Skandha 11
Adhyaya 13
Couplet 1
କୃଷ୍ଣ କହନ୍ତି ତୋଷଚିତ୍ତେଶୁଣ ଉଦ୍ଧବ କହୁଁ ତୋତେ
Couplet 2
ଯେ' ଧର୍ମ ସାଂଖ୍ୟ କର୍ମଯୋଗେମୁହିଁ କହିଲି ବ୍ରହ୍ମଭାଗେ
Couplet 3
ବେଦପଠନ ତପ ତ୍ୟାଗପୁଣ୍ୟ ସମୂହ ବଇରାଗ୍ୟ
Couplet 4
ଏ ଆଦି ପୁଣ୍ୟକର୍ମମାନବିପୁଳ ଘର ଜଳଦାନ
Couplet 5
ବିବିଧ ବ୍ରତ ମହାଦାନଯମ ନିୟମ ଦେହାର୍ଚ୍ଚନ
Couplet 6
ଧନ ସଞ୍ଚିଣ ଯଜ୍ଞକରେତୀର୍ଥଗମନ ନିରନ୍ତରେ
Couplet 7
ନାନା ଉପାୟେ ପଥ ହେରିମୋତେ ନ ପାରେ ବଶ କରି
Couplet 8
ଏ ଜୀବ ସାଧୁସଙ୍ଗ ବିନୁଲଭି ନ ପାରେ ମୋର ତନୁ
Couplet 9
ସର୍ବ କୁସଙ୍ଗ ଦୋଷ ହରେଯେ ନିତ୍ୟେ ସାଧୁସଙ୍ଗ କରେ
Couplet 10
ଯେ' ଅବା ପତିତ ପାମରସତ୍ସଙ୍ଗେ ତରେ ଭବଘୋର
Couplet 11
ଦୈତ୍ୟ ଦାନବ ଖଗ ମୃଗଦନ୍ଧର୍ବ ଅପସରା ନାଗ
Couplet 12
ସିଦ୍ଧ ଚାରଣ ବିଦ୍ୟାଧରପକ୍ଷ ଗୁହ୍ୟକ ଯେ କିନ୍ନର
Couplet 13
ସ୍ତ୍ରୀ ଶୂଦ୍ର ପତିତ ଚାଣ୍ତାଳେତରିଲେ ସାଧୁସଙ୍ଗ ମେଳୈ
Couplet 14
ସ୍ୱଭାବେ ରଜତମେ ଥା'ନ୍ତିସାଧୁସଙ୍ଗମେ ମୋତେ ପା'ନ୍ତି
Couplet 15
ଉଦ୍ଧବ କହୁଁ ତୋ' ଅଗ୍ରତେସତ୍ସଙ୍ଗେ ତରିଗଲେ ଯେତେ
Couplet 16
ପୂର୍ବେ ଯେ ବୃଷପର୍ବା ବଳିତରିଲେ ସାଧୁସଙ୍ଗେ ମିଳି
Couplet 17
ବାଣ ମୟ ଯେ ବିଭୀଷଣସୁଗ୍ରୀ ଜାମ୍ବବ ହନୁମାନ
Couplet 18
ଗଜ ଜଟାୟୁ ତୁଳାଧରପ୍ରହ୍ଲାଦ ବୃତ୍ର ଯେ ଅସୁର
Couplet 19
ଲୁବ୍ଧକ କଂସର କୁବୁଜୀସତ୍ସଙ୍ଗେ ମୋ'ର ପାଦେ ଭଜି
Couplet 20
ଯଜ୍ଞକାମିନୀ ବ୍ରଜନାରୀସାଧୁସଙ୍ଗମେ ଗଲେ ତରି
Couplet 21
ସ୍ୱଭାବେ ସ୍ତିରୀଜନ୍ମ ହୋନ୍ତିବେଦ ପୁରାଣ ନ ଜାଣନ୍ତି
Couplet 22
ମହାନ୍ତେ ନ କରନ୍ତି ସେବାସେ ନ ପୂଜନ୍ତି ଯଜ୍ଞଦେବା
Couplet 23
କେବଳ ସାଧୁସଙ୍ଗ ଫଳେମୋତେ ପାଇଲେ ଅନ୍ତଃକାଳେ
Couplet 24
ଜାରପୁରୁଷ ଭାବେ ମୋତେନିତ୍ୟେ ଭାବିଲେ ଅନ୍ତର୍ଗତେ
Couplet 25
ଏଣୁ ତରିଲେ ବ୍ରଜନାରୀଆନନ୍ଦେ କହିଲେ ମୁରାରି
Couplet 26
କୀଟ ପତଙ୍ଗ ପଶୁ ମୃଗସାଧୁସଙ୍ଗମେ ମୋକ୍ଷ ଯୋଗ
Couplet 27
ଭକତିବଳେ ସାଧୁମେଳେସେ ମୋତେ ଲଭିଲେ ନିଶ୍ଚଳେ
Couplet 28
ଯୋଗୀନ୍ଦ୍ର ବିପ୍ର ମୁନିଗଣେଧ୍ୟାନେ ଚିନ୍ତନ୍ତି ମୋ' ଚରଣେ
Couplet 29
ନ ପାଇ ସାଂଖ୍ୟଯୋଗେ ଫୁଟିବିବିଧ ଦାନ ବ୍ରତ କୋଟି
Couplet 30
ଏ ଆଦି ଚିତ୍ତ ବଇରାଗ୍ୟେସନ୍ୟାସଭାବେ ସର୍ବତ୍ୟାଗେ
Couplet 31
ଉପାୟ କରି ନାନାମତେସେ ମୋତେ ଲଭିବେ କେମନ୍ତେ
Couplet 32
ଯେ ସାଧୁସଙ୍ଗକୁ କରଇସେ ତରେ ଭକ୍ତିଭାବ ପାଇ
Couplet 33
ଏଣୁ ସାଧୁଙ୍କ ସଙ୍ଗ କରିମାୟା ତରିଲେ ଗୋପନାରୀ
Couplet 34
ସାଧୁସଙ୍ଗମେ ମାୟା ହତଶୁଣ ଉଦ୍ଧବ କହୁଁ ତତ୍ତ୍ୱ
Couplet 35
ଅକ୍ରୂର ଯେତେବେଳେ ମୋତେମଥୁରା ଘେନିଗଲା ରଥେ
Couplet 36
ରାମ ସଙ୍ଗତେ ମୋତେ ଦେଖିସକଳ ସଂସାର ଉପେକ୍ଷି
Couplet 37
ମୋ'ର ବିଯୋଗେ ବ୍ରଜନାରୀଶୋକସାଗରେ ଜ୍ଞାନହାରି
Couplet 38
ମୋ'ର ଚରଣେ ଅନୁରାଗେଚିତ୍ତ ବୁଡ଼ାଇ ପ୍ରେମଭାଗେ
Couplet 39
ଧରି ନ ପାରି ହୃଦ-ମନଶୂନ୍ୟ ଦେଖିଲେ ତ୍ରିଭୁବନ
Couplet 40
ରାସ-ଉତ୍ସବେ ମୋ'ର ସଙ୍ଗେଯେତେ ରଜନୀ ବନଭାଗେ
Couplet 41
ବଞ୍ଚିଲେ ଗୋପର ତରୁଣୀତିଳାର୍ଦ୍ଧ ପ୍ରାୟ ତାହା ମଣି
Couplet 42
ଏକ ରଜନୀ ମୋ' ବିଯୋଗେମଣିଲେ କୋଟି କଳ୍ପଯୁଗେ
Couplet 43
ମୋ' ବିନୁ ନ ଜାଣନ୍ତି ଆନମୋ' ପାଦେ ତନୁ ପ୍ରାଣ ମନ
Couplet 44
ନିବେଦି ତନୁ ପାସୋରିଲେରାତ୍ର ଦିବସ ନ ଜାଣିଲେ
Couplet 45
ମୋତେ ନ ପାଇ କେଉଁସ୍ଥାନଦେଖନ୍ତି ତ୍ରିଭୁବନ ଶୂନ୍ୟ
Couplet 46
ସେ ଯେହ୍ନେ କରନ୍ତି ମୋ' ସେବାତହିଁକି ଉପଲକ୍ଷ୍ୟ ଦେବା
Couplet 47
ଗିରି ଗହନ ଘୋରବନେସମାଧି ବସି ଯୋଗୀଜନେ
Couplet 48
ଦେହ ସଂସାର ପାସୋରନ୍ତିନିର୍ମଳଜ୍ଞାନେ ଦେଇ ମତି
Couplet 49
ଦେଖ ଏ ଯେତେ ନଦନଦୀପ୍ରବାହେ ମିଳନ୍ତି ଜଳଧି
Couplet 50
ଲବଣ ଜଳେ ସେ ମିଶନ୍ତିସ୍ୱନାମ ଗୁଣ ପାସୋରନ୍ତି
Couplet 51
ଗୋପକାମିନୀ ସେହିମତେମନ ବଚନ ଦେଇ ମୋତେ
Couplet 52
ଦେହ-ସଂସାର ପାସୋରିଲେଜନ୍ମ-ମରଣୁଁ ନିସ୍ତରିଲେ
Couplet 53
ଜାରପୁରୁଷଭାବେ ମୋହେମୋତେ ନ ଜାଣନ୍ତି ନିଶ୍ଚୟେ
Couplet 54
ପରମବ୍ରହ୍ମ ମୁଁ ସ୍ୱଭାବେଅନ୍ତେ ପଶିଲେ ମୋ'ର ଠାବେ
Couplet 55
ଏଣୁ ଏ ସାଧୁଙ୍କ ସଙ୍ଗମତାରଇ ସ୍ଥାବର ଜଙ୍ଗମ
Couplet 56
ଏ ବୋଲ ବୁଝ ହେ ଉଦ୍ଧବମୋ'ର ଚରଣେ କର ଭାବ
Couplet 57
ବିଧି ନିଷେଧ ଆଦିକର୍ମଛାଡ଼ି ସକଳ ଲୋକ ଧର୍ମ
Couplet 58
ପ୍ରବୃତ୍ତି ନିବୃତ୍ତି ଏ ବେନିଦୃଷ୍ଟି ଶ୍ରବଣେ ଅନୁମାନି
Couplet 59
ସକଳ ଛାଡ଼ି ଜ୍ଞାନବଳେଭଜ ତୁ ମୋ' ପାଦକମଳେ
Couplet 60
ମୁହିଁ ସେ ମହାମହେଶ୍ୱରସକଳ ଆତ୍ମା ମୋ' ଗୋଚର
Couplet 61
ତୁ ଏକଭାବେ ଯେତେ ଭାବୁତେବେ ଏ ସଂସାରୁ ତରିବୁ
Couplet 62
ଶରଣ ପଶ ମୋର ପାଦେନ ଡ଼ର ବିଷୟା ବିଷାଦେ
Couplet 63
ଯେ ମୋର ଚରଣ ଚିନ୍ତଇସଂସାରେ ତା'ର ଭୟ ନାହିଁ
Couplet 64
ଏମନ୍ତ ଗୋବିନ୍ଦର ବାଣୀଉଦ୍ଧବ ଭୟ କଲା ଶୁଣି
Couplet 65
କୃଷ୍ଣଚରଣ ତଳେ ପଡ଼ିବୋଲଇ ବେନିକର ଯୋଡ଼ି
Couplet 66
ଭୋ ନାଥ ତୋହର ବଚନଶୁଣି ସଂଶୟ ମୋ'ର ମନ
Couplet 67
ତୁ ଏବେ କଥା ଅନୁସାରେବୋଇଲୁ କର୍ମ ତେଜିବାରେ
Couplet 68
ପୁଣି ବୋଇଲୁ ଭଜ ମୋତେଏଣୁ ମୁଁ ଭ୍ରାନ୍ତି କଲି ଚିତ୍ତେ
Couplet 69
କି କର୍ମ କଲେ ନରହରିପ୍ରାଣୀ ସଂସାରୁ ଯା'ନ୍ତି ତରି
Couplet 70
କି କର୍ମ ତେଜି ଭବୁଁ ପାରକହ କହ କମଳାର ବର
Couplet 71
ଏ ବେନି ସଂଶୟ ମୋ' ଖେଦଜ୍ଞାନ ଖଡ଼ଗେ ନାଥ ଛେଦ
Couplet 72
ଗୋବିନ୍ଦ କମଳଲୋଚନପାପ ମୋ' କର ବିମୋଚନ
Couplet 73
ମୋ' ଘରେ ଜ୍ଞାନଦୀପ ଜାଳିଅଜ୍ଞାନ ଖଣ୍ତ ବନମାଳୀ
Couplet 74
ଉଦ୍ଧବ ବାକ୍ୟେ ଯଦୁପତିକହନ୍ତି ଜୀବାଆତ୍ମା ଗତି
Couplet 75
ଶୁଣ ହେ ଭକତନିପୁଣଏ ଜୀବ ସ୍ୱଭାବେ ନିର୍ଗୁଣ
Couplet 76
ଈଶ୍ୱର ନିରଞ୍ଜନ ଏହିମାୟା ଶୟଳେ ଦେହ ବହି
Couplet 77
ଯେଣୁ ଅବିଦ୍ୟାବନ୍ଧ ତା'ରଏ ଘେନି କର୍ମେ ଅଧିକାର
Couplet 78
ବିଧି ନିଷେଧ ଏଣୁ କରିସୁକର୍ମ କୁକର୍ମ ବିଚାରି
Couplet 79
ଏଣୁ କେବଳ ମୋକ୍ଷଲାଭେକର୍ମ କରିବ ଶୁଦ୍ଧଭାବେ
Couplet 80
ଏମନ୍ତେ ସାଧି ଶୁଦ୍ଧକର୍ମଲଭେ ଭକତି ତୁଟେ ଭ୍ରମ
Couplet 81
ଭକତି ଉପୁଜିବ ଯେବେଛାଡ଼ିବ ସର୍ବକର୍ମ ତେବେ
Couplet 82
ଏ ଭାବେ ଥିଲେ ହେ ଉଦ୍ଧବକର୍ମ ଲକ୍ଷିତ ଶୁଭାଶୁଭ
Couplet 83
ଜୀବର ନୁହଇ ବନ୍ଧନକହିଲେ ଯଶୋଦାନନ୍ଦନ
Couplet 84
ଏବେ ତୁ ଶୁଣ ମୋ' ବିଚାରଜୀବ ଆତ୍ମାର ମୋକ୍ଷଦ୍ୱାର
Couplet 85
ଏ ଜୀବଆତ୍ମା ମହେଶ୍ୱରସୂକ୍ଷ୍ମ ନିର୍ମଳ ନିରାକାର
Couplet 86
ପୁରାଣପୁରୁଷ ଏ ଆଦିଦେହେ ପ୍ରକାଶେ ଚକ୍ରଭେଦି
Couplet 87
ପ୍ରଥମ ଚକ୍ର ସୂକ୍ଷ୍ମରୂପଦ୍ୱିତୀୟେ ପ୍ରକାଶେ ଅଳପ
Couplet 88
ତହୁଁ ଅଧିକ ମଣିପୁରେପ୍ରକାଶେ ଅନାହତ ଦ୍ୱାରେ
Couplet 89
ମୃଣାଳସୂତ୍ର ମାର୍ଗେ ଜ୍ୟୋତିଧ୍ୟାନ ଅଭ୍ୟାସେ ଯାହା ଚିନ୍ତି
Couplet 90
ଚକ୍ରପବନ ମହାବଳୀମନ ପବନ ସଙ୍ଗେତୋଳି
Couplet 91
ବିଶୁଦ୍ଧଚକ୍ର ରନ୍ଧ୍ରଦେଶେଆସନ ଦୃଢ଼ବନ୍ଧ ପାଶେ
Couplet 92
ପ୍ରାଣକୁ ବ୍ରହ୍ମରନ୍ଧ୍ରେ ଥୋଇନିଶ୍ଚଳ ଧ୍ୟାନେ ମନ ଦେଇ
Couplet 93
ତେବେ ତୁ ଦେଖିବୁ ସାକ୍ଷାତେଆତ୍ମାର ରୂପ ଦୃଷ୍ଟିମାତ୍ରେ
Couplet 94
ଅଗ୍ନି ଯେସନେ ଥାଏ ଶୂନ୍ୟେକେବଳ ଉଷ୍ମ ଅନୁମାନେ
Couplet 95
ଲୌହ ପାଷାଣ ଘରଷଣସଂଯୋଗେ ଉଠେ ଅଗ୍ନିକଣ
Couplet 96
ଯତ୍ନେ ସମିଧ ଦେଲେ ତହିଁସ୍ୱଭାବେ ଶିଖା ପ୍ରକାଶଇ
Couplet 97
ପୁଣି ପାଇଲେ ଘୃତଧାରଜଳଇ ଅତି ବଳୀୟାର
Couplet 98
ଏ ରୂପେ ଆତ୍ମା ସୂକ୍ଷ୍ମବାଣୀବେଦବଚନେ ପରିମାଣି
Couplet 99
ସେ ଷଡ଼ଚକ୍ର ଭେଦି ସ୍ଫୁରେଶବଦ ଦ୍ୱାଦଶ ପ୍ରକାରେ
Couplet 100
ଏ ଅନାହତ ପୁରେ ସ୍ଥିତିଜୀବ ଆତ୍ମାର ତତ୍ତ୍ୱ ଗତି
Couplet 101
ଏ ଜୀବ ସୃଷ୍ଟି ପ୍ରକରଣେଯେ ଏକାଦଶ ଇନ୍ଦ୍ରିଗଣେ
Couplet 102
କେ ଜ୍ଞାନମାର୍ଗରେ ସଞ୍ଚରେକେ କର୍ମପଥରେ ପ୍ରଚରେ
Couplet 103
ମନ ସଙ୍କଳ୍ପେ ବୁଦ୍ଧି ଚିନ୍ତିଯେ ଅଭିମାନେ ଅହଂକୃତି
Couplet 104
ରଜ ତମସ ସତ୍ତ୍ୱଗୁଣମାୟାର ବିକାର ଏ ପୁଣ
Couplet 105
ଉଦ୍ଧବେ କହିଲେ ଶ୍ରୀପତିଜାଣ ତୁ ଏହିରୂପେ ଚିନ୍ତି
Couplet 106
ସେ ନିତ୍ୟ ସନାତନ ହରିଅନନ୍ତ ଶକ୍ତି ଅଛି ଧରି
Couplet 107
ପ୍ରଥମେ ଏକରୂପ ତା'ରଅନାଦି ଅବ୍ୟକ୍ତ ଈଶ୍ୱର
Couplet 108
ସେ ନିଜ ଶକ୍ତିଭାବ ବଳେଅଶେଷରୂପ ଏ ଶୟଳେ
Couplet 109
ପ୍ରକାଶ କରି ନିଜ ଶକ୍ତିମାୟାସଂଯୋଗେ ନାନାମୂର୍ତ୍ତି
Couplet 110
ସେ ଯେବେ ରଜୋଗୁଣେ ମିଶେତା' ତହୁଁ ସଂସାର ପ୍ରକାଶେ
Couplet 111
ସୃଷ୍ଟି ପାଳଇ ସତ୍ତ୍ୱେ ମିଶିତାମସଗୁଣେ ତାହା ନାଶି
Couplet 112
ଈଶ୍ୱର ମାୟାଲୀଳା କରିଖେଳଇ ଜଗତ ଆବୋରି
Couplet 113
ସେ ଏକରୂପ ଭଗବାନତା' ତହୁଁ ସୃଷ୍ଟି ନୋହେ ଭିନ୍ନ
Couplet 114
ସୂତ୍ରେ ପାଷାଣ ଗୁନ୍ଥି ଯେହ୍ନେସୂତ୍ରେ ବସନ ଅନୁମାନେ
Couplet 115
ଏ ରୂପେ ଜଗତ ଗ୍ରନ୍ଥନଅନ୍ତର ବାହ୍ୟେ ଭଗବାନ
Couplet 116
ଅନାଦି ଅରୂପ ପ୍ରତ୍ୟକ୍ଷସଂସାର ରୂପ କଳ୍ପବୃକ୍ଷ
Couplet 117
କର୍ମ ଏହାର ମୂଳବୀଜରଜ ସଂଯୋଗେ ମହାତେଜ
Couplet 118
ବଢଇ ଫଳ ପୁଷ୍ପ ଘେନିବିଭୋଗ ଅପବର୍ଗ ବେନି
Couplet 119
ପୁଣ୍ୟ-ପାତକ ରଜବୀର୍ଯ୍ୟେବୃକ୍ଷ ଅଙ୍କୁରି ଉଠେ ତେଜେ
Couplet 120
ଅନନ୍ତ ବାସନାର ମୂଳେଏ ବୃକ୍ଷ ସ୍ଥାପନା ନିଶ୍ଚଳେ
Couplet 121
ଏ ତିନି ନାଡ଼ ତିନିଗୁଣେବୃକ୍ଷର ନିର୍ମାଣ କାରଣେ
Couplet 122
ଏ ପଞ୍ଚଡ଼ାଳ ପଞ୍ଚଭୂତେପଞ୍ଚବିଷୟ ରସଯୁତେ
Couplet 123
ଶାଖା ସମୂହ ଇନ୍ଦ୍ରିଗଣେଏ ନିତ୍ୟେ ଥା'ନ୍ତି ମାୟାବଣେ
Couplet 124
ଉପରେ ବେନିପକ୍ଷୀ ନିତ୍ୟେବସନ୍ତି ରକ୍ଷା ଭୋଗ ଅର୍ଥେ
Couplet 125
ବାତ ପିତ୍ତ ଯେ କଫ ଘେନିବୃକ୍ଷର ବକ୍କଳ ଏ ତିନି
Couplet 126
ଯେ ସୁଖ ଦୁଃଖ ବେନି ଫଳେପକ୍ଷୀଏ ଭୁଞ୍ଜନ୍ତି ତା' ବଳେ
Couplet 127
ଲତା ବେଷ୍ଟିତେ ତରୁକ୍ଷୀଣକଳ୍ପେ ପର୍ଯ୍ୟନ୍ତେ ତା' ଜୀବନ
Couplet 128
ଯାବତ ଚନ୍ଦ୍ର ସୂର୍ଯ୍ୟ ଦିଶେତାବତ ଏ ବୃକ୍ଷ ପ୍ରକାଶେ
Couplet 129
ଏକଇ ପଥୀ ତା'ର ଫଳଭୁଞ୍ଜଇ ନିତ୍ୟେ ମହାବଳ
Couplet 130
ସେ ଫଳ ଖାଇ ମତ୍ତଭୋଳେନିରତେ ପଶେ ନାନାଘରେ
Couplet 131
ଆର ପକ୍ଷୀଏ ଥାଇ ଭୋକେସକଳ ସାକ୍ଷୀ ରୂପେ ଦେଖେ
Couplet 132
ବୃକ୍ଷର ଫଳ ଯେ ଭୁଞ୍ଜଇକିରାତ ଜାଲେ ସେ ପଡ଼ଇ
Couplet 133
ଏକଇ ବ୍ରହ୍ମ ନାନାରୂପେଭ୍ରମଇ ମାୟାମୟ କଳ୍ପେ
Couplet 134
ସେ ଯେବେ ଜାଣେ ବେଦସାରସଂସାରେ ଭ୍ରମ କାହିଁ ତା'ର
Couplet 135
ଏହା ତ ବୁଝି ହେ ଉଦ୍ଧବଉତ୍ତମ ଗୁରୁପାଦେ ସେବ
Couplet 136
ଭକ୍ତି-କୁଠାରେ ଦୁର୍ବାସନାଛେଦ ତୁ ଗୁରୁବାକ୍ୟେ ସିନା
Couplet 137
ଆତ୍ମାକୁ ଜାଣି ସାବଧାନେଗୁରୁବଚନ ଅନୁମାନେ
Couplet 138
ସାଧନକର୍ମ ଛାଡ଼ି ଚିତ୍ତେଭଜ ତୁ ମୋର ପାଦଗତେ
Couplet 139
କହଇ ଦାସ ଜଗନ୍ନାଥଶ୍ରୀଏକାଦଶେ ଭାଗବତ
Couplet 140
ଜୀବର ଗତି ଅନୁଭବଉଦ୍ଧବେ କହିଲେ ମାଧବ
Couplet 141
ଏ ବ୍ରହ୍ମପ୍ରେମ ତରଙ୍ଗିଣୀସୁଜନେ ତର ଏହା ଶୁଣି