Skandha 1
Adhyaya 7
Couplet 1
ଏମନ୍ତେ ଶୁକ ମୁଖୁ ଶୁଣିଶୌନକ ଆଦି ସର୍ବ ମୁନି
Couplet 2
ସୂତମୁନିଙ୍କ ମୁଖ ଚାହିଁପୁଣି ପୁଚ୍ଛନ୍ତି ଭାବ ବହି
Couplet 3
ବ୍ୟାସଙ୍କୁ ଛାଡ଼ି ଗଙ୍ଗାକୂଳେନାରଦ ଗଲେ ଯେତେବେଳେ
Couplet 4
ଚିତ୍ତେ ସଂଶୟ ଯେତେ ଥିଲାନାରଦବାକ୍ୟେ ଦୂର ହେଲା
Couplet 5
ସେ ସର୍ବଗୁଣେ ଅଧିକାରୀନାରଦବାକ୍ୟ ଚିତ୍ତେ ଧରି
Couplet 6
ପୁଣି କି କଲେ ପୁଣ୍ୟଦେହାକହ ଆମ୍ଭଙ୍କୁ ଯେବେ ଦୟା
Couplet 7
ଏମନ୍ତେ ମୁନିଙ୍କ ପ୍ରଶନେକୃଷ୍ଣମହିମା ଶୁଣି କର୍ଣ୍ଣେ
Couplet 8
ସୂତ କହନ୍ତି ତୋଷ ଚିତ୍ତେମୁନିଜନଙ୍କର ଅଗ୍ରତେ
Couplet 9
ସେ ବ୍ରହ୍ମନଦୀର ପଶ୍ଚିମେଆଶ୍ରମ ଶମ୍ୟାପ୍ରାସ ନାମେ
Couplet 10
ଯହିଁ ଅଶେଷ ମୁନିଜନଏଣୁ ଅନେକ ଯଜ୍ଞସ୍ଥାନ
Couplet 11
ମଧ୍ୟେ ବଦରୀ ନାମେ ବନବ୍ୟାସଙ୍କ ନିୟତ ଆଶ୍ରମ
Couplet 12
ସେ ବନେ ସରସ୍ୱତୀଜଳେସ୍ନାହାନ ସାରି ପ୍ରାତଃକାଳେ
Couplet 13
କୃଷ୍ଣମହିମା ଚିନ୍ତି ମନେମୁନି ବସିଲେ ଯୋଗଧ୍ୟାନେ
Couplet 14
ନିର୍ମଳ ମନେ ଧ୍ୟାନ କରିତକ୍ଷଣେ ପ୍ରଭୁ ନରହରି
Couplet 15
ମାୟା ସହିତେ ହେଲେ ଦୃଶ୍ୟଯେ ପୂର୍ବପୁରାଣପୁରୁଷ
Couplet 16
ଯେ ମାୟା ତ୍ରିଗୁଣେ ଜଡ଼ିତଅଜ୍ଞାନ ପଥେ ମୋହଗ୍ରସ୍ତ
Couplet 17
ଅସତ୍ୟ ସତ୍ୟ ପ୍ରାୟେ ମଣେଆତ୍ମାର ଗତି ନ ପ୍ରମାଣେ
Couplet 18
ତେଣୁ ସେ ଜନ୍ମାଦି ଅନର୍ଥଜୀବକୁ ହୁଅଇ ପ୍ରାପତ
Couplet 19
ତାହାକୁ ଉଦ୍ଧରିବା ଅର୍ଥେକୃଷ୍ଣଭକତି ଯୋଗପଥେ
Couplet 20
ରଚିଲେ ଭାଗବତବାଣୀଏ ଜୀବ ତରେ ଯାହା ଶୁଣି
Couplet 21
ଭକତି ଲଭେ କୃଷ୍ଣପାଦେନ ପଡ଼େ ଶୋକ ମୋହ ବାଦେ
Couplet 22
ସଂହିତା ଛଳେ ହରିବାଣୀଶୁକ ମୁନିଙ୍କି ଘରେ ଆଣି
Couplet 23
ସ୍ୱଭାବେ ତାଙ୍କ ନିଜ ସୁତହରଷେ ଦେଲେ ଭାଗବତ
Couplet 24
ବଶେଷେ ଗୋବିନ୍ଦ ପ୍ରସନ୍ନେମାୟା ନ ଲାଗେ ତାଙ୍କ ମନେ
Couplet 25
ଏମନ୍ତେ ସୂତପ୍ରଶ୍ନଶୁଣିମୁନି ସକଳେ ମନେ ଗୁଣି
Couplet 26
ମନେ ସଂଶୟ ଖେଦ ବହିକହନ୍ତି ସୂତ ମୁଖ ଚାହିଁ
Couplet 27
ମାୟା ନ ଲାଗେ ଯାର ଚିତ୍ତେକି ପ୍ରୟୋଜନ ତାର ଗ୍ରନ୍ଥେ
Couplet 28
ଶୁକ ସ୍ୱଭାବେ ଆତ୍ମାରାମତାହାଙ୍କ ଗ୍ରନ୍ଥେ କିବା ଶ୍ରମ
Couplet 29
କାହାର ଅର୍ଥେ ବ୍ୟାସସୁତଅଭ୍ୟାସ କଲେ ଭାଗବତ
Couplet 30
ନିର୍ଲେପ ଯୋଗୀ ସେ ଯୁଗତେସଂଶୟ ଲାଗେ ଆମ୍ଭ ଚିତ୍ତେ
Couplet 31
ଶୁଣି ସଂଶୟ ମୁନିକଥାକହନ୍ତି ସୂତ ବ୍ରହ୍ମବେତ୍ତା
Couplet 32
ସ୍ୱଭାବେ ମୁନିଙ୍କର ଚିତ୍ତଗ୍ରନ୍ଥରେ ନୁହଇ ଗ୍ରନ୍ଥିତ
Couplet 33
ତଥାପି ଅକିଞ୍ଚନ ପଣେଭଜନ୍ତି ଗୋବିନ୍ଦଚରଣେ
Couplet 34
ଯେଣୁ ସକଳ ଭୂତେ ହରିପରମ ଆତ୍ମା ରୂପେ ପୂରି
Couplet 35
ତେଣୁ ଭକତି ଅତିରେକେକହନ୍ତି ଏକକୁ ଆରେକେ
Couplet 36
ସେ ଶୁକମୁନି ଶୁଦ୍ଧଚେତାନିତ୍ୟେ ଅଭ୍ୟାସେ କୃଷ୍ଣକଥା
Couplet 37
ଭକତଜନ ପ୍ରିୟ ଅର୍ଥେଯାହାର ଜନ୍ମ ଏ ଜଗତେ
Couplet 38
ଏବେ ହୋ ଶୁଣ ବିପ୍ରଜନେହରି ଚରିତ ଅବଧାନେ
Couplet 39
ଭକତ ପରୀକ୍ଷିତ କଥାପଣ୍ତୁନନ୍ଦନଙ୍କ ବ୍ୟବସ୍ଥା
Couplet 40
କୁରୁ ପାଣ୍ତବ ଯୁଦ୍ଧ ଅନ୍ତେବୀରେ ଗମିଲେ ବୀରପଥେ
Couplet 41
ଭୀମସେନର ଗଦା ବାଜିଦୁର୍ଯ୍ୟୋଧନର ଜାନୁ ଭାଜି
Couplet 42
ପଳାଇ ଗଲା ପ୍ରାଣ ଡରେଲୁଚିଲା ବ୍ୟାସ-ସରୋବରେ
Couplet 43
ଏମନ୍ତେ ହୋଇଲା ରଜନୀଜଳେ ଭାଳଇ ଭୟ ଘେନି
Couplet 44
କାନ୍ଦଇ ଜୀବନ ବିକଳେଦ୍ରୋଣନନ୍ଦନ ଦେଖି କୂଳେ
Couplet 45
ବୋଲଇ ରାଜା ମୁଖ ଚାହିଁମୋତେ ଯେ ନ ବରିଲୁ ତୁହି
Couplet 46
ଯୁଦ୍ଧେ ସକଳ ବୀର ମାରିଏ ଭୂମି ଅପାଣ୍ତବା କରି
Couplet 47
ତୋତେ ବସାନ୍ତି ରାଜକୁଳେଅଖଣ୍ତ ଅବନୀ ମଣ୍ତଳେ
Couplet 48
ଶୁଣି ବୋଲଇ ନୃପବରଏବେ ହୋ ଅପାଣ୍ତବା କର
Couplet 49
ଏବେ ବରିଲି ସେନାପତିଫେଡ଼ ତୁ ମୋହର ଦୁର୍ଗତି
Couplet 50
ଏମନ୍ତ କହି ଅନ୍ଧବଳାତାହାର ହସ୍ତେ ଜଳ ଦେଲା
Couplet 51
ଦ୍ରୋଣ କୁମର ବେଗେ ଉଠିଧନୁ ଧଇଲା ଦୃଢ଼ମୁଷ୍ଠି
Couplet 52
ମନ୍ତ୍ରିଣ ନାରାଚ ପେଷିଲାପାଣ୍ବତ ଶିବିରେ ପଡ଼ିଲା
Couplet 53
ଦ୍ରୌପଦୀ ପାଞ୍ଚ ଯେ କୁମରେଶୋଇଣ ଥିଲେ ଅନ୍ତଃପୁରେ
Couplet 54
ପଡ଼ି କାଟିଲା ତାଙ୍କ ଶିରଶବଦ କଲା ମହାଘୋର
Couplet 55
ଶୁଣି କମ୍ପିଲେ ଦିଗପାଳେପୂରିଲା ଭୂମି ଅନ୍ତରାଳେ
Couplet 56
ଅତି ନିନ୍ଦିତ କର୍ମ କଲାଦଇବ ବଶେ ଦ୍ରୋଣବଳା
Couplet 57
ଦ୍ରୌପଦୀ ଶୟନ ଉପେକ୍ଷିପୁତ୍ର ମରଣ ଦୁଃଖେ ଦୁଃଖୀ
Couplet 58
ବିକଳେ କରଇ ରୋଦନତା ପାଶେ ମିଳିଲେ ଅର୍ଜୁନ
Couplet 59
ଅନେକ ଶାନ୍ତି ବାକ୍ୟ କହିବୋଲେ ଦ୍ରୌପଦୀ ମୁଖ ଚାହିଁ
Couplet 60
ଦ୍ରୋଣ କୁମର ଶିର ବାଣେକାଟି ସ୍ଥାପିବି ତୋ ଚରଣେ
Couplet 61
ତେବେ ହରିବି ତୋର ଶୋକତୁ ଏବେ ସ୍ଥିର ଚିତ୍ତେ ଦେଖ
Couplet 62
ସେ ବ୍ରହ୍ମବନ୍ଧୁ ଆତତାୟୀତାହାର ବଧେ ଦୋଷ ନାହିଁ
Couplet 63
ଏମନ୍ତେ ମଧୁର ବଚନେଶାନ୍ତି କରାଇ ତାର ମନେ
Couplet 64
ଯାର ସାରଥି ଭଗବାନକେ ତାରେ କରେ ଅପମାନ
Couplet 65
ଗାଣ୍ତୀବ ଧନୁ ଧରି ହସ୍ତେବସିଲା କପିଧ୍ୱଜ ରଥେ
Couplet 66
ବେଗେ ଧାଇଁଲା ସଜହୋଇଦେବେ ଗଗନେ ଛନ୍ତି ଚାହିଁ
Couplet 67
ଅର୍ଜୁନ ଦେଖି ଦ୍ରୋଣ ବଳାକାତରେ ହୃଦୟ କମ୍ପିଲା
Couplet 68
ବାଳକ ବଧେ ଛନ୍ନ ମନେପଳାଇ ଜୀବନ ରକ୍ଷଣେ
Couplet 69
ବେଗେ ପଳାଇ ଭୂମିଗତେପଶିଲା ଗହନ ବନସ୍ତେ
Couplet 70
ପୁଣି ପଳାଇ ଘୋର ବନେଅନ୍ଧକ ରୁଦ୍ର ଡରେ ଯେହ୍ନେ
Couplet 71
ତାରେ ରକ୍ଷକ କେହି ନାହିଁଶ୍ରମେଣ ଅଶ୍ୱ ନ ଚଳଇ
Couplet 72
ପ୍ରାଣ ରକ୍ଷଣେ ଦ୍ରୋଣସୁତମନେ ସୁମରି ବ୍ରହ୍ମଅସ୍ତ୍ର
Couplet 73
ତକ୍ଷଣେ ଜଳେ ସ୍ନାନ କରିବ୍ରହ୍ମଶିରାକୁ ହସ୍ତେ ଧରି
Couplet 74
ସଂହାର ନ ଜାଣେ ତାହାରେପେଷିଲା ଅର୍ଜୁନ ଉପରେ
Couplet 75
ସ୍ୱଭାବେ ବ୍ରହ୍ମଶିରା ନାମତେଜେ ବିରାଜେ ରବି ସମ
Couplet 76
ତାର ପ୍ରଚଣ୍ତ ତେଜ ଚାହିଁକମ୍ପଇ ଅର୍ଜୁନର ଦେହୀ
Couplet 77
ବ୍ରହ୍ମ ଅସ୍ତ୍ରକୁ ଭୟ କଲାଗୋବିନ୍ଦ ମୁଖକୁ ଚାହିଁଲା
Couplet 78
ପଡ଼ି ଅଭୟ ପାଦତଳେବୋଲଇ ଜୀବନ ବିକଳେ
Couplet 79
ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱରଶରଣଜନଙ୍କ ସୋଦର
Couplet 80
ସଂସାର ଅନଳ ଦହନେଡରେ ସ୍ମରନ୍ତି ତୋତେ ଜନେ
Couplet 81
ତାହାଙ୍କୁ ଦେଉ ମୋକ୍ଷ ଗତିଅଭୟ ବ୍ରହ୍ମେ ସେ ପଶନ୍ତି
Couplet 82
ଆଦିପୁରୁଷ ନିରଞ୍ଜନପ୍ରକୃତି ପରେ ତୋ ବିଶ୍ରାମ
Couplet 83
ସ୍ୱରୂପେ ମାୟାକୁ ସଂହରୁକୈବଲ୍ୟ ରୂପେ ତୁ ବିହରୁ
Couplet 84
ଏଣୁ ତୋହର ଗତି ମୁହିଁମାୟାର ବଳେ ନ ଜାଣଇ
Couplet 85
ଏ ଜୀବଲୋକେ ଘୋରମାୟାତୁଟଇ ଯାରେ କରୁ ଦୟା
Couplet 86
ଏଯେ ତୋହର ଅବତାରଖଣ୍ତିବ ଅବନୀର ଭାର
Couplet 87
ତୋରେ ଶରଣ ଯେ ପଶଇସଂସାର ତାକୁ ନ ଲାଗଇ
Couplet 88
ଏଣୁ ମୋହର ଗତି ତୁହିତୋ ମାୟାବଳ ମୁଁ ଜାଣଇ
Couplet 89
ଏ ଯେ ଆସଇ ବ୍ରହ୍ମଶରତେଜେ ଆଚ୍ଛାଦି ତିନିପୁର
Couplet 90
ସ୍ୱଭାବେ ପ୍ରଚଣ୍ତ ଦାରୁଣଦେଖି କମ୍ପଇ ମୋର ପ୍ରାଣ
Couplet 91
କହ କି କରିବି ଗୋସାଇଁତୋ ତହୁଁ ଆନଗତି ନାହିଁ
Couplet 92
ଅର୍ଜୁନ ବାକ୍ୟ ଶୁଣି ହସିକହନ୍ତି ପ୍ରଭୁ ବ୍ରହ୍ମରାଶି
Couplet 93
ଜୀବନ ଡରେ ଦ୍ରୋଣ ବଳାଅତିମାନୁଷ କର୍ମ କଲା
Couplet 94
ମନ୍ତ୍ର ନ ଜାଣଇ ସଂହାରେବେଗେ ପେଷିଲା ପ୍ରାଣଡରେ
Couplet 95
ଏହା ନିବାରେ ଶସ୍ତ୍ର ନାହିଁକେହି ନ ଜାଣେ ଦେହ ବହି
Couplet 96
ତୁ ତ ସକଳ ଶାସ୍ତ୍ର ଜାଣୁଚଞ୍ଚଳ ଚିତ୍ତେ ନ ପ୍ରମାଣୁ
Couplet 97
ଏ ବ୍ରହ୍ମଶସ୍ତ୍ର ତେଜ ଘୋରତୁ ବ୍ରହ୍ମଶସ୍ତ୍ରେଣ ନିବାର
Couplet 98
ଶୁଣି ଗୋବିନ୍ଦ ମୁଖୁ ବାଣୀଅର୍ଜ୍ଜୁନ ମନେ ମନେ ଗୁଣି
Couplet 99
ତକ୍ଷଣେ ଆଚମନ କଲାକୃଷ୍ଣଙ୍କୁ ମନେ ସୁମରିଲା
Couplet 100
ଦ୍ରୋଣଙ୍କ ତହୁଁ ଅଛି ଜାଣିଭାବେ କହିଲେ ଚକ୍ରପାଣି
Couplet 101
ବ୍ରହ୍ମଶରକୁ ବ୍ରହ୍ମଶରମନ୍ତ୍ରି ପେଷିଲା ବୀରବର
Couplet 102
ଗଗନ ମଧ୍ୟେ ବେନି ଶରେଭୂମି କମ୍ପଇ ଥରହରେ
Couplet 103
ଅର୍କ ଅନଳ ପ୍ରାୟ ଦିଶିବେଢ଼ିଲେ ଦଶଦିଗ ଗ୍ରାସି
Couplet 104
ସେ ବେନି ଶସ୍ତ୍ର ତେଜରାଶିପ୍ରଳୟାନଳ ପ୍ରାୟ ଦିଶି
Couplet 105
ଦହିବା ପ୍ରାୟ ତ୍ରିଭୁବନଦେଖି ଡରିଲେ ସର୍ବଜନ
Couplet 106
ତେଜେ ତାପିତ ତ୍ରିଭୁବନତା ଦେଖି ତକ୍ଷଣେ ଅର୍ଜୁନ
Couplet 107
କୃଷ୍ଣ ବୋଇଲେ ଶୁଣ ବୀରଅସ୍ତ୍ରେ ସେ ଅସ୍ତ୍ରକୁ ସଂହାର
Couplet 108
ଯହୁଁ କହିଲେ ଚକ୍ରପାଣିତକ୍ଷଣେ ସଂହାରିଲା ଆଣି
Couplet 109
ରଥୁ ଓହ୍ଲାଇ ମହାରୋଷେଧଇଲା ଅଶ୍ବତ୍ ଥାମା କେଶେ
Couplet 110
ପ୍ରଚଣ୍ତ ରୋଷେ ଶିରଝୁଣିଆକର୍ଷି ପାଡ଼ିଲା ଧରଣୀ
Couplet 111
କର ଚରଣ ତନୁ ଛନ୍ଦେବେଗେ ବାନ୍ଧିଲା ମାଲ ବନ୍ଧେ
Couplet 112
ବରୁଣ ପାଶକୁ ସୁମରିପଶୁଙ୍କ ପ୍ରାୟ ବନ୍ଦୀ କରି
Couplet 113
ଅର୍ଜ୍ଜୁନ ମନେ ଦୟା ବହିରାଜସଦନେ ନେବା ପାଇଁ
Couplet 114
ରଥର ଦଣ୍ତେ ବାନ୍ଧେ ଆଣିଦେଖି ବୋଲନ୍ତି ଚକ୍ରପାଣି
Couplet 115
ଏ ବ୍ରହ୍ମବନ୍ଧୁ ବତ୍ସଦ୍ରୋହୀଏହାକୁ ଦଣ୍ତେ ହେଁ ନ ଥୋଇ
Couplet 116
ମନେ ତୁ ଅନ୍ୟ ନ ବିଚାରବେଗେ ଏହାର ପ୍ରାଣ ହର
Couplet 117
ନିେର୍ଦୋଷ ବାଳକ ଶୟନେଥିଲେଯେ ନିଦ୍ରିତ ଲୋଚନେ
Couplet 118
ଏ ନାଶ କଲା ତାଙ୍କ ପ୍ରାଣଏବେ କହିବା ପାର୍ଥ ଶୁଣ
Couplet 119
ମତ୍ତ ପ୍ରମତ୍ତ ଉନମତ୍ତବାଳ ବନିତା ନିଦ୍ରାଗତ
Couplet 120
ଶରଣାଗତ ରଥହୀନସଙ୍କଟେ ଦେଖି ରିପୁଜନ
Couplet 121
ଏହାଙ୍କୁ ବଧ ଯେ କରନ୍ତିଜୀବନ ଥାଉଁ ସେ ମରନ୍ତି
Couplet 122
ପର ଜୀବନ ମାରି ଆଣିଆତ୍ମାକୁ ପୋଷନ୍ତି ଯେ ପ୍ରାଣୀ
Couplet 123
ତାଙ୍କୁ ମାରନ୍ତେ ବହୁ ପୁଣ୍ୟବେଦେ କହନ୍ତି ବିପ୍ରଜନ
Couplet 124
ତୁ ଯେ ଦ୍ରୌପଦୀ ଆଗେ ରହିପ୍ରତିଜ୍ଞା କଲୁ ଗର୍ବ ବହି
Couplet 125
ବୋଇଲୁ ନ କାନ୍ଦ ସୁନ୍ଦରିତୋର ରିପୁକୁ ମୁହିଁ ଧରି
Couplet 126
ତାହାର ଶିର କାଟି ବେଗେସ୍ଥାପିବି ତୋର ପାଦଯୁଗେ
Couplet 127
ମୁହିଁ ଯେ ଶୁଣିଅଛି ଏହାଏବେ ରଖିଲୁ କରି ଦୟା
Couplet 128
ବେଗେ ଏହାର ପ୍ରାଣ ହରନିମିଷେ ବିଳମ୍ବ ନ କର
Couplet 129
ଏ ପାପୀ ଆତତାୟୀ ନରବାଳକ ହନ୍ତା ଏ ତୁମ୍ଭର
Couplet 130
ଯାହାର ଆଶ୍ରେ ଭୋଗ କଲାତାର ଅପ୍ରିୟ ଏ ଚିନ୍ତିଲା
Couplet 131
ଏଣୁ ଏ କୁଳପାଂଶୁ ପଣେନିତ୍ୟେ ବଞ୍ଚଇ ଘୋର ବନେ
Couplet 132
ଏମନ୍ତେ ଧର୍ମ ପରୀକ୍ଷାର୍ଥେକୃଷ୍ଣ କହିଲେ ନାନା ମତେ
Couplet 133
ଅର୍ଜୁନ ନ ଶୁଣଇ ତାହାଗୁରୁ ପୁତ୍ରକୁ କରି ଦୟା
Couplet 134
ଯଦ୍ୟପି ଅଟେ ପୁତ୍ରଦ୍ରୋହୀତଥାପି ବଧେ ଇଚ୍ଛା ନାହିଁ
Couplet 135
ତକ୍ଷଣେ ଉଠି ବୀର ପାର୍ଥବନ୍ଧନ କରି ଗୁରୁସୁତ
Couplet 136
ଦ୍ରୌପଦୀ ଆଗେ ନେଇ ଦେଲାତୋ ରିପୁ ସମ୍ଭାଳ ବୋଇଲା
Couplet 137
ନିନ୍ଦିତ କର୍ମେ ହୀନ ହୋଇବନ୍ଧନ ପଶୁ ପାଶେ ଦେହୀ
Couplet 138
ଦ୍ରୌପଦୀ ତାର ରୂପ ଚାହିଁତକ୍ଷଣେ ଚିତ୍ତେ ଦୟା ବହି
Couplet 139
ପୁତ୍ରଙ୍କ ରିପୁ ଏ ନିୟତସ୍ୱଭାବେ ଦ୍ରୋଣ-ଗୁରୁ-ସୁତ
Couplet 140
ଅନ୍ତରେ ନମସ୍କାର କଲାଅର୍ଜୁନ ମୁଖକୁ ଚାହିଁଲା
Couplet 141
ବୋଲଇ ବେନି କରଯୋଡ଼ିବନ୍ଧନ ଦିଅ ବେଗେ ଫେଡ଼ି
Couplet 142
ସ୍ୱଭାବେ ବିପ୍ର ଗୁରୁଜନବିଶେଷେ ଦ୍ରୋଣଙ୍କ ନନ୍ଦନ
Couplet 143
ରହସ୍ୟ ଧନୁର୍ବେଦ ଗ୍ରାମବିସର୍ଗ ସଂହାର ସଂଯମ
Couplet 144
ସକଳ ଅସ୍ତ୍ର ଶସ୍ତ୍ର କଳାଯେ ଗୁରୁ ପଣେ ଶିଖାଇଲା
Couplet 145
ସେହିଟି ପୁତ୍ର ରୂପେ ଜାତଆତ୍ମାରୁ ଆପଣେ ସମ୍ଭୂତ
Couplet 146
ସ୍ୱାମୀର ତହୁଁ ଅର୍ଦ୍ଧେ ଘେନିଯୁକତେ ଏହାର ଜନନୀ
Couplet 147
ସ୍ୱାମୀର ସଙ୍ଗେ ସେ ନ ମଲାଯେଣୁ ଏ ପୁତ୍ର ତାର ଥିଲା
Couplet 148
ତୁମ୍ଭେ ଧର୍ମଜ୍ଞ ମହାଭାଗଏ ନୋହେ ତୁମ୍ଭ ଦଣ୍ତଯୋଗ୍ୟ
Couplet 149
ଏ ତୋର ଧର୍ମ ଗୁରୁକୁଳଏହାକୁ ଭଲେ ପ୍ରତିପାଳ
Couplet 150
ଏହାର ଗଉତମୀ ମାତାସୁପୁଣ୍ୟବତୀ ପତିବ୍ରତା
Couplet 151
ରୋଦନ ନ କରୁ ସେ ଶୋକେମୋହର ପ୍ରାୟେ ପୁତ୍ର ଦୁଃଖେ
Couplet 152
କ୍ଷତ୍ରିୟ ଯେବେ ମୂଢ଼ପଣେକୋପ ସମ୍ପାଦେ ବିପ୍ରଗଣେ
Couplet 153
ସେ କୋପେ ନିଜକୁଳ ଦହେଏଣୁ କେ ବିପ୍ର ମନ୍ୟୁ ସହେ
Couplet 154
ଦ୍ରୌପଦୀ ଧର୍ମ ନ୍ୟାୟ ବାଣୀହରଷେ ଯୁଧିଷ୍ଠିର ଶୁଣି
Couplet 155
ଶୁଣି ନକୁଳ ସହଦେବସାତ୍ୟକି ଅର୍ଜୁନ ପାଣ୍ତବ
Couplet 156
ଗୋବିନ୍ଦ ଆଦି ଶୁଣି କରିକୁନ୍ତୀ ସହିତେ ଯେତେ ନାରୀ
Couplet 157
ମଉନେ କିଛି ନ ବୋଇଲେସେ ଧର୍ମ ଅନ୍ତରେ ଜାଣିଲେ
Couplet 158
ତାହାଙ୍କ ମଧ୍ୟେ ଭୀମସେନକଟାକ୍ଷେ ଅରୁଣ ଲୋଚନ
Couplet 159
କୋପେ ଅନାଇ କୃଷ୍ଣ ମୁଖେବୋଲନ୍ତି ଅତି ମନ ଦୁଃଖେ
Couplet 160
ତୀକ୍ଷ୍ଣ ଖଡ଼ଗେ କାଟି ଶିରଏହାକୁ ନରକୁ ଉଦ୍ଧର
Couplet 161
କି ପ୍ରୟୋଜନ କିବା ଅର୍ଥେଏ ପାପୁ ତରିବ କେମନ୍ତେ
Couplet 162
ଶୟନେ ଶିଶୁବଧ କଲାସ୍ୱଭାବେ ଜିଉଁ ଜିଉଁ ମଲା
Couplet 163
ଦ୍ରୌପଦୀ ତୁଲେ ଚକ୍ରପାଣିଏ ଧର୍ମ ଭୀମ ମୁଖୁ ଶୁଣି
Couplet 164
ଅଳପ ହାସେ ଭାବଗ୍ରାହୀବୋଲନ୍ତି ଅର୍ଜୁନକୁ ଚାହିଁ
Couplet 165
ବ୍ରାହ୍ମଣ ବଧ ଯୋଗ୍ୟ ନୋହିଏହା ମୁଁ ଶାସ୍ତ୍ରେ ଅଛି କହି
Couplet 166
ଯେ ଆତତାୟୀ କର୍ମ କରେଅଧର୍ମ ମାର୍ଗେ ଶସ୍ତ୍ରଧରେ
Couplet 167
ଜୀବନ ଥାଉଁ ସେ ମରନ୍ତିଅନ୍ତେ ନରକ ପଥ ଚିନ୍ତି
Couplet 168
ମରଣ ଉଚିତ ଏହାରଏହାକୁ ରଖ ବୀରବର
Couplet 169
ଉଭୟ ବାକ୍ୟ ମୋର କରଯେ ଧର୍ମ ଉଚିତ ବେଭାର
Couplet 170
ଦ୍ରୌପଦୀ ପୁତ୍ର ଶୋକ ବେଳେତୁ ଯେ ବୋଇଲୁ ଅବହେଳେ
Couplet 171
ତୋହର ପୁତ୍ର ଶତ୍ରୁ ମାରିଶିର ଚରଣେ ପୂଜା କରି
Couplet 172
ଖଣ୍ତିବ ପୁତ୍ର ଶୋକ ତେବେମୋର ବଚନ କର ଏବେ
Couplet 173
ଶସ୍ତ୍ରେ ଏହାର ତେଜ ହରଜୀବନ ମୃତ୍ୟୁ ପ୍ରାୟେ କର
Couplet 174
ଶାସ୍ତି ଲାଞ୍ଛନେ ଏ ବିହରୁଏ ବିପ୍ର ଜୀବନେ ନ ମରୁ
Couplet 175
ଶୋକ ନ ଥାଉ କୃଷ୍ଣା ଚିତ୍ତେଏ କଥା କର ଭୀମ ହିତେ
Couplet 176
ଏକଥା ମୋର ସନମତଶୁଣି ଅର୍ଜୁନ କୃତକୃତ୍ୟ
Couplet 177
ତକ୍ଷଣେ ଉଠି କୋପଭରେତୀକ୍ଷ୍ଣ ଖଡ୍ ଗ ଧରି କରେ
Couplet 178
କେଶ ଧଇଲା ବାମ ହସ୍ତେମଣି ଯେ ଥିଲା ତାମ ମାଥେ
Couplet 179
ଖଡ଼ଗ ଧରି ଦୃଢ଼ମୁଷ୍ଟିମଣି ସହିତେ ଶିଖା କାଟି
Couplet 180
ଆଣି ଥୋଇଲା ବାହୁବଳେଦ୍ରୌପଦୀ ଦେବୀ ପାଦ ତଳେ
Couplet 181
ବନ୍ଧନ ତକ୍ଷଣେ ଫେଇଲାଦ୍ରୌପଦୀ ତା ମୁଖ ଚାହିଁଲା
Couplet 182
ବାଳକ ହତ୍ୟା ଦୋଷେ ହୀନମଳିନ ଦିଶେ ତା ବଦନ
Couplet 183
ମଣି ହରଣେ ତେଜ ଗଲାନଗରୁ ବେଗେ ପଳାଇଲା
Couplet 184
କେଶବପନ ଧନ ହରିତାହାକୁ ରାଜ୍ୟୁ ଦୂର କରି
Couplet 185
ବ୍ରାହ୍ମଣ ଦଣ୍ତ ଏହି ମତେମରଣ ଲଭଇ ଜୀବନ୍ତେ
Couplet 186
ଦ୍ରୋଣ କୁମରେ ଶାସ୍ତି ଦେଇଜ୍ଞାତି ବାନ୍ଧବେ ରୁଣ୍ତ ହୋଇ
Couplet 187
ସର୍ବେ ଆତୁର ପୁତ୍ର ଶୋକେବାଳକ ଘେନି ଏକେ ଏକେ
Couplet 188
ଦହନ କଲେ ଦୁଃଖ ମନେଏବେ ହୋ ଶୁଣ ମୁନିଜନେ
Couplet 189
ସୁଜନ ହିତେ ଭାଗବତଭିଆଇ ରସମୟ ଗୀତ
Couplet 190
ପ୍ରଥମସ୍କନ୍ଧେ ହରିବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 191
ଅମୃତ ଶ୍ରୀକୃଷ୍ଣ ଚରିତକହଇ ଦାସ ଜଗନ୍ନାଥ