Skandha 1
Adhyaya 6
Couplet 1
ଶୌନକ ଆଦି ମୁନି ମଧ୍ୟେସୂତ କହନ୍ତି ଜ୍ଞାନବୋଧେ
Couplet 2
ଶୁଣ ସକଳ ମୁନିଜନସେ ବ୍ୟାସ-ନାରଦ ପ୍ରଶନ
Couplet 3
ଏମନ୍ତେ ନାରଦଙ୍କ ବାଣୀସେ ସତ୍ୟବତୀ-ସୁତ ଶୁଣି
Couplet 4
ନାରଦ ଜନ୍ମକର୍ମ ଯେତେହରିଙ୍କି ଭଜିଲେ ଯେମନ୍ତେ
Couplet 5
ଏସର୍ବକଥା ଜାଣିମାରେପୁଣି ପୁଚ୍ଛିଲେ ଆରବାରେ
Couplet 6
ଥିଲେ ସନ୍ନ୍ୟାସୀ ଯେତେ ଦିନତୁମ୍ଭଙ୍କୁ କଲେ ମନ୍ତ୍ର ଦାନ
Couplet 7
ସନ୍ତୋଷେ ଦେଇ ମନ୍ତ୍ରଦୀକ୍ଷାଗମିଲେ ଯେଣେ ତାଙ୍କ ଇଚ୍ଛା
Couplet 8
ତଦଅନ୍ତରେ କଲ କିସତୁମ୍ଭର ପ୍ରଥମ-ବୟସ
Couplet 9
ଜନ୍ମ ସଞ୍ଚଇ ପ୍ରଜାପତିବାଳୁତକାଳୁ ଯେତେ ଗତି
Couplet 10
କରି ବଞ୍ଚନ୍ତି ପ୍ରାଣୀ ସର୍ବେତୁମ୍ଭେ ବଞ୍ଚିଲ କେଉଁ ଭାବେ
Couplet 11
କାଳ ପ୍ରବେଶେ ମୁନିବରକେହ୍ନେ ଛାଡ଼ିଲ କଳେବର
Couplet 12
ପୂର୍ବକଳ୍ପର ଏ ବିଚାରକିରୂପେ ହେଲ ଜାତିସ୍ମର
Couplet 13
ତୁମ୍ଭର ଜ୍ଞାନ ଦେହ ଅନ୍ତେକାଳ ନ ହରିଲା କେମନ୍ତେ
Couplet 14
ଏମନ୍ତ ବ୍ୟାସମୁଖୁ ଶୁଣିବ୍ରହ୍ମାନନ୍ଦନ ବାକ୍ୟ ଭଣି
Couplet 15
ଶୁଣ ହେ ମୁନି ଶୁଦ୍ଧଚେତାମୋ ଜନ୍ମକର୍ମର ବାରତା
Couplet 16
ମୋତେ ପରମଜ୍ଞାନ ଦେଇବିପ୍ରେ ଯେ ଗଲେ ପଥଚାହି
Couplet 17
ମୁଁ ପୁଣି ପ୍ରଥମ-ବୟସେମୁନିଜନଙ୍କ ଉପଦେଶେ
Couplet 18
ଦିନ ବଞ୍ଚଇ ମାତା କୋଳେମନ ମୋ କୃଷ୍ଣପାଦତଳେ
Couplet 19
ମୋର ଜନନୀ ବିପ୍ରଘରେସେବକୀ ପଣେ ଦିନ ହରେ
Couplet 20
ସେବଇ ବିପ୍ରଘରେ ନିତ୍ୟେନ ଥାଇ ଆତ୍ମାର ଆୟତ୍ତେ
Couplet 21
ଏକଇ ପୁତ୍ର ତାର ମୁହିଁସେ ମୋତେ ଦଣ୍ତେ ନ ଛାଡ଼ଇ
Couplet 22
ସ୍ନେହେ ପୋଷଇ ନିତିନିତିମୋ ତହୁଁ ନାହିଁ ଅନ୍ୟଗତି
Couplet 23
ମୋର ନିମିତ୍ତେ ଭିକ୍ଷାଅନ୍ନବହୁତ କଳ୍ପେ ତାର ମନ
Couplet 24
ସେ ବା ପାଇବ ଅନ୍ନ କାହିଁବ୍ରାହ୍ମଣଘରେ ଯା ମିଳଇ
Couplet 25
ମୋତେ ଭୁଞ୍ଜାଇ ଅବଶେଷମୋର ଜନନୀ କରେ ଗ୍ରାସ
Couplet 26
ସଂସାର ଈଶ୍ୱର-ଆୟତ୍ତେଏମନ୍ତେ ଗଲା ଦିନାକେତେ
Couplet 27
ମୁଁ ସେ ବ୍ରାହ୍ମଣ ଘରେ ଥାଇସନ୍ଧ୍ୟା-ସକାଳ ନ ଜାଣଇ
Couplet 28
ବାଳକ ପଞ୍ଚମ ବୟସେବଞ୍ଚଇ ଜନନୀର ପାଶେ
Couplet 29
ମୋର ଜନନୀ ଏକଦିନେବ୍ରାହ୍ମଣଘରେ ଗୋଦୋହନେ
Couplet 30
ଧେନୁ ଦୋହନ୍ତେ ପଥେ ବସିସର୍ପେ ମିଳିଲା ପାଶେ ଆସି
Couplet 31
ଦଇବ ଯୋଗେ ସେ ଦଂଶିଲାତକ୍ଷଣେ ଜନନୀ ମୋ ମଲା
Couplet 32
ମୁହିଁ ମାତାଙ୍କୁ ଅଗ୍ନି ଦେଇଭାଳଇ ଚଉଦିଗ ଚାହିଁ
Couplet 33
ବିପ୍ରଙ୍କ ତହିଁ ମୋର ମନନିତ୍ୟେ ଭାଳଇ ଛନଛନ
Couplet 34
ତାହାଙ୍କୁ ଭେଟିବାର ଅର୍ଥେଗଲି ଉତ୍ତରଦିଗ ପଥେ
Couplet 35
ଅନେକ ପୁର ନଗ୍ର ଗ୍ରାମେବିପ୍ରଙ୍କୁ ଖୋଜି ପଥଶ୍ରମେ
Couplet 36
ଖେଟ ଖର୍ବଟ ବାଟୀ ବନେଦୁର୍ଗମ ପର୍ବତ କାନନେ
Couplet 37
ପବିତ୍ରଜଳେ ପୁଣ୍ୟତୀର୍ଥେଦେବେ ସେବନ୍ତି ଯହିଁ ନିତ୍ୟେ
Couplet 38
ଉତ୍ତମ ସରୋବର ବନେହଂସ ସାରସ ଭୃଙ୍ଗସ୍ୱନେ
Couplet 39
ପୁଣି ମିଳିଲି ଘୋରଦେଶେପୂରିତ ନଳ କୁଶ କାଶେ
Couplet 40
ହସ୍ତୀସେବିତ ବନ ଆଦିଯେ ସ୍ୱର୍ଣ୍ଣଚିତ୍ର ପୁଣ୍ୟନଦୀ
Couplet 41
ବୈଣବୀ ଲତା ଗୁଳ୍ମସାରଦିଶଇ ଘୋର ଅନ୍ଧକାର
Couplet 42
ସର୍ପ ଉଲୂକ ଶିବାଗୃହେବନେ ଭ୍ରମଇ ଏକାଦେହେ
Couplet 43
ଏମନ୍ତେ ଭ୍ରମୁ ଘୋରପଥେଶ୍ରମେ ପିପାସା ବୁଭୁକ୍ଷିତେ
Couplet 44
ଏମନ୍ତେ ଯାଉଁ ପଦେପଦେଶ୍ରମେ ପଶିଲି ନଦୀହ୍ରଦେ
Couplet 45
ଶୀତଳ ବାରି ସ୍ନାନପାନକରନ୍ତେ ଗଲା ମୋର ଶ୍ରମ
Couplet 46
ସେ ନଦୀ ଜଳେ ପ୍ରାଣ ତୋଷିଅଶ୍ୱତ୍ଥ ତରୁତଳେ ବସି
Couplet 47
ଯେରୂପେ ମୁନିଙ୍କ ବଚନେଆତ୍ମାରେ ଆତ୍ମା ଅବଧାନେ
Couplet 48
କୃଷ୍ଣର ପାଦପଦ୍ମ ଯୁଗେଧ୍ୟାନ ମୁଁ କଲି ଅନୁରାଗେ
Couplet 49
ଉତ୍କଣ୍ଠା ଗଦ୍ ଗଦ ବଚନଅଶ୍ରୁଜଳରେ ନେତ୍ର ପୂର୍ଣ୍ଣ
Couplet 50
ତକ୍ଷଣେ ପରମ ଆନନ୍ଦେହରି ବିଜୟେ ମୋର ହୃଦେ
Couplet 51
ଅତ୍ୟନ୍ତ ପ୍ରେମଭରେ ଦେହେଉଦ୍ ଗମ ହେଲେ ତନୁରୁହେ
Couplet 52
ଆନନ୍ଦ-ସାଗରେ ବୁଡ଼ିଲିଉଭୟଲୋକ ନ ଜାଣିଲି
Couplet 53
ରୂପେ କି ଦେବା ପଟାନ୍ତରମନ ବଚନ ଆଗୋଚର
Couplet 54
ଦେଖି ଉଠିଲି ତତକ୍ଷଣେବିକଳେ ଚିତ୍ତକରଷଣେ
Couplet 55
ପୁଣି ରହିଲି ଦୃଢ଼ଚିତ୍ତେସେ ରୂପ ଦେଖିବା ନିମନ୍ତେ
Couplet 56
ସେ ହରି ହୋଇଲେ ଅନ୍ତରଦିଶିଲା ଘୋର-ଅନ୍ଧକାର
Couplet 57
ବାହୁଡ଼ି ଚାହିଁଲି ବାହାରେଦିଶ ଆକାଶ ଅଭ୍ୟନ୍ତରେ
Couplet 58
ଭିତରେ ବାହାରେ ନ ପାଇଆକୁଳେ କମ୍ପେ ମୋର ଦେହୀ
Couplet 59
ଏମନ୍ତେ ଅନ୍ତରୀକ୍ଷ-ବାଣୀକିବା ଅମୃତ ତରଙ୍ଗିଣୀ
Couplet 60
ମନ-ବଚନେ ଅଗୋଚରସ୍ୱଭାବେ ଗମ୍ଭୀର ସୁସ୍ୱର
Couplet 61
ପ୍ରସନ୍ନ କଲା ମୋର ମନଶୁଣିଲି ଆକାଶ-ବଚନ
Couplet 62
ଏଜନ୍ମେ ଦେଖିବୁ ତୁ କାହିଁମୋହର ଆଦି ଅନ୍ତ ନାହିଁ
Couplet 63
କୁଜନଜନଙ୍କର ଚିତ୍ତକର୍ମ-ବାସନାରେ ଜଡ଼ିତ
Couplet 64
ଯାବତ ଶୁଭାଶୁଭ-କର୍ମେଚିତ୍ତ ଆକର୍ଷେ ମତି ଭ୍ରମେ
Couplet 65
ସେ ମୋତେ ପାଇବେ କେମନ୍ତେକର୍ମ ଆବୋରି ନାନାମତେ
Couplet 66
ମୋର ସେବକ ସେବା ଫଳେତେଣୁ ଦେଖିଲୁ ମୋତେ ଡୋଳେ
Couplet 67
ମୁଁ ଯାର ଚିତ୍ତେ ନିତ୍ୟେ ଥାଇତା ହୃଦେ ଅମଙ୍ଗଳ କାହିଁ
Couplet 68
ଏବେ ସାଧୁଙ୍କ ସେବା କରିଦୀର୍ଘଜୀବନ ଦେହେ ଧରି
Couplet 69
ଦୃଢ଼ଭକତି ମୋର ପାଦେଚିତ୍ତେ ପ୍ରସରୁ ଅପ୍ରମାଦେ
Couplet 70
ଏ ଦେହ ଛାଡ଼ି ମୋର ଧ୍ୟାନେଅନ୍ତେ ମିଳିବୁ ମୋ ଭୁବନେ
Couplet 71
ମୋର ବିଷୟେ ତୋର ମତିକେବେ ହେଁ ନୋହିବ ଦୁର୍ଗତି
Couplet 72
ସୃଷ୍ଟିପ୍ରଳୟ ବାଧା ଯେତେକେବେହେଁ ନ ଲାଗିବ ତୋତେ
Couplet 73
ମୋ ଅନୁଗ୍ରହେ ହେଉ ଜ୍ଞାନଏମନ୍ତ ଆକାଶ-ବଚନ
Couplet 74
ସ୍ୱଭାବେ ସ୍ଫୁରେ ଅନ୍ତରୀକ୍ଷେକେ ତାହା ଦେଖିବ ପ୍ରତ୍ୟକ୍ଷେ
Couplet 75
ସ୍ୱଭାବେ ରୂପ ନାହିଁ ଯାରମହାମହିମା ନିର୍ବିକାର
Couplet 76
ସେ ବାଣୀ ଶୁଣି ଚିତ୍ତ ସ୍ଥିରେପ୍ରଣାମ କଲି ତା ପୟରେ
Couplet 77
ମୋର ଜୀବନ କୃତକୃତ୍ୟଶୁଣ ହେ ସତ୍ୟବତୀ-ସୁତ
Couplet 78
ସେ ବିନୁ ନ ଜାଣଇ ଆନମୋ ସର୍ବଗତି ଭଗବାନ
Couplet 79
ଲାଜଭୟକୁ ପରିହରିହୃଦେ ଗୋବିନ୍ଦ ନାମ ଧରି
Couplet 80
ଅନନ୍ତ ନାମ ଗୁଣ ଯେତେଚିତ୍ତେ ସୁମରି ଅବିରତେ
Couplet 81
ଭୂମି କରଇ ପର୍ଯ୍ୟଟନବିଗତରାଗ ତୁଷ୍ଟ ମନ
Couplet 82
ମଦମତ୍ସରମାନ ତେଜିକୃଷ୍ଣ-ଚରଣେ ଦୃଢ଼େ ଭଜି
Couplet 83
ଏମନ୍ତେ ଭ୍ରମୁ ଅନୁଦିନନିର୍ମଳ ହୋଇଲା ମୋ ମନ
Couplet 84
ଏମନ୍ତେ ମରଣ ନିୟତକାଳ ହୋଇଲା ଉପଗତ
Couplet 85
ସଂଶୟ ସ୍ଫୁରେ ମୋର ମନେବିଜୁଳି ଯେହ୍ନେ ନୀଳଘନେ
Couplet 86
ଦିବ୍ୟସ୍ୱରୂପ ମୁହିଁ ଦେଖିତକ୍ଷଣେ ଶରୀର ଉପେକ୍ଷି
Couplet 87
ଆନନ୍ଦେ କୃଷ୍ଣ ଅନୁଗ୍ରହେଶୂନ୍ୟେ ଗମିଲି ଦିବ୍ୟଦେହେ
Couplet 88
କଳ୍ପାନ୍ତେ ଦିନ ପ୍ରଳୟରେଏ ସୃଷ୍ଟି ଦେଖିଣ ଉଦରେ
Couplet 89
କ୍ଷୀରଜଳଧି ମଧ୍ୟେସ୍ଥିତଅନନ୍ତଶୟନେ ଅଚ୍ୟୁତ
Couplet 90
ପଶିଲି ତାର ଅଭ୍ୟନ୍ତରେନିର୍ଲେପ ନିର୍ମଳ ଶରୀରେ
Couplet 91
ଯେବେ ସହସ୍ରଯୁଗ ଗଲାଶୟନୁ ଅନନ୍ତ ଉଠିଲା
Couplet 92
ତକ୍ଷଣେ ବ୍ରହ୍ମ-ରୂପ ଧରିଭୂମି ଭିଆଇ ସୃଷ୍ଟିକରି
Couplet 93
ମରୀଚି ଆଦି ସପ୍ତସୁତବ୍ରହ୍ମା ମନରୁ ହେଲେ ଜାତ
Couplet 94
ମୁହିଁ ହୋଇଲି ତାଙ୍କ ସଙ୍ଗେସମ୍ଭୂତ ବିଧାତାର ଅଙ୍ଗେ
Couplet 95
ନିଶ୍ଚଳ ଚିତ୍ତେ ଦୃଢ଼ବ୍ରତେଏ ତିନିଲୋକେ ଭ୍ରମେ ନିତ୍ୟେ
Couplet 96
କୃଷ୍ଣର ଭାବେ ଭ୍ରମେ ନିତିମୋହର ଅବ୍ୟାହତଗତି
Couplet 97
କୃଷ୍ଣଭକତି ଭାବଭୋଳେମୁହିଁ ଗମଇ ଅନ୍ତରାଳେ
Couplet 98
ଦେବଙ୍କ ମଧ୍ୟେ ମୁହିଁ ଥାଇନୃତ୍ୟ କରଇ କୃଷ୍ଣ ଗାଇ
Couplet 99
ଶୁଣି ସନ୍ତୋଷ ମୋର ବାଣୀବୀଣା ଗୋଟିଏ ଦେଲେ ଆଣି
Couplet 100
ସପତସ୍ୱର ବିଭୂଷଣାସୁସ୍ୱର ନାଦ ତିନିଗୁଣା
Couplet 101
ସ୍ୱର ମୂର୍ଚ୍ଛନା ନାଦ ବାଇଆନନ୍ଦେ କୃଷ୍ଣଗୁଣ ଗାଇ
Couplet 102
ନିରତେ ଭ୍ରମେ ତ୍ରିଜଗତେଶୁଣ କହିବା ଆଉ ଯେତେ
Couplet 103
ହରିର ଅଭୟଚରଣଅଶେଷତୀର୍ଥଙ୍କର ସ୍ଥାନ
Couplet 104
ସେ ପାଦ କଲେ ସୁମରଣଶୀଘ୍ରେ ମୋ ଚିତ୍ତେ ନାରାୟଣ
Couplet 105
ଆଦିତ୍ୟ ତେଜ ପ୍ରାୟ ଦିଶେଅଜ୍ଞାନତମ ବେଗେ ନାଶେ
Couplet 106
ସେ ହରିଚରିତର ଗୁଣଭୋ ମୁନି ସାବଧାନେ ଶୁଣ
Couplet 107
ଭବସାଗରେ ଯେତେ ନରେଆତୁରଚିତ୍ତ ଅଭ୍ୟନ୍ତରେ
Couplet 108
ବିଷୟରସେ ସୁଜଡ଼ିତକେବେହେଁ ନୋହେ ଶୁଦ୍ଧଚିତ୍ତ
Couplet 109
ଅଛନ୍ତି ଭବ-ସିନ୍ଧୁ-ଗର୍ଭେସେ ନରେ କେମନ୍ତେ ତରିବେ
Couplet 110
କୃଷ୍ଣର ଗୁଣଗାଥା ଘୋଷିଆନନ୍ଦେ ସୁଖନାବେ ବସି
Couplet 111
ହେଳେ ତରିବେ ହରି ଗାଇଅନ୍ୟଥା ସୁଖ ଲେଶ ନାହିଁ
Couplet 112
ଯମ ନିୟମ ଯୋଗପଥେଯେ ନର ସାଧେ ଅବିରତେ
Couplet 113
ଏ ନାବ ପାଇବ ସେ କାହିଁଯେବେ ଗୋବିନ୍ଦେ ଚିତ୍ତ ନାହିଁ
Couplet 114
ଶୁଣ ହେ ସତ୍ୟବତୀ-ସୁତମୋହର ପୂର୍ବର ଚରିତ
Couplet 115
ଜନ୍ମ କର୍ମାଦି ମୋର ଯେତେକହିଲି ତୁମ୍ଭର ଅଗ୍ରତେ
Couplet 116
ତୁମ୍ଭର ମନ ତୋଷ ଅର୍ଥେକହିଲି ଭକ୍ତିଯୋଗ ଯୋଗଯେତେ
Couplet 117
ସୂତ କହନ୍ତି ଅନୁରାଗେଯଜ୍ଞେ ସମସ୍ତ ମୁନିଆଗେ
Couplet 118
ନାରଦ ଜନ୍ମକର୍ମ କଥାବିଷ୍ଣୁ ଭକତିର ବ୍ୟବସ୍ଥା
Couplet 119
ବ୍ୟାସଙ୍କ ଆଗେ ସର୍ବ କହିଆନନ୍ଦେ ବୀଣାବାଦ୍ୟ ବାଇ
Couplet 120
ଆକାଶମାର୍ଗେ ଗଲେ ଏକେବିଜୁଳି ଯେହ୍ନେ ବଳାହକେ
Couplet 121
ଧନ୍ୟ ମହିମା ଦେବଋଷିନିରତେ କୃଷ୍ଣନାମ ଘୋଷି
Couplet 122
ହରି ଗାୟନେ ଭୋଳ ହୋଇବିବିଧଛନ୍ଦେ ବୀଣା ବାଇ
Couplet 123
ନିରତେ ଭ୍ରମେ ତିନିପୁରେଜଗତ ସଙ୍କଟୁ ଉଦ୍ଧରେ
Couplet 124
ବୋଲଇ ଦାସ ଜଗନ୍ନାଥପ୍ରଥମସ୍କନ୍ଧେ ଭାଗବତ