Skip to content
paribhaasha

Skandha 1

Adhyaya 2

  1. Couplet 1

    ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣିହରଷମନେ ମନେ ଗୁଣି

  2. Couplet 2

    ଗୁରୁଙ୍କୁ ମନେ ମନେ ଧ୍ୟାୟିପରମ-ପ୍ରୀତି-ବାକ୍ୟେ ଗାଇ

  3. Couplet 3

    ଜୀବର ହିତେ କୃତକୃତ୍ୟହସି କହନ୍ତି ମୁନି ସୂତ

  4. Couplet 4

    ଯେ ଶୁକ ଏକାନ୍ତ ଗମନକରିଣ ଦେହ କଲେ ଶୂନ୍ୟ

  5. Couplet 5

    ପୁତ୍ରର ସ୍ନେହ ମନେ ଧରିବ୍ୟାସ ଡାକନ୍ତି ଉଚ୍ଚକରି

  6. Couplet 6

    ପିତାର ସ୍ନେହ ରକ୍ଷା ଅର୍ଥେଉତ୍ତର ଦେଲେ ବୃକ୍ଷ ପଥେ

  7. Couplet 7

    ତାହାଙ୍କୁ ମୋର ନମସ୍କାରଯେ ହୃଦ ସର୍ବ ପ୍ରାଣୀଙ୍କର

  8. Couplet 8

    ଜୀବର ପରିତ୍ରାଣ ଅର୍ଥେକରୁଣା ବହି ଯେହୁ ଚିତ୍ତେ

  9. Couplet 9

    ଅଖିଳ-ବେଦର ଯେ ସାରଯେ ଅନୁଭବ ଆପଣାର

  10. Couplet 10

    କହିଲେ ପୁରାଣର ସାରତାହାଙ୍କୁ ମୋର ନମସ୍କାର

  11. Couplet 11

    ବାଣୀ ନର ଯେ ନାରାୟଣଯେ ଗ୍ରନ୍ଥ ସଂସାର-ତାରଣ

  12. Couplet 12

    ଉଦିତ କଲେ ଏ ସଂସାରେନମଇଁ ତାହାଙ୍କ ପୟରେ

  13. Couplet 13

    ଏମନ୍ତେ ନମସ୍କାର କରିକହନ୍ତି ମନେ ମୋଦ ଭରି

  14. Couplet 14

    ଶୁଣ ସକଳ ମୁନିଜନସାଧୁ ଏ ତୁମ୍ଭର ବଚନ

  15. Couplet 15

    ପରମ-ମଙ୍ଗଳ ଏ ବାଣୀଜୀବ ନିସ୍ତରେ ଯାହା ଶୁଣି

  16. Couplet 16

    ପରମଧର୍ମ ଏ ଜଗତେକୃଷ୍ଣ ଭକତି ଯେଉଁ ମତେ

  17. Couplet 17

    ଫଳର ଆଶା ଯହିଁ ନାହିଁବିଘ୍ନ ପଶିବ ଅବା କାହିଁ

  18. Couplet 18

    ଯେ ଭକ୍ତିବଳେ ଏ ସଂସାରନୁହଇ ପୁଣ ଏ ଜୀବର

  19. Couplet 19

    ଭକତି କଲେ ଜ୍ଞାନ ହୋଏଜୀବ ନ ପଡ଼େ ମାୟାମୋହେ

  20. Couplet 20

    କୃଷ୍ଣଚରିତ ଶୁଣି ଯେବେଭକ୍ତି ନ ଜନ୍ମେ ମୂଢ଼ଭାବେ

  21. Couplet 21

    କେବଳ ଶ୍ରମ ତାହାଙ୍କରକାହୁଁ ତରିବେ ତମଘୋର

  22. Couplet 22

    ଅର୍ଥସଞ୍ଚନ୍ତି ଯେତେ ନରକେବଳ ଦୁଃଖ ତାହାଙ୍କର

  23. Couplet 23

    ଅର୍ଥେ ନ ପାଇ ଧର୍ମ ମୋକ୍ଷସେ କାମ ଲୋଭଟି ପ୍ରତ୍ୟକ୍ଷ

  24. Couplet 24

    ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେଲୋଭେ ଭ୍ରମର କାମ ଅର୍ଥେ

  25. Couplet 25

    ଯାବତ ଜୀବନ ଧରଇକାମ ଲୋଭରେ ସୁଖ କାହିଁ

  26. Couplet 26

    ଜୀବର ତତ୍ତ୍ୱ ଜାଣିବାରେକେ ଜ୍ଞାନୀ ଅଛି ଏ ସଂସାରେ

  27. Couplet 27

    ତତ୍ତ୍ୱ ବିଚାରି ଜ୍ଞାନୀ ଯେତେଜ୍ଞାନ କହନ୍ତି ଏ ଜଗତେ

  28. Couplet 28

    କେହୁ କହନ୍ତି ବ୍ରହ୍ମତତ୍ତ୍ୱକେ ଅବା ବୋଲେ ପରମାର୍ଥ

  29. Couplet 29

    କେହୁ ବୋଲନ୍ତି ଭଗବାନନିର୍ମଳରସ ଗୋପ୍ୟ-ଜ୍ଞାନ

  30. Couplet 30

    ସେବୋଲେ ଶ୍ରଦ୍ଧା ଯେ କରନ୍ତିଜ୍ଞାନବୈରାଗ୍ୟ ଆଚରନ୍ତି

  31. Couplet 31

    କରନ୍ତି ବିଷ୍ଣୁରେ ଭକତିଆତ୍ମାରେ ଆତ୍ମାକୁ ଦେଖନ୍ତି

  32. Couplet 32

    ହରି ଚରଣେ ଭକ୍ତିଜାତଅଜ୍ଞାନେ ନ ଜାଣେ ଜଗତ

  33. Couplet 33

    ଏଣୁ ଏ ଅଖିଳ ଜଗତେଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ

  34. Couplet 34

    ସ୍ୱଭାବ ଧର୍ମ ଆଚରଣେଭକ୍ତି ଉପୁଜେ ନାରାୟଣେ

  35. Couplet 35

    ତେଣୁ ସନ୍ତୋଷ କୃଷ୍ଣ ହୋଇପ୍ରାଣୀଙ୍କି ଚଉବର୍ଗ ଦେଇ

  36. Couplet 36

    ଏ ଘେନି ହୋଇ ଏକମନଭାବେ ତୋଷିବ ଭଗବାନ

  37. Couplet 37

    ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେନିତ୍ୟେ ଶୁଣିବ କର୍ଣ୍ଣପଥେ

  38. Couplet 38

    ନିର୍ମଳ କରି ଦୃଢ଼ମନନିରତେ କରିବ କୀର୍ତ୍ତନ

  39. Couplet 39

    ଧ୍ୟାନେ ଚିନ୍ତିବ କୃଷ୍ଣରୂପେପୂଜା କରିବ ସୂକ୍ଷ୍ମକଳ୍ପେ

  40. Couplet 40

    ଏ ଭାବେ ଭକ୍ତିଯୋଗ ବଢ଼େକର୍ମ-ବନ୍ଧନ-ଗ୍ରନ୍ଥି ଛିଡ଼େ

  41. Couplet 41

    ଏଣୁ ଜଗତେ ଜ୍ଞାନୀ ଯେତେକୃଷ୍ଣ ନ ଭଜିବେ କେମନ୍ତେ

  42. Couplet 42

    କୃଷ୍ଣକଥାରେ ରତି ଯାରସେ ପ୍ରାଣୀ ଭବ ମଧ୍ୟେ ସାର

  43. Couplet 43

    ହରିଚରଣେ ଯାର ଶ୍ରଦ୍ଧାତାକୁ ନ ଲାଗେ ଭବବାଧା

  44. Couplet 44

    ସେପୁଣ୍ୟେ ସାଧୁସଙ୍ଗ ମିଳେପୁଣ୍ୟତୀର୍ଥକୁ ଆଶ୍ରେ କଲେ

  45. Couplet 45

    ଭକତ ସେଙ୍ଗ ଯେବେ ମିଶେତେବେ ସେ ହରିରସେ ରସେ

  46. Couplet 46

    କୃଷ୍ଣର କଥା ଯେ ଶୁଣନ୍ତିବଦନେ ମହିମା ଗୁଣନ୍ତି

  47. Couplet 47

    ତାହାଙ୍କ ହୃଦେ ହରି ବସେସକଳ କଳ୍ମଷ ବିନାଶେ

  48. Couplet 48

    ସେ ପୁଣ୍ୟ-ଶ୍ରବଣ-କୀର୍ତ୍ତନବେଦେ କହନ୍ତି ମୁନିଜନ

  49. Couplet 49

    ସାଧୁଜନଙ୍କ ମିତ୍ର ହରିଏଣୁ ଭକତକୁ ଆବୋରି

  50. Couplet 50

    ହେଳେ ତାରଇ ଭବସିନ୍ଧୁଯେଣୁ ଭକତଜନବନ୍ଧୁ

  51. Couplet 51

    ଭକତଜନ ସେବା ଫଳେଦହନ ହୋନ୍ତି ଅମଙ୍ଗଳେ

  52. Couplet 52

    ତେଣୁ ସେ ଗୋବିନ୍ଦ ବିଷୟେଭକ୍ତି ଉପୁଜେ ନରଦେହେ

  53. Couplet 53

    ସ୍ୱଭାବେ ରଜ ତମ ଦୁଇକାମାଦି ଯେତେ ରିପୁ ଥାଇ

  54. Couplet 54

    ଚିତ୍ତୁ ବାହାର ହୋଇଯାନ୍ତିସାତ୍ତ୍ୱିକଗୁଣ ଆବୋରନ୍ତି

  55. Couplet 55

    ଏହି ପ୍ରକାରେ ଯେବେ ମନହୋଇବ ନିର୍ମଳ ପ୍ରସନ୍ନ

  56. Couplet 56

    ତେବେ ସେ ଭକ୍ତିଯୋଗ ବଳେକୃଷ୍ଣଭକତ ସଙ୍ଗମେଳେ

  57. Couplet 57

    ନିର୍ମଳ ଜ୍ଞାନ ପ୍ରକାଶଇଜନ୍ମ ମରଣ ଆଉ କାହିଁ

  58. Couplet 58

    ଅଶେଷ-କର୍ମ-ଗଣ୍ଠି-ଛନ୍ଦଏଣେ ଛିଡ଼ଇ ସର୍ବଦ୍ୱନ୍ଦ୍ୱ

  59. Couplet 59

    ସର୍ବ ସଂଶୟ ତୁଲେ କର୍ମତୁଟଇ ବିଶ୍ୱମାୟାଭ୍ରମ

  60. Couplet 60

    ଆତ୍ମାରେ ଆତ୍ମାକୁ ଦେଖନ୍ତିଜନ୍ମ ମରଣେ ନାହିଁ ଭ୍ରାନ୍ତି

  61. Couplet 61

    ଏଣୁ ପଣ୍ତିତଜନ ଯେତେଆନନ୍ଦେ ଭକ୍ତିଯୋଗ ମତେ

  62. Couplet 62

    ହରି ବିଷୟ ଦୃଢ଼ଚିତ୍ତେନିତ୍ୟେ ଭଜନ୍ତି ଆତ୍ମା ହିତେ

  63. Couplet 63

    ବିଷ୍ଣୁର ମାୟାରୁ ସମ୍ଭୂତଆଦି ପ୍ରକୃତି ଜନମାତ

  64. Couplet 64

    ଯେ ସତ୍ତ୍ୱ-ରଜ-ତମ ଗୁଣସୃଷ୍ଟି ପାଳନ ସଂହାରଣ

  65. Couplet 65

    ଅନାଦି-ପରମ-ପୁରୁଷଏ ତିନିଗୁଣେ ସେ ପ୍ରକାଶ

  66. Couplet 66

    ସୃଷ୍ଟି ଉଦୟେ ବ୍ରହ୍ମା ହୋଇପାଳନେ ବିଷ୍ଣୁ ସେ ବୋଲାଇ

  67. Couplet 67

    ସଂହାର କାଳେ ରୁଦ୍ର ରୂପେସୁଖେ ବିହରେ ମୋହକଳ୍ପେ

  68. Couplet 68

    ସେ ଶୁଦ୍ଧସତ୍ତ୍ୱ ବିଷ୍ଣୁଦେହେଜନ୍ତୁଙ୍କ ଶ୍ରେୟ ଗୁଣ ବହେ

  69. Couplet 69

    କାଷ୍ଠ ସଂଯୋଗେ ଧୂମ ଜାତଧୂମରୁ ଅନଳ ସମ୍ଭୂତ

  70. Couplet 70

    ତୃତୀୟ ଅଙ୍ଗାର ପ୍ରମାଣତାମସ ରଜ ସତ୍ତ୍ୱ ଗୁଣ

  71. Couplet 71

    ଏ ଭାବେ ବ୍ରହ୍ମ ପରିମାଣିଭବସାଗର ତରେ ପ୍ରାଣୀ

  72. Couplet 72

    ନିର୍ମଳଚେତା ମୁନି ଯେତେବିଚାର କରି ଆତ୍ମାହିତେ

  73. Couplet 73

    ବିଷ୍ଣୁଙ୍କୁ ସତ୍ତ୍ୱଗୁଣେ ଜାଣିଭଜିଲେ ମୋକ୍ଷ ପରିମାଣି

  74. Couplet 74

    ତାମସ ରଜଗୁଣେ ଯେତେଯେ ଭୂତପତି ଏ ଜଗତେ

  75. Couplet 75

    ସ୍ୱଭାବେ ଘୋର ଭୟଙ୍କରଏଣୁ ନ ଭଜେ ସାଧୁନର

  76. Couplet 76

    ଅହିଂସା ଶାନ୍ତିଗୁଣେ ଥାନ୍ତିହରି ଚରିତ ଚିତ୍ତେ ଚିନ୍ତି

  77. Couplet 77

    ଧନ ସମ୍ପଦେ ଯାର ଇଚ୍ଛାସେ କରେ ଭୂତପ୍ରେତ ଦୀକ୍ଷା

  78. Couplet 78

    ସଂସାରେ ଦେବଯଜ୍ଞ ଯେତେଯୋଗସାଧନ କ୍ରିୟାମତେ

  79. Couplet 79

    ପରମଜ୍ଞାନ ତପ ଆଦିକଠୋର ଯେତେ ଧର୍ମ ସାଧି

  80. Couplet 80

    ଏ ସର୍ବଗତି ନାରାୟଣଏବେ ହୋ ମୁନିଗଣେ ଶୁଣ

  81. Couplet 81

    ଏ ସର୍ବବିଧି ଧର୍ମ ଯେତେକରିବ ବିଷ୍ଣୁ ପ୍ରୀତି ଅର୍ଥେ

  82. Couplet 82

    ଏ ତିନିଗୁଣେ ନାରାୟଣସୃଷ୍ଟି ପାଳନ ସଂହାରଣ

  83. Couplet 83

    ଏମନ୍ତେ ବିଶ୍ୱରୂପ ଧରେମାୟାସଂସାରେ ସେ ବିହରେ

  84. Couplet 84

    ସ୍ୱଭାବେ ନିର୍ଗୁଣ ମୁରାରିଖେଳଇ ତ୍ରିଗୁଣ ଆବୋରି

  85. Couplet 85

    ସକଳ ଜୀବ ମଧ୍ୟେ ଥାଇଅଜ୍ଞାନେ ଜୀବ ନ ଜାଣଇ

  86. Couplet 86

    ଅଶେଷ ମହିମା ଯେ ଧରେକିବା ଉପମା ଦେବା ତାରେ

  87. Couplet 87

    ସେ ହରି-ଚରଣ-ପଙ୍କଜସୁଜନଜନ ନିତ୍ୟେ ଭଜ

  88. Couplet 88

    କହଇ ଦାସ ଜଗନ୍ନାଥଗୀତ-ପ୍ରବନ୍ଧେ ଭାଗବତ

Odia Bhagabata skandha 1 adhyaya 2 | Parbani by ParibhaAsha App