Skandha 1
Adhyaya 5
Couplet 1
ସୁତ କହନ୍ତି ଅନୁରାଗେହରଷେ ମୁନିଙ୍କର ଆଗେ
Couplet 2
ଶୁଣ ସକଳ ମୁନି ଜନେହରିଚରିତ ସାବଧାନେ
Couplet 3
ବ୍ୟାସ ସମୀପେ ଦେବଋଷିସୁଖ-ଆସନେ ଦୃଢ଼େ ବସି
Couplet 4
ବ୍ୟାସ ପୁଚ୍ଛିଲେ ମନ ତୋଷେଯେ ଜାତ ଗୋବିନ୍ଦର ଅଂଶେ
Couplet 5
ହରଷେ ବୀଣା ହସ୍ତୁ ଥୋଇକହନ୍ତି ବ୍ୟାସ ମୁଖ ଚାହିଁ
Couplet 6
ହେ ପରାଶର-ଋଷି-ସୁତତୁମ୍ଭେ ସ୍ୱଭାବେ ଭାଗବତ
Couplet 7
ଚଞ୍ଚଳ ଦିଶୁଛି ବଦନଦେଖି ଜାଣିଲି ତୁମ୍ଭ ମନ
Couplet 8
ସକଳ ବେଦ ଶିଷ୍ୟେ ଦେଇପୁରାଣ ଭାରତ ଭିଆଇ
Couplet 9
ବେଦ ବିଚାରି ବ୍ରହ୍ମଚିନ୍ତିଚିତ୍ତ ନୋହିଲା ତୁମ୍ଭ ଶାନ୍ତି
Couplet 10
ଭଲେ ଜାଣିଲି ମୁହିଁ ଏହାତୁମ୍ଭେ ସ୍ୱଭାବେ ପୁଣ୍ୟଦେହା
Couplet 11
ନାରଦ ବାକ୍ୟ ଶୁଣି କର୍ଣ୍ଣେବ୍ୟାସ କହନ୍ତି ସାବଧାନେ
Couplet 12
ତୁମ୍ଭେ କହିଲ ମୁନି ଯେତେମୋର ଅଭ୍ୟାସ ବହୁମତେ
Couplet 13
ବେଦ ପୁରାଣ ଅର୍ଥ ଯେତେମୁଁ ସର୍ବ ସମ୍ପାଦିଲି ଚିତ୍ତେ
Couplet 14
ତଥାପି ଆତ୍ମା ତୋଷ ନୋହେସ୍ଥିର ନ ରହେ ମନ ଦେହେ
Couplet 15
ତୁମ୍ଭେ ଯେ ବ୍ରହ୍ମାଙ୍କ ନନ୍ଦନଭଲେ ଜାଣିଲ ମୋର ମନ
Couplet 16
ଏ ମନ ସ୍ଥିର କରିବାରେଗୋବିନ୍ଦ ବିନା କେବା ପାରେ
Couplet 17
ସକଳ-ଶାସ୍ତ୍ର ତହୁଁ ସାରତାର ମହିମା ଅଗୋଚର
Couplet 18
ତାର ଭକତି ଯେଣୁ ନାହିଁଏଣୁ ମୋ ଚିତ୍ତ ସ୍ଥିର ନୋହି
Couplet 19
ତୁମ୍ଭେ ସକଳ ତତ୍ତ୍ୱ ଜାଣଯେ କୃଷ୍ଣ-ମହିମା ପ୍ରମାଣ
Couplet 20
ସେ ସର୍ବଜୀବଙ୍କ ଈଶ୍ୱରଯାର ମାୟାରେ ଏ ସଂସାର
Couplet 21
ସୃଜଇ ପାଳଇ ସଂହାରେତ୍ରିଗୁଣ-ବ୍ୟାଜେ ସେ ବିହରେ
Couplet 22
ସେ ମାୟା ତାକୁ ନ ଲାଗଇନିତ୍ୟେ ସେ ନିଜ ସୁଖେ ଥାଇ
Couplet 23
ଏ ତିନିଲୋକ ତୁମ୍ଭ ଦେହେନିରତେ ଭ୍ରମେ ରବି ପ୍ରାୟେ
Couplet 24
ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେଯେସନେ ସମୀର ସଞ୍ଚରେ
Couplet 25
ଆତ୍ମା ଯେସନେ ସାକ୍ଷୀ ରୂପେନିତ୍ୟେ ବିହରେ ନିଜ ସୁଖେ
Couplet 26
ସେ ବିଷ୍ଣୁ-ପାଦପଦ୍ମ ଜଳେତୁମ୍ଭର ସ୍ନାନ ସୁନିଶ୍ଚଳେ
Couplet 27
ସେ ଜଳ ଶୀତ ଉଷ୍ମ ଭାବନିତ୍ୟେ ତୁମ୍ଭର ଅନୁଭବ
Couplet 28
ତାଙ୍କ ମହିମା ପରିମାଣିତୁମ୍ଭହୁଁ ଅନ୍ୟ କେବା ଜାଣି
Couplet 29
କହ ଆନନ୍ଦେ ମୁନିବରଯେମନ୍ତେ ମନ ହୋଏ ସ୍ଥିର
Couplet 30
ଏମନ୍ତ ବ୍ୟାସ ମୁଖୁ ଶୁଣିଭାବେ କହନ୍ତି ଦେବମୁନି
Couplet 31
ଭୋ ମୁନି ସତ୍ୟ ଏ ବଚନଯେଣୁ ସନ୍ତୋଷ ନୋହେ ମନ
Couplet 32
କୃଷ୍ଣ ନିର୍ମଳ ଯଶଗୁଣଯେଣୁ ନକଲ ଉଚ୍ଚାରଣ
Couplet 33
ଯେ ଧର୍ମେ କୃଷ୍ଣ ତୋଷ ନୋହିସେ ଧର୍ମ ନିଷ୍ଫଳ ଅଟଇ
Couplet 34
ଧର୍ମ ସମ୍ପଦ କାମ ଅର୍ଥେଯେତେ କହିଲ ବେଦପଥେ
Couplet 35
ଯେବେ ଗୋବିନ୍ଦ ଗୁଣଗ୍ରାମଅଭ୍ୟାସେ ଥାନ୍ତା କିଛି ଶ୍ରମ
Couplet 36
ତେବେ କି ମନ ଅସନ୍ତୋଷକହିବି ଶୁଣ ଉପଦେଶ
Couplet 37
ଯେବେ ଏ ଜିହ୍ୱା ବାକ୍ୟ-ଶ୍ରମେନ କରେ କୃଷ୍ଣ-ଗୁଣ-ଗ୍ରାମେ
Couplet 38
ଯେ ବାଣୀ ଅଖିଳ-ତାରିଣୀତା ଛାଡ଼ି ଅନ୍ୟ ଯେବେ ଭଣି
Couplet 39
ତାହାକୁ ବୋଲି କାକ ବାଣୀଯହିଁ ଗୋବିନ୍ଦଙ୍କୁ ନ ଶୁଣି
Couplet 40
ନିଶ୍ଚୟ କାକତୀର୍ଥ ସେହିସେ ଜଳେ କେବା ଅବଗାହି
Couplet 41
ପରମହଂସ ମୁନିମେଳେଯେ ଥାନ୍ତି ପୁଣ୍ୟ-ତୀର୍ଥ-କୂଳେ
Couplet 42
ଯେ ବାକ୍ୟେ କୃଷ୍ଣଗୁଣ ଗାଇନିଶ୍ଚୟେ ପୁଣ୍ୟତୀର୍ଥ ସେହି
Couplet 43
ସେ ବାକ୍ୟ ଜନ ତାପ ନାଶେତୀର୍ଥ ଯେସନେ ପାପ ଧ୍ୱଂସେ
Couplet 44
କୃଷ୍ଣର ଗୁଣଗାଥା ଯେବେପ୍ରବନ୍ଧେ ଉଚ୍ଚାରଇ ଭାବେ
Couplet 45
ପଦ ଦୂଷିତ ଯେବେ ହୋଏସେ ପ୍ରାଣୀ ସର୍ବପାପ ଦହେ
Couplet 46
ଅନନ୍ତ ନାମ-ଯଶ-ଗୁଣେସାଧୁଙ୍କ ବାକ୍ୟ ନିତ୍ୟେ ଭଣେ
Couplet 47
ସେ ହରି-ଭାବ ଯେବେ ଛାଡ଼ିଯେ ଯାନ୍ତି କର୍ମ ପଥ ମାଡ଼ି
Couplet 48
ଯେ ପୁଣ୍ୟ ବେଦମାର୍ଗେ କରେସକାମ ଚିତ୍ତେ ଫଳ ଧରେ
Couplet 49
ହରିଙ୍କି ନ କରେ ଅର୍ପଣସେ ସର୍ବଫଳ ଅକାରଣ
Couplet 50
ନିଷ୍କାମମତେ ସର୍ବ ନ୍ୟାସିତପ ସାଧନ୍ତି ବନେ ପଶି
Couplet 51
ହରି ମହିମା ଛାଡ଼ି ଯେବେଅତି ନିର୍ମଳ ଜ୍ଞାନ ଭାବେ
Couplet 52
ସେ କାହିଁ ଅଶୁଭ ନାଶିବତପ ସାଧିଲା ଫଳ ଦେବ
Couplet 53
ତୁମ୍ଭେ ସ୍ୱଭାବେ ଭାଗବତମହାନୁଭାବ ଶୁଚିମନ୍ତ
Couplet 54
ସତ୍ୟବଚନ ଧୃତିମନ୍ତଏଣୁ ଅମୋଘ ତୁମ୍ଭ ଚିତ୍ତ
Couplet 55
ସମାଧି କରି କୃଷ୍ଣପାଦେତାର ଚରିତ ଅନୁବାଦେ
Couplet 56
ପ୍ରବନ୍ଧ ଭାଗବତ କରଅଖିଳ ଜନଙ୍କୁ ଉଦ୍ଧର
Couplet 57
ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେହରି ଭକତି ଦୂରେ ତେଜେ
Couplet 58
କୃଷ୍ଣ ଭକତି ଲାଭ ଛାଡ଼ିତୃତୀୟବର୍ଗେ ଚିତ୍ତ ବଢ଼ି
Couplet 59
ତାହାର ସୁଖ ଲେଶ କାହିଁସମୁଦ୍ରେ ଯେହ୍ନେ ନାବ ଥାଇ
Couplet 60
ଜଳ ପବନ ମେଘ ତେଜେକୂଳେ ନ ଲାଗି ଯେହ୍ନେ ଭାଜେ
Couplet 61
ତାହାଙ୍କ ଗତି ସେହି ମତଶୁଣ ହେ ପରାଶର-ସୁତ
Couplet 62
ନିନ୍ଦିତ କର୍ମ ଚିତ୍ତେ ଚିନ୍ତିଯେ ଅନ୍ୟଜନେ ଶିକ୍ଷା ଦ୍ୟନ୍ତି
Couplet 63
ସ୍ୱଭାବେ ମୂଢ଼ ସେହୁ ଜନବିଅର୍ଥ ତାହାର ଜୀବନ
Couplet 64
ତାର ବଚନେ ସେହୁ ଭ୍ରମେଯେ ପ୍ରାଣୀ ଆଚରେ ଅଧର୍ମେ
Couplet 65
ସାଧୁ-ନିନ୍ଦନ ଯେ କରନ୍ତିଜଗତେ ନାହିଁ ତାଙ୍କ ସ୍ଥିତି
Couplet 66
ପାପ ଆଚରି ନରଲୋକେଅନ୍ତେ ସେ ପଡ଼ନ୍ତି ନରକେ
Couplet 67
ତୁମ୍ଭେ ସ୍ୱଭାବେ ବିଚକ୍ଷଣଭାବ ଅଭାବ ଭଲେ ଜାଣ
Couplet 68
ଅନନ୍ତ ପାର ବିଷ୍ଣୁକଥାତୁମ୍ଭେ ବର୍ଣ୍ଣନେ ସାମରଥା
Couplet 69
ନିବୃତ୍ତି ପ୍ରବୃତ୍ତି ଏ ଭାବେଯେମନ୍ତେ ପ୍ରାଣୀ ନିସ୍ତରିବେ
Couplet 70
ହରି ଚରିତ ଦୀପ କରଜନଙ୍କୁ ଅନ୍ଧାରୁ ଉଦ୍ଧର
Couplet 71
ଯେ ପ୍ରାଣୀ ନିଜ ଧର୍ମ ତେଜିହରି-ଚରଣ ଦୃଢ଼େ ଭଜି
Couplet 72
ଭଜୁଁ ମରଇ ଯେବେ ଦୁଃଖେକେବେହେଁ ନ ପଡ଼େ ନରକେ
Couplet 73
ସ୍ୱଧର୍ମେ ଭଜନ୍ତି ଯେ ପ୍ରାଣୀହରି ଭକତି ନ ପ୍ରମାଣି
Couplet 74
ଅନ୍ତେ ତାହାଙ୍କ ଗତି ଯେତେକେ ଅନୁମାନି ପାରେ ଚିତ୍ତେ
Couplet 75
ଏବେ ହୋ ଶୁଣ ମୁନିବରପଣ୍ତିତଜନଙ୍କ ବେଭାର
Couplet 76
ଯେ ଲାଭ କେହି ନ ଲଭନ୍ତିସେ ଲାଭେ ଯାର ଚିତ୍ତ ଚିନ୍ତି
Couplet 77
ସେ ଅର୍ଥେ ଯତ୍ନ ଯେ କରନ୍ତିସଂସାରେ ପଣ୍ତିତ ବୋଲାନ୍ତି
Couplet 78
କାଳର ବଳେ ପୁଣପୁଣଏ ଭବ ମଧ୍ୟେ ତା ଭ୍ରମଣ
Couplet 79
ପୂର୍ବ ଅର୍ଜିତ କର୍ମବଶେଦୁଃଖ ସଦୃଶ ସୁଖ ଆସେ
Couplet 80
ଏ ଅଧ ଉର୍ଦ୍ଧ୍ୱ ବେନି ପଥେପ୍ରାଣୀଏ ଭ୍ରମନ୍ତି ନିରତେ
Couplet 81
ତାହାଙ୍କ ମଧ୍ୟେ ଜଣେ ଜଣେଲୋଭିଲେ ସେ ଫଳ ଧାରଣେ
Couplet 82
ସେ ଫଳ ପାଇ ସୁଖେ ଖାଇଭ୍ରମଣେ ଶ୍ରମ ନ ଲାଗଇ
Couplet 83
ଭ୍ରମିଣ ପ୍ରାଣୀ ଯେବେ ପାଇପୁଣି ଭ୍ରମନ୍ତି ତାହା ଖାଇ
Couplet 84
ଏଣୁ ମୁକୁନ୍ଦ-ପାଦଗତେଯେ ପ୍ରାଣୀ ଭଜନ୍ତି ନିରତେ
Couplet 85
ମୁକୁନ୍ଦପାଦ ତାର ଗତିଅନ୍ୟର ପ୍ରାୟ ନ ଭ୍ରମନ୍ତି
Couplet 86
କୃଷ୍ଣର ପାଦପଦ୍ମ ରସନିରତେ କରନ୍ତି ଯେ ଗ୍ରାସ
Couplet 87
ସେ ରସ ଛାଡ଼ିବ ସେ କେହ୍ନେରସେ ରସିକଜନ ଯେହ୍ନେ
Couplet 88
ଈଶ୍ୱର ହେତୁ ଏସଂସାରସଂସାରୁ ଈଶ୍ୱର ବାହାର
Couplet 89
ଯେଣୁ ଉତ୍ପତ୍ତି ସ୍ଥିତି ନାଶବିଶ୍ୱର ହୁଅଇ ପ୍ରକାଶ
Couplet 90
ଏଣୁ ଲୀଳାକୁ କରିଅଛିପ୍ରାଣୀଙ୍କି ନୋହିବ ପ୍ରତ୍ୟକ୍ଷି
Couplet 91
ଈଶ୍ୱର ଜୀବ ଏ ସଂସାରଏ ସର୍ବ ଏକଇ ପ୍ରକାର
Couplet 92
ଏ ସର୍ବ ବ୍ରହ୍ମଭାବେ ଜାଣିବେଦରେ ଅଛି ପରିମାଣି
Couplet 93
ତୁମ୍ଭେ ସର୍ବଜ୍ଞ ମୁନିବରକହ କୃଷ୍ଣର ଅବତାର
Couplet 94
ତୁମ୍ଭେ ଯେ ଆତ୍ମରାମେ ରମିଅନ୍ତର ଦୃଷ୍ଟି ଅନ୍ତର୍ଯ୍ୟାମୀ
Couplet 95
ପରମ ପୁରୁଷଙ୍କ କଳାସୁମରି ଗୋବିନ୍ଦର ଲୀଳା
Couplet 96
ସଂସାର ନିସ୍ତାରଣ ଅର୍ଥେଶ୍ରୀଭାଗବତ କର ଗ୍ରନ୍ଥେ
Couplet 97
ସ୍ୱଭାବେ ଜନ୍ମ ଯାର ନାହିଁମାୟା ଶୟଳେ ରୂପ ବହି
Couplet 98
ତାର ଚରିତରୁ କିଞ୍ଚିତେପ୍ରକାଶ କର ଜନହିତେ
Couplet 99
ଏହୁ ସେ ପୁରୁଷାର୍ଥ ସାରଯଜ୍ଞ ତପସ୍ୟା ବେଦସାର
Couplet 100
ଇଷ୍ଟ ପୂଜନ ଯଜ୍ଞ ଦାନଯେବେ ଭାବଇ କୃଷ୍ଣନାମ
Couplet 101
ତାହାଙ୍କ ଫଳ ଏ ଅଟଇତା ବିନୁ ନିଷ୍ଫଳ ହୁଅଇ
Couplet 102
ପୂର୍ବେ ନିର୍ମଳ ଋଷିଜନେତପ ଆଚରି ଘୋରବନେ
Couplet 103
ସଂସାର ସାର କୃଷ୍ଣକଥାନିରତେ ଗାଇ ଗୁଣଗାଥା
Couplet 104
ଏ ଭାବେ ପାଇଲି ଯେମନ୍ତେକହିବି ତୁମ୍ଭର ଅଗ୍ରତେ
Couplet 105
ପୂର୍ବେ ମୁଁ ଦକ୍ଷ ଶାପ ପାଇଜନ୍ମିଲି ଦାସୀପୁତ୍ର ହୋଇ
Couplet 106
ବ୍ରାହ୍ମଣ ଘରେ ଏକାଏକିମୋହର ଜନନୀ ସେବକୀ
Couplet 107
ବ୍ୟାପାର କରେ ରାତ୍ର ଦିନେଏମନ୍ତେ ବିଧିର ବିଧାନେ
Couplet 108
ସେ ବିପ୍ରଗୃହେ ବର୍ଷା କାଳେଅତିଥି ବ୍ରାହ୍ମଣେ ମିଳିଲେ
Couplet 109
ତାହାଙ୍କୁ ଅନ୍ନଜଳ ଦେଇବ୍ରାହ୍ମଣ କହେ ଭାବ ବହି
Couplet 110
ହେ ବିପ୍ରେ ଶୁଣ ମୋ ବଚନଆଜ ଜୀବନ ମୋର ଧନ୍ୟ
Couplet 111
ତୁମ୍ଭର ଦୟା ଯେବେ ମୋତେମୋ ଘରେ ରୁହ ଦିନାକେତେ
Couplet 112
ଦୁର୍ଗମ ବର୍ଷାମାସ ଚାରିଏ ଋତୁ ମୋର ଘରେ ସାରି
Couplet 113
ହେଉ ବୋଇଲେ ବିପ୍ରଜନେବ୍ରାହ୍ମଣ ଗୃହେ ଶୁଦ୍ଧମନେ
Couplet 114
ରହିଲେ ମନର ସନ୍ତୋଷେମୁଁ ସେବା କଲି ତାଙ୍କ ପାଶେ
Couplet 115
ବାଳୁତ ଚପଳ ମୋ ଚିତ୍ତସେବା କରଇ ଅବିରତ
Couplet 116
ସେ ବିପ୍ରଗଣେ ମୋତେ ଚାହିଁଆଶ୍ୱାସ କଲେ ଦୟାବହି
Couplet 117
ତାହାଙ୍କ ଭୋଜନର ଅନ୍ତେପତ୍ରେ ଉଚ୍ଛିଷ୍ଟ ଥାଇ ଯେତେ
Couplet 118
ତାହା ଭୁଞ୍ଜଇ ନିତ୍ୟେ ମୁହିଁଅନ୍ୟ ଭୋଜନ ନ ଜାଣଇ
Couplet 119
ଉଚ୍ଛିଷ୍ଟ ଭୋଜନ ପ୍ରସାଦେମୋହର ଚିତ୍ତୁ ଅପ୍ରମାଦେ
Couplet 120
ସର୍ବ କିଳ୍ବିଷ କେଣେ ଗଲାତାହାଙ୍କ ଧର୍ମ ଉଦେ ହେଲା
Couplet 121
ବିପ୍ରଙ୍କ ମୁଖୁ ହରିବାଣୀଦିନ ବଞ୍ଚଇ ନିତ୍ୟେ ଶୁଣି
Couplet 122
ପଦକୁ ପଦ ଗୀତ ସ୍ମରେସେ ବାଣୀ ମୋର ମନ ହରେ
Couplet 123
ନିରତେ ଶୁଣି ପଦେ ପଦେମନ ବୁଡ଼ିଲା କୃଷ୍ଣପାଦେ
Couplet 124
କୃଷ୍ଣ ହୁଁ ଆନ ନ ଜାଣଇବିଷୟ-ରସ ଆର କାହିଁ
Couplet 125
ଯେଣୁ ଏ ସଦସତ ରୂପପ୍ରାଣୀ ଦେଖନ୍ତି ମୋହକଳ୍ପ
Couplet 126
ଆପଣା ଅଜ୍ଞାନ ସେ ଅଟେକେବେହେଁ ସତ୍ୟ ସେ ନଘଟେ
Couplet 127
ମୁହିଁ ଦେଖଇ ବହୁମତେହରିହୁଁ ଆନ କେ ଜଗତେ
Couplet 128
ଏମନ୍ତେ ବରଷା ସରିଲାଶରଦ ଋତୁ ପ୍ରସରିଲା
Couplet 129
ନିରତେ ଶବ୍ଦେ ହରିବାଣୀବିପ୍ରଜନଙ୍କ ମୁଖୁ ଶୁଣି
Couplet 130
ସାତ୍ତ୍ୱିକ ଭକ୍ତି ମୋର ମନେପ୍ରକାଶ ହେଲା ଅନୁକ୍ଷଣେ
Couplet 131
ମୋହର ସେବା ଦିନୁ ଦିନେଦେଖି ସନ୍ତୋଷ ବିପ୍ରଜନେ
Couplet 132
ଜାଣିଲେ ଶୁଦ୍ଧସତ୍ତ୍ୱ ରୂପେଭକତି ଜାତ ମୋର ଚିତ୍ତ
Couplet 133
ଯିବାର ବେଳେ ମୋତେ ରାଇକୃଷ୍ଣମହିମା ଶିକ୍ଷା ଦେଇ
Couplet 134
ଯେ ଗୁହ୍ୟ ଗୁହ୍ୟତମ ଜ୍ଞାନଯେଣେ ଉଦିତ ଭଗବାନ
Couplet 135
ସର୍ବ କହିଲେ ମୋର କର୍ଣ୍ଣେଦୀନବତ୍ସଳ ମୁନିଜନେ
Couplet 136
ବିଷ୍ଣୁର ମାୟା ଅନୁଭବତେଣୁ ଜାଣିଲି ମୁହିଁ ସର୍ବ
Couplet 137
ଯେଭାବେ ଭାବି ଅପ୍ରମାଦେପ୍ରାଣୀ ପଶନ୍ତି କୃଷ୍ଣପାଦେ
Couplet 138
ଏଣୁ ଏ କୃଷ୍ଣାର୍ପିତ କର୍ମକଲେ ତୁଟଇ ଭବଭ୍ରମ
Couplet 139
ଆତ୍ମାରେ ଜ୍ଞାନ ପ୍ରକାଶଇତ୍ରିତାପମାନ କ୍ଷୟ ଯାଇ
Couplet 140
ବ୍ୟାଧି ଉପୁଜେ ଯାର ଭୋଗେସେ ଦ୍ରବ୍ୟେ ଚିକିତ୍ସା ନ ଲଭେ
Couplet 141
ଏଣୁ ଗୋବିନ୍ଦ-ରସ ତେଜିଯେବେ ବିଷୟ-ରସେ ମଜ୍ଜ
Couplet 142
ସେ କାହିଁ ତରିବ ସଂସାରେପଡ଼ଇ ଘୋର ଅନ୍ଧକାରେ
Couplet 143
ଏ ଭବ ମଧ୍ୟେ ଦେହ ଧରିବିଷ୍ଣୁ ତୋଷଣେ କର୍ମ କରି
Couplet 144
ଭକତିଯୋଗ ଜାତ ହୋଇଜ୍ଞାନ ଅଧୀନ ଯା ଅଟଇ
Couplet 145
ଯେବେ ସକଳକର୍ମ କରିକୃଷ୍ଣ ଅର୍ପଣ ମନେ ଧରି
Couplet 146
ବିଷ୍ଣୁର ଯେତେ ଗୁଣଗ୍ରାମଜଗତେ ଅଛି ଯେତେ ନାମ
Couplet 147
ମୁଖେ ଉଚ୍ଚାରି ମନେ ସ୍ମରିସେ ଭକ୍ତିଯୋଗେ ଅଧିକାରୀ
Couplet 148
ଅରୂପବ୍ରହ୍ମ ମନେ ସ୍ମରିଯେ ଚିନ୍ତେ ତାଙ୍କ ନାମ ଧରି
Couplet 149
ଶ୍ରୀବାସୁଦେବ ଯେ ପ୍ରଦ୍ୟୁମ୍ନଯେ ଅନିରୁଦ୍ଧ ସଙ୍କର୍ଷଣ
Couplet 150
ମନ୍ତ୍ର ଉଚ୍ଚାରି ମୂର୍ତ୍ତି କରିପୂଜା କରନ୍ତି ଭକ୍ତି ଭରି
Couplet 151
ସେହୁ ନପଡ଼େ ମାୟା ମୋହେଅନ୍ତେ ପଶଇ କୃଷ୍ଣଦେହେ
Couplet 152
ଏମନ୍ତେ ସାଧୁସଙ୍ଗ ଫଳେକୃଷ୍ଣଭକତି ଯୋଗବଳେ
Couplet 153
ଅଶେଷ ଦୁଃଖ ଦୂର ଗଲାସେ ହରି ମୋତେ ଜ୍ଞାନଦେଲା
Couplet 154
ଏବେ ହୋ ଶୁଣ ମୁନିବରହରିଚରଣେ ମନ ଧର
Couplet 155
କୃଷ୍ଣର ନାମଗୁଣ ଯେତେପ୍ରାଣୀଙ୍କି କହ ଭାଗବତେ
Couplet 156
ଯେଣେ ପଣ୍ତିତଜନଙ୍କରଅବୋଧ-କର୍ମ ଯିବ ଦୂର
Couplet 157
ବିଷୟ-ବିଷେ ପ୍ରାଣୀ ମରେଆତ୍ମାର ଗତି ନ ବିଚାରେ
Couplet 158
ସେ ଏବେ ଭାଗବତ ଶୁଣିତରିବେ ଭବ-ତରଙ୍ଗିଣୀ
Couplet 159
ଏମନ୍ତ ବ୍ୟାସ ଆଗେ କହିବୀଣାଶବଦେ କୃଷ୍ଣ ଗାଇ
Couplet 160
ସେ ମୁନିବର ପାଦଯୁଗେସୁଜନେ ନମ ଅନୁରାଗେ
Couplet 161
ହୋଇବ ଭବବନ୍ଧ ନାଶକହଇ ଜଗନ୍ନାଥ ଦାସ