Skandha 1
Adhyaya 11
Couplet 1
ଏମନ୍ତେ ନିଜ ରାଜ୍ୟେ ହରିମିଳିଲେ ଶଙ୍ଖନାଦ କରି
Couplet 2
ସେ ପାଞ୍ଚଜନ୍ୟର ଶବଦହରିଲା ପ୍ରଜାଙ୍କ ବିଷାଦ
Couplet 3
ସେ ଶଙ୍ଖଧବଳ ଉଦରବିରାଜେ ଶ୍ରୀକୃଷ୍ଣର କର
Couplet 4
ଅଧର ରଙ୍ଗେ ରଙ୍ଗ ଦିଶିଉଚ୍ଚ ଶବଦ ସେହୁ ଭାଷି
Couplet 5
ରକତ ପଦ୍ମ କୋଳେ ଯେହ୍ନେଶୋଭିତ ରାଜହଂସ ସ୍ୱନେ
Couplet 6
ସେ ନାଦ ଯେତେଦୂର ସ୍ଫୁରେଜନ୍ମ ମରଣ ଭୟ ହରେ
Couplet 7
ସେ ନାଦ ସ୍ଫୁରେ ଘନଘନଶୁଣି ସକଳ ପ୍ରଜାଜନ
Couplet 8
ଧାମନ୍ତି ପରମ ହରଷେଶ୍ରୀକୃଷ୍ଣ ଦର୍ଶନ ଲାଳସେ
Couplet 9
ବିବିଧ ଉପାୟନ ହସ୍ତେମିଳିଲେ ଗୋବିନ୍ଦ ଅଗ୍ରତେ
Couplet 10
ରବି ସମୀପେ ଦୀପପନ୍ତିଦିବସେ ଯେସନେ ଦିଶନ୍ତି
Couplet 11
ଯେ ହରି ନିତ୍ୟ ପୂର୍ଣ୍ଣକାମଆତ୍ମ ପ୍ରକାଶ ଆତ୍ମାରାମ
Couplet 12
ତାର ନିକଟେ ରୁଣ୍ତ ହୋଇସକଳେ ଶିରେ କର ଦେଇ
Couplet 13
ବାଳକ ପିତା ସନ୍ନିଧାନେଯେମନ୍ତେ ମାନ ଅପମାନେ
Couplet 14
ଆନନ୍ଦେ କୃଷ୍ଣ ମୁଖ ଚାହିଁବୋଲନ୍ତି ଗଦଗଦ ହୋଇ
Couplet 15
ଭୋନାଥ ପରମ କାରଣତୋହର ଅଭୟ ଚରଣ
Couplet 16
ଶିବ ବିରଞ୍ଚି ଆଦି ଦେବେନିତ୍ୟେ ସେବନ୍ତି ଆତ୍ମଭାବେ
Couplet 17
ଯେ ଚିନ୍ତେ ଆତ୍ମାର କାରଣତୋ ପାଦପଦ୍ମ ନାରାୟଣ
Couplet 18
ଯେ କାଳ ସକଳ ସଂହାରେତୋର ସେବକେ ସେ ନପାରେ
Couplet 19
ତୁ ଆମ୍ଭ ପିତାମାତା ପତିସର୍ବ ସଙ୍କଳ୍ପ କ୍ଷେମଗତି
Couplet 20
ପରମଗୁରୁ ଦଇବତସୁହୃଦ ବନ୍ଧୁ ପ୍ରିୟମିତ୍ର
Couplet 21
ତୋ ବିନୁ ଆମ୍ଭେ ନୋହୁ କିଛିତୁ ନାଥ ସର୍ବ-ଆତ୍ମା-ସାକ୍ଷୀ
Couplet 22
ଅନାଥ ନାଥ ତୁ ଆମ୍ଭରଦେବମାନବେ ଅଗୋଚର
Couplet 23
ତୋର ବଦନ ନାରାୟଣପ୍ରେମ ହସିତ ନିରୀକ୍ଷଣ
Couplet 24
ସେ ମୁଖ ଦେଖୁ ତୋର ଦେହେସର୍ବସୌନ୍ଦର୍ଯ୍ୟ ଯହିଁ ରହେ
Couplet 25
ଯେବେ ସୁହୃଦ ଦେଖିବାରେକୁରୁନଗର ମଧୁୁପୁରେ
Couplet 26
ଇଚ୍ଛାରେ କରୁ ତୁ ଗମନତୋତେ ନ ଦେଖି ଆମ୍ଭମନ
Couplet 27
କ୍ଷଣକ କୋଟିଯୁଗ ମଣେରଜନୀ ଦିବସ ନ ଜାଣେ
Couplet 28
କୋଟିନୟନ ପ୍ରାଣୀ ବହିକି କରେ ରବି ଯେବେ ନାହିଁ
Couplet 29
ତୋହର ପ୍ରସନ୍ନ ବଦନଅଖିଳ ତାପ ବିମୋଚନ
Couplet 30
ଚିର ପ୍ରବାସେ ତା ନ ଦେଖିଆମ୍ଭ ଜୀବନ ବଡ଼ ଦୁଃଖୀ
Couplet 31
ଏମନ୍ତ ଜନ ମୁଖୁ ଶୁଣିଆନନ୍ଦ ମନେ ଚକ୍ରପାଣି
Couplet 32
ଅମୃତ ଲୋଚନେ ଅନାଇପୁରେ ପ୍ରବେଶ ଭାବଗ୍ରାହୀ
Couplet 33
ଯାଦବ ସାତବଂଶ ମିଳିଶବଦ ଶୁଭେ କୁଶସ୍ଥଳୀ
Couplet 34
ରକ୍ଷିତ ନିଜ ତୁଲ୍ୟ ବଳେପାତାଳ ଯେହ୍ନେ ନାଗବଳେ
Couplet 35
ମତ୍ତ ମାତଙ୍ଗ ଅଶ୍ୱ ଖରରଥ ଶକଟ ବହୁତର
Couplet 36
ପଦାତିବଳ ଅପ୍ରମିତଧାମନ୍ତି ବୀରେ ଯୂଥଯୂଥ
Couplet 37
ଚଳନ୍ତେ ମୁଖରାବ ଗୋଳପାତାଳେ ଯେହ୍ନେ ନାଗବଳ
Couplet 38
ସକଳ ଋତୁ ପୁଷ୍ପଫଳେଆଶ୍ରଇ ଲତା ଦ୍ରୁମ ମେଳେ
Couplet 39
ଆରାମ ଭବନେ ଶୋଭନଜଳେ ଜଳଜ ହଂସ ମୀନ
Couplet 40
ତୋରଣ ପୁର ଦ୍ୱାର ମାର୍ଗେଉଚ୍ଚେ ବନ୍ଧନ ନବରଙ୍ଗେ
Couplet 41
ଧ୍ୱଜ ପତାକା ଚିତ୍ର ଶୋହେସୁନ୍ଦର ପଥ ମନ ମୋହେ
Couplet 42
ମାର୍ଜିତ ମାର୍ଗ ଦ୍ୱାରେ ଦ୍ୱାରେସିଞ୍ଚା କୁସୁମ ଗନ୍ଧନୀରେ
Couplet 43
ଗୃହମାନଙ୍କ ପ୍ରତିଦ୍ୱାରେଦଧି ଅକ୍ଷତ ଫଳଭରେ
Couplet 44
ପୂର୍ଣ୍ଣ କଳସ ଧୂପଦୀପେଜୟଶବଦ ନାନାରୂପେ
Couplet 45
କୃଷ୍ଣର ଆଗମନ ଜାଣିସଙ୍ଗତେ ବସୁଦେବ ଘେନି
Couplet 46
ରାମ ଅକ୍ରୁର ଉଗ୍ରସେନକୃଷ୍ଣର ଯେତେକ ନନ୍ଦନ
Couplet 47
ହରଷେ ଉଛୁଳିଲା ମନଉପେକ୍ଷି ଶୟନ ଭୋଜନ
Couplet 48
ଉତ୍ତମ ହସ୍ତୀ ସଜ କରିମାଗଧେ ମଙ୍ଗଳ ଉଚ୍ଚାରି
Couplet 49
ମଙ୍ଗଳ ବେଦନାଦ ସ୍ୱରେଅଗ୍ରେ ଚଳିଲେ ବିପ୍ରବରେ
Couplet 50
ଶଙ୍ଖ ମହୁରୀ ଭେରୀ ତୂରୀଯେ ବାଦ୍ୟେ ମଙ୍ଗଳ ଉଚ୍ଚାରି
Couplet 51
ଏମନ୍ତେ ପୁରଜନ ପଥେଆନନ୍ଦେ ମିଳିଲେ ସମସ୍ତେ
Couplet 52
ଶତ ସହସ୍ର ବାରାଙ୍ଗନାଯେ ରୂପେ ଜଗତ ମୋହନା
Couplet 53
କୁଣ୍ତଳ ଲୋଳିତ ଶ୍ରବଣେଲୋଚନ ପୂରିତ ଅଞ୍ଜନେ
Couplet 54
ଅଳକା ତିଳକ କୁସୁମଦେବମାନବେ ମନୋରମ
Couplet 55
ନଟ ନର୍ତ୍ତକ ବନ୍ଦୀ ସୂତେଅଗ୍ରେ ଚଳନ୍ତି ଯୂଥେଯୂଥେ
Couplet 56
କୃଷ୍ଣର ଅଦ୍ଭୁତ ଚରିତଗାୟନ କରି ନୃତ୍ୟଗୀତ
Couplet 57
ମିଳିଲେ ଗୋବିନ୍ଦର ପାଶେସକଳେ ପରମ ହରଷେ
Couplet 58
ଗୋବିନ୍ଦ ଦେଖି ପୁରଜନତକ୍ଷଣେ ଉପେକ୍ଷି ଆସନ
Couplet 59
ଯେ ହରି ସର୍ବ ଗୁଣନିଧିବନ୍ଧୁ ପୂଜିଲେ ଯଥାବିଧି
Couplet 60
କାହାକୁ କରି ନମସ୍କାରଆନନ୍ଦେ ଧରି କରେ କର
Couplet 61
କାହାକୁ କରି ଆଲିଙ୍ଗନକା ଶିରେ ଆଘ୍ରାଣ ଚୁମ୍ବନ
Couplet 62
କାହାକୁ ମନ୍ଦହାସେ ଚାହିଁଭାବେ ତୋଷିଲେ ଭାବଗ୍ରାହୀ
Couplet 63
ଆଶ୍ୱାସ କରି ପୁରଜନେତୋଷିଲେ ସର୍ବ ବାକ୍ୟଧନେ
Couplet 64
ଚାଣ୍ତାଳୁ ବ୍ରହ୍ମଯାଏଁ ପୂଜାକରି ତୋଷିଲେ ଦେବରାଜା
Couplet 65
କୁଳ ପୂଜିତ ଜ୍ଞାନବୃଦ୍ଧକୃଷ୍ଣଙ୍କୁ କଲେ ଆଶୀର୍ବାଦ
Couplet 66
ପୁରେ ପଶନ୍ତେ ଜନାର୍ଦ୍ଦନଦ୍ୱାରକାପୁର ବଧୂଜନ
Couplet 67
ତକ୍ଷଣେ ଲାଜ ଦୂର କରିଆରୋହି ଅଟ୍ଟାଳୀ ପାଚେରୀ
Couplet 68
ଦେଖିଣ କୃଷ୍ଣର ଶରୀରମହାଉତ୍ସବେଣ ଅସ୍ଥିର
Couplet 69
ଯଦ୍ୟପି ନିତ୍ୟେ ନିତ୍ୟେ ପୁରେକୃଷ୍ଣ ବଦନ ନିରନ୍ତରେ
Couplet 70
ଦେଖି ସନ୍ତୋଷ ନୋହେ ମନଯା ଅଙ୍ଗ ସର୍ବ ଶୋଭାବନ
Couplet 71
ଲକ୍ଷ୍ମୀ ବିଳାସ ଯାର ଅଙ୍ଗେଅଦ୍ଭୁତ ବିବିଧ ବିଭଙ୍ଗେ
Couplet 72
ସୁଧା-ସମ୍ପୂର୍ଣ୍ଣ ଯାର ଗାତ୍ରପ୍ରାଣୀ ଲୋଚନ ପାନପାତ୍ର
Couplet 73
ଯାହାର ଚାରିଭୁଜତଳେବାସବ ଆଦି ଦିଗପାଳେ
Couplet 74
ଯାହାର ଅଭୟ ଚରଣଭକତଜନଙ୍କ ଶରଣ
Couplet 75
ଧବଳଛତ୍ର କେବା ଧରେକେବା ଚାମର ବିଞ୍ଚେ ଧୀରେ
Couplet 76
ଜୟଶବଦ କେ କରନ୍ତିକେ ବା କୁସୁମ ବରଷନ୍ତି
Couplet 77
ପଥେ ଗୋବିନ୍ଦ ତନୁ ଶୋଭାକିବା ଉପମା ତାରେ ଦେବା
Couplet 78
ପୀତବସନ ବନମାଳଶ୍ରବଣେ ମକର କୁଣ୍ତଳ
Couplet 79
ପିଶଙ୍ଗ ବସ୍ତ୍ର ମଧ୍ୟଭାଗେଯେହ୍ନେ ବିଜୁଳି ନୀଳମେଘେ
Couplet 80
ରବି ଶଶାଙ୍କ ଶକ୍ରଚାପସ୍ୱଭାବେ ଘନନୀଳ ରୂପ
Couplet 81
ପୁରେ ପଶନ୍ତେ ବ୍ରହ୍ମରାଶିତକ୍ଷଣେ ମାତୃଗଣେ ଆସି
Couplet 82
ଆନନ୍ଦେ କରି ଆଲିଙ୍ଗନକୃଷ୍ଣଙ୍କୁ କରନ୍ତି କଲ୍ୟାଣ
Couplet 83
ଦେବକୀ ଆଦି ସପ୍ତନାରୀଚରଣେ ନମିଲେ ମୁରାରି
Couplet 84
ସକଳ ମାତୃଗଣେ ମିଳିକୋଳେ ବସାଇ ବନମାଳୀ
Couplet 85
ଅତ୍ୟନ୍ତ ପୁତ୍ର ସ୍ନେହଭରେକ୍ଷୀର ସ୍ରବଇ ପୟୋଧରେ
Couplet 86
ଅତି ଆନନ୍ଦେ ଅଶ୍ରୁଜଳେସିଞ୍ଚନ୍ତି କୃଷ୍ଣଙ୍କ ଉପରେ
Couplet 87
ମାତୃଗଣଙ୍କ ସଙ୍ଗୁ ହରିନିଜ ଭୁବନେ ବିଜେ କରି
Couplet 88
ଷୋଳସହସ୍ର ପତ୍ନୀଙ୍କରବିରାଜେ ରତ୍ନମୟ ପୁର
Couplet 89
ସକଳ କାମ ଅର୍ଥ ଧର୍ମଯହିଁ ବିଜୟେ ପୂର୍ଣ୍ଣବ୍ରହ୍ମ
Couplet 90
ମାୟାର ବଳେ ବନମାଳୀପତ୍ନୀ ଭୁବନେ ବେଗେ ମିଳି
Couplet 91
ଅଷ୍ଟ ଅଧିକ ଶତନାରୀଷୋଳସହସ୍ର ମନୋହାରୀ
Couplet 92
ପଶିଲେ ଏତେ ରୂପ ହୋଇହାସ୍ୟ କଟାକ୍ଷେ ମନ ମୋହି
Couplet 93
ଭୁବନେ ଦେଖି ନିଜ ପତିସମ୍ଭ୍ରମେ ସକଳ ଯୁବତୀ
Couplet 94
ଦୂରୁ ଗୋବିନ୍ଦ ମୁଖ ଦେଖିଉଠିଲେ ଆସନ ଉପେକ୍ଷି
Couplet 95
କି ଅବା ଦେବା ପଟାନ୍ତରଚକୋରେ ଯେହ୍ନେ ନିଶାକର
Couplet 96
ତକ୍ଷଣେ ହରିରୂପ ଦେଖିନିର୍ମଳ କରି ବେନିଆଖି
Couplet 97
ଅନ୍ତରେ ସ୍ୱାମୀରୂପ ଧରିନିବିଡ଼େ ଆଲିଙ୍ଗନ କରି
Couplet 98
ପୁଣି କୃଷ୍ଣର ପାଶେ ମିଳିପୁତ୍ରାଦିଦ୍ୱାରା କୋଳ କରି
Couplet 99
ସ୍ୱଭାବେ ସଲଜ୍ଜ ବଦନଲୋତକେ ପୂରିତ ନୟନ
Couplet 100
ଯଦ୍ୟପି ପାଇଲେ ଏକାନ୍ତେତଥାପି କୃଷ୍ଣ ପାଦଗତେ
Couplet 101
ଅତି ପୀରତି ନବନବସ୍ୱାମୀ ଚରଣେ କଲେ ଭାବ
Couplet 102
ପାଦପଦ୍ମରେ ସେବା କଲେକେ ତାହା ଛାଡ଼ି ପାରେ ଭଲେ
Couplet 103
ଲକ୍ଷ୍ମୀ ଯେ ସ୍ୱଭାବେ ଚଞ୍ଚଳାସେ ନ ଛାଡ଼ଇ ଅତିଭୋଳା
Couplet 104
ଏହି ପ୍ରକାରେ ନରହରିଛଳେ ଧରଣୀ ଭାରା ହରି
Couplet 105
ଦଶ ଅୟୁତ ରାଜାଗଣେଉଭାରି ସଂହାରିଲେ ରଣେ
Couplet 106
କଳି ଭିଆଇ ନାରାୟଣଅନଳେ ଯେହ୍ନେ ସମୀରଣ
Couplet 107
ନାଶିଲେ ଅହଙ୍କାର ବାଦେବିମାନେ ବସି ନିରାୟୁଧେ
Couplet 108
ସ୍ୱମାୟାବଳେ ନରହରିମନୁଷ୍ୟ ଦେହେ ଅବତରି
Couplet 109
ଅଜ୍ଞାନୀ ଯେହ୍ନେ ଗୃହେ ରହିବଞ୍ଚଇ ପତ୍ନୀବଶ ହୋଇ
Couplet 110
ପତ୍ନୀର ଭାବ ପ୍ରେମରଙ୍ଗେଯନ୍ତ୍ରିତ ମୋହନ ଅନଙ୍ଗେ
Couplet 111
କୃଷ୍ଣର ଯେତେ ନାରୀଗଣସୁନ୍ଦରେ ମୋହନ୍ତି ମଦନ
Couplet 112
ସ୍ୱଭାବେ ପ୍ରେମଛନ୍ଦେ ରସେନିତ୍ୟେ ସେବନ୍ତି କୃଷ୍ଣପାଶେ
Couplet 113
ବିବିଧ ଆଲିଙ୍ଗନ ଦେଇତା ମନ ନ ପାରିଲେ ମୋହି
Couplet 114
ଏ ଜୀବଲୋକ କାହୁଁ ଜାଣେଆପଣା ତୁଲ୍ୟ ପ୍ରାୟ ମଣେ
Couplet 115
କାହୁଁ ପାରିବେ ବଶ କରିନିର୍ଲେପ ପ୍ରଭୁ ନରହରି
Couplet 116
ସେ ହରି ଚରଣ କମଳେସୁଜନେ ଚିନ୍ତ ଧ୍ୟାନବଳେ
Couplet 117
କହଇ ଦାସ ଜଗନ୍ନାଥପ୍ରଥମ ସ୍କନ୍ଧେ ଭାଗବତ