-ଅଜ୍ଞାନ ମାର୍ଗ ଦୁଇସ୍ୱପ୍ନ ଦୃଷ୍ଟାନ୍ତେ କ‌ହିବଇଁ

  149. Couplet 149

    ଯେସନେ ସ୍ୱପ୍ନେ ନାନା ଅର୍ଥନିଦ୍ରାରେ ମଣେ ତାହା ସ‌ତ୍ୟ

  150. Couplet 150

    ସେ ପୁଣି ନିଦ୍ରା ଅବସାନେସକଳ ମିଥ୍ୟା କରି ମଣେ

  151. Couplet 151

    ସେ ରୂପେ ଦେହ-ଧର୍ମ ଯେତେବର୍ଣ୍ଣ ଆଶ୍ରମ ଅନୁମତେ

  152. Couplet 152

    କର୍ମେ ସ୍ୱର୍ଗାଦି ଫଳ ପାଇଏ ସର୍ବ ସ‌ତ୍ୟ ନୋହେ କେହି

  153. Couplet 153

    ଯେ ପ୍ରାଣୀ ସ୍ଥୂଳ ଦେହଗତେଇନ୍ଦ୍ରିୟଭୋଗ ନାନାମତେ

  154. Couplet 154

    କରଇ ଅନୁକ୍ଷଣେ ପ୍ରୀତିଜାଗ୍ରତେ ସ୍ୱପ୍ନେ ତା' ଭୁଞ୍ଜନ୍ତି

  155. Couplet 155

    ଆତ୍ମା ସମ୍ବନ୍ଧ ନାହିଁ ତେଣେଏ ସର୍ବ ଉପାଧି ତ୍ରିଗୁଣେ

  156. Couplet 156

    ଏମନ୍ତ ଅନୁମାନି ଚିତ୍ତେସ‌ହ‌ଜ ଦୁଃଖସୁଖ ପ‌ଥେ

  157. Couplet 157

    ତେଜିଣ ହରଷ ବିଷାଦସଂସାର-ବାସନା-ପ୍ରମାଦ

  158. Couplet 158

    ଅଧର୍ମ କୂଟ ବାଦବୁଦ୍ଧିଏ ସର୍ବ ଛେଦ ଜ୍ଞାନ ସାଧି

  159. Couplet 159

    ସାଧୁଙ୍କ ମୁଖାମୃତ ବାଣୀଜ୍ଞାନ ଖଡ଼୍‌ଗ କରେ ଘେନି

  160. Couplet 160

    ଗୁରୁବଚନ ଅନୁରାଗେଚିତ୍ତ ବଡ଼ିମା କାଟ ବେଗେ

  161. Couplet 161

    ସର୍ବ ସଂଶୟ ମନୁ ତେଜକେବଳ ଭାବେ ମୋତେ ଭଜ

  162. Couplet 162

    ମନ ବିଳାସ ଏ ଜଗତଗ‌ଗନେ ବିଜୁଳି ଯେମନ୍ତ

  163. Couplet 163

    ଅତି ଚଞ୍ଚଳ ଅତି ଲୋଳଯେସନେ ପ୍ରକାଶେ ଅନଳ

  164. Couplet 164

    ଏକ‌ତ୍ୱ ବ୍ରହ୍ମଜ୍ଞାନମୟପ୍ରକାଶେ ବ‌ହୁରୂପ ପ୍ରାୟ

  165. Couplet 165

    ଅନିତ୍ୟ ସଂସାର ଗ‌ହ‌ନଏହା ତୁ ଚିତ୍ତେ ଅନୁମାନ

  166. Couplet 166

    ତୁମ୍ଭେ ଯେ ବୋଲ ସର୍ବଦେହେଏ ଭେଦ ଦୃଷ୍ଟି ସର୍ବଠାଏଁ

  167. Couplet 167

    ଏ ଦୃଷ୍ଟି ନିବର୍ତ୍ତଇ ଯେବେଆତ୍ମା ପ୍ରକାଶ ହୋଏ ତେବେ

  168. Couplet 168

    ଆତ୍ମାର ସୁଖ ପୂର୍ଣ୍ଣକରେଅନ‌ନ୍ତ ବାସନାରୁ ତରେ

  169. Couplet 169

    ସକ‌ଳ ଚେଷ୍ଟା ପରିହରେଆନନ୍ଦସାଗରେ ବି‌ହରେ

  170. Couplet 170

    ଏଣୁ ସେ ଜ୍ଞାନୀଜନ ଯେତେଭଜନ୍ତି ମୋ'ର ପାଦଗତେ

  171. Couplet 171

    ଭକ‌ତିରସ ମଦେ ଲୀନଜଗତେ ସିଦ୍ଧ ଯୋଗୀଜନ

  172. Couplet 172

    କେବଳ ନିଜ ଦେହ ଚିନ୍ତିଅଛି କି ନାହିଁ ନ ଜାଣନ୍ତି

  173. Couplet 173

    ମଦ୍ୟପ ଯେହ୍ନେ ମଦ୍ୟ ଖାଇସ‌ତ୍ୟ ଅସ‌ତ୍ୟ ନ ଜାଣଇ

  174. Couplet 174

    କେବଳ ସୁଖ ମଦ୍ୟପାନେଅଜ୍ଞାନେ ଘୃମିତ ଲୋଚନେ

  175. Couplet 175

    ଅଛି କି ନାହିଁ ନିଜ ଦେହୀଉଭୟ ମତ ନ ଜାଣି

  176. Couplet 176

    ଜ୍ଞାନୀ ଏମନ୍ତ ରସେ ରସେସୁଖ ସମୁଦ୍ରେ ନିତ୍ୟେ ଭାସେ

  177. Couplet 177

    ଅଦୃଷ୍ଟବଶ ଏ ଶରୀରଯାବତ କର୍ମର ବେଭାର

  178. Couplet 178

    ଏ ଭାବଦେଖି ସିଦ୍ଧଜନେଆଦର ନ କରନ୍ତି ମନେ

  179. Couplet 179

    ସ୍ୱପନ ଅନୁଭବ ମତମଣଇଁ ଜ୍ଞାନୀ ଯୋଗୀ ଚିତ୍ତ

  180. Couplet 180

    ଶୁଣ ହେ ସନ‌କାଦି ଜନତୁମ୍ଭେ ଯେ ବ୍ରହ୍ମାଙ୍କ ନନ୍ଦନ

  181. Couplet 181

    ପରମ ସାଂଖ୍ୟ‌ଯୋଗ ମାର୍ଗଭାବେ କ‌ହିଲି ତୁମ୍ଭ ଆଗ

  182. Couplet 182

    ସର୍ବ ଆଶ୍ରୟ ଯେଣୁ ମୁହିଁଯଜ୍ଞେ ସକ‌ଳ ହବି ଖାଇ

  183. Couplet 183

    ଏଣୁ ମୁଁ ସର୍ବ‌ଯଜ୍ଞପ‌ତିମୁଁ ସାଂଖ୍ୟରୂପେ ସ‌ତ୍ୟବ୍ରତୀ

  184. Couplet 184

    ଏ ଧର୍ମ ପ୍ରକାଶ କାରଣେମିଳିଲି ତୁମ୍ଭ ସନ୍ନିଧାନେ

  185. Couplet 185

    ଯେଣୁ ମୁଁ ପରମ ଆଶ୍ରୟସର୍ବ ଜଗ‌ତ ମୋର ଦେହ

  186. Couplet 186

    ସକଳ ଗଜପ‌ତି ସାରମୁଁ ଜୀବ ଆତ୍ମାର ଗୋଚର

  187. Couplet 187

    ସାତ୍ତ୍ୱିକ ରଜତମ ଗୁଣମୋର କିଙ୍କର ଏ ପ୍ରମାଣ

  188. Couplet 188

    ସକଳ ଶରୀରେ ମୁଁ ପୂରୀମୁଁ ବନ୍ଧୁପ୍ରିୟ ଅଧିକାରୀ

  189. Couplet 189

    ଅନ‌ନ୍ତଶକ୍ତି ମୁଁ କାରଣମୁଁ ନିରପେ‌କ୍ଷ ମୁଁ ନିର୍ଗୁଣ

  190. Couplet 190

    ଅଣିମା ଆଦି ନିଧି ମୋରଏଣୁ ମୁଁ ବୋଲଇ ଈଶ୍ୱର

  191. Couplet 191

    ସକଳ ମୋହର କିଙ୍କରଏଣୁ ମୋ' ନାହିଁ ନିଜ ପର

  192. Couplet 192

    ତୁମ୍ଭେ ଯେ ବ୍ରହ୍ମାଙ୍କର ସୂତଏଣୁ ମୁଁ ଜାଣି ତୁମ୍ଭ ଚିତ୍ତ

  193. Couplet 193

    ବ୍ରହ୍ମାର ଧ୍ୟାନ ମନେ କରିମିଳିଲି ହଂସରୂପ ଧରି

  194. Couplet 194

    ପରମ‌ଯୋଗ ତୁମ୍ଭ ଆଗେମୁହିଁ କ‌ହିଲି ଅନୁରାଗେ

  195. Couplet 195

    ଏ ଯୋଗ ଶୁଣି ଚିତ୍ତେ ଧରସଂସାର ପର୍ଯ୍ୟଟନ କର

  196. Couplet 196

    ଏମନ୍ତେ ପ୍ରଭୁ ବାସୁଦେବବୋଲନ୍ତି ଶୁଣ ହେ ଉଦ୍ଧବ

  197. Couplet 197

    ବ୍ରହ୍ମାର ପୁତ୍ର ଚାରିଜଣସାନନ୍ଦ ଶୁଣି ମୋ' ବଚନ

  198. Couplet 198

    ସର୍ବସଂଶୟ କଲ ଦୂରଆନନ୍ଦେ ଧରି ମୋ' ପୟର

  199. Couplet 199

    ସ୍ତୁତି ବଚନ ଅନୁବାଦେଭାବେ ପୂଜିଲେ ମୋ'ର ପାଦେ

  200. Couplet 200

    ବ୍ରହ୍ମାଙ୍କୁ କରି ଅବଧାନମୁଁ ତ‌ହୁଁ ହେଲି ଅନ୍ତର୍ଦ୍ଧାନ

  201. Couplet 201

    ଏମନ୍ତ କ‌ହ‌ନ୍ତେ ଅଚ୍ୟୁତଶୁଣି ଉଦ୍ଧବ କୃତକୃତ୍ୟ

  202. Couplet 202

    ଆନନ୍ଦେ କୃଷ୍ଣପାଦ ଧରିରୋମ‌ପୁଲକ ତନୁ କରି

  203. Couplet 203

    ଶ୍ରୀଏକାଦଶେ ଭାଗବତଭକ୍ତିଯୋଗର ଶୁଦ୍ଧତ‌ତ୍ତ୍ୱ

  204. Couplet 204

    କୃଷ୍ଣସନ୍ଦେଶ ବ୍ର‌ହ୍ମରସକ‌ହଇ ଦାସ ଜଗନ୍ନାଥ

Odia Bhagabata skandha 11 adhyaya 14 | Parbani by ParibhaAsha App