Skandha 1
Adhyaya 9
Couplet 1
ଏମନ୍ତେ ପ୍ରାଣୀ ବଧେ ଭୟନିବେଦି ଧର୍ମର ତନୟ
Couplet 2
ସକଳ ଧର୍ମ ଜ୍ଞାନ ଅର୍ଥେବିଜୟ କଲେ ନିଜ ରଥେ
Couplet 3
ଯୁଦ୍ଧଭୂମିକୁ ହୋଇ ସଜସଙ୍ଗତେ ଘେନି ଦେବରାଜ
Couplet 4
ମିଳିଲେ କୁରୁକ୍ଷେତ୍ରେ ଯାଇଭୀଷ୍ମ ଅଛନ୍ତି ଯହିଁ ଶୋଇ
Couplet 5
ରାଜା ସଙ୍ଗତେ ଚାରିଭ୍ରାତେସଜ ହୋଇଲେ ଯେଝା ରଥେ
Couplet 6
ଉତ୍ତମ ନାନା ଅଶ୍ୱଗଣସ୍ୱଭାବେ ରତ୍ନ ବିଭୂଷଣ
Couplet 7
ତାହାଙ୍କ ସଙ୍ଗେ ବିପ୍ରଜନେଗମନ କଲେ ତୋଷ ମନେ
Couplet 8
ଗୋବିନ୍ଦ ନନ୍ଦିଘୋଷ ରଥେବସିଲେ ଅର୍ଜୁନ ସଙ୍ଗତେ
Couplet 9
ପାଣ୍ତବ ମଧ୍ୟେ ଚକ୍ରଧରକି ଅବା ଦେବା ପଟାନ୍ତର
Couplet 10
ଗୁହ୍ୟକଗଣ ମଧ୍ୟଗତେକୁବେର ପ୍ରକାଶ ଯେମନ୍ତେ
Couplet 11
ଏମନ୍ତେ କୁରୁକ୍ଷେତ୍ର ଗଲେପାଣ୍ତବେ ଗୋବିନ୍ଦଙ୍କ ତୁଲେ
Couplet 12
ଶର ଶୟନେ ଗଙ୍ଗାସୁତଦେଖିବା ଅର୍ଥେ ଉପଗତ
Couplet 13
ଅବନୀ ପୃଷ୍ଠେ ମୋହଗତକି ବା ଅମର ଭୂମିଗତ
Couplet 14
ପାଣ୍ତବେ ଗୋବିନ୍ଦର ତୁଲେଭୀଷ୍ମ ଚରଣେ ପ୍ରଣମିଲେ
Couplet 15
ବ୍ରାହ୍ମଣେ ମିଳିଲେ ତକ୍ଷଣେବ୍ୟାସ ସହିତେ ମୁନିଗଣେ
Couplet 16
ଅପରେ ଯେତେ ରାଜଋଷିମିଳିଲେ କୁରୁକ୍ଷେତ୍ରେ ଆସି
Couplet 17
ପର୍ବତ ନାମେ ମହାଋଷିଧୈାମ୍ୟ ନାରଦ ତୁଲେ ମିଶି
Couplet 18
ବାଦରାୟଣ ବୃହଦଶ୍ୱଭରଦ୍ୱାଜଙ୍କ ସଙ୍ଗେ ଶିଷ୍ୟ
Couplet 19
ପରମକ୍ଷତ୍ରୀ ପର୍ଶୁରାମବଶିଷ୍ଠ ଇନ୍ଦ୍ରପ୍ରମଦନ
Couplet 20
ତ୍ରିତ ଅସିତ ଗୃତ୍ସମଦଗୌତମ କକ୍ଷୀବାନ ସିଦ୍ଧ
Couplet 21
ଅତ୍ରି କୌଶିକ ସୁଦର୍ଶନକଶ୍ୟପ ଅଙ୍ଗୀରସ ନାମ
Couplet 22
ନିର୍ମଳଚେତା ବ୍ରହ୍ମଚାରୀମିଳିଲେ ଶୁକ ମଧ୍ୟେ କରି
Couplet 23
ଏମନ୍ତେ ସର୍ବ ମୁନିଜନେମିଳିଲେ ଭୀଷ୍ମ ସନ୍ନିଧାନେ
Couplet 24
ମୁନିଙ୍କି ଶାୟନ୍ତନୁସୁତଶୟନେ କଲେ ପ୍ରଣିପାତ
Couplet 25
ଧର୍ମଜ୍ଞ ଗଙ୍ଗାର କୁମରଯେ ଦେଶାଚାର ସତକାର
Couplet 26
ତେଣୁ ପୂଜିଲେ ଏକେ ଏକେମୁନିଙ୍କି ଦୃଢ଼ମାନସିକେ
Couplet 27
ଯେ ହରି ଜଗତ ଈଶ୍ୱରଅନାଦି ଧର୍ମ ନିରାକାର
Couplet 28
କୃଷ୍ଣଙ୍କୁ ହୃଦରେ ବସାଇପୂଜିଲେ ଦୃଢ଼ ଚିତ୍ତ ହୋଇ
Couplet 29
ପ୍ରେମେ ବିନୟଭାବ ହୋଇନିକଟେ ଥିବା ପଞ୍ଚଭାଇ
Couplet 30
ପାଣ୍ତୁପୁତ୍ରଙ୍କୁ ଦୟାଚିତ୍ତେଭାବେ ବୋଲନ୍ତି ଅଶ୍ରୁନେତ୍ରେ
Couplet 31
ଭୀଷ୍ମ କହନ୍ତି ଦୟାମନେସକଳ ମୁନି ଅବଧାନେ
Couplet 32
ଏ ବଡ଼କଷ୍ଟ ମୋର ଚିତ୍ତେଏ ପାଞ୍ଚଭାଇ କୁନ୍ତୀ ସୁତେ
Couplet 33
ବନେ ବଞ୍ଚିଲେ କଷ୍ଟ କର୍ମେଜୀବନ ପୋଷି ବିପ୍ରଧର୍ମେ
Couplet 34
ଯେଣୁ ଗୋବିନ୍ଦ ଆଶ୍ରେ ଥିଲେଅନେକ ସଙ୍କଟୁ ତରିଲେ
Couplet 35
ସ୍ୱାମୀ ମରଣେ କୁନ୍ତୀ ସାଧୁସ୍ୱଭାବେ ବାଳକୁଳବଧୂ
Couplet 36
ପୁତ୍ରଙ୍କ ତୁଲେ ବହୁକ୍ଳେଶେଦୁଃଖେ ବଞ୍ଚିଲେ ବନବାସେ
Couplet 37
କାଳର ବଶ ଏ ଜଗତପ୍ରାଣୀଏ କାଳର ଆୟତ୍ତ
Couplet 38
ସେ କାଳବଶେ ସର୍ବେ ଚଳିପବନେ ଯେହ୍ନେ ଘନାବଳୀ
Couplet 39
ଯେ କୁଳେ ରାଜା ଧର୍ମସୁତରକ୍ଷକ ଭୀମ ଗଦାହସ୍ତ
Couplet 40
ଅର୍ଜୁନ ଯହିଁ ଧନୁ ଧରେଯହିଁ ଗୋବିନ୍ଦ ରକ୍ଷାକରେ
Couplet 41
ସେ କୁଳେ ପଡ଼ଇ ବିପତ୍ତିଏମନ୍ତ ବିଧାତାର ଗତି
Couplet 42
କେ ଜାଣିପାରେ ଏହା ଚିନ୍ତିଯହିଁ ପଣ୍ତିତେ ଭ୍ରମି ଯାନ୍ତି
Couplet 43
ସଂସାର କର୍ମର ଆୟତ୍ତଏହା ତୁ ଜାଣ କୁନ୍ତୀସୁତ
Couplet 44
ଏଣୁ ତୁ କିଛି ହିଁ ନ ଭାଳଅନାଥ ପ୍ରଜା ଏବେ ପାଳ
Couplet 45
ଦେଖ ଏ ଆଦିନାରାୟଣଜଗତ ପରମ କାରଣ
Couplet 46
ମାୟାରେ ଲୋକ ମନ ହରିଯାଦବ ବଂଶେ ଅବତରି
Couplet 47
ଏହାର ଅନୁଭାବ ଗତିଅଥବା ଜାଣେ ପଶୁପତି
Couplet 48
ନାରଦ ଜାଣେ ଭାବ ଘେନିକିବା କପିଳ ମହାମୁନି
Couplet 49
ତୁ କୃଷ୍ଣ ମହିମା ନ ଜାଣିମାତୁଳସୁତ ପ୍ରାୟ ମଣି
Couplet 50
ପ୍ରିୟ ସୁହୃଦ ମିତ୍ର ପରିସଚିବ ବୁଦ୍ଧି କି ଆଚରି
Couplet 51
ଏହାଙ୍କୁ ଦୌତ୍ୟରେ ନିଯୋଗିପେଷିଲୁ ପଞ୍ଚଗ୍ରାମ ମାଗି
Couplet 52
ବାନ୍ଧବପ୍ରାୟେ ସ୍ନେହ କରିରଥେ ସାରଥି ପଣେ ବରି
Couplet 53
ଯହୁଁ ଏ ପ୍ରଭୁ ଭାବଗ୍ରାହୀସ୍ୱଭାବେ ପରପର ନାହିଁ
Couplet 54
ଏଣୁ ତା ଉଚ୍ଚ ନୀଚ କର୍ମଯୋଗ୍ୟ ଅଯୋଗ୍ୟ ସବୁ ସମ
Couplet 55
ଏ ଥାଇ ଭକତଙ୍କ ହିତେଦେଖ ମୋ ଭାଗ୍ୟର ଆୟତ୍ତେ
Couplet 56
ଜୀବନ ଛାଡ଼ିବାର କାଳେମିଳିଲା ଶରଶଯ୍ୟା ତଳେ
Couplet 57
ଯାର ଚରଣ ଭକ୍ତି ବଳେନିଶ୍ଚଳମନେ ଅନ୍ତଃ କାଳେ
Couplet 58
ତୁଣ୍ତେ ଯେ ନାମ ଉଚ୍ଚାରନ୍ତିପରମପଦେ ସେ ମିଶନ୍ତି
Couplet 59
କର୍ମବାସନା ଯାଇ ଦୂରଏମନ୍ତ ମହିମା ଯାହାର
Couplet 60
ସେ ଦେବଦେବ ଭଗବାନଭାବେ ଜାଣିଲେ ମୋର ମନ
Couplet 61
ଚିତ୍ତେ ପ୍ରସନ୍ନ ହେଉ ମୋରମୁହିଁ ଛାଡ଼ିବି କଳେବର
Couplet 62
ପ୍ରଫୁଲ୍ଲ କମଳ ଲୋଚନସୁନ୍ଦର ହର୍ଷିତ ବଦନ
Couplet 63
ଚକ୍ର ସହିତେ ମହାବାହୁସେ ମୋର ଧ୍ୟାନପଥେ ରହୁ
Couplet 64
ଭୀଷ୍ମ ବଚନ କର୍ଣ୍ଣେ ଶୁଣିଧର୍ମନନ୍ଦନ ମନେ ଗୁଣି
Couplet 65
ଭୀଷ୍ମଙ୍କୁ ଶରତଳ୍ପେ ଚାହିଁକର ଯୁଗଳ ଶିରେ ଦେଇ
Couplet 66
ବିବିଧ ଧର୍ମ ପଚାରିଲେଅଶେଷ ମୁନିଗଣ ତୁଲେ
Couplet 67
ସ୍ୱଭାବ ଧର୍ମ ଯେ ଜଗତେଚତୁର ବର୍ଣ୍ଣାଶ୍ରମ ଯେତେ
Couplet 68
ରାଗ ବୈରାଗ୍ୟ ଆଦି କରିଯେ ମାର୍ଗେ ସଂସାରୁ ନିସ୍ତରି
Couplet 69
ଯେ ଦାନଧର୍ମ ରାଜଧର୍ମମୋକ୍ଷ ସାଧନେ ଯେତେ କର୍ମ
Couplet 70
ଯଥା ବିଧାନେ ଯେତେ କରିଗୃହୀ ବନସ୍ଥ ବ୍ରହ୍ମଚାରୀ
Couplet 71
ସ୍ତିରୀ ଜନ୍ମର ଯେବା ଧର୍ମଯେ ବିଷ୍ଣୁ ଭକତଙ୍କ କର୍ମ
Couplet 72
ଧର୍ମାର୍ଥ କାମ ମୋକ୍ଷ ଆଦିଯେତେ ପ୍ରକାରେ ଯାହା ସାଧି
Couplet 73
ସକଳ କହିଲେ ହରଷେନାନା ଆଖ୍ୟାନ ଇତିହାସେ
Couplet 74
ଏମନ୍ତେ କହୁଁ କହୁଁ ଧର୍ମଭୀଷ୍ମର ଚିତ୍ତେ କାଳଭ୍ରମ
Couplet 75
ସିଦ୍ଧ ପୁରୁଷ ଯୋଗବଳେଯାହା ଚିନ୍ତନ୍ତି ଅନ୍ତଃକାଳେ
Couplet 76
ସେ କାଳ ଅତି ପୁଣ୍ୟ ଧର୍ମଉତ୍ତରାୟଣ ଯାର ନାମ
Couplet 77
ସେ କାଳ ଆଗମନ ଦେଖିସେଙ୍କାଚ କଲେ ବେନି ଆଖି
Couplet 78
ସହସ୍ର ସହସ୍ର ବଚନଶୁଣାଇ ହୋଇଲେ ମଉନ
Couplet 79
ତକ୍ଷଣେ ବିଷ୍ଣୁଭାବ ଘେନିଗଙ୍ଗାନନ୍ଦନ ହେଲେ ତୁନି
Couplet 80
ସର୍ବୁଁ ସଂହରି ଦୃଷ୍ଟି ମନକୃଷ୍ଣ ଚରଣେ ଅବଧାନ
Couplet 81
ଯେ ହରି ଅଛି ଅଗ୍ରେ ବସିଚତୁରଭୁଜ ପରକାଶି
Couplet 82
ପୀତବସନ କଟୀଭାଗେବିଜୁଳି ଯେହ୍ନେ ନୀଳମେଘେ
Couplet 83
ଏମନ୍ତ କୃଷ୍ଣ ରୂପ ହେଜିବଚନ ଶ୍ରମେ ଚକ୍ଷୁ ବୁଜି
Couplet 84
ଧାରଣା ଯୋଗେ ଧ୍ୟାନ କରିସଂଶୟ ଦୂରେ ପରିହରି
Couplet 85
ଯୁଦ୍ଧର ଶ୍ରମ ଯେତେ ଥିଲାତକ୍ଷଣେ ଶରୀରୁ ଛାଡ଼ିଲା
Couplet 86
ଇନ୍ଦ୍ରିୟ ଅର୍ଥେ ଯେତେ କର୍ମଚିତ୍ତୁ ଛାଡ଼ିଲା ମାୟାଭ୍ରମ
Couplet 87
ଅନ୍ତରେ ବେନିକର ଯୋଡ଼ିବୋଲେ ଗୋବିନ୍ଦ ପାଦେ ପଡ଼ି
Couplet 88
ଏମନ୍ତ ଭାବେ ମନ ମୋରତୃଷ୍ଣା ବର୍ଜିତ ନିର୍ବିକାର
Couplet 89
କୃଷ୍ଣ ଶରୀରେ ହେଉ ଲୀନଯେ ହରି ଭକତ ତାରଣ
Couplet 90
ଯାର ମହିମା ଯୋଗୀଜନେଚିନ୍ତି ନ ପାନ୍ତି ଯୋଗଧ୍ୟାନେ
Couplet 91
ସ୍ୱସୁଖେ ଥାଇ ଅବିରତେପ୍ରକୃତି ବଶେ ବିଶ୍ୱ ଅର୍ଥେ
Couplet 92
ପ୍ରକୃତି ତହୁଁ ଏ ଜଗତପ୍ରବାହ ରୂପେ ଆତଯାତ
Couplet 93
ତମାଳପତ୍ର ପ୍ରାୟେ ବର୍ଣ୍ଣଯେ ରୂପେ ମୋହେ ତ୍ରିଭୁବନ
Couplet 94
ପୀତବସନ କଟୀ ଶୋହେପ୍ରକାଶେ ରବିରଶ୍ମି ପ୍ରାୟେ
Couplet 95
ଅଳକା ଆବୃତ କପୋଳବିରାଜେ ବଦନ କମଳ
Couplet 96
ଅର୍ଜୁନ ସଖା ପାଦତଳେମୋ ଚିତ୍ତ ରହୁ ସୁନିଶ୍ଚଳେ
Couplet 97
ସଂଗ୍ରାମେ ଅଶ୍ୱଧୂଳି କାୟେଶିର ବଦନ ଧୂମ୍ର ପ୍ରାୟେ
Couplet 98
ବିରାଜେ ସ୍ୱେଦ କଣା ଅଙ୍ଗେବିବିଧ ଅଳଙ୍କାର ରଙ୍ଗେ
Couplet 99
ମୋହର ତୀକ୍ଷ୍ଣ ବାଣପନ୍ତିଯାର କବଚେ ଝଲକନ୍ତି
Couplet 100
ସେ ରୂପେ ପଶୁ ମୋର ପ୍ରାଣଏ ଭବଜଳୁ ପରିତ୍ରାଣ
Couplet 101
ଯେ ହରି ଅର୍ଜୁନ ବଚନେରଥ ନିବେଶି ମଧ୍ୟ ସ୍ଥାନେ
Couplet 102
ଅନାଇଁ କଟାକ୍ଷ ଲୋଚନେଆୟୁଷ ହରେ ପର ସୈନ୍ୟେ
Couplet 103
ତାର ଚରଣେ ମନ ଚିନ୍ତିନିରତେ ହେଉ ମୋର ପ୍ରୀତି
Couplet 104
ଯୁଦ୍ଧର ଅର୍ଥେ କୋପ ଭରିସକଳ ବୀରେ ଶସ୍ତ୍ର ଧରି
Couplet 105
ସମରେ ଦେଖି ବନ୍ଧୁଜନଦୟାରେ ନ ଯୁଝେ ଅର୍ଜୁନ
Couplet 106
ମାୟାରେ ତାର ମନ ମୋହିଅନେକ ଆତ୍ମବିଦ୍ୟା କହି
Couplet 107
ତାହାର କୁମତି ହରିଲାଛଳେ ସମସ୍ତ ସଂହାରିଲା
Couplet 108
ତାର ଚରଣେ ମୋର ମତିନିଶ୍ଚଳେ ହେଉ ଆତ୍ମରତି
Couplet 109
ମୋହର ତୁଲେ ସତ୍ୟ କଲାଶସ୍ତ୍ର ନ ଧରିବି ବୋଇଲା
Couplet 110
ମୋହର ତୀକ୍ଷ୍ଣବାଣେ କୋପିମୋହ ବଚନେ ସତ୍ୟ ସ୍ଥାପି
Couplet 111
ତକ୍ଷଣେ ଚକ୍ର ଘେନି ହସ୍ତେରଥୁ ଧାଇଁଲା ଭୂମିଗତେ
Couplet 112
ସ୍ୱଧର୍ମ ସମର ଉପେକ୍ଷିସିଂହ ଯେସନେ ଗଜ ଦେଖି
Couplet 113
ଧାମନ୍ତେ ଅବନୀ କମ୍ପିଲାଉତ୍ତରୀ କନ୍ଧୁ ଉଡ଼ିଗଲା
Couplet 114
ଚକ୍ର ଉଞ୍ଚାଇ ମହାକୋପେମିଳିଲା ମୋହର ସମୀପେ
Couplet 115
ମୁଁ ଆତତାୟୀ ପଣେଅନେକ ବାଣ ରୋଷେ ବିନ୍ଧି
Couplet 116
ବିଶୀର୍ଣ୍ଣ କଲି ସେହ୍ନୀ ଅଙ୍ଗେଦେଖି ଧାଇଁଲା ଅତି ବେଗେ
Couplet 117
ରୁଧିର ଭୂଷଣ ଶରୀରେଭୂମି କମ୍ପଇ ପାଦଭରେ
Couplet 118
ହରିବା ପାଇଁ ମୋର ପ୍ରାଣମୁଁ ଏବେ ପଶିଲି ଶରଣ
Couplet 119
ବିଜୟ ରଥେ ଯେ ସାରଥିରଥ ଆରୋହି ଶୁଭ ଚିନ୍ତି
Couplet 120
ହୟଙ୍କ ରଶ୍ମି ଯେହୁ ଧରେସେ ରୂପେ ମନ ରହୁ ସ୍ଥିରେ
Couplet 121
ସଂଗ୍ରାମ କରି ଯେତେ ମଲେତା ମୁଖ ଦେଖି ତରିଗଲେ
Couplet 122
ଏବେ ମୋହର ଅନ୍ତଃକାଳେମୋ ଚିତ୍ତ ରମୁ ତା ପୟରେ
Couplet 123
ଗୋପନଗରେ ବୃନ୍ଦାବନେରାସଉତ୍ସବେ ଗୋପୀଜନେ
Couplet 124
ଲଳିତ ଗତି ସୁବିଳାସମନୋଜ୍ଞ ଦୃଷ୍ଟି ମନ୍ଦହାସ
Couplet 125
ଯାହାର ସଙ୍ଗେ ଭାବ କରିଗୋପୀଏ ଭବୁ ଗଲେ ତରି
Couplet 126
ଧର୍ମନନ୍ଦନ ଯଜ୍ଞକାଳେଋଷି ବ୍ରାହ୍ମଣ ରାଜା ମେଳେ
Couplet 127
ଯାହାର ପାଦେ ଅର୍ଘ୍ୟ ଦେଇସୁଖେ ସୁନ୍ଦର ମୁଖ ଚାହିଁ
Couplet 128
ସକଳେ ଗଲେ ମୋକ୍ଷମାର୍ଗେସେ ଏବେ ଦିଶେ ମୋର ଆଗେ
Couplet 129
ନିର୍ମଳ ଆତ୍ମାରୂପ ହୋଇପ୍ରାଣୀଙ୍କ ହୃଦେ ଯେ ବସଇ
Couplet 130
ଯେ ରୂପେ ଦୃଷ୍ଟିଭେଦେ ରବିଅନେକ ବୋଲି ଅନୁଭବି
Couplet 131
ସେ ହରି ପାଦଯୁଗେ ଭଜିପଶିଲି ଭବମୋହ ତେଜି
Couplet 132
ଏମନ୍ତେ ଗୋବିନ୍ଦ ବିଷୟେମନ ବଚନ ଦୃଷ୍ଟି ଦେହେ
Couplet 133
ଆତ୍ମାରେ ଆତ୍ମା ସ୍ଥିର କରିପବନେ ପବନ ସଂହରି
Couplet 134
ଦେଖନ୍ତି ସୁର ନର ମୁନିଗଙ୍ଗାନନ୍ଦନ ହେଲେ ତୁନି
Couplet 135
ଶରୀର ତେଜି ଭାବ ମୋହେପଶିଲେ ଗୋବିନ୍ଦର ଦେହେ
Couplet 136
ଭୀଷ୍ମ ମରଣ ଦେଖି ଭଲେଯେ ଅବା ଥିଲେ କୃଷ୍ଣ ତୁଲେ
Couplet 137
ମଉନେ ବସିଲେ ସମସ୍ତେପକ୍ଷୀଏ ଯେହ୍ନେ ଦିନ ଅନ୍ତେ
Couplet 138
ତକ୍ଷଣେ ଦୁନ୍ଦୁଭି ଶବଦଦେବମାନବେ କଲେ ବାଦ୍ୟ
Couplet 139
ସାଧୁ ଶବଦ ଶୂନ୍ୟେ ସ୍ଫୁରେପୁଷ୍ପ ବରଷେ ନିରନ୍ତରେ
Couplet 140
ତକ୍ଷଣେ ଯୁଧିଷ୍ଠିର ଯାଇଅନଳେ ଭୀଷ୍ମ ଦେହ ଦହି
Couplet 141
ମୁହୂର୍ତ୍ତେ ବସି ଦୁଃଖ ମନେଉଠି ସକଳ ମହାଜନେ
Couplet 142
ଯେ ଯାହା ମତେ ସ୍ତୁତି କଲେନମିଲେ କୃଷ୍ଣ ପାଦତଳେ
Couplet 143
ଉଠି ସକଳେ ଦୁଃଖ ଚିତ୍ତେଗୃହେ ଚଳିଲେ ଯେଝାମତେ
Couplet 144
ପାଣ୍ତବେ କୃଷ୍ଣ ସଙ୍ଗତେହସ୍ତିନା ମିଳିଲେ ତୁରିତେ
Couplet 145
ତକ୍ଷଣେ ଅନ୍ତଃପୁରେ ଯାଇଅନ୍ଧଗାନ୍ଧାରୀଙ୍କି ଦୁଝାଇ
Couplet 146
ଗୋବିନ୍ଦ ଧୃତରାଷ୍ଟ୍ର ବୋଲେଯୁଧିଷ୍ଠିରଙ୍କୁ ରାଜା କଲେ
Couplet 147
ସେ ରାଜା ଧର୍ମେ ରାଜ୍ୟ କଲାଯା ପିତୃ ପିତାମହେ ଥିଲା
Couplet 148
ଏମନ୍ତେ କରି ରାଜପଣସଙ୍ଗତେ ଘେନି ନାରାୟଣ
Couplet 149
ସେ ନାରାୟଣ ପାଦଗତଶରଣ ଦାସ ଜଗନ୍ନାଥ