Skandha 1
Adhyaya 8
Couplet 1
ସକଳେ ମିଳି ଦୁଃଖ ଶୋକେମିଳିଲେ ଗଙ୍ଗାର ଉଦକେ
Couplet 2
ମୃତ୍ୟୁ ଉଦକ ଦାନ ଅର୍ଥେଦ୍ରୌପଦୀ କୁନ୍ତୀର ସହିତେ
Couplet 3
ଅପରେ ଯେତେ ନାରୀଗଣେସକଳ ଶୋକ ନିବାରଣେ
Couplet 4
ଗଙ୍ଗାର ତୀରେ ଦୁଃଖମନେମିଳିଲେ ସର୍ବ ବନ୍ଧୁଜନେ
Couplet 5
ଉଦକ ଦେଇ ଗଙ୍ଗାଜଳେଦ୍ୱିତୀୟ ସ୍ନାନ କରି ଗଲେ
Couplet 6
ଧର୍ମନନ୍ଦନ ଭୀମସେନଅମ୍ବିକାସୁତ ଯେ ଅର୍ଜୁନ
Couplet 7
ଗାନ୍ଧାରୀ ପୁତ୍ରଶୋକେ କାନ୍ଦିଧରଣୀ ଲୋଟଇ ଦ୍ରୌପଦୀ
Couplet 8
କୁନ୍ତୀ କାନ୍ଦଇ ଅଶ୍ରୁମୁଖେଏମନ୍ତେ ସର୍ବେ ଦୁଃଖ ଶୋକେ
Couplet 9
ବିକଳେ କରନ୍ତେ ରୋଦନତା ଦେଖି ଦେବକୀନନ୍ଦନ
Couplet 10
ବ୍ୟାସ ସହିତେ ସର୍ବମୁନିକୃଷ୍ଣ ବସିଲେ ସଙ୍ଗେ ଘେନି
Couplet 11
ଧର୍ମପୁରାଣ ଇତିହାସମୁନିଏ କରନ୍ତି ପ୍ରକାଶ
Couplet 12
ମିଥ୍ୟା ସଂସାର ବିଷ୍ଣୁମାୟାକେ ସତ୍ୟ କରିପାରେ ଏହା
Couplet 13
କାଳର କ୍ରୀଡ଼ା ଏ ଜଗତକାଳକୁ କେବା ସାମରଥ
Couplet 14
ସର୍ଜି ପାଳଇ ପୁଣ ହରେକାଳର କ୍ରୀଡ଼ା ଏ ସଂସାରେ
Couplet 15
ତାହାକୁ ପ୍ରତିକ୍ରିୟା ନାହିଁଏମନ୍ତେ ବୋଧ ତାଙ୍କୁ ଦେଇ
Couplet 16
ଶୋକ ହରିଲେ ନାରାୟଣଏବେ ହୋ ମନିଗଣେ ଶୁଣ
Couplet 17
ଦୁଷ୍ଟରାଜାଙ୍କ ସଙ୍ଗ ମେଳେକିତବେ ରାଜ୍ୟ ହରିଥିଲେ
Couplet 18
ଦ୍ରୌପଦୀ କେଶ ସ୍ପର୍ଶ ଦୋଷେସ୍ୱଭାବେ ଅଳପ ଆୟୁଷେ
Couplet 19
ତାହାଙ୍କୁ ପ୍ରଭୁ ମାୟା କରିଅର୍ଜୁନ ଗାଣ୍ତୀବେ ସଂହାରି
Couplet 20
ଯୁଧିଷ୍ଠିରଙ୍କୁ ରାଜ୍ୟ ଦେଲେଅବନୀଭାରା ନିବାରିଲେ
Couplet 21
ଉତ୍ତମ କଳ୍ପେ ସୁସମ୍ପାଦିକରାଇ ତିନି ଅଶ୍ୱମେଧି
Couplet 22
ରାଜାର ଯଶ ମହୀତଳେଇନ୍ଦ୍ରର ପ୍ରାୟେ ସମ୍ପାଦିଲେ
Couplet 23
ପାଣ୍ତୁପୁତ୍ରଙ୍କୁ କରି ଭାବସଙ୍ଗତେ ସାତ୍ୟକି ଉଦ୍ଧବ
Couplet 24
ବ୍ୟାସ ସମେତେ ଯେତେ ମୁନିକୃଷ୍ଣ ପୂଜିଲେ ଅର୍ଘ୍ୟ ଘେନି
Couplet 25
ସନ୍ତୋଷେ ସର୍ବ ମୁନିଗଣେକୃଷ୍ଣଙ୍କୁ ପୂଜିଲେ କଲ୍ୟାଣେ
Couplet 26
ତାହାଙ୍କୁ ମାଗି ଅନୁଯାନରଥେ ବସିଲେ ଭଗବାନ
Couplet 27
ଦ୍ୱାରକା ବିଜେ ନରହରିବାଜଇ ମଙ୍ଗଳ ମହୁରୀ
Couplet 28
ଏମନ୍ତେ ଶୁଣ ମୁନିଜନେଉତ୍ତରା ରାଜାର ଭୁବନେ
Couplet 29
ଥିଲା ଯେ ଅଭିମନ୍ୟୁ ଅନ୍ତେଅନଳେ ନ ଗଲା ସଙ୍ଗତେ
Couplet 30
ବିଧବା ରୂପେ ଗର୍ଭବାସେକୁନ୍ତୀ ଦ୍ରୌପଦୀଙ୍କ ଆଶ୍ୱାସେ
Couplet 31
ତାର ଗର୍ଭକୁ କୋପ କଲାକାନନେ ଦ୍ରୋଣଗୁରୁବଳା
Couplet 32
ଅର୍ଜ୍ଜୁନ ହସ୍ତେ ଦଣ୍ତ ପାଇଲୁଚିଲା ଘୋରବନେ ଯାଇ
Couplet 33
ସହି ନ ପାରି ଅପମାନକୋପ ବସିଲା ତାର ମନ
Couplet 34
ସଙ୍କଳ୍ପ କରି ଗଙ୍ଗାଜଳେଧନୁ ଧଇଲା କୋପାନଳେ
Couplet 35
ମନ୍ତ୍ର ଉଚ୍ଚାରି ବ୍ରହ୍ମଶରବୋଲଇ ଦ୍ରୋଣଙ୍କ କୁମର
Couplet 36
ତୁ ଯେ କଠୋର ସାଧ୍ୟ ମୋରଅବନୀ-ଅପାଣ୍ତବ କର
Couplet 37
ଏମନ୍ତେ ବିନ୍ଧିଲା ନାରାଚଗଗନେ ଯେହ୍ନେ ରବିତେଜ
Couplet 38
ଦିଶ ଆକାଶ ଆବୋରିଲାତା ତେଜେ ଭୁବନ କମ୍ପିଲା
Couplet 39
ଗଗନେ ଆସୁଅଛି କ୍ଷେପିଉତ୍ତରା ଭୟ କଲା ଦେଖି
Couplet 40
ଧାମଇ ଜୀବନ ବିକଳେକେଶ ବସନ ଅସମ୍ଭାଳେ
Couplet 41
ବିକଳେ ବେନିକର ତୋଳିଡାକଇ ରଖ ବନମାଳୀ
Couplet 42
ହେ ଦେବ ଦେବ ଜଗନ୍ନାଥଭାରା ନିବାରେ ତୋ ସମ୍ଭୂତ
Couplet 43
ହେ ମହାଯୋଗୀ ଯୋଗେଶ୍ୱରଜଗତଈଶ୍ୱର ଈଶ୍ୱର
Couplet 44
ଅନାଥ ନାଥ ଭାବଗ୍ରାହୀଘୋର ସଙ୍କଟୁ କର ତ୍ରାହି
Couplet 45
ତୋ ତହୁଁ ନ ଜାଣଇ ଆନଅଭୟ ସଙ୍କଟ ଭଞ୍ଜନ
Couplet 46
ଏ ଯେ ଗଗନ ମାର୍ଗେ ଶରଆସଇ ଯେହ୍ନେ ଦିବାକର
Couplet 47
ପାଣ୍ତବକୁଳ ଏ ହରିବଏହାକୁ କେବା ନିବାରିବ
Couplet 48
ତୋରେ ଶରଣ ଗଲି ମୁହିଁମୋ ଗର୍ଭ ରଖ ଭାବଗ୍ରାହୀ
Couplet 49
ଏ ଗର୍ଭ ରବିତଳେ ଥାଉମୋର ଜୀବନ ବାଣ ଦହୁ
Couplet 50
ଉତ୍ତରା ବାକ୍ୟ କର୍ଣ୍ଣେ ଶୁଣିମନେ ଚିନ୍ତିଲେ ଚକ୍ରପାଣି
Couplet 51
ଦ୍ରୋଣ କୁମର ଅପମାନେଲୁଚି ଯେ ଥିଲା ଘୋରବନେ
Couplet 52
ମନ୍ତ୍ରୀ ନାରାଚ ବ୍ରହ୍ମଶରପ୍ରହାର କଲା କୋପଭର
Couplet 53
ମେଦିନୀ-ଅପାଣ୍ତବ-ଶରମୁହିଁ କରିବି ପ୍ରତିକାର
Couplet 54
ଏକଥା କୃଷ୍ଣ ମୁଖୁ ଶୁଣିପାଣ୍ତବେ ନିଜ ଧନୁ ଆଣି
Couplet 55
ସୂର୍ଯ୍ୟର ପ୍ରାୟ ଏକେ ଏକେପଞ୍ଚ-ନାରାଚ ଅଭିମୁଖେ
Couplet 56
ଯୋଚି ଚାହିଁଲେ କୃଷ୍ଣମୁଖଅନ୍ତେ ବୋଲନ୍ତି ରଖ ରଖ
Couplet 57
ତାହା ଜାଣିଲେ ନରହରିତକ୍ଷଣେ ଚକ୍ରକୁ ସୁମରି
Couplet 58
ବୋଇଲେ ଶୁଣ ସୁଦର୍ଶନରଖ ତୁ ପାଣ୍ତବ ଜୀବନ
Couplet 59
ତକ୍ଷଣେ କୃଷ୍ଣ ଆଜ୍ଞା ପାଇଯହିଁ ପାଣ୍ତବ ପାଞ୍ଚଭାଇ
Couplet 60
ମେଘର ପ୍ରାୟେ ଆଚ୍ଛାଦିଲାକୃଷ୍ଣର କରେ ବିଜେ କଲା
Couplet 61
ସେ ଚକ୍ର ଘେନି କୃଷ୍ଣ ବେଗେପଶିଲେ ଉତ୍ତରାର ଗର୍ଭେ
Couplet 62
ସେ ମାୟାଧର ଚକ୍ରପାଣିକେବା ପାରିବ ପରିମାଣି
Couplet 63
ସକଳ ଆତ୍ମା ଯୋଗେଶ୍ୱରଯାର ମହିମା ଅଗୋଚର
Couplet 64
ପାଣ୍ତବ ବଂଶ ରକ୍ଷା ଅର୍ଥେଗର୍ଭ ଆବୋରି ଚକ୍ରହସ୍ତେ
Couplet 65
ସ୍ୱଭାବେ ଶସ୍ତ୍ର ବ୍ରହ୍ମଶରତାହାକୁ ନାହିଁ ପ୍ରତିକାର
Couplet 66
କୃଷ୍ଣର ତେଜ ତା ସଂହାରିଗର୍ଭକୁ ରଖିଲେ ମୁରାରି
Couplet 67
ଯାହାର ମାୟା ଏ ସଂସାରେସଞ୍ଚଇ ପାଳଇ ସଂହାରେ
Couplet 68
ଏକି ଆଶ୍ଚର୍ଯ୍ୟ ଅଟେ ତାରସର୍ବ ଆଶ୍ଚର୍ଯ୍ୟ ଯେ ଈଶ୍ୱର
Couplet 69
ସେ ବ୍ରହ୍ମଶସ୍ତ୍ର ଯହୁଁ ଗଲାପାଣ୍ତବେ ଗୋବିନ୍ଦ ରଖିଲା
Couplet 70
ତକ୍ଷଣେ ପାଣ୍ତବ ଜନନୀକୃଷ୍ଣା ଉତ୍ତରା ସେଙ୍ଗ ଘେନି
Couplet 71
ପାଞ୍ଚପୁତ୍ରଙ୍କୁ ଘେନି ସେଙ୍ଗନମିଲେ କୃଷ୍ଣ-ପାଦ-ଯୁଗେ
Couplet 72
କାତରେ ଯୋଡ଼ି ବେନି ପାଣିକଣ୍ଠ କୁଣ୍ଠିତେ କହେ ବାଣୀ
Couplet 73
ବୋଲଇ କୃଷ୍ଣ ମୁଖ ଚାହିଁଭୋ ନାଥ କର ମୋତେ ତ୍ରାହି
Couplet 74
ଭୋ କୃଷ୍ଣ ମୁଁ ତୋର କିଙ୍କରଆଦି ପୁରୁଷ ତୁ ଈଶ୍ୱର
Couplet 75
ପ୍ରକୃତି ପରେ ତୋର ବାସଏଣୁ ପ୍ରାଣିଙ୍କି ଅପ୍ରକାଶ
Couplet 76
ଜନ୍ତୁଙ୍କ ଅନ୍ତର ବାହାରେତୋ ବିନୁ ଅନ୍ୟ ନାହିଁ ପରେ
Couplet 77
ଆଚ୍ଛାଦି ମାୟା ଯବନିକାନିର୍ଲେ ରୂପେ ଥାଉ ଏକା
Couplet 78
ଇନ୍ଦ୍ରିୟଗଣ ତୁଲେ ପୂରିଅବ୍ୟୟ ଆତ୍ମାରୂପ ଧରି
Couplet 79
ତୋହର ମାୟା ଯାର ଚିତ୍ତେସେ ତୋତେ ଜାଣିବେ କେମନ୍ତେ
Couplet 80
ନଟଙ୍କ ମଧ୍ୟେ ଯେ ନାୟକସେ ଯେହ୍ନେ ନାଟେ ମୋହେ ଲୋକ
Couplet 81
ନାନା କାଛେଣି ସେ ଭିଆଇନୃତ୍ୟକାରକୁ ସେ ନଚାଇ
Couplet 82
ଦେଖନ୍ତା ପ୍ରାଣୀ ମନ ମୋହେନିଶ୍ଚେ ବିଚାରେ ସତ୍ୟ ନୋହେ
Couplet 83
ପରମହଂସ ଦୀକ୍ଷା ପଣେନିର୍ମଳଚେତା ମୁନିଗଣେ
Couplet 84
ଦୃଢ଼-ଭକତି-ଯୋଗ ମତେତୋ ପାଦେ ଧ୍ୟାନ ଅବିରତେ
Couplet 85
ସେ ଭକ୍ତିଯୋଗର ବିଧାନକାହୁଁ ଦେଖିବେ ସ୍ତିରୀଜନ
Couplet 86
ତୁ ନାଥ କୃଷ୍ଣ ଅବତାରେପ୍ରକାଶ ବସୁଦେବ ଘରେ
Couplet 87
ଦେବକୀ ଉଦରୁ ସମ୍ଭବଏଣୁ ତୋ ନାମ ବାସୁଦେବ
Couplet 88
ସକଳ ଜନ୍ତୁ ହୃଦଗତେତୋର ବିଜୟ ଆତ୍ମାମତେ
Couplet 89
କୁମାର ରୂପେ ନନ୍ଦ ଘରେତୋର ବିହାର ଗୋପପୁରେ
Couplet 90
ଇନ୍ଦ୍ର ବିବାଦେ ବନମାଳୀପର୍ବତ ବାମକରେ ତୋଳି
Couplet 91
ରଖିଲୁ ଗୋପର ସମ୍ପଦଏମନ୍ତେ ନାମ ତୋ ଗୋବିନ୍ଦ
Couplet 92
ତୁମ୍ଭଙ୍କୁ ମୋର ନମସ୍କାରତୋ ବିନୁ ନ ଜାଣଇ ଆର
Couplet 93
ପ୍ରଳୟଜଳେ ତୋର ବାସନାଭିରୁ ପଙ୍କଜ ପ୍ରକାଶ
Couplet 94
ପଙ୍କଜମାଳା ତୋର ଗଳେବିହରୁ ଭୁବନ ମଣ୍ତଳେ
Couplet 95
ପଙ୍କଜ-ଲୋଚନ ସୁନ୍ଦରନମଇ ପଙ୍କଜ-ପୟର
Couplet 96
ଦେବକୀ ଦେବୀ କଂସ ଘରେବନ୍ଦୀରେ ଥିଲା ଶୋକ ଭରେ
Couplet 97
ମୁଁ ପଞ୍ଚପୁତ୍ର ଘେନି ଏକେବନେ ବଞ୍ଚଇ ଦୁଃଖଶୋକେ
Couplet 98
ଦେବକୀ ପ୍ରାୟେ ମୋତେ କରିଅଶେଷ ସଙ୍କଟୁ ଉଦ୍ଧରି
Couplet 99
ଭୀମକୁ ବିଷଲଡ଼ୁ ଦେଲେତହୁଁ ରଖିଲୁ ତେତେବେଳେ
Couplet 100
ଜତୁର ଘର ଦହନରୁତୁ ନାଥ ତହୁଁ ଉଦ୍ଧରିଲୁ
Couplet 101
ଜଳେ କୁମ୍ଭିରୀ ଆଦି ଯେତେରାକ୍ଷସେ ମିଳିଲେ ବନସ୍ତେ
Couplet 102
ହିଡିମ୍ବକାଦି ଯେ ରାକ୍ଷସତହୁଁ ରଖିଲୁ ପୀତବାସ
Couplet 103
ପଶା କପଟେ ରାଜ୍ୟ ହରିନେଲେ ଦ୍ରୌପଦୀ କେଶ ଧରି
Couplet 104
ବିବସ୍ତ୍ର କଲେ ସଭାତଳେତହୁଁ ରଖିଲୁ ତେତେବେଳେ
Couplet 105
ପୁଣି ଅଜ୍ଞାତ ବନବାସେଦିନ ବଞ୍ଚିଲୁ ନାନା ଦେଶେ
Couplet 106
ଯୁଦ୍ଧେ ଦୁର୍ଜୟ ରିପୁ ତ୍ରାସୁତୁ ନାଥ ମୋ ପୁତ୍ରେ ଆଶ୍ୱାସୁ
Couplet 107
ଦ୍ରୋଣକୁମର ବ୍ରହ୍ମଶରତହୁଁ ରଖିଲୁ ବଂଶ ମୋର
Couplet 108
ଏଣୁ ବିପଦେ ନ ଡରଇଯେ ଦୁଃଖେ ତୋତେ ମୁଁ ଦେଖଇ
Couplet 109
ତୋହର ଦରଶନ ଫଳେଏ ଜୀବ ରହଇ ନିଶ୍ଚଳେ
Couplet 110
ପରମଲୋକେ ଲଭେ ବାସତୁ ନାଥ ଭକତ ବିଶ୍ୱାସ
Couplet 111
ଉତ୍ତମ କୁଳେ ଜନ୍ମ ହୋଇବିଦ୍ୟା ସମ୍ପଦ ଯେବେ ଥାଇ
Couplet 112
ବୁଡ଼ଇ ମତ୍ତଗର୍ବ-ଚିତ୍ତେସେ ତୋତେ ପାଇବ କେମନ୍ତେ
Couplet 113
ତୁ ନାଥ ଜଗତ ଜୀବନତୁ ଅକିଞ୍ଚନ-ଜନ-ଧନ
Couplet 114
ଦରିଦ୍ର-ଜନ-ଧନ ତୁହିପ୍ରକୃତି ତୋତେ ନ ଜାଣଇ
Couplet 115
ତୁ ନାଥ ଆତ୍ମାରାମ ଶାନ୍ତନମଇଁ କୈବଲ୍ୟର ନାଥ
Couplet 116
ତୁ ନାଥ କାଳରୂପ ହେଉଅନାଦି-ନିଧନ ବୋଲାଉ
Couplet 117
ସମେ ତୁ ବସୁ ସର୍ବଦେହେପ୍ରାଣୀ ତୋହର ମାୟାମୋହେ
Couplet 118
ଭଜନ୍ତି ଅନ୍ୟ ଅନ୍ୟ ଭାବେକଳି ଯେସନେ କଳିଯୁଗେ
Couplet 119
ତୋହର ଇଚ୍ଛା କେ ଜାଣିବଶରୀର ବହି ବ୍ରହ୍ମା ଶିବ
Couplet 120
ତୋର ଚରିତ ଭଗବାନଏ ନରଲୋକେ ବିଡ଼ମ୍ବନ
Couplet 121
ଏଣୁ ତୋ ରିପୁ ମିତ୍ର ନାହିଁପ୍ରାଣୀ ଜାଣିବେ ତୋତେ କାହିଁ
Couplet 122
ତୋଠାରେ ଭେଦବୁଦ୍ଧି କରିବଇରି ମିତ୍ର ଅନୁସରି
Couplet 123
ତୁ ବିଶ୍ୱଆତ୍ମା ନରହରିଲୀଳାବିହାରେ ଦେହ ଧରି
Couplet 124
ପଶୁଙ୍କ ମଧ୍ୟେ ହେଉ ଜାତଋଷିଙ୍କ ଘରେ ଋଷିସୁତ
Couplet 125
ଜଳଜନ୍ତୁଙ୍କ ମଧ୍ୟେ ତୁହିବିହରୁ ମୀନ କୂର୍ମ ହୋଇ
Couplet 126
ଏ କଥା ତୋତେ ବିଡ଼ମ୍ବନଆଧ୍ୟାତ୍ମ ଆତ୍ମା ନିରଞ୍ଜନ
Couplet 127
ଦଧି ମନ୍ଥନ ବେଳେ ଧରିରୋଳେ ବାନ୍ଧିଲା ନନ୍ଦନାରୀ
Couplet 128
ପଛେ ଲୁଚାଇ ଛାଟ ଗୋଟିତା ଦେଖି ଭୂମିରେ ତୁ ଲୋଟି
Couplet 129
ଚକ୍ଷୁ ଅଞ୍ଜନ ଘଷି କରେକାନ୍ଦି ପଡ଼ିଲୁ ତା ପୟରେ
Couplet 130
ବଦନ ହସ୍ତରେ ଲୁଚାଇଭୟେ କମ୍ପଇ ତୋର ଦେହୀ
Couplet 131
ଏ ତୋର ସର୍ବ ସମ୍ପାଦିଲାମୋତେ ତ ସନ୍ଦେହ ଲାଗିଲା
Couplet 132
ଭୟ ଯାହାର ନାମେ ଡରେସେ କିମ୍ପା ଯଶୋଦାକୁ ଡରେ
Couplet 133
ତୁ ନାଥ ଯୋଗମାୟା ଅଂଶେଜନ୍ମିଲୁ ଯଦୁରାଜ ବଂଶେ
Couplet 134
ସ୍ୱଭାବେ ଜନ୍ମ ନାହିଁ ତୋରଯୁଧିଷ୍ଠି କାର୍ଯ୍ୟେ ଅବତାର
Couplet 135
ଏଣୁ କଳ୍ପନ୍ତି ସାଧୁଜନମଳୟେ ଯେସନେ ଚନ୍ଦନ
Couplet 136
ଅପରେ ଯେତେ ସାଧୁଜନତୋ ଜନ୍ମ କରି ଅନୁମାନ
Couplet 137
ବୋଲନ୍ତି ବାସୁଦେବ ଘରେଜନ୍ମିଲୁ ଭୂମିଭାରା ହରେ
Couplet 138
ପୂର୍ବେ କଠୋର ତପ କରିବର ମାଗିଲା ପୁତ୍ର କରି
Couplet 139
ତେଣୁ ଦେବକୀ ଗର୍ଭେ ଜାତତୁ ଯେଣୁ ଅନାଥର ନାଥ
Couplet 140
ଅସୁରଙ୍କର ଭାରେ ମହୀବ୍ରହ୍ମା ସମୀପେ ଦୁଃଖ କହି
Couplet 141
ତାହାର ଅର୍ଥେ ଭଗବାନଜଳେ ଯେ ତୋହର ଶୟନ
Couplet 142
ସର୍ବଦେବଙ୍କୁ ଘେନିଗଲାତୋର ଚରଣେ ସ୍ତୁତି କଲା
Couplet 143
କହିଲା ତୋ ଚରଣ ତଳେନାବ ବୁଡ଼ଇ ଯେହ୍ନେ ଜଳେ
Couplet 144
ତେମନ୍ତ ବୁଡ଼ଇ ଧରଣୀଏହାକୁ ରଖ ଚକ୍ରପାଣି
Couplet 145
ତେଣୁ ତୁ ନର ରୂପ ଧରିଭୂମିମଣ୍ତଳେ ଅବତରି
Couplet 146
ଅବିଦ୍ୟା କାମ୍ୟକର୍ମ ବଳେଜନ୍ତୁଏ ଦୁଃଖେ ଭବଜଳେ
Couplet 147
ଅତି କ୍ଳେଶିତ ତାଙ୍କ ଦେହୀତାହାଙ୍କୁ ଉଦ୍ଧରିବା ପାଇଁ
Couplet 148
ଧ୍ୟାନ ଶ୍ରବଣ ମନ୍ତ୍ରଗୁରୁତେଣୁ ମହିମା କଳ୍ପତରୁ
Couplet 149
ତୋର ଚରିତ କର୍ଣ୍ଣେ ଶୁଣିତୋହର ନାମ ମୁଖେ ଭଣି
Couplet 150
ମନ ତୋହର ଦେହେ ଦ୍ୟନ୍ତିଆନନ୍ଦେ ଦେହ ସମର୍ପନ୍ତି
Couplet 151
ଏଣୁ ପଶନ୍ତି ତୋ ଚରଣେନିଶ୍ଚିନ୍ତେ ଧ୍ୟାନେ ସୁମରଣେ
Couplet 152
ତୋର ଚରଣ ତାଙ୍କୁ ରଖେଭବ-ପ୍ରବାହୁ ତରେ ସୁଖେ
Couplet 153
ସେ ପାଦେ ପଶିଲି ଶରଣମୋତେ ନ ତେଜ ନାରାୟଣ
Couplet 154
ତୁ ଯେ ମୋହର ସୁତ ହିତେଜନ୍ମିଲୁ ଏ ଘୋର ଜଗତେ
Couplet 155
ତୋର ସୁହୃଦ ପଣେ ହରିତୋର ଚରଣେ ଆଶ୍ରା କରି
Couplet 156
ନିତ୍ୟେ କରନ୍ତି ତୋତେ ଧ୍ୟାନତୋ ତହୁଁ ନ ଜାଣନ୍ତି ଆନ
Couplet 157
ଅପ୍ରାଧ କରି ରାଜକୁଳେନମନ୍ତି ତୋର ବାହୁ ବଳେ
Couplet 158
କେବଳ ନାମ ରୂପ ତୋରମୋର ପୁତ୍ରଙ୍କ ସୁଖଘର
Couplet 159
ଯଦୁଙ୍କ ତୁଲେ ତାହା ଚିନ୍ତିଏ ଭବଭୟ ନ ଡରନ୍ତି
Couplet 160
ତୋ ରୂପ ନ ଦେଖି ନୟନେଇନ୍ଦ୍ରିୟ ଯେହ୍ନେ ଆତ୍ମା ବିନେ
Couplet 161
ଏ ମହୀ ତୋର ପାଦ ଲାଗିଯେମନ୍ତ ଦିଶଇ ସୌଭାଗୀ
Couplet 162
ତୋ ଅବତାର ଯେବେ ଯିବବିଧବା ପ୍ରାୟେକ ଦିଶିବ
Couplet 163
ଏହା ଉପରେ ଯେତେ ଜନଗ୍ରାମ ଔଷଧି ଗିରିବନ
Couplet 164
ସମୁଦ୍ର ଆଦି ଜଳସ୍ଥାନେବଞ୍ଚନ୍ତି ତୋ ଚରଣ ଧ୍ୟାନେ
Couplet 165
ହେ ବିଶ୍ୱ ଆତ୍ମା ବିଶ୍ୱେଶ୍ୱରମୁଁ ତୋର ଚରଣେ କିଙ୍କର
Couplet 166
ପାଣ୍ତବ କୁଳେ ବୃଷ୍ଣିବଂଶେମୁଁ ଯେ ବନ୍ଧନ ସ୍ନେହ ପାଶେ
Couplet 167
ତୁ ଯେବେ ଶରଣ ସୋଦରଏ ସ୍ନେହ ପାଶ ଦୂର କର
Couplet 168
ଭୋ ନାଥ ଶ୍ରୀମଧୁସୂଦନତୋର ଚରଣେ ମୋର ମନ
Couplet 169
ସର୍ବ ବ୍ୟସନ ଦୂରେ ଚିନ୍ତିତୋର ଚରଣେ ହେଉ ମତି
Couplet 170
ଗଙ୍ଗାର ସ୍ରୋତ ଯେହ୍ନେ ବହେସେ ପୁଣି ସିନ୍ଧୁଜଳେ ରହେ
Couplet 171
ହେ କୃଷ୍ଣ କୃଷ୍ଣସଖା ତୁହିହେ ବୃଷ୍ଣିଶ୍ରେଷ୍ଠ ଭାବଗ୍ରାହୀ
Couplet 172
ଅଖିଳଗୁରୁ ଯୋଗେଶ୍ୱରଦୁଷ୍ଟ କ୍ଷତ୍ରିୟ କୁଳାନଳ
Couplet 173
ତୋହର ହେତୁ ଏ ତରନ୍ତିନିଶ୍ଚିନ୍ତେ ତୋ ଦେହେ ପଶନ୍ତି
Couplet 174
ଗୋବିନ୍ଦ ଶରଣ ସୋଦରହେ ଦେବ-ବିପ୍ର-ଦୁଃଖ-ହର
Couplet 175
ତୋ ଅବତାର ଏ ଜଗତେଗୋରୁ-ବ୍ରାହ୍ମଣ-ଦେବହିତେ
Couplet 176
ଅଖିଳ ଗୁରୁ ଯୋଗେଶ୍ୱରତୋ ପାଦେ ମୋର ନମସ୍କାର
Couplet 177
ସୂତ କହନ୍ତି ମଞ୍ଜୁବାଣୀକୁନ୍ତୀ ବଚନ କୃଷ୍ଣ ଶୁଣି
Couplet 178
ଅଳପ ହସି ଦାମୋଦରକୋମଳ ବଚନ ଗମ୍ଭୀର
Couplet 179
କରିବି ସତ୍ୟ ତୋ ବଚନକହି ଉଠିଲେ ଭଗବାନ
Couplet 180
ହସ୍ତିନାପୁରେ ଯାଇ ପଶିଅନ୍ଧ ଗାନ୍ଧାରୀଙ୍କି ଆଶ୍ୱାସି
Couplet 181
ବ୍ୟାସ ସହିତେ ମୁନିଗଣସଙ୍ଗତେ ଘେନି ନାରାୟଣ
Couplet 182
ନିକଟେ ବସି ଏକେ ଏକେବୋଧିଲେ ଇତିହାସ ବାକ୍ୟେ
Couplet 183
କୃଷ୍ଣମାୟାରେ ମନଚ୍ଛନ୍ନନ ବୁଝେ କୃଷ୍ଣର ବଚନ
Couplet 184
ପୁଣି ମାୟାରେ ଚ୍ଛନ୍ନ ହୋଇସୁହୃଦ ବଧ ଚିତ୍ତେ ଧ୍ୟାୟି
Couplet 185
ସ୍ନେହ ମୋହରେ ବଶ ହୋଇଶ୍ରୀକୃଷ୍ଣ ମୁଖକୁ ଅନାଇଁ
Couplet 186
କପୋଳେ ଦେଇ ବେନିକରବୋଲଇ ରାଜା ଯୁଧିଷ୍ଠିର
Couplet 187
ଶୁଣ ହେ ପ୍ରଭୁ ଦାମୋଦରମୁଁ ରାଜା ଧର୍ମର କୁମର
Couplet 188
ମୋହର ପୂର୍ବ କର୍ମ ଦୋଷେପଡ଼ିଲି ସ୍ନେହ ମୋହପାଶେ
Couplet 189
ଦେଖ ଅଜ୍ଞାନ ବୁଦ୍ଧି ମୋରମୁଁ ମୂଢ଼ ଦୁଷ୍ଟ ଦୁରାଚାର
Couplet 190
ଏ ମାୟାଦେହେ ସ୍ନେହ କରିଅନେକ ଅକ୍ଷୌହିଣୀ ମାରି
Couplet 191
ବାଳକ ଦ୍ୱିଜ ବନ୍ଧୁ ମିତପିତୃ ଭ୍ରାତର ମୋର ହିତ
Couplet 192
ଦ୍ରୋହ ମୁଁ କଲି ଅବିବେକେନିଶ୍ଚୟେ ପଡ଼ିବି ନରକେ
Couplet 193
ବରଷ ଅୟୁତୁଁ ଅୟୁତେକେବେହେଁ ମୋକ୍ଷ ନାହିଁ ମୋତେ
Couplet 194
ଏମନ୍ତ ଶାସ୍ତ୍ରର ବଚନଯେ ଧର୍ମ କହେ ମୁନିଜନ
Couplet 195
ପ୍ରଜାପାଳନେ ଧର୍ମଯୁଦ୍ଧେଦୋଷ ନ ଲାଗେ ଶତ୍ରୁ ବଧେ
Couplet 196
ଏ କଥା ମୋତେ ବୋଧ ନୋହେସକଳ ଘଟେ ହରି ରହେ
Couplet 197
ପ୍ରାଣୀର ବଧେ କାହିଁ ଧର୍ମଏଟି ଅବିଦ୍ୟା ମୋହଭ୍ରମ
Couplet 198
ବାନ୍ଧୁବାନ୍ଧବ ନ ପ୍ରମାଣିସଂଗ୍ରାମେ ମଲେ ଯେତେ ପ୍ରାଣୀ
Couplet 199
ତାଙ୍କ ରମଣୀଜନେ ଗୃହେଦିନ ବଞ୍ଚନ୍ତି ଶୋକ ମୋହେ
Couplet 200
ତହୁଁ ଯେ ତାପ ଉପୁଜିବକି କର୍ମେ ସେ ତାପ ଖଣ୍ତିବ
Couplet 201
ଦେହେ ଲାଗିଲା ପଙ୍କ ଯେହ୍ନେନ ଯାଇ ପଙ୍କ ପ୍ରକ୍ଷାଳନେ
Couplet 202
ମଦ୍ୟକୁ ଆଣି ଦେହେ ବୋଳିମଦ୍ୟେ ଯେସନେ ତା ପଖାଳି
Couplet 203
ପ୍ରାଣୀର ବଧ ପ୍ରାଣୀ ହିତେକାହୁଁ ତାରିବ ଯଜ୍ଞମତେ
Couplet 204
ଏମନ୍ତେ କୃଷ୍ଣର ଅଗ୍ରତେରାଜା କହିଲେ ଦୁଃଖଚିତ୍ତେ
Couplet 205
ତକ୍ଷଣେ ପ୍ରଭୁ ନରହରିମାୟାରେ ତାଙ୍କ ମନ ହରି
Couplet 206
ପଞ୍ଚପାଣ୍ତବ ସଙ୍ଗେ ଘେନିକିଛି ନ କହି ହେଲେ ତୁନି
Couplet 207
ସେ ମାୟାଧର ପାଦଗତନମଇ ଦାସ ଜଗନ୍ନାଥ