Skandha 1
Adhyaya 10
Couplet 1
ଭୋ ସୂତ କହ କୃଷ୍ଣବାଣୀସଂସାରୁ ତରି ଯାହା ଶୁଣି
Couplet 2
ପଣ୍ତୁରାଜାର ଅନ୍ତଃକାଳେଦୁଷ୍ଟେ ଯେ ରାଜ୍ୟ ନେଲେ ବଳେ
Couplet 3
ଗୋବିନ୍ଦ ପାଦେ ଆଶ୍ରେ କରିସେ ଆତତାୟୀ ଜନେ ମାରି
Couplet 4
ପଞ୍ଚଭ୍ରାତାଏ ଏକମେଳେପ୍ରଜାଙ୍କୁ ପାଳି ରାଜ୍ୟ କଲେ
Couplet 5
ତେବେ କି କଲେ ପଣ୍ତୁସୁତେସ୍ୱଭାବେ କୃଷ୍ଣ ସଙ୍ଗତେ
Couplet 6
ପାଣ୍ତବବଂଶ ରକ୍ଷା କରିକୁରୁବଂଶକୁ ନରହରି
Couplet 7
କ୍ରୋଧ ଅନଳେ ଭସ୍ମ କଲେଦାବାଗ୍ନି ଯେହ୍ନେ ବନସ୍ଥଳେ
Couplet 8
ପାଣ୍ତବେ ନିଜ ରାଜ୍ୟ ମଧ୍ୟେକୃଷ୍ଣ ସ୍ଥାପିଲେ ରାଜପଦେ
Couplet 9
ଭୀଷ୍ମଙ୍କ ତହୁଁ ଧର୍ମବାଣୀଯେବା କହିଲେ ଚକ୍ରପାଣି
Couplet 10
ସେ ବାକ୍ୟେ ଶୋକମୋହ ଛାଡ଼ିପ୍ରଜାପାଳନେ ଚିତ୍ତ ବଢ଼ି
Couplet 11
ଆନନ୍ଦମନେ ଧର୍ମବଳାପ୍ରଜାପାଳନେ ମନ ଦେଲା
Couplet 12
କୃଷ୍ଣର ତେଜେ ରାଜାଗଣେସେବନ୍ତି ଯୁଧିଷ୍ଠି ଚରଣେ
Couplet 13
ସମୁଦ୍ର ଅନ୍ତଃ ଯାଏ ମହୀଧର୍ମନନ୍ଦନ ଆଜ୍ଞାବହି
Couplet 14
ପ୍ରଜା ବଚନେ ମେଘମାଳଭୂମିରେ ବରଷନ୍ତି ଜଳ
Couplet 15
କାମଧେନୁର ପ୍ରାୟେ ମହୀପ୍ରଜା କଳ୍ପିତେ ଶସ୍ୟ ଦେଇ
Couplet 16
ଗୋପାଳ ଗୋଷ୍ଠ ମଧ୍ୟେ ଥାଇଅନେକ କ୍ଷୀର ଦ୍ୟନ୍ତି ଗାଈ
Couplet 17
ନଦୀ ବହନ୍ତି ପୂରି ଜଳେସମୁଦ୍ର ରହିଲା ନିଶ୍ଚଳେ
Couplet 18
ପର୍ବତେ ନିଜ ସ୍ଥାନେ ସ୍ଥିରଆବୃତ ଲତା ବନ ଘୋର
Couplet 19
ସର୍ବଔଷଧି ଫଳ ଯେତେଫଳନ୍ତି ପ୍ରଜାଙ୍କ ଆୟତ୍ତେ
Couplet 20
ପ୍ରଜାଙ୍କୁ ଆଧି-ବ୍ୟାଧି-କ୍ଳେଶନ ଲାଗେ ତାପ-ତ୍ରୟ-ତ୍ରାସ
Couplet 21
ଧର୍ମନନ୍ଦନ ରାଜ୍ୟେ ଯେତେପ୍ରଜାଏ ବଞ୍ଚନ୍ତି ନିଶ୍ଚିନ୍ତେ
Couplet 22
ବନ୍ଧୁଙ୍କ ଶୋକ ଶାନ୍ତ କରିସୁଭଦ୍ରା ପ୍ରିୟକାମେ ହରି
Couplet 23
ହସ୍ତିନାପୁରେ ହୃଷୀକେଶଭାବେ ବଞ୍ଚିଲେ କେତେ ମାସ
Couplet 24
ଦ୍ୱାରକା ଗମନେ ଉଦ୍ଯୋଗୀଯୁଧିଷ୍ଠିରଙ୍କୁ ଆଜ୍ଞା ମାଗି
Couplet 25
ଜଣ ଜଣକେ କରି କୋଳସୁହୃଦ-ପ୍ରେମ-ବାକ୍ୟେ ଭୋଳ
Couplet 26
ରଥେ ବସିଲେ ବନମାଳୀତୁଲେ ସକଳ ବନ୍ଧୁ ମିଳି
Couplet 27
କୃଷ୍ଣା ସୁଭଦ୍ରା କୁନ୍ତୀସୁତେରାଜାଏ ଆସିଥିଲେ ଯେତେ
Couplet 28
ଗାନ୍ଧାରୀ ଧୃତରାଷ୍ଟ୍ର ମେଳେଯୁଯୁସୁ ଗଉତମ ତୁଲେ
Couplet 29
ଧୌମ୍ୟ ସଙ୍ଗତେ ଭୀମ ଗଲାଉତ୍ତରା ନାରୀ ସଙ୍ଗେ ଥିଲା
Couplet 30
କୃଷ୍ଣଙ୍କୁ ନମିଲା ଅନ୍ତରେପ୍ରବେଶ କଲା ଅନ୍ତଃପୁରେ
Couplet 31
କୃଷ୍ଣ ବିରହେ ମନଛନ୍ନସହି ନ ପାରି ହତଜ୍ଞାନ
Couplet 32
କୃଷ୍ଣର ଭାବେ ଭାବ ବଢ଼ିତା ସଙ୍ଗ କେ ପାରିବ ଛାଡ଼ି
Couplet 33
ଯାହାର ଯଶ ଗୁଣ କର୍ଣ୍ଣେନିରତେ ଭାବୁଥାନ୍ତି ମନେ
Couplet 34
ନ ଦେଖି ତାର ପଦ୍ମମୁଖକାହିଁ ଲଭିବେ ଆତ୍ମସୁଖ
Couplet 35
ନିରତେ କରନ୍ତି ଦର୍ଶନସ୍ନେହ ନିର୍ଭରେ ଆଲିଙ୍ଗନ
Couplet 36
କୃଷ୍ଣଙ୍କୁ କହନ୍ତି ବଚନଆବୋରି ଶୟନ ଭୋଜନ
Couplet 37
ଏ ରୂପେ ଚିତ୍ତବୃିରରି ଦେଇଚକ୍ଷୁ ପିଞ୍ଛଡ଼ା ନ ଚଳଇ
Couplet 38
ତାହାର ସ୍ନେହେ ବଦ୍ଧ ହୋଇତା ତହୁଁ ଅନ୍ୟେ ଚିତ୍ତ ନାହିଁ
Couplet 39
ପୁରୁ ବାହାର ହୋନ୍ତେ ହରିବିକଳେ ଯେତେ ପୁରନାରୀ
Couplet 40
ଚକ୍ଷୁ ବୁଜିଲେ ଭାବଭରେରୋମାଞ୍ଚତନୁ ଅଶ୍ରୁଝରେ
Couplet 41
କୁଣ୍ଠିତ କଣ୍ଠେ ବାକ୍ୟ କହିବୋଲନ୍ତି ଏକୁ ଆରେ ଚାହିଁ
Couplet 42
ଦ୍ୱାରକା ଗଲେ ଭାବଗ୍ରାହୀଆମ୍ଭର ସୁଖଲେଶ କାହିଁ
Couplet 43
ମୃଦଙ୍ଗ ଶଙ୍ଖ ଭେରୀ ବୀଣାଘଣ୍ଟ ଦୁନ୍ଦୁଭି ନିଘୋଷଣା
Couplet 44
ସେ କୁରୁରାଜ୍ୟେ ଯେତେ ନାରୀକୃଷ୍ଣ ବିଚ୍ଛେଦେ ତନୁ ଘାରି
Couplet 45
ଜଗତୀ ଅ ଟ୍ଟାଳୀ ଆରୋହୀପୁଷ୍ପବିଞ୍ଚନ୍ତି କୃଷ୍ଣ ଚାହିଁ
Couplet 46
କୃଷ୍ଣର ଶିରେ ଶ୍ୱେତଛତ୍ରରତ୍ନ କାଞ୍ଚନେ ସୁଘଟିତ
Couplet 47
ଆନନ୍ଦେ ଘେନି ମନତୋଷେଅର୍ଜୁନ ଗୋବିନ୍ଦର ପାଶେ
Couplet 48
ବାମ ଦକ୍ଷିଣ ପାଶେ ଟେକିବ୍ୟଜନ ଉଦ୍ଧବ ସାତ୍ୟକି
Couplet 49
ଚାମର ହସ୍ତେ ପୁଣି ବିଞ୍ଚିକୃଷ୍ଣେ କର୍ପୂରଧୂଳି ସିଞ୍ଚି
Couplet 50
ଦେବେ କୁସୁମ ବରଷନ୍ତିମାର୍ଗେ ବିଜୟ ଯଦୁ ପତି
Couplet 51
ବ୍ରାହ୍ମଣେ ମିଳି କୃଷ୍ଣ ଆଗେସୁସ୍ୱରେ ସାମଗାନ ରଙ୍ଗେ
Couplet 52
ଆଶିଷ ଅର୍ଥେ ବେଦବାଣୀହୃଦେ ନମନ୍ତି ଚକ୍ରପାଣି
Couplet 53
ନିର୍ଗୁଣ ଗୁଣ ଯାର ଦେହୀଭାବ ଅଭାବ ଯାର ନାହିଁ
Couplet 54
ବିପ୍ର ସମୂହ ଅନ୍ୟେ ଅନ୍ୟେଆଶିଷ ଦେଲେ ତୋଷ ମନେ
Couplet 55
କୌରବପୁର ନାରୀଙ୍କରସେ ସର୍ବସୁଖ ମନୋହର
Couplet 56
ଉତ୍ତମ ଶ୍ଳୋକେ ଚିତ୍ତ ଯାରଅନ୍ୟୋଽନ୍ୟେ କରନ୍ତି ବିଚାର
Couplet 57
ସେ ହରି ପୁରୁଷ ପୁରାଣଆତ୍ମାକୁ ଆତ୍ମାରେ ନିର୍ମାଣ
Couplet 58
କରି ସକଳ ଦେହେ ବସେରହଇ ଏକ ଅବଶେଷେ
Couplet 59
ଗୁଣତ୍ରିତୟେ ଏ ଜଗତମାୟାରେ କରେ ଆତଯାତ
Couplet 60
ଆତ୍ମାରେ ଆତ୍ମାଭାବ ବହେସକଳଶକ୍ତି ଘେନି ରହେ
Couplet 61
ଦିବସ ଅନ୍ତେ ପ୍ରାଣୀ ଦେହେନିଦ୍ରା ଯେସନେ ସର୍ବ ମୋହେ
Couplet 62
ପୁଣି ଉଠନ୍ତି ରାତ୍ରି ଅନ୍ତେବିଷୟ ଧ୍ୟାନ ଅବିରତେ
Couplet 63
ଯାହାର ନିଜ ବୀର୍ଯ୍ୟବଳେପ୍ରକୃତି ପ୍ରସରେ ଶୟଳେ
Couplet 64
ଜୀବର ସଙ୍ଗେ ସଙ୍ଗ କରିବିହରେ ନାନାରୂପ ଧରି
Couplet 65
ଏମନ୍ତେ ସଞ୍ଚରେ ଜଗତଶାସ୍ତ୍ର କରଇ ଆତଯାତ
Couplet 66
ଯାହାର ପାଦ ଆଶ୍ରେ କରିଜିତଇନ୍ଦ୍ରିୟ ବ୍ରହ୍ମଚାରୀ
Couplet 67
ନିର୍ମଳ ଆତ୍ମାରେ ନିଶ୍ଚଳେଦେଖନ୍ତି ଭକ୍ତି ଯୋଗବଳେ
Couplet 68
ତାହାଙ୍କ ହୃଦେ ପ୍ରକାଶଇସକଳ କଳୁଷ ନାଶଇ
Couplet 69
ଯାର ମହିମା ମୁନିଗଣେଆଗମ ନିଗମ ପ୍ରମାଣେ
Couplet 70
ଏକୁ ଆରେକ କଥା କହିବଞ୍ଚନ୍ତି ଯାର ପାଦ ଧ୍ୟାୟି
Couplet 71
ଯେ ଏକ ଈଶ ଲୀଳା କରିପ୍ରକୃତି ସଙ୍ଗତେ ବିହରି
Couplet 72
ସୃଷ୍ଟି କରିଣ ପୁଣି ପାଳେଈଶ୍ୱର ରୂପେ ଅନ୍ତଃ କରେ
Couplet 73
ସେ ଦୋଷ ନ ଲାଗେ ତାହାରନଳିନୀ ଦଳେ ଯେହ୍ନେ ନୀର
Couplet 74
ସେହି ଏ ଆମ୍ଭ ଦୃଷ୍ଟି ପଥେଦେଖ ଗୋ ସଖି ଅଛି ରଥେ
Couplet 75
ଦୁଷ୍ଟ କ୍ଷତ୍ରିୟେ ଯେତେବେଳେଅଧର୍ମେ ଗ୍ରାସନ୍ତି ଶୟଳେ
Couplet 76
ସେ ହରି ସତ୍ତ୍ୱଗୁଣ ଧରିନାନା ଶରୀରେ ଅବତରି
Couplet 77
ଯଶ ବିସ୍ତାରି ଦୟା ସଙ୍ଗେସୁଖେ ବିହରେ ଯୁଗେଯୁଗେ
Couplet 78
ଯାହାର ଅଂଶ ଅବତାରେଯାଦବକୁଳ ଏ ସଂସାରେ
Couplet 79
ପୁରୁଷଉତ୍ତମ ଶ୍ରୀପତିଯେଣୁ ଯାଦବେ ଉତପତ୍ତି
Couplet 80
ରଜନୀ ଅନ୍ତେ ନରଲୋକେନାମ ଧରନ୍ତି ପୁଣ୍ୟଶ୍ଳୋକେ
Couplet 81
ଯାର ନିବାସ ମଧୁବନତେଣୁ ସ୍ୱଭାବେ ପୁଣ୍ୟତମ
Couplet 82
ଏ ଯେ ଦ୍ୱାରକା ତ୍ରିଅକ୍ଷରଅପାର ପୁଣ୍ୟ ଯଶସ୍କର
Couplet 83
ଯହିଁ ସକଳ ପ୍ରଜାଜନକୃଷ୍ଣର ହସିତ ବଦନ
Couplet 84
ନିଗମ ବାକ୍ୟ ଯାହା ଘୋଷିଦେଖନ୍ତି ନିଜଦ୍ୱାରେ ବସି
Couplet 85
ସାତ୍ୱିକଭାବେ ବିପ୍ରଗଣେଯାର ଚରଣ ଅନୁକ୍ଷଣେ
Couplet 86
ଯମ ନିୟମ ବ୍ରତ ସ୍ନାନଯଜ୍ଞ ତପସ୍ୟା ମହାଦାନ
Couplet 87
ସଙ୍କଳ୍ପ କରି ଦକ୍ଷହସ୍ତେତର୍ପଣ କରୁଥାନ୍ତି ନିତ୍ୟେ
Couplet 88
କୃଷ୍ଣର ଯେତେ ପତ୍ନୀଗଣସେ ତ ସ୍ୱଭାବେ ଭାଗ୍ୟବାନ
Couplet 89
ସଙ୍କଳ୍ପ କରି ଜନ୍ମାନ୍ତରେତାହାଙ୍କୁ ଲଭିଛନ୍ତି ବରେ
Couplet 90
ଯାର ଅଧର ମଧୁରସେଗୋକୁଳ ଗୋପୀଏ ହରଷେ
Couplet 91
ନିତ୍ୟେ ପିବନ୍ତି ଚକ୍ଷୁଦ୍ୱାରେତନୁ ଅତନୁ ଶର ଘାରେ
Couplet 92
ରୁକ୍ମିଣୀ ସ୍ୱୟମ୍ବର କାଳେସଭାର ମଧ୍ୟେ ନୃପ ମେଳେ
Couplet 93
କୃଷ୍ଣ ବିଷୟେ ଯେତେ ବାଦୀକ୍ଷତ୍ରିୟ ଶିଶୁପାଳ ଆଦି
Couplet 94
ତାହାଙ୍କ ଦର୍ପ ନାଶ କରିନାରକାପୁରୁ କନ୍ୟା ହରି
Couplet 95
ସେ ବଧୂଜନେ ତାର ସଙ୍ଗେଖଟନ୍ତି ସଉଭାଗ୍ୟ ରଙ୍ଗେ
Couplet 96
ତାର କଟାକ୍ଷେ ବଶ ହୋଇନିଶ୍ଚଳ ଚିତ୍ତେ ରୂପ ଧ୍ୟାୟି
Couplet 97
ନିରତେ କୃଷ୍ଣ ଘେନି ଘରେପ୍ରେମେ ସେବନ୍ତି ତା ପୟରେ
Couplet 98
ପାରିଜାତକ ଆଦି ଦାନଦେଇ ଆନନ୍ଦ ତାଙ୍କ ମନ
Couplet 99
କରିଣ ପ୍ରଭୁ ଭାବଗ୍ରାହୀତାହାଙ୍କ ସଙ୍ଗ ନ ଛାଡ଼ଇ
Couplet 100
କୁରୁମଣ୍ତଳ ବଧୂଜନେଏକାନ୍ତ ବାଣୀ ଅନ୍ୟୁ ଅନ୍ୟେ
Couplet 101
ସ୍ମିତ ଇକ୍ଷଣେ ତାହା ଜାଣିରଥେ ଚଳିଲେ ଚକ୍ରପାଣି
Couplet 102
କୃଷ୍ଣର ସ୍ନେହ ମନେ ଧରିପାଣ୍ତବେ ଘେନି ସୈନ୍ୟ ଚାରି
Couplet 103
ଶତ୍ରୁଙ୍କ ଭୟ ଚିତ୍ତେ ଚିନ୍ତିକୃଷ୍ଣଙ୍କୁ ଆବୋରି ଚଳନ୍ତି
Couplet 104
କେତେ ହେଁ ଦୂରେ ଭାବଗ୍ରାହୀପାଣ୍ତବମାନଙ୍କୁ ରୁହାଇ
Couplet 105
ଉଦ୍ଧବ ଆଦି ପ୍ରିୟ ସଙ୍ଗେଚଳିଲେ ନିଜ ପୁର ମାର୍ଗେ
Couplet 106
କୁରୁ ଜାଙ୍ଗଳ ଦେଶ ଜିଣିପାଞ୍ଚାଳ ଦେଶ ଶୂରସେନୀ
Couplet 107
ଯମୁନା ଦେଶ ବ୍ରହ୍ମାବର୍ତ୍ତମତ୍ସ୍ୟନଗର ସାରସ୍ୱତ
Couplet 108
ମରୁଧନ୍ୱନ ସଉବୀରଆଭୀରପୁରୀ ଯେ ଅପର
Couplet 109
ଅନ୍ୟାନ୍ୟ ଆଦି ଦେଶ ଯେତେଜିଣି ଗମିଲେ ନିଜ ରଥେ
Couplet 110
ସେ ଦେଶେ ଯେତେ ପ୍ରଜାଜନେସଂଭ୍ରମେ କୃଷ୍ଣ ଦରଶନେ
Couplet 111
ଅନେକ ଉପାୟନ ହସ୍ତେନିବେଦି କୃଷ୍ଣପାଦଗତେ
Couplet 112
ଏମନ୍ତେ ଦ୍ୱାରକା ଅଗ୍ରତେମିଳିଲେ ଦିନକର ଅସ୍ତେ
Couplet 113
ସେ ହରି ଚରଣ ପଙ୍କଜେକିଙ୍କର ଜଗନ୍ନାଥ ଭଜେ