Skandha 1
Adhyaya 3
Couplet 1
ସୂତ କହନ୍ତି ଶୁଦ୍ଧ ଚିତ୍ତେହରଷେ ମୁନିଙ୍କ ଅଗ୍ରତେ
Couplet 2
ଶୁଣ ସକଳ ମୁନିଜନେହରିଚରିତ ସାବଧାନେ
Couplet 3
ସୃଷ୍ଟିର କାଳେ ସେ ମୁରାରିମହାପୁରୁଷ ରୂପ ଧରି
Couplet 4
ମହତ ଆଦି ଅଙ୍ଗେ ମିଶିବିରାଟ ରୂପେ ବ୍ରହ୍ମରାଶି
Couplet 5
କଳା ବହଇ ଷଡ଼ଦଶଅନାଦି-ପରମ-ପୁରୁଷ
Couplet 6
ବୁଦ୍ଧି ଚେତନା ଅହଙ୍କାରମନ ଅନ୍ତରୀକ୍ଷ ସମୀର
Couplet 7
ଅନଳ ଜଳ ବସୁମତୀବୁଦ୍ଧି ଇନ୍ଦ୍ରିୟ ଯାହା ଚିନ୍ତି
Couplet 8
ଜୀବ ପରମ ଏ ଷୋଡ଼ଶଏ ଆଦି ସୃଷ୍ଟି ଉପଦେଶ
Couplet 9
ସେ ସୃଷ୍ଟିସର୍ଗ ଇଚ୍ଛା କରିଜଳେ ଯୋଗନିଦ୍ରା ବିସ୍ତାରି
Couplet 10
ତା ନାଭିକମଳୁ କମଳପ୍ରକାଶି ଆଚ୍ଛାଦିଲା ଜଳ
Couplet 11
ବ୍ରହ୍ମା ହୋଇଲା ତହୁଁ ଜାତଯେ ପ୍ରଜାପତିଙ୍କର ନାଥ
Couplet 12
ତାର ଶରୀରୁ ସୃଷ୍ଟ ଲୋକବିସ୍ତାର ହୋଇଲା ଅନେକ
Couplet 13
ସେ ଶୁଦ୍ଧ ସତ୍ତ୍ୱ ବିଷ୍ଣୁ ରୂପଯାହା ଭିଆଣ ମାୟାକଳ୍ପ
Couplet 14
ଜ୍ଞାନଚକ୍ଷୁର ଦ୍ୱାରେ ଭରିଯେ ରୂପ ଦେଖେ ବ୍ରହ୍ମଚାରୀ
Couplet 15
ସହସ୍ର ପାଦ ଉରୁ ଭୁଜଶିର ବଦନ ନାସା ତେଜ
Couplet 16
ସହସ୍ର ଲୋଚନ ଶ୍ରବଣବସନ କୁଳ ଭୂଷଣ
Couplet 17
ମଣି କଙ୍କଣ ଝଟକନ୍ତିଦିଶଇ ଅତି ରୂପ କାନ୍ତି
Couplet 18
ଏ ସୃଷ୍ଟି ମଧ୍ୟେ ମାୟାଧରକରଇ ଯେତେ ଅବତାର
Couplet 19
ତାହାଙ୍କ ମୂଳବୀଜ ଏହିଜଗତେ ବ୍ରହ୍ମା ସେ ବୋଲାଇ
Couplet 20
ଯାହାର ଅଂଶାଅଂଶ ବଳେଗଗନ ପୃଥିବୀ ପାତାଳେ
Couplet 21
ଦେବ ମନୁଷ୍ୟ ପଶୁ ଆଦିନିଗମ ଗୋଚରେ ସମ୍ପାଦି
Couplet 22
ପ୍ରଥମେ କୁମାର ରୂପେ ସେସୃଷ୍ଟି ଉଦୟ ଉପଦେଶେ
Couplet 23
ଦୁସ୍ତର ବ୍ରହ୍ମଚର୍ଯ୍ୟବ୍ରତେତପ ସାଧିଲା ଦୃଢ଼ଚିତ୍ତେ
Couplet 24
ଦ୍ୱିତୀୟେ ସୃଷ୍ଟିର ଆଗମେସାଧିଲା ଯଜ୍ଞେଶ୍ୱର ନାମେ
Couplet 25
ପୂର୍ବ ପ୍ରଳୟକାଳ ବେଳେମହୀ ଯେ ଥିଲା ରସାତଳେ
Couplet 26
ତାର ଉଦ୍ଧାରେ ନରହରିତକ୍ଷଣେ କୋଳରୂପ ଧରି
Couplet 27
ଉଦ୍ଧରି ଜଳେ ବସାଇଲାବରାହକଳ୍ପ ବୋଲାଇଲା
Couplet 28
ତୃତୀୟେ ଋଷିସର୍ଗେ ହରିନାରଦ ମୁନି ରୂପ ଧରି
Couplet 29
କୃଷ୍ଣଭକତ ଜନହିତନିଷ୍କାମ ଶାସ୍ତ୍ର କଲେ ଉକ୍ତ
Couplet 30
ଚତୁର୍ଥେ ଜନ୍ମ ଧର୍ମକଳାଦେବ ଉଦ୍ଦେଶ୍ୟେ କର୍ମ କଲା
Couplet 31
ସେ ରୂପ ନର ନାରାୟଣସୃଜିଲେ ଧର୍ମ ଆଚରଣ
Couplet 32
ତପ ସାଧିଲେ ଦୃଢ଼ଚିତ୍ତେସୃଷ୍ଟିକଳ୍ପନା ଅଭିମତେ
Couplet 33
ପଞ୍ଚମେ ସିଦ୍ଧ ଅବତାରେଜନ୍ମିଲେ କର୍ଦ୍ଦମର ଘରେ
Couplet 34
ନାମେ ସେ କପିଳ ବୋଲାଇପିତାମାତାଙ୍କୁ ଜ୍ଞାନ କହି
Couplet 35
ଷଷ୍ଠେ ସେ ଅତ୍ରିପୁତ୍ର ହୋଇଅନସୂୟାଙ୍କ ମାତା ପାଇ
Couplet 36
ପ୍ରହ୍ଲାଦ ଆଦି ଦୈତ୍ୟଗଣେଜ୍ଞାନ କହିଲେ ଜଣେ ଜଣେ
Couplet 37
ସପ୍ତମସର୍ଗେ ନରହରିଆକୂତି ଗର୍ଭେ ଅବତରି
Couplet 38
ଅନେକ ଜ୍ଞାନଶାସ୍ତ୍ର କଲେସ୍ୱାୟମ୍ବୁ ମନ୍ୱନ୍ତ୍ର ପାଳିଲେ
Couplet 39
ଅଷ୍ଟମେ ନାଭିଗୃହେ ଜାତଋଷଭ ମେରୁଦେବୀ ସୁତ
Couplet 40
ଅତି କଠୋର ତପ କଲେଜ୍ଞାନୀଙ୍କି ପଥ ଦେଖାଇଲେ
Couplet 41
ନବମେ ପୃଥୁ ରୂପ ଧରିବଳେ ଦୁହିଁଲେ ବସୁନ୍ଧରୀ
Couplet 42
କ୍ଷୀରେ ଧରଣୀ କଲେ ସମନାମ ବହିଲେ ଉଶମ
Couplet 43
ଦଶମେ ମତ୍ସ୍ୟରୂପ ହୋଇନାବ ପ୍ରଳୟ ଜଳେ ବାହି
Couplet 44
ପ୍ରଳୟ ଜଳେ ବିହରିଲେରବିର ବଂଶକୁ ରଖିଲେ
Couplet 45
ଏକାଦଶରେ ଚକ୍ରଧରଯେ ରୂପେ ଜନ ଉପକାର
Couplet 46
ଇନ୍ଦ୍ରର ଅର୍ଥେ ଦେବାସୁରେକ୍ଷୀରସମୁଦ୍ର ମନ୍ଥିବାରେ
Couplet 47
କପଟେ କୂର୍ମ ରୂପ ହୋଇମନ୍ଦରଗିରି ପୃଷ୍ଠେ ବହି
Couplet 48
ଦ୍ୱାଦଶସର୍ଗେ ବିଶ୍ୱକଳ୍ପେଜନ୍ମିଲେ ଧନ୍ୱନ୍ତରୀ ରୂପେ
Couplet 49
ଅମୃତ କ୍ଷୀରାର୍ଣ୍ଣବୁ ଆଣିଦେବଙ୍କୁ ପିଆଇଲେ ପୁଣି
Couplet 50
ମୋହିନୀ ରୂପେ ତ୍ରୟୋଦଶେଶଙ୍କର ମୋହେ କାମବଶେ
Couplet 51
ଚତୁରଦଶେ ସିଂହବପୁବିଦାରେ ହିରଣ୍ୟକଶିପୁ
Couplet 52
ବାମନ ରୂପେ ଚତୁର୍ଦ୍ଦଶେବଳିକି ଛଳିଲେ ବିଶ୍ୱାସେ
Couplet 53
ଷୋଡ଼ଶ ଅବତାରେ ହରିପରଶୁରାମ ରୂପ ଧରି
Couplet 54
ପିତାବଧରେ ଅହଙ୍କାରେଧରଣୀ ଏକବିଂଶ ବାରେ
Couplet 55
ଭ୍ରମିଲେ ମହାକୋପାନଳେରାଜାଙ୍କୁ ଧରି ବାହୁବଳେ
Couplet 56
ଦୁଷ୍ଟକ୍ଷତ୍ରିୟ କାଟି ମୁଣ୍ତରୁଧିରେ ପୂର୍ଣ୍ଣକରି କୁଣ୍ତ
Couplet 57
ତର୍ପଣ କଲେ ପିତୃଗଣେତପେ ରହିଲେ ଘୋରବନେ
Couplet 58
ସପତଦଶେ ଦେବ କାର୍ଯ୍ୟେଜନ୍ମିଲେ ପରାଶର ବୀର୍ଯ୍ୟେ
Couplet 59
ନିଗମ ବୃକ୍ଷ ଥିଲା ଏକାବିଚାରି କଲେ ଶତେଶାଖା
Couplet 60
ପ୍ରାଣୀଙ୍କି ଦେଖି ଅଳ୍ପବୁଦ୍ଧିଯେ ଧର୍ମ ସଂସାରେ ପ୍ରସିଦ୍ଧି
Couplet 61
ସେ ପୁଣି ଦିବାକର-ବଂଶେଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ
Couplet 62
ଜଳଧି ବାନ୍ଧି ସୀତା ଛଳେଲଙ୍କା ଧ୍ୱଂସିଲେ ଭୁଜବଳେ
Couplet 63
ରାବଣ ମାରି ଦେବରାଜଭଲେ ସମ୍ପାଦି ଦେବ କାର୍ଯ୍ୟ
Couplet 64
ଊନବିଂଶତି ରୂପେ ହରିଯାଦବବଂଶେ ଅବତରି
Couplet 65
କୃଷ୍ଣ ସ୍ୱରୂପେ ରାମ ତୁଲେଅବନୀ ଭାରା ଉଶ୍ୱାସିଲେ
Couplet 66
କଳି ଆଗମେ ଭାବଗ୍ରାହୀପାଷା-ଜନ-ମନ ମୋହି
Couplet 67
ବୁଦ୍ଧ ସ୍ୱରୂପ ଅବତାରେଜନ୍ମିବେ କୀକଟ ନଗରେ
Couplet 68
ଜ୍ଞାନ ଉଦ୍ଦେଶ୍ୟେ ଭଗବାନମୋହିବେ ଅସୁରଙ୍କ ମନ
Couplet 69
ଏମନ୍ତେ ଜନ୍ମ ଏକବିଂଶସୁଜନ ହିତେ ହୃଷୀକେଶ
Couplet 70
ସେ ପୁଣି କଳିଯୁଗ ଅନ୍ତେରାଜାଙ୍କୁ ଦେଖିବେ ଜଗତେ
Couplet 71
ନିର୍ଦ୍ଦୟ-ହୃଦେ ପ୍ରଜାମାରିଧନ ଜୀବନ ନ୍ୟନ୍ତି ହରି
Couplet 72
ସେ କାଳେ ବିଷ୍ଣୁଯଶା ଘରେଜନ୍ମିବେ କଳ୍କି-ଅବତାରେ
Couplet 73
ମନହୁଁ ବେଗ ବଳବନ୍ତଅଶ୍ୱ ଆରୋହି ଜଗନ୍ନାଥ
Couplet 74
ସୁନନ୍ଦ-ଖଡ୍ଗ କରେ ଧରିଦୁଷ୍ଟରାଜାଙ୍କୁ ବେଗେ ମାରି
Couplet 75
ଅଳପ ରାଜା-ଜନ-ଦେଶଦୟାରେ କରିଣ ଆଶ୍ୱାସ
Couplet 76
ସେ ସତ୍ୟନିଧି ମାୟାଧରଅଶେଷ କରେ ଅବତାର
Couplet 77
ଯଥା ଜୀମୂତ ବୃଷ୍ଟି ଜଳେସହସ୍ର ନଦୀ ମହୀତଳେ
Couplet 78
ଋଷି ଦେବତା ମନୁରାଜାଯେ ମନୁ ପୁତ୍ରେ ମହାତେଜା
Couplet 79
ଏ ଆଦି ଯେତେ ପ୍ରଜାପତିକୃଷ୍ଣର ଅଂଶେ ଜାତ ହୋନ୍ତି
Couplet 80
କେ ଅଂଶ କେବା କଳା ହୋଇବିଭୂତି ଗୁଣେ କେ ଜନ୍ମଇ
Couplet 81
ସକଳ ଅବତାର ସାରକି ଅବା ଦେବା ପଟାନ୍ତର
Couplet 82
ନୀଳ ଜୀମୂତ ଚକ୍ରଧରସ୍ୱୟଂ ଶ୍ରୀକୃଷ୍ଣ ଅବତାର
Couplet 83
ଏମନ୍ତେ ନାନାରୂପ ଧରିସଂସାରେ ରମେ ନରହରି
Couplet 84
ଦୁଷ୍ଟର ତେଜ ତେଜେ ହରିସଂସାରେ ଖେଳଇ ମୁରାରି
Couplet 85
କୃଷ୍ଣର ଜନ୍ମ-କର୍ମ ବାଣୀଯେ ଏହା କର୍ଣ୍ଣପଥେ ଶୁଣି
Couplet 86
ରାତ୍ର ଦିବସ ମଧ୍ୟେ ଯେବେକାଳ ବଞ୍ଚଇ କୃଷ୍ଣଭାବେ
Couplet 87
ସେ ଦୁଃଖ-ସଙ୍କଟୁ ତରନ୍ତିଜନ୍ମ ମରଣେ ନାହିଁ ଭ୍ରାନ୍ତି
Couplet 88
ଏମନ୍ତେ ନାନାରୂପ ଯେତେବିଷ୍ଣୁ ଧରନ୍ତି ଏ ଜଗତେ
Couplet 89
ସ୍ୱଭାବେ ରୂପ ଯାର ନାହିଁନିର୍ଲେପ ନିରଞ୍ଜନ ସେହି
Couplet 90
ମାୟାର ଗୁଣେ ବିରଚିତମହତ ଆଦିରୁ ସମ୍ଭୂତ
Couplet 91
ଯେମନ୍ତେ ମେଘ ଶୂନ୍ୟେ ଥାନ୍ତିପବନ ବଳେ ସେ ଉଡ଼ନ୍ତି
Couplet 92
ପାର୍ଥିବ ରେଣୁଏ ଯେମନ୍ତେଉଡ଼ନ୍ତି ପବନ ବିଘାତେ
Couplet 93
ଆକାଶ ଧୂସର ଦିଶଇନାନା ବର୍ଣ୍ଣରେ ଆଭାସଇ
Couplet 94
ତାହାକୁ ଦୃଷ୍ଟିଭେଦେ ଦେଖିଯେ ସତ୍ୟ ପ୍ରାୟେ ଉପଲକ୍ଷି
Couplet 95
ସେ ରୂପେ ଆତ୍ମାରେ ଶରୀରକଳ୍ପନା କରନ୍ତି ଯେ ନର
Couplet 96
ତାହାଙ୍କୁ ବୋଲି ଜ୍ଞାନହୀନଏବେ ହୋ ମୁନିଗଣେ ଶୁଣ
Couplet 97
ସ୍ୱଭାବେ ଦୃଶ୍ୟବସ୍ତୁ ନୋହେଗୁଣ ଆବୋରି ଦେହ ବହେ
Couplet 98
ଏଣୁ ସେ ଜୀବ ରୂପ ବହିଜନ୍ମ-ମରଣ ପଥେ ଥାଇ
Couplet 99
ସମ ଅସମ ରୂପ ଯେତେସମ୍ଭବେ ବିଷ୍ଣୁ-ମାୟା-ଗ୍ରସ୍ତେ
Couplet 100
ଆତ୍ମାରେ କଳ୍ପିତ ଈଶ୍ୱରଏ ତତ୍ତ୍ୱେ ବ୍ରହ୍ମର ବିଚାର
Couplet 101
ମାୟା ମିଶ୍ରିତ ମତି ଯେବେନିରସ୍ତ ହୋଇ ଜ୍ଞାନ ଭାବେ
Couplet 102
ତେବେ ଆତ୍ମାରେ ଆତ୍ମା ଦେଖିନିର୍ମଳ ମହିମା ନିରେଖି
Couplet 103
ଏ ମାୟା ଈଶ୍ୱରୁ ପ୍ରକାଶଯେବେ ସେ ହୁଅଇ ବିନାଶ
Couplet 104
ପରମାନନ୍ଦ ରୂପେ ଚିତ୍ତତେବେ ସେ ହୁଅଇ ଭାବିତ
Couplet 105
ତହୁଁ ସମ୍ପନ୍ନ ବ୍ରହ୍ମଜ୍ଞାନଜାଣଇ ତତ୍ତ୍ୱ ଜ୍ଞାନୀଜନ
Couplet 106
ଏମନ୍ତେ ଜନ୍ମକର୍ମ ଯେତେବିଚାର କରି ବେଦପଥେ
Couplet 107
ବୋଲନ୍ତି ଯେତେ ମୁନିଜନେଏ ତ ନ ଘଟେ ଅନୁମାନେ
Couplet 108
ସ୍ୱଭାବେ ଯାର ଜନ୍ମ ନାହିଁବିଚାର କରିବ ତା କେହି
Couplet 109
ଅମୋଘ-ଲୀଳା ନରହରିଆତ୍ମାରେ ବିଶ୍ୱମାୟା କରି
Couplet 110
ବ୍ରହ୍ମା ସୃଜଇ ପାଳଇଅନ୍ତେ ଆପଣେ ସଂହାରଇ
Couplet 111
ପ୍ରାଣୀଙ୍କ ମଧ୍ୟେ ଆତ୍ମତନ୍ତ୍ରେଷଡ଼୍ ବର୍ଗେ ଭୋଗ କରେ ନିତ୍ୟେ
Couplet 112
ଏଣୁ ଈଶ୍ୱର ସେ ବୋଲାଇକିବା ଉପମା ଦେବି ମୁହିଁ
Couplet 113
ଈଶ୍ୱର-ଲୀଳା-କର୍ମ ଯେତେକେ ଜାଣି ପାରେ ତର୍କମତେ
Couplet 114
ଏହାର ଅଛି ଯେତେ ନାମସ୍ୱଭାବେ ଯେତେ ଗୁଣଗ୍ରାମ
Couplet 115
ଅଜ୍ଞାନେ କେ ଜାଣିବ ତାହାଦୁରଧିଗମ୍ୟ ବିଷ୍ଣୁ ମାୟା
Couplet 116
ନଟ ଯେସନେ ମାୟା କରିମୋହଇ କୁହୁକ ବିସ୍ତାରି
Couplet 117
ସେ ଚକ୍ର ପାଣିର ଚରିତକେ ଜାଣି ପାରେ ତ୍ରିଜଗତ
Couplet 118
ଏ କାଳଚକ୍ର ଯାର ହସ୍ତେକେ ଯାଇ ପାରେ ତାର ପଥେ
Couplet 119
ସେ ହରି ପାଦପଦ୍ମଗନ୍ଧଯେ ନିତ୍ୟେ ପିବେ ମକରନ୍ଦ
Couplet 120
ଧନ୍ୟ ଜୀବନ ତାହାଙ୍କରଯେ ହରିଚରଣେ କିଙ୍କର
Couplet 121
ସର୍ବ ଆତ୍ମାକୁ ଆତ୍ମଭାବେଭଜନ୍ତି ନିତ୍ୟେ ବାସୁଦେବେ
Couplet 122
ଏମନ୍ତ ଭାବେ ଯେ ଭଜଇଏ ମାୟା ତାକୁ ନ ଲାଗଇ
Couplet 123
ଏ ଯେ ପୁରାଣ ଭାଗବତନିର୍ମଳପଦ ବ୍ରହ୍ମତତ୍ତ୍ୱ
Couplet 124
କୃଷ୍ଣଚରିତ ପରଶଂସିପ୍ରକାଶ କଲେ ବ୍ରହ୍ମଋଷି
Couplet 125
ଜୀବର ମୋକ୍ଷଫଳ ଅର୍ଥେଧନ୍ୟ ମଙ୍ଗଳ ଏ ଜଗତେ
Couplet 126
ସର୍ବ-ନିଗମ ଇତିହାସେସାର ଉଦ୍ଧାରି ମନତୋଷେ
Couplet 127
ଆତ୍ମଜ୍ଞାନୀଙ୍କ ମଧ୍ୟେ ବରଯେ ଶୁକରୂପେ ଅବତାର
Couplet 128
ତାହାଙ୍କୁ ଭାଗବତ ଦୀକ୍ଷାଦେଇ କହିଲେ ଆତ୍ମଶିକ୍ଷା
Couplet 129
ସେ ପୁଣି ପରୀକ୍ଷିତ ଆଗେକହିଲେ ଆତ୍ମ-ଅନୁରାଗେ
Couplet 130
ବ୍ରାହ୍ମଣ ଶାପେ ସେ ବିକଳେନିବାସ କରି ଗଙ୍ଗାକୂଳେ
Couplet 131
ପରମ-ଋଷି ମେଳେ ଥାଇକୃଷ୍ଣଚରଣେ ମନ ଦେଇ
Couplet 132
ଏ ଭାଗବତ-ରସ ଶୁଣିତରିଲା ଭବ-ତରଙ୍ଗିଣୀ
Couplet 133
ଶ୍ରୀକୃଷ୍ଣ ଗଲେ ନିଜଧାମସଙ୍ଗତେ ଘେନି ଜ୍ଞାନ ଧର୍ମ
Couplet 134
ଏ କଳିଯୁଗେ ଯେତେ ନରେପଡ଼ିବେ ମାୟା ଅନ୍ଧକାରେ
Couplet 135
ତାହାଙ୍କୁ ତପନ ଉଦିତହୋଇବ ଭାବେ ଭାଗବତ
Couplet 136
ରାଜା ସଙ୍ଗତେ ଗଙ୍ଗାତଟେଅନେକ ଋଷିଙ୍କ ନିକଟେ
Couplet 137
ଏ ଭାଗବତ ତତ୍ତ୍ୱବାଣୀଶୁକମୁନିଙ୍କ ମୁଖୁ ଶୁଣି
Couplet 138
ଜାଣିଲି ଶୁକ ଅନୁରାଗେଏବେ କହିବା ତୁମ୍ଭ ଆଗେ
Couplet 139
ଏ ଭାବେ ଚିନ୍ତି ନରହରିଘୋର ସଂସାରୁ ଯିବା ତରି
Couplet 140
ବୋଲଇ ଦାସ ଜଗନ୍ନାଥସୁଜନ-ହିତେ ଭାଗବତ