Skip to content
paribhaasha

Skandha 1

Adhyaya 4

  1. Couplet 1

    ଏମନ୍ତେ ଭାଗବତବାଣୀସୂତମୁନିଙ୍କ ମୁଖୁ ଶୁଣି

  2. Couplet 2

    ମୁନିଙ୍କ ମଧ୍ୟେ କର୍ମଶୁଦ୍ଧଶୌନକ ନାମେ କୁଳବୃଦ୍ଧ

  3. Couplet 3

    ସର୍ବମୁନିଙ୍କ ଅବଧାନେପୁଚ୍ଛନ୍ତି ମଧୁର-ବଚନେ

  4. Couplet 4

    ହେ ସୂତ ତୁମ୍ଭେ ମହାଧୀରବକତାଜନ ମଧ୍ୟେ ବର

  5. Couplet 5

    ଗଙ୍ଗାର ତୀରେ ରାଜା ଆଗେଶୁକ କହିଲେ ବ୍ରହ୍ମଭାଗେ

  6. Couplet 6

    ଏ ଭାଗବତଧର୍ମ କେବେବ୍ୟାସ ରଚିଲେ କେଉଁ ଯୁଗେ

  7. Couplet 7

    ସେ କଥା କହ ଆମ୍ଭ ଆଗତୁମ୍ଭେ ସେ ଅଟ ମହାଭାଗ

  8. Couplet 8

    କାହାର ବୋଲେ କାହିଁ ବସିକି ଭାବେ କି ହେତୁ ଉେଦ୍ଦ୍ୟେଶି

  9. Couplet 9

    ଶୁକ ଯେ ତାହାଙ୍କ କୁମରସମଦରଶୀ ନିର୍ବିକାର

  10. Couplet 10

    ଏକାନ୍ତ-ମତି ରାତ୍ର ଦିନେକୃଷ୍ଣ-ମହିମା ଯାର ମନେ

  11. Couplet 11

    ନିର୍ମାୟା ମୂଢ଼ତା ପ୍ରତୀତିଲକ୍ଷି ନ ପାରେ କେହି ଗତି

  12. Couplet 12

    ଯାହାର ଆଗମନ କାଳେଦେବକନ୍ୟାଏ ଥିଲେ ଜଳେ

  13. Couplet 13

    ସ୍ୱଭାବେ ନଗ୍ନ ତାଙ୍କୁ ଦେଖିଧାଇଁଲେ ଲଜ୍ଜାକୁ ଉପେକ୍ଷି

  14. Couplet 14

    ଦେଖିବା ଅର୍ଥେ ଜଳତଟେମିଳିଲେ ମୁନିଙ୍କ ନିକଟେ

  15. Couplet 15

    ବ୍ୟାସଙ୍କୁ ତାଙ୍କ ପଛେ ଚାହିଁଜଳେ ପଶିଲେ ବେଗେ ଯାଇ

  16. Couplet 16

    ସ୍ୱଭାବେ ସେ ସୁର-ଯୁବତୀଜାଣନ୍ତି ସର୍ବପ୍ରାଣୀ ଗତି

  17. Couplet 17

    ଦେଖି କନ୍ୟାଙ୍କ ମୂଢ଼ଗତିଚଞ୍ଚଳ ବ୍ୟାସଙ୍କର ମତି

  18. Couplet 18

    ଏମନ୍ତେ କନ୍ୟାଗଣେ ଚାହିଁବ୍ୟାସ କହନ୍ତି ଖେଦ ବହି

  19. Couplet 19

    ପୁଣି କ୍ଷଣକେ ପାଇ ଶାନ୍ତିକନ୍ୟାଙ୍କୁ ଚାହିଁ ପଚାରନ୍ତି

  20. Couplet 20

    ଅଇଲ ମୋର ପୁତ୍ର ଚାହିଁକିମ୍ପା ପଶିଲ ଜଳେ ଯାଇ

  21. Couplet 21

    ଏ କିସ ତୁମ୍ଭର ବେଭାରସେ ଶୁକ ମୋହର କୁମର

  22. Couplet 22

    ତରୁଣ ବୟସ ତାହାରଏ ବୃଦ୍ଧ-ଶରୀର ମୋହର

  23. Couplet 23

    ବ୍ୟାସ-ବଚନେ ନାରୀଗଣେତକ୍ଷଣେ ନମିଲେ ଚରଣେ

  24. Couplet 24

    ବୋଲନ୍ତି ବ୍ୟାସ ମୁଖ ଚାହିଁସଂସାର ତାଙ୍କ ଦେହେ ନାହିଁ

  25. Couplet 25

    ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧବିଷୟରସେ ଅଛି ସଧ

  26. Couplet 26

    ଏ ଘେନି ହୋଇଲୁ ଅନ୍ତରଆମ୍ଭର ଦୋଷ କ୍ଷମାକର

  27. Couplet 27

    ଏମନ୍ତେ ଗଲେ ନାରୀଗଣେଶୁକ ରହିଲେ ସେହି ବନେ

  28. Couplet 28

    ସେ ଶୁକମୁନି କିସ କାର୍ଯ୍ୟେପ୍ରବେଶ କଲେ କୁରୁରାଜ୍ୟେ

  29. Couplet 29

    ଉନ୍ମତ୍ତ ଜଡ଼ରୂପ ବହିତାହାଙ୍କୁ କେହି ନ ଜାଣଇ

  30. Couplet 30

    କେମନ୍ତେ ପରୀକ୍ଷିତ ମେଳେମିଳିଲେ ଜାହ୍ନବୀର କୂଳେ

  31. Couplet 31

    ତହିଁ ଅନେକ ମୁନିମଧ୍ୟେଏ ଭାଗବତର ସମ୍ବାଦେ

  32. Couplet 32

    ପ୍ରଜାଙ୍କ ଦ୍ୱାରେ ସାୟଂକାଳେଯେ ନିତ୍ୟେ ଭିକ୍ଷାଅର୍ଥେ ମିଳେ

  33. Couplet 33

    ଗୋଦୋହ ମାତ୍ର ଦ୍ୱାରେ ରହିଗୃହୀଙ୍କି ତୀର୍ଥଫଳ ଦେଇ

  34. Couplet 34

    ସେ ମୁନି ପରୀକ୍ଷିତ ମେଳେମିଳିଲେ ପୂର୍ବ-ପୁଣ୍ୟ-ଫଳେ

  35. Couplet 35

    ସେ ପୁଣି ଭାଗବତ-ଶାସ୍ତ୍ରକହିଲେ ଏତ ଆଚମ୍ବିତ

  36. Couplet 36

    ସେ ଭାଗବତ ପରୀକ୍ଷିତସ୍ୱଭାବେ ଅଭିମନ୍ୟୁ-ସୁତ

  37. Couplet 37

    ତାହାଙ୍କ ଜନ୍ମ-କର୍ମ ଯେତେକହିବା ଆମ୍ଭର ଅଗ୍ରତେ

  38. Couplet 38

    ଅଦ୍ଭୁତ ପ୍ରାୟ ତାହା ଶୁଣିତରିବୁ ଭବ-ତରଙ୍ଗିଣୀ

  39. Couplet 39

    ସେ ସର୍ବ-ରାଜାଙ୍କର ସାରପାଣ୍ତବବଂଶେ କୀର୍ତ୍ତିଧର

  40. Couplet 40

    ଏଡ଼େ ସମ୍ପଦ କରି ଦୂରକିମ୍ପା ରହିଲେ ଗଙ୍ଗାତୀର

  41. Couplet 41

    ଶତ୍ରୁ ରାଜାଏ ଯାର ପାଦନମନ୍ତି ଦେଇଣ ସମ୍ପଦ

  42. Couplet 42

    ଯୁବାବୟସେ ନରପତିତେଜିଣ ଅଚଳ ବିଭୂତି

  43. Couplet 43

    ଯେହୁ ଶରୀର ଏ ସଂସାରେବହଇ ପର ଉପକାରେ

  44. Couplet 44

    ହରିଚରଣ ଚିନ୍ତି ଚିତ୍ତେଯେ ରାଜା ବର୍ତ୍ତେ ଜନହିତେ

  45. Couplet 45

    ସେ କିମ୍ପା ଛାଡ଼ିଲେ ଜୀବନଉପେକ୍ଷି ଗୃହ-ଦାରା-ଧନ

  46. Couplet 46

    କହ କାରଣ କିବା ଅର୍ଥେସଂଶୟ ଛାଡ଼ିବ ଯେମନ୍ତେ

  47. Couplet 47

    ତୁମ୍ଭେ ସର୍ବଜ୍ଞ ନିର୍ବିକାରକହ ସଂଶୟ ଯାଉ ଦୂର

  48. Couplet 48

    ଏମନ୍ତେ ଶୌନକ ବଚନେସକଳ ପ୍ରଶ୍ନ ଅନୁମାନେ

  49. Couplet 49

    କହନ୍ତି ସୂତ ମହାଋଷିମୁନିଙ୍କ ପ୍ରଶ୍ନ ପରଶଂସି

  50. Couplet 50

    ଶୁଣ ସକଳ ମୁନିଜନଶ୍ରୀକୃଷ୍ଣ ଚରିତ ବିଧାନ

  51. Couplet 51

    ତ୍ରେତୟା ଯୁଗ ଭୋଗ ଅନ୍ତେଦ୍ୱାପର ଯୁଗ ଉପଗତେ

  52. Couplet 52

    ବିଷ୍ଣୁର ଅଂଶେ ବ୍ୟାସମୁନିଜନ୍ମିଲେ ନରଦେହ ଘେନି

  53. Couplet 53

    ପରାଶରଙ୍କ ବୀର୍ଯ୍ୟେ ଜାତଯୋଜନଗନ୍ଧା ଗର୍ଭଗତ

  54. Couplet 54

    ସେ ଏକଦିନେ ପ୍ରାତଃକାଳେସ୍ନାହାନ ସାରି ଗଙ୍ଗାଜଳେ

  55. Couplet 55

    ଏକାନ୍ତେ ବଦରିକାଶ୍ରମେବସିଣ ନିଶ୍ଚଳ ଆସନେ

  56. Couplet 56

    ପର ଅପର ଜ୍ଞାନ ଜାଣେସକଳ-ଶାସ୍ତ୍ର ପରିମାଣେ

  57. Couplet 57

    ଯେ କାଳ ପୁରୁଷର ବଳେଯୁଗେ ଉଡ଼ନ୍ତି ଅନ୍ତରାଳେ

  58. Couplet 58

    ତାହାକୁ ନ ଦେଖନ୍ତି କେହିବ୍ରହ୍ମା ମଧ୍ୟେ ଦେହ ବହି

  59. Couplet 59

    ପ୍ରାଣୀଙ୍କ ବଳ ନିତ୍ୟେ ହରେଯୁଗ ସ୍ୱଭାବ ଅନୁସାରେ

  60. Couplet 60

    କଳି-ଆଗମେ ପ୍ରାଣିଙ୍କରଯେମନ୍ତ ହୋଇବ ବେଭାର

  61. Couplet 61

    ଶ୍ରଦ୍ଧା ଛାଡ଼ିବେ ଅତି ଦୂରେଦୁର୍ବଳ ହୋଇବେ ଶରୀରେ

  62. Couplet 62

    ବୁଦ୍ଧି ହୋଇବ ଲୋଭେ ଗ୍ରାସସ୍ୱଭାବେ ଅଳପ ଆୟୁଷ

  63. Couplet 63

    ଦୁର୍ଭଗା ହୋଇବେ ସକଳେଏହା ଜାଣିଲେ ଯୋଗବଳେ

  64. Couplet 64

    ବ୍ରାହ୍ମଣ ଆଦି ଚାରିବର୍ଣ୍ଣେକଳି ବଞ୍ଚିବେ ଯେଉଁ ଧମେ

  65. Couplet 65

    ବେଦ ଉଚିତ ଶୁଦ୍ଧକର୍ମଆଶ୍ରମେ ଭିନ୍ନ ଭିନ୍ନ ଧର୍ମ

  66. Couplet 66

    ଜୀବର ଶୁଦ୍ଧେ ଅର୍ଥ କରିଯେମନ୍ତେ ବିଷ୍ଣୁମାୟା ତରି

  67. Couplet 67

    ଧର୍ମ ସାଧିବେ ଯଜ୍ଞମତେଏମନ୍ତ ଭାଳି ମୁନି ଚିତ୍ତେ

  68. Couplet 68

    ବେଦକୁ କଲେ ଚାରିଖଣ୍ତମଧ୍ୟେ ଭିଆଇ କର୍ମକାଣ୍ତ

  69. Couplet 69

    ଋକ ଯଜୁ ସାମ ଅଥର୍ବଏ ରୂପେ କରି ଭିନ୍ନଭାବ

  70. Couplet 70

    ପଞ୍ଚମ ବେଦ ଇତିହାସବ୍ରହ୍ମ ପୁରାଣ ଅଷ୍ଟାଦଶ

  71. Couplet 71

    ପଇଲ ମୁନିଙ୍କି ଆଣିଲେପ୍ରଥମବେଦ ପଢ଼ାଇଲେ

  72. Couplet 72

    ଜଇମିନିଙ୍କି ଦେଲେ ସାମଯଜୁ ଯେ ବଇଶମ୍ପାୟନ

  73. Couplet 73

    ଅଙ୍ଗିରାମୁନି ଅଥର୍ବଣେମୋ ପିତା ରୋମହରଷଣେ

  74. Couplet 74

    ପୁରାଣ ଅଷ୍ଟାଦଶ ଦେଲେଏମନ୍ତେ କର୍ମ ସମ୍ପାଦିଲେ

  75. Couplet 75

    ସେ ଶିଷ୍ୟେ ବିଚାରି ନିଶ୍ଚଳେବେଦ-ବୃକ୍ଷକୁ ଯୋଗବଳେ

  76. Couplet 76

    ଅନେକ ଶାଖା ଭିଆଇଲେଶିଷ୍ୟେ ପ୍ରଶିଷ୍ୟେ ଶିଖାଇଲେ

  77. Couplet 77

    ଅଳପ ବୁଦ୍ଧି ନର ଯେତେବେଦ ଧରିବେ ଦୃଢ଼ଚିତ୍ତେ

  78. Couplet 78

    ତେଣୁ ଏ ବେଦ ଭାଗ କଲେଯେ ଯାହା ମତି ଅନୁସାରେ

  79. Couplet 79

    ସ୍ତ୍ରୀ-ଶୂଦ୍ରଜନ ଏ ଜଗତେଯୋଗ୍ୟ ନୁହନ୍ତି ବେଦପଥେ

  80. Couplet 80

    ତାହାଙ୍କ ନିସ୍ତାରଣ ଅର୍ଥେଉପାୟ ଚିନ୍ତି ଦୟାଚିତ୍ତେ

  81. Couplet 81

    ବୁଦ୍ଧି-ମନ୍ଥନେ ବେଦ ମନ୍ଥିଭାରତ ପଦବନ୍ଧେ ଗୁନ୍ଥି

  82. Couplet 82

    ବେଦୁ ଉଦ୍ଧାରି ସାରଅର୍ଥସୃଜିଲେ ପୁରାଣ ଭାରତ

  83. Couplet 83

    ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେକାନନେ ମିଳିଲେ ନିଶ୍ଚିନ୍ତେ

  84. Couplet 84

    କଲେ ହେଁ ସର୍ବଧର୍ମ ଯେତେତୋଷ ନୋହିଲେ ହୃଦ ଗତେ

  85. Couplet 85

    ଆଶ୍ରିତ ସରସ୍ୱତୀ କୂଳେମନ ନ ରହଇ ନିଶ୍ଚଳେ

  86. Couplet 86

    ଯୋଗେ ନ ପାରି ଚିତ୍ତ ଧରିଚଞ୍ଚଳେ ଏମନ୍ତ ବିଚାରି

  87. Couplet 87

    ଅତି କଠୋରେ ବେଦ ଘେନିଗୁରୁ ଅନଳେ ଚିତ୍ତ ମାନି

  88. Couplet 88

    ଯେବା ଭାରତ କଲି ସାରସ୍ତ୍ରୀ-ଶୂଦ୍ରଜନଙ୍କ ନିସ୍ତାର

  89. Couplet 89

    ତେବେ ନିର୍ମଳ ନୋହେ ମନଚିନ୍ତା ଅନଳେ ଛନ ଛନ

  90. Couplet 90

    ଏ ମନ ଧରିବି କେମନ୍ତେନିଶ୍ଚଳ କରି ଜ୍ଞାନ ପଥେ

  91. Couplet 91

    ଯେତେ ଚିନ୍ତିଲି ବେଦଧର୍ମବିଚାରେ ଏ ସେ ମାୟାଭ୍ରମ

  92. Couplet 92

    ଏ ମାୟା ତୁଟଇ ଯେମନ୍ତେଶ୍ରୀକୃଷ୍ଣ-ଭକ୍ତି-ଯୋଗ ପଥେ

  93. Couplet 93

    କହିବି ଭାଗବତ ଧର୍ମଯେଣେ ନ ଲାଗେ ମାୟାଭ୍ରମ

  94. Couplet 94

    ଏମନ୍ତ ହୃଦୟେ ବିଚାରିମନକୁ ନ ପାରନ୍ତି ଧରି

  95. Couplet 95

    ଏମନ୍ତ ସମୟେ ନାରଦଆସନ୍ତେ ଶୁଭେ ବୀଣାନାଦ

  96. Couplet 96

    ତକ୍ଷଣେ ସରସ୍ୱତୀ ତଟେମିଳିଲେ ବ୍ୟାସଙ୍କ ନିକଟେ

  97. Couplet 97

    ନାରଦ ଆଗମନ ଦେଖିତକ୍ଷଣେ ଆସନ ଉପେକ୍ଷି

  98. Couplet 98

    କେତେ ହେଁ ଦୂର ଆଗସରିନାରଦ କରେ କର ଧରି

  99. Couplet 99

    ବସାଇ ଉତ୍ତମ ଆସନେପୂଜିଲେ ଅତିଥି ବିଧାନେ

  100. Couplet 100

    ସେ ବ୍ୟାସ-ନାରଦଙ୍କ ପାଦେସୁଜନେ ପ୍ରଣମ ଆନନ୍ଦେ

  101. Couplet 101

    ଯାର ଚିନ୍ତନେ ପାପନାଶନମଇଁ ଜଗନ୍ନାଥ ଦାସ

Odia Bhagabata skandha 1 adhyaya 4 | Parbani by ParibhaAsha App