Skip to content
paribhaasha

Skandha 11

Adhyaya 12

  1. Couplet 1

    ଶୁଣିଣ ଉଦ୍ଧବ ବଚନବୋଲନ୍ତି ଶ୍ରୀମଧୁସୂଦନ

  2. Couplet 2

    ତୁ ଯାହା କଲୁ ହେ ପ୍ରଶନଜୀବ ଆତ୍ମାର ତ‌ତ୍ତ୍ୱ‌‌ଜ୍ଞାନ

  3. Couplet 3

    ଜୀବର ବନ୍ଧ-ମୋକ୍ଷ ବେନିବିଚାରୁ ଯେତେ ଶାସ୍ତ୍ରଘେନି

  4. Couplet 4

    କେହି ନ ପା'ନ୍ତି ତା'ର ଅନ୍ତତେଣୁ ସେ ବୋଲାଇ ଅନନ୍ତ

  5. Couplet 5

    ତ୍ରିଗୁଣେ ବନ୍ଧ-ମୋକ୍ଷ ହୋଇଯେଣୁ ସେ ଗୁଣ ମାୟାମୟୀ

  6. Couplet 6

    ବସ୍ତୁ ବିଚାରେ ବନ୍ଧ-ମୋକ୍ଷଜୀବକୁ ନ ଲାଗେ ପ୍ରତ୍ୟକ୍ଷ

  7. Couplet 7

    ଜନ୍ମ-ମରଣ ଶୋକ ମୋହସୁଖ-ଦୁଃଖ ଆଦି ସଂଶୟ

  8. Couplet 8

    କେବଳ ମାୟାଭ୍ରମ ଏହିଏଣେ ଜୀବନ ଭେଦ ନାହିଁ

  9. Couplet 9

    ସ୍ୱପ୍ନେ ଦେଖଇ ପ୍ରାଣୀ ଯାହାନିଦ୍ରା ବୋଧନେ ହୋଏ ମାୟା

  10. Couplet 10

    ବିଦ୍ୟା ଅବିଦ୍ୟା ମୋ'ର ଦେହବନ୍ଧ ମୋକ୍ଷ ହିଁ ମାୟାମୟ

  11. Couplet 11

    ଏ ଦୁଇ ମଧ୍ୟେ ମୋ'ତ ଅଂଶଜୀବନ ସ୍ୱରୂପେ ପ୍ରକାଶ

  12. Couplet 12

    ଅବିଦ୍ୟା ବଳେ ବନ୍ଦୀ ହୋଇହୀନ କୁମତି ଭାବ ବ‌ହି

  13. Couplet 13

    ତେଣୁ ଭ୍ରମଇଁ ମାୟାଭ୍ରମେକର୍ମ ଅର୍ଜିତ ପ‌ଥଶ୍ରମେ

  14. Couplet 14

    ମଜ୍ଜଇ ମାୟା ଅହ‌ଙ୍କାରେନିଜ ମହିମା ନ ସୁମରେ

  15. Couplet 15

    ସ୍ୱଭାବେ ଏ ନିତ୍ୟ ମୁକ‌ତଯଦ୍ୟପି ଜୀବ ବିଦ୍ୟାଯୁତ

  16. Couplet 16

    ଆତ୍ମାକୁ ଆତ୍ମା ଯେବେ ସ୍ମରେପରମ ଆନନ୍ଦେ ବିହରେ

  17. Couplet 17

    ଏବେ ତୁ ଶୁଣ ହେ ଉଦ୍ଧବଜୀବ ପରମ ବେନିଭାବ

  18. Couplet 18

    ଯେଣୁ ସେ ବେନି ସଙ୍ଗ ହୋଏବଦ୍ଧ ବିମୁକ୍ତ ଭାବ ବ‌ହେ

  19. Couplet 19

    ଏକଇ ବୃକ୍ଷେ ହଂସ ଦୁଇବସନ୍ତି ପ୍ରିୟଭାବ ବ‌ହି

  20. Couplet 20

    ଏକ ଆରେକ ନ ଛାଡ଼ନ୍ତିସ୍ୱଭାବେ ବେନି ସଖା ହୋ'ନ୍ତି

  21. Couplet 21

    ସମାନ ଶକ୍ତି ସେ ବ‌ହ‌ନ୍ତିବଦ୍ଧ ବିମୁକ୍ତ ବେନି ଗତି

  22. Couplet 22

    ସେ ବୃକ୍ଷେ ଯେତେ ଫଳଫଳେଏକ ଭୁଞ୍ଜଇ ତାହା ବଳେ

  23. Couplet 23

    ଏକ ବଞ୍ଚଇ ଉପବାସେନିର୍ଲେପ ନିରଞ୍ଜନ ଅଂଶେ

  24. Couplet 24

    ନିତ୍ୟ ଆନନ୍ଦ ପରିପୂର୍ଣ୍ଣେସକଳ ଦେଖଇ ନୟନେ

  25. Couplet 25

    ସେହୁ ନ ଜାଣେ ନିଜ ପରଯେଣୁ ନିର୍ମଳ ଜ୍ଞାନ ତା'ର

  26. Couplet 26

    ଯେ ହଂସ ବୃକ୍ଷଫଳ ଖାଇଲୋଭେ ବନ୍ଧନ ତା'ର ଦେହୀ

  27. Couplet 27

    ଅଜ୍ଞାନେ ନ ଜାଣଇ କିଛିଏମନ୍ତେ ବେନିଆତ୍ମା ଲକ୍ଷ୍ୟି

  28. Couplet 28

    ପରମ ପରମାଅନନ୍ଦୀଅବିଦ୍ୟା ସଙ୍ଗେ ଜୀବ ବନ୍ଦୀ

  29. Couplet 29

    ପ୍ରତ୍ୟକ୍ଷେ ଦେହେ ସେ ବସଇନ ଥିଲା ପ୍ରାୟ ଲକ୍ଷ୍ୟ ହୋଇ

  30. Couplet 30

    ଏ ଭାବେ ଥା'ନ୍ତି ଯେତେ ପ୍ରାଣୀପଣ୍ତିତ ବୋଲି ତାଙ୍କୁ ଜାଣି

  31. Couplet 31

    ଦେହେ ନ ଥାଇ ଥିଲା ପ୍ରାୟଯେ ମଣେ ସେ ବଞ୍ଚିତକାୟ

  32. Couplet 32

    ସ୍ୱପ୍ନ ଜାଗ୍ରତେ ଯେହ୍ନେ ମିଛକୁମତି ମଣେ ତା' ପ୍ରତ୍ୟକ୍ଷ

  33. Couplet 33

    ଏଣୁ ବିଷୟ ଇନ୍ଦ୍ରିଗଣେଭୁଞ୍ଜନ୍ତି ବିଧି ଆଚରଣେ

  34. Couplet 34

    ଜୀବ ସେ ଉଦାସୀନ ରୂପେବସନ୍ତି ତାହାଙ୍କ ସମୀପେ

  35. Couplet 35

    ଏଣୁ ପରମ ନାମ ତା'ରନିର୍ଲେପ ନିତ୍ୟ ନିତାକାର

  36. Couplet 36

    ଯେ ଭାବେ ଅହ‌ଙ୍କାର ମିଶେଇନ୍ଦ୍ରି ବିଷୟରସେ ରସେ

  37. Couplet 37

    କୁମତି ଅଦୃଷ୍ଟି ଅଧୀନକର୍ମର ଫଳେ ସେ ବନ୍ଧନ

  38. Couplet 38

    ଏଣୁ ସେ ଗୁଣ କର୍ମମୟେପ୍ରକାଶେ କର୍ତ୍ତା-ଭୋକ୍ତା ପ୍ରାୟେ

  39. Couplet 39

    ଏଣୁ ପରମଆତ୍ମା ପ୍ରାୟେଉଦାସୀ ମତେ ସର୍ବ ଠାଏଁ

  40. Couplet 40

    କେବେହେଁ ନ କରିବ ସଙ୍ଗସମୁଦ୍ରେ ଯେସନେ ତରଙ୍ଗ

  41. Couplet 41

    ସର୍ବ ବିଷୟ ପରବଶକେବେହେଁ ନୋହିବ ବିଶ୍ୱାସ

  42. Couplet 42

    ଆସନ ଶୟନ ମାର୍ଜନେଭୋଜନ ପାନ ଅବଧାନେ

  43. Couplet 43

    ଶ୍ରବଣ ସ୍ପର୍ଶନ କୀର୍ତ୍ତନେପ୍ରପଞ୍ଚ ରୂପ ଦରଶନେ

  44. Couplet 44

    ଏ ସର୍ବ ଭାବେ ଉଦାସୀନଯେ କରେ ସେହୁ ମହାଜନ

  45. Couplet 45

    ଯେହ୍ନେ ଆକାଶ ସବୁଠାରେଅଛି ସେ ନ ଲାଗି କାହିଁରେ

  46. Couplet 46

    ସୂର୍ଯ୍ୟର ପ୍ରତିବିମ୍ବ ଜଳେଅଛି ସେ ନ ଲାଗି ନିଶ୍ଚଳେ

  47. Couplet 47

    ସକଳ ସ୍ଥାନେ ସଞ୍ଚରଇପବନ କାହିଁ ନ ଲାଗଇ

  48. Couplet 48

    ତେସନେ ସର୍ବ ବିଷୟରେଇନ୍ଦ୍ରିଗଣଙ୍କ ନିରନ୍ତରେ

  49. Couplet 49

    ଭୁଞ୍ଜାଇ ସାକ୍ଷୀ ରୂପେ ଥାଏଅଜ୍ଞାନୀ ପ୍ରାୟ ବଦ୍ଧ ନୋହେ

  50. Couplet 50

    ସ୍ୱପ୍ନ ଜାଗ୍ରତ ପ୍ରାୟ ହୋଇତା'ର ସଂସାର ନିବର୍ତ୍ତଇ

  51. Couplet 51

    ନିରଭିମାନ ଗୃହେ ଦେହେକରି ଭ୍ରମିବ ସର୍ବ ଠାଏଁ

  52. Couplet 52

    ସଙ୍କଳ୍ପ ନ ଭାବିବ ମନେଗୃହ ଶରୀର ଅଭିମାନେ

  53. Couplet 53

    କେ କରେ ହିଂସା ଅହ‌ଙ୍କାରକେ ପୁଣ କରେ ନମସ୍କାର

  54. Couplet 54

    କେ ଅବା କରେ ନିନ୍ଦା ସ୍ତୁତିଏଣେ ନୋହିବ ଭେଦମତି

  55. Couplet 55

    ଅଦୃଷ୍ଟ ମାନି ଅବଧାନଚିତ୍ତେ ଧରିବ ଦିବ୍ୟଜ୍ଞାନ

  56. Couplet 56

    ସମେ ଦେଖିବ ସର୍ବ ଅଂଶଭେଦ ନ କରି ଗୁଣ ଦୋଷ

  57. Couplet 57

    ଚିତ୍ତ ନିରୋଧି ଏ ଶରୀରେଯେ କିଛି ନ ବୋଲେ ନ କରେ

  58. Couplet 58

    ଅସାଧୁ ସାଧୁ ଭେଦ ନାହିଁସ୍ତୁତି ନିନ୍ଦନ ନ କରଇ

  59. Couplet 59

    ତାହାଙ୍କୁ ବୋଲିବା ପଣ୍ତିତସେ ଆତ୍ମାରାମେ ଜଡ଼ମତ

  60. Couplet 60

    ସଂସାର ମଧ୍ୟେ ସେ ଆନନ୍ଦଦେଖଇ ପ୍ରାଣୀ ଭଲ ମନ୍ଦ

  61. Couplet 61

    ହୃଦରେ ତାହା ନ ଧରଇଯେଣୁ ସେ ନିଜ ଭାବେ ଥାଇ

  62. Couplet 62

    ଯେ ସର୍ବଶାସ୍ତ୍ରେ ସୁପଣ୍ତିତଜାଣଇ ସର୍ବ ଧର୍ମତ‌ତ୍ତ୍ୱ

  63. Couplet 63

    ସେ ଯେବେ ଏତେ ଗୁଣ ଘେନିପରମାନନ୍ଦଙ୍କୁ ନ ଚିହ୍ନି

  64. Couplet 64

    ସକଳ ଶାସ୍ତ୍ର ବ୍ୟର୍ଥ ତା'ରକେବଳ ଶ୍ରମ ମାତ୍ର ସାର

  65. Couplet 65

    କୁଧେନୁ ବାନ୍ଧି ଗୃହେ ଯେହ୍ନେନିରାଶ ହୋ'ନ୍ତି କ୍ଷୀରପାନେ

  66. Couplet 66

    ଦୁଷ୍ଟ ଭାରିଜା ଶୋଭା ଦେଖିଯେ ଗୃହେ କାମଲୋଭେ ରଖି

  67. Couplet 67

    ସକଳ ଧର୍ମ ତା'ର ନାଶନରକେ କରେ ଗୃହବାସ

  68. Couplet 68

    ଯା'ର ଶରୀର ପରାଧୀନକୁପୁତ୍ର କରେ ଯେ ରକ୍ଷଣ

  69. Couplet 69

    ମୋ ନାମ ନ ଶୁଣି ଯା' ମୁଖେଯେ ଲୋଭେ ଗୃହେ ଧନ ରଖେ

  70. Couplet 70

    ପାତ୍ରେ ନ କରେ ସମର୍ପଣକୁମତି କୁତ୍ସିତ କୃପଣ

  71. Couplet 71

    ଦୁଃଖିହୁଁ ଦୁଃଖୀ ସେ ବୋଲାଇଉଭୟ ଲୋକେ ସୁଖ ନାହିଁ

  72. Couplet 72

    ମୋର ନିର୍ମଳ ଯଶ ନାମଯେ ଅବା ଅଛି ଗୁଣ‌ଗ୍ରାମ

  73. Couplet 73

    ଯାହାର ମୁଖେ ତା' ନ ଶୁଣିବ୍ୟର୍ଥ ଜୀବନ ସେହୁ ପ୍ରାଣୀ

  74. Couplet 74

    ଯେବା ପଣ୍ତିତ ଇହଲୋକେମୋ' ନାମ ଧରେ ନିତ୍ୟେ ମୁଖେ

  75. Couplet 75

    ମୁଁ ସର୍ବଭୂତେ ଅଛି ପୂରିଏ ଭାବେ ମନ ମୋରେ ଧରି

  76. Couplet 76

    ଶ୍ରୀମଦେ ନ ଭୁଲେ ଶରୀରଭିକ୍ଷାରେ ପୋଷଇ ଉଦର

  77. Couplet 77

    ପୁଣ ଭିକ୍ଷୁକ ମୋ'ର ଧନତାକୁ ରମଇ ମୋ'ର ମନ

  78. Couplet 78

    ତ‌ତ୍ତ୍ୱ ବିଚାରେ ତୁଟେ ଭ୍ରାନ୍ତିଭବ ସାଗରୁ ତରିଯା'ନ୍ତି

  79. Couplet 79

    ବୋଲନ୍ତି ଜଗତ ଜୀବନଏ ଯୋଗ‌ଗତି ତ‌ତ୍ତ୍ୱଜ୍ଞାନ

  80. Couplet 80

    ଯେ ଏହା ନ ଧରନ୍ତି ଚିତ୍ତେସଂସାରୁ ତରିବେ କେମନ୍ତେ

  81. Couplet 81

    ତୁ ଯେବେ ମନ ମୋର ଦେହେଧରି ନ ପାରୁ ମାୟାମୋହେ

  82. Couplet 82

    ତେବେ ସକଳ କର୍ମ ମୋତେସମର୍ପି ରହ ଦୃଢ଼ଚିତ୍ତେ

  83. Couplet 83

    ସକଳ କର୍ମ ଏ ଜଗତେଭାବେ କ‌ହିଲି ମୁହିଁ ତୋତେ

  84. Couplet 84

    ମୋହର ଜନ୍ମକର୍ମ ନାମସ‌ତ୍ୟ ପବିତ୍ର ପୁଣ୍ୟଧାମ

  85. Couplet 85

    ଆବର ଗୁଣ ଅଛି ଯେତେଉଦ୍ଧବ ଶୁଣ ଏକଚିତ୍ତେ

  86. Couplet 86

    ସ୍ମରଣ ଶ୍ରବଣ କୀର୍ତ୍ତନଯେ ତୋର ଧର୍ମ ଆଚରଣ

  87. Couplet 87

    ତାହା ସମର୍ପି ମୋ'ର ପାଦେସଂସାରୁ ତର ଅପ୍ରମାଦେ

  88. Couplet 88

    ଏ ରୂପେ ଉପାସନା କରନିଶ୍ଚେ ଲଭିବୁ ମୋ' ପୟର

  89. Couplet 89

    ସାଧୁଙ୍କ ସଙ୍ଗ କର ନିତିଲଭିବୁ ନିର୍ମଳ ଭକ୍ତି

  90. Couplet 90

    ଭକ‌ତି କରି ଶୁଦ୍ଧଚିତ୍ତେଜ୍ଞାନ ଲଭିବୁ ତୁ ସାକ୍ଷାତେ

  91. Couplet 91

    ଜ୍ଞାନେ ସଂସାରୁ ହେବୁ ପାରଶୁଣି ଉଦ୍ଧବ ଯୋଡ଼େ କର

  92. Couplet 92

    ବୋଲଇ କୃଷ୍ଣ ମୁଖଚା‌ହିଁଭୋ ନାଥ ମୋତେ କର ତ୍ରାହି

  93. Couplet 93

    ମୁଁ ତୋର ଚରଣେ ଶରଣକ‌ହ ତୋ' ଭକ‌ତି ଲକ୍ଷଣ

  94. Couplet 94

    କି ରୂପେ ଭକ‌ତଙ୍କୁ ଜାଣିଭକ‌ତି କି ରୂପେ ପ୍ରମାଣି

  95. Couplet 95

    ତୁ ପରିପୂର୍ଣ୍ଣ ବ୍ରହ୍ମସାରସ୍ୱଭାବେ ପ୍ରକୃତିରୁ ପର

  96. Couplet 96

    ଭକ‌ତ କରେ ତୋତେ ବଶତା'ର ରକ୍ଷଣେ ତୋ' ପ୍ରକାଶ

  97. Couplet 97

    ଭକ‌ତି ହିତେ ତୋ'ର ତନୁତେଣୁ ଭକ‌ତ ବାକ୍ୟ ମାନୁ

  98. Couplet 98

    ପ୍ରତ୍ୟକ୍ଷେ ଭ‌କ‌ତ ପାଳନତୁ ନାଥ ପୁରୁଷ ପୁରାଣ

  99. Couplet 99

    ଅନାଦି ପ୍ରଭୁ ଭଗବାନକରୁଣାସିନ୍ଧୁ ଦିବ୍ୟଜ୍ଞାନ

  100. Couplet 100

    ରୂପ ଅରୂପ ବ୍ରହ୍ମରାଶିତୁ ଏ ସଂସାର ମଧ୍ୟେ ପଶି

  101. Couplet 101

    ସକଳ ତୋହର ଭିଆଣଏଣୁ ତୁ ପରମ କାରଣ

  102. Couplet 102

    ଭକଟ ଲକ୍ଷଣ ଯେମନ୍ତେମଣାଇଁ କ‌ହ ଦୟାଚିତ୍ତେ

  103. Couplet 103

    ଭକ୍ତି ଲକ୍ଷଣ ମୋତେ କ‌ହଯେଣେ ଖଣ୍ତିବ ମାୟାମୋହ

  104. Couplet 104

    ଶୁଣି ଉଦ୍ଧବର ବଚନକ‌ହ‌ନ୍ତି ଶ୍ରୀମଧୁସୂଦନ

  105. Couplet 105

    ସମଦରଶୀ ସ‌ତ୍ୟସାରଶୁଦ୍ଧ ବିବେକ ମତି ଯା'ର

  106. Couplet 106

    ଦ୍ରୋହ ବର୍ଜିତ ଶାନ୍ତିପରତ୍ୟାଗ ସ୍ୱଭାବ ମହାଧୀର

  107. Couplet 107

    କୃପାଳୁ ସର୍ବଜୀବ ହିତଶୁଚି ଦରିଦ୍ର ଦୃଢ଼ବ୍ରତ

  108. Couplet 108

    ଅଳ୍ପଭୋଜନ ଧର୍ମେ ସ୍ଥିରମୃଦୁ ପ୍ରସନ୍ନ ଧୃତିଶୀଳ

  109. Couplet 109

    ସୁକଲ୍ୟ ଅମାନୀ ମାନ‌ଦକବି ମଇତ୍ର ଶୁଦ୍ଧବୋଧ

  110. Couplet 110

    ଚିତ୍ତ-ସଙ୍କଳ୍ପ ଅପ୍ରମାଦୀଗଭୀରଚିତ୍ତ ଧୀରବୁଦ୍ଧି

  111. Couplet 111

    ଏ ଆଦି ସ‌ପ୍ତବିଂଶ ଗୁଣବିଶେଷେ ମୋହର ଶରଣ

  112. Couplet 112

    ଏତେ ଲକ୍ଷଣ ଲକ୍ଷ୍ୟି ଯହିଁନିଶ୍ଚୟ ବୈଷ୍ଣବଟି ସେହି

  113. Couplet 113

    ମୁଁ ବେଦରୂପେ ଅଛି ଭଣିଧର୍ମ ଅଧର୍ମ ପରିମାଣି

  114. Couplet 114

    ତ‌ହିଁରେ ଦୋଷ ଗୁଣ ଯେତେନିର୍ଣ୍ଣୟ କରି ଶାସ୍ତ୍ରମତେ

  115. Couplet 115

    ସକଳ ଧର୍ମ ତେଜି ଚିତ୍ତେଯେ ମୋତେ ଭଜେ ଦୃଢ଼ବ୍ରତେ

  116. Couplet 116

    ସେ ପ୍ରାଣୀ ଭକ‌ତ ଉତ୍ତମକ‌ହିଲେ ଶ୍ରୀପୁରୁଷୋତ୍ତମ

  117. Couplet 117

    ଜାଣି ନ ଜାଣି ମୋ ମହିମାଭଜନ୍ତି ଭକ‌ତ ଉତ୍ତମା

  118. Couplet 118

    ବିଚାରି ସର୍ବଧର୍ମ ତେଜେମୋତେ ଏକାନ୍ତଭାବେ ଭଜେ

  119. Couplet 119

    ମୋ'ର ମଧୁରରୂପ ଦେଖିସକଳ ସୁନ୍ଦର ଉପେକ୍ଷି

  120. Couplet 120

    ବେଗେ କରିବ ଦରଶନବନ୍ଦନ ସ୍ମରଣ କୀର୍ତ୍ତନ

  121. Couplet 121

    ନାନା ପ୍ରକାରେ ସେବା ଯେତେଭାବେ କରିବ ଶୁଦ୍ଧଚିତ୍ତେ

  122. Couplet 122

    ମୋ'ର ଅମୃତ କ‌ଥାସାରଶ୍ରୁତି ପୀରତି ନିତ୍ୟେ ଯା'ର

  123. Couplet 123

    ମୋ' ରୂପ ଧ୍ୟାନେ ଦୃଢ଼ମତିସକଳ ମୋତେ ସମର୍ପନ୍ତି

  124. Couplet 124

    ସେବକଭାବେ ଆତ୍ମାମନମୋ' ପାଦେ କରେ ନିବେଦନ

  125. Couplet 125

    ମୋ' ଜନ୍ମ କର୍ମର କ‌ଥନମୋ'ର ଉତ୍ସବେ ହୃଷ୍ଟମନ

  126. Couplet 126

    ନାନା ସୁବାଦ୍ୟ ନୃତ୍ୟଦୀତେକୀର୍ତ୍ତନ କରି ମୋ' ଅଗ୍ରତେ

  127. Couplet 127

    ଗୋଷ୍ଠୀ କରିବ ବ‌ହୁ ମିଳିମୋ' ଗୃହେ ଦେଇ ଦୀପାବଳୀ

  128. Couplet 128

    ଆନନ୍ଦେ କରି ମହୋତ୍ସବଦିବସ ରଜନୀ ବଞ୍ଚିବ

  129. Couplet 129

    ମୋହର ଯାତ୍ରା ପର୍ବାପର୍ବେବିଧିବିଧାନ ଯଥାପୂର୍ବେ

  130. Couplet 130

    ଯେବା ବୈଦିକ ଧ୍ୟାନ ମାନକରିବ ମନ୍ତ୍ର ତନ୍ତ୍ର ଧ୍ୟାନ

  131. Couplet 131

    ବୈଷ୍ଣବ ଲକ୍ଷଣ ମୋ' ବ୍ରତସେ ରୂପେ ଥିବ ଦୃଢ଼ଚିତ୍ତ

  132. Couplet 132

    ଗୃହେ ସ୍ଥାପିବ ରୂପ ମୋ'ରଅତି ସୁନ୍ଦର ମନୋହର

  133. Couplet 133

    ଆପଣା ହସ୍ତେ ନିର୍ମାଣିବନୋହିଲେ ପରେ କରାଇବ

  134. Couplet 134

    ନାନା କୁସୁମ‌ବନ ରୋପିସୁସ୍ୱାଦୁ ଫଳବୃକ୍ଷ ସ୍ଥାପି

  135. Couplet 135

    ମାର୍ଜନୀ ଘେନି ନିଜ କରମାର୍ଜନା କରିବ ମୋ' ପୁର

  136. Couplet 136

    ଗୋମୟେ ଲିପିବ ମୋ' ଘରଦିବ୍ୟମଣ୍ତଣି ମନୋହର

  137. Couplet 137

    ବାଳକ ଗୃହ ଯେହ୍ନେ ଦାଣ୍ତେଲେଖିବ ନାନା ଚୂର୍ଣ୍ଣପିଣ୍ତେ

  138. Couplet 138

    ଏ ଆଦି ପୁଣ୍ୟକର୍ମ ଯେତେସାଧିବ ଗୃହାରମ୍ଭ ମତେ

  139. Couplet 139

    ମାନ କୈତବ କୂଟ ଦମ୍ଭଚିତ୍ତେ ନ କରିବ ଆରମ୍ଭ

  140. Couplet 140

    ମୋ' ପ୍ରୀତିଅର୍ଥେ କର୍ମ କରିମୋର ଚରଣ ଚିତ୍ତେ ଧରି

  141. Couplet 141

    ଯେ ପୁଣ୍ୟ ଆପଣେ କରିବକେବେହେଁ ପରେ ନ କ‌ହିବ

  142. Couplet 142

    ଯେ ଦୀପ ମୋତେ ସମର୍ପିବତା' ଆନ କାର୍ଯ୍ୟେ ନ ଜାଳିବ

  143. Couplet 143

    ପୁଣି ଯା' ଅନ୍ୟେ ଭୋଗ ଦେବତା' ମୋତେ କେବେହେଁ ନ ଦେବ

  144. Couplet 144

    ଯେ ଦ୍ରବ୍ୟ ମୋତେ ସମର୍ପିବପୁଣ ଗ୍ରହଣ ନ କରିବ

  145. Couplet 145

    ମୋ' ଦ୍ରବ୍ୟେ ଅଧିକାର ଯେତେକେବେହେଁ ନ କଳ୍ପିବ ଚିତ୍ତେ

  146. Couplet 146

    ଆତ୍ମାର ପ୍ରିୟବସ୍ତୁ ଯେତେଉତ୍ତମ ବସ୍ତୁ ଯା' ଜଗତେ

  147. Couplet 147

    ଯେବା ମିଳିବ ଅକସ୍ମାତେଆନନ୍ଦେ ସମର୍ପିବ ମୋତେ

  148. Couplet 148

    ମୋର ପ୍ରସନ୍ନେ ତା'ର ଫଳହୋଇବ ଅନ‌ନ୍ତ ନିଶ୍ଚଳ

  149. Couplet 149

    ମୋ'ର ମନ୍ଦିର ମନୋହରକରିବ ବିଚିତ୍ର ସଂସ୍କାର

  150. Couplet 150

    ମୋତେ ପୂଜିବ ଯେତେ ସ୍ଥାନେଉଦ୍ଧବ ଶୁଣ ସାବଧାନେ

  151. Couplet 151

    ଗୋରୁ ବ୍ରାହ୍ମଣ ମୁନି ରବିଗ‌ଗନ ପବନ ପୃଥିବୀ

  152. Couplet 152

    ଜଳ ବୈଷ୍ଣବ ହୁତାଶନେବିଷ୍ଣୁପୂଜିବ ଏତେ ସ୍ଥାନେ

  153. Couplet 153

    ଯାହାକୁ ଯେମନ୍ତେ ପୂଜିବକ‌ହିବା ଶୁଣ ହେ ଉଦ୍ଧବ

  154. Couplet 154

    ଶୀତଳ ଜଳ ତୃଣ ଦାନେଗୋରୁଙ୍କୁ ପୂଜିବ ଗୋସ୍ଥାନେ

  155. Couplet 155

    ଅତିଥିମତେ ନାନାଦ୍ରବ୍ୟେବିପ୍ରେ ପୂଜିବ ବିଷ୍ଣୁଭାବେ

  156. Couplet 156

    ମୁନି ପୂଜିବ ମନ୍ତ୍ରତନ୍ତ୍ରେସଂସ୍କାର ଦ୍ରବ୍ୟ ଦେଇ ଯେତେ

  157. Couplet 157

    ପବିତ୍ର ପୁଷ୍ପ ଗନ୍ଧ ଅର୍ଘ୍ୟେରବି ପୂଜିବ ବେଦମାର୍ଗେ

  158. Couplet 158

    ଆକାଶବର୍ଣ୍ଣ ହୃଦେ ଧରିଧ୍ୟାନେ ପୂଜିବ ନରହରି

  159. Couplet 159

    ପବନେ ଗନ୍ଧ ଆମୋଦନେପୂଜିବ ଚିତ୍ତ ସମାଧାନେ

  160. Couplet 160

    ମୃତ୍ତିକା କରି ଲିଙ୍ଗ ପ୍ରାୟେମୋତେ ପୂଜିବ ଶିବଧ୍ୟାୟେ

  161. Couplet 161

    ବୈଷ୍ଣବ ଆଣି ନିଜସ୍ଥାନେପୂଜିବ ବାନ୍ଧବ ବିଧାନେ

  162. Couplet 162

    ଅଭିଗମନ ଅନୁଯାନେଅନ୍ନ‌ଭୋଜନ ଜଳପାନେ

  163. Couplet 163

    ଜଳେ ପୂଜିବ ମୋତେ ଭାବେବିବିଧ ଜଳମୟ ଦ୍ରବ୍ୟେ

  164. Couplet 164

    ଆରମ୍ଭି ସଂସ୍କାର ଅନଳେଘୃତ ଇନ୍ଧନ ଚରୁ ତିଳେ

  165. Couplet 165

    ଅଗ୍ନି ପୂଜିବ ମୋର ଧ୍ୟାନେନିର୍ମଳ ନିଶ୍ଚଳ ଭୁବନେ

  166. Couplet 166

    ଆତ୍ମାକୁ ଆତ୍ମାରୂପେ ଧ୍ୟାୟିପୂଜିବ ନାନା ଭୋଗ ଦେଇ

  167. Couplet 167

    ସକଳ ଭୂତେ ମୁଁ ବସଇଅନ୍ତରେ ଅନ୍ତ‌ଯ୍ୟାମୀ ହୋଇ

  168. Couplet 168

    ଏଣୁ ଅନ‌ନ୍ତ ରୂପେ ମୋତେଧ୍ୟାନେ ପୂଜିବ ସର୍ବ‌ଭୂତେ

  169. Couplet 169

    ଏ ବିଧିମତେ ନାନାଠାବେମୋତେ ପୂଜିବ ପ୍ରିୟଭାବେ

  170. Couplet 170

    ଯେତେ କ‌ହିଲି ପୂଜାସ୍ଥାନେମୋତେ ପୂଜିବ ଏ ବିଧାନେ

  171. Couplet 171

    ନୀଳଜୀମୃତ କଳେବରରାଜୀବଲୋଚନ ସୁନ୍ଦର

  172. Couplet 172

    ଶଙ୍ଖ କମଳ ଚକ୍ର ଗଦାଚତୁରଭୁଜେ ଶୋହେ ସଦା

  173. Couplet 173

    ସୁଗନ୍ଧ ବନମାଳା କଣ୍ଠେରତ୍ନମେଖଳା କଟୀତଟେ

  174. Couplet 174

    ଶ୍ରବଣେ ମକରକୁଣ୍ତଳଯେସନେ ଗ‌ଗନମଣ୍ତଳ

  175. Couplet 175

    ରବି ଶଶାଙ୍କ ବିରାଜଇଏମନ୍ତ ଧ୍ୟାନେ ମନ‌ଦେଇ

  176. Couplet 176

    ଏ ବିଧିମତେ ପୂଜା କରିମୋ'ରୂପ ମନେ ଅବଧାରି

  177. Couplet 177

    ମୋ' ଭାବେ ଥିବ ନିରନ୍ତରେଶୁଣ ଉଦ୍ଧବ କ‌ହୁଁ ତୋ'ରେ

  178. Couplet 178

    ତୀର୍ଥଗମନ ଯଜ୍ଞଦାନକୂପ ତଡ଼ାଗ ଦେବସ୍ଥାନ

  179. Couplet 179

    ଏ ଆଦି କର୍ମ କରି ଯେତେମୋ' ପାଦେ ସମର୍ପିବ ନିତ୍ୟେ

  180. Couplet 180

    ଏ ରୂପେ ପୂଜି ମୋ' ଚରଣେଲଭି ଭକ‌ତୋ ଦୃଢ଼ମନେ

  181. Couplet 181

    ନିରତେ ଥିବ ସାଧୁସଙ୍ଗେନିର୍ମଳ ଭକ୍ତିଯୋଗମାର୍ଗେ

  182. Couplet 182

    ଏ ଭାବେ ପ୍ରାଣୀ ମୋତେ ପାଇଏ ବିନୁ ଅନ୍ୟଗତି ନାହିଁ

  183. Couplet 183

    ଯେଣୁ ତୁ ମୋର ନିଜ ଦାସତୋତେ କ‌ହିଲି ଉପଦେଶ

  184. Couplet 184

    ଆଉ କ‌ହିବି ମୁହିଁ ଯେତେଶୁଣ ଉଦ୍ଧବ ଏକଚିତ୍ତେ

  185. Couplet 185

    ବୋଲଇ ଦାସ ଜଗନ୍ନାଥସଂସାରହିତେ ଭାଗବତ

  186. Couplet 186

    କୃଷ୍ଣ‌ବଚନ ଏକାଦଶେଯେବା ଉଦ୍ଧବେ ଉପଦେଶେ

  187. Couplet 187

    ସୁଜନ ଶୁଣି କର୍ଣ୍ଣପୁଟେସଂସାରୁ ତରିବ ନିକଟେ

Odia Bhagabata skandha 11 adhyaya 12 | Parbani by ParibhaAsha App