Skandha 1
Adhyaya 12
Couplet 1
କୋପେ ଯେ ଦ୍ରୋଣଙ୍କ କୁମରମନ୍ତ୍ରି ପେଷିଲା ବ୍ରହ୍ମଶର
Couplet 2
ତାର ପ୍ରଚଣ୍ତ ତେଜଜାଳେଭୟେ କମ୍ପିଲେ ଦିଗପାଳେ
Couplet 3
ଉତ୍ତରା ଗର୍ଭେ ସେ ପଡ଼ିଲାତକ୍ଷଣେ ଗୋବିନ୍ଦ ରଖିଲା
Couplet 4
ସେ ପୁଣି ଗର୍ଭୁ ଜନ୍ମ ହୋଇପାଳିଲା ରାଜାପଣେ ମହୀ
Couplet 5
ଜଗତେ ଯେତେ କର୍ମ କଲାପ୍ରଜାଙ୍କୁ ଯେମନ୍ତେ ପାଳିଲା
Couplet 6
କେବଣ ହେତୁ ନୃପରାଣକାହିଁ ଛାଡ଼ିଲା ନିଜପ୍ରାଣ
Couplet 7
ଅଳପ ବୟସେ ନୃପତିଅନ୍ତେ ଲଭିଲା କେଉଁଗତି
Couplet 8
ଆନନ୍ଦେ ବ୍ୟାସଙ୍କର ସୁତଯାହାଙ୍କୁ ଦେଲେ ଜ୍ଞାନତତ୍ତ୍ୱ
Couplet 9
ତାର ସକଳ କର୍ମଦୀକ୍ଷାଶ୍ରବଣେ କଲୁ ଆମ୍ଭେ ଇଚ୍ଛା
Couplet 10
ଆମ୍ଭଙ୍କୁ ଯେବେ ଦୟା ବହସଂଶୟ ଯାଉ ମୁନି କହ
Couplet 11
କୁରୁ ନଗରେ ଧର୍ମରାଜାପୁତ୍ରଙ୍କ ପ୍ରାୟେ ପାଳେ ପ୍ରଜା
Couplet 12
କୃଷ୍ଣହୁଁ ନ ଜାଣଇ ଆନବିଷୟା ରସେ ନାହିଁ ମନ
Couplet 13
ଧନ ସମ୍ପଦର ରକ୍ଷଣେଯେ ସ୍ନେହ ଭାର୍ଯ୍ୟା ଭ୍ରାତୃଗଣେ
Couplet 14
ରାଜ୍ୟ ପାଳନେ ଏହିମତେଧର୍ମହୁଁ ଅନ୍ୟ ନାହିଁ ଚିତ୍ତେ
Couplet 15
ଏ ଜମ୍ବୁଦ୍ୱୀପେ ଯେତେ ରାଜାସର୍ବେ କରନ୍ତି ପାଦପୂଜା
Couplet 16
ଯାର ମହିମା ତିନିଲୋକେଘୋଷନ୍ତି ଏକକୁ ଆରକେ
Couplet 17
ଗୋବିନ୍ଦ ଯାର ହୃଦେ ବସେସେ କି ବିଷୟରସେ ରସେ
Couplet 18
କ୍ଷୁଧିତଜନ ମନ ଯେହ୍ନେଅନ୍ନହୁଁ ନ ଲୋଡ଼ଇ ମନେ
Couplet 19
ଏବେ ହୋ ଶୁଣ ବିପ୍ରଜନକହିବା ପରୀକ୍ଷିତ ଜନ୍ମ
Couplet 20
ମାତାର ଗର୍ଭେ ଯେବେ ଥିଲାନୟନେ କୃଷ୍ଣଙ୍କୁ ଦେଖିଲା
Couplet 21
ତେଜେ ଯେସନେ ଦିବାକରଗର୍ଭେ ପଡ଼ିଲା ବ୍ରହ୍ମଶର
Couplet 22
ଉତ୍ତରା ଡାକେ ତ୍ରାହି ତ୍ରାହିତକ୍ଷଣେ ପ୍ରଭୁ ଭାବଗ୍ରାହୀ
Couplet 23
ଅଙ୍ଗୁଷ୍ଠି ପ୍ରମାଣେ ଶରୀରେସୁଦରଶନ ଧରି କରେ
Couplet 24
କିରୀଟ କୁଣ୍ତଳ ବିରାଜେପ୍ରଭା ସବିତାତେଜ ଗଞ୍ଜେ
Couplet 25
ଅପୂର୍ବ ରୂପ ଘନଶ୍ୟାମତଡ଼ିତବାସ କଟିଦାମ
Couplet 26
ଆଜାନୁଲମ୍ବେ ଭୁଜ ଚାରିଶଙ୍ଖ କମଳ ଗଦା ଧରି
Couplet 27
କୋପେ ଲୋହିତ ବେନି ଦୃଷ୍ଟିଗଦା ଭ୍ରମଣେ ଦୃଢ଼ମୁଷ୍ଟି
Couplet 28
ଗଦାର ତେଜ ରବିତ୍ରାସମଣ୍ତଳେ ପୂରେ ଦଶଦିଶ
Couplet 29
ହରିଲେ ବ୍ରହ୍ମଶର ତେଜନୀହାର ଯେହ୍ନେ ଗ୍ରହରାଜ
Couplet 30
ନିକଟେ ଦେଖି ବିତର୍କିତଏ କେ ମୋ ପାଶେ ଉପଗତ
Couplet 31
ନିର୍ମଳଆତ୍ମା ଭଗବାନଧର୍ମ ପାଳକ ଜନାର୍ଦ୍ଦନ
Couplet 32
ତକ୍ଷଣେ ଗର୍ଭ ରକ୍ଷା କରିଅନ୍ତର ହୋଇଲେ ମୁରାରି
Couplet 33
ବାଳକ ଦେଖେ ତା ନୟନେଗୋବିନ୍ଦ ଗଲେ ଅନ୍ତର୍ଦ୍ଧାନେ
Couplet 34
ତକ୍ଷଣେ ସର୍ବଶୁଭ ବେଳେଗ୍ରହ ସକଳ ଅନୁକୂଳେ
Couplet 35
ବାଳକ ହୋଇଲା ବାହାରଗୁଣେ ପାଣ୍ତବ ବଂଶଧର
Couplet 36
ଅତି ସୁନ୍ଦର ବିରାଜିଲାପୁଣି କି ପାଣ୍ତୁ ପ୍ରକାଶିଲା
Couplet 37
ଦେଖି ସନ୍ତୋଷ ଧର୍ମସୁତସଙ୍ଗତେ ଘେନି ପୁରୋହିତ
Couplet 38
ଆନନ୍ଦେ ମିଳି ମହାଜନେସ୍ୱସ୍ତିକ ମଙ୍ଗଳ ବଚନେ
Couplet 39
ଶୁଭଇ ଶଙ୍ଖନାଦ ଭେରୀଶୁଭେଣ ଜାତକର୍ମ କରି
Couplet 40
ସୁବର୍ଣ୍ଣ ମହୀ ଧେନୁ ତୁଲେଅନେକ ଗ୍ରାମଦାନ ଦେଲେ
Couplet 41
ଅଶ୍ୱ କୁଞ୍ଜର ନିଜ ଅନ୍ନସୁମୃତି ମତେ ଦେଲେ ଦାନ
Couplet 42
ସୂତ ମାଗଧ ଆଦି ଲୋକେଯେ ଆସି ମିଳିଲେ ଯାଚକେ
Couplet 43
ଧର୍ମନନ୍ଦନ ସୁଖଚିତ୍ତେଦକ୍ଷିଣା ଦେଲେ ପ୍ରଜାତୀର୍ଥେ
Couplet 44
ସନ୍ତୋଷେ ବସି ବିପ୍ରଗଣବିଚାରି ଜାତକ ଲକ୍ଷଣ
Couplet 45
ଗ୍ରହ ନକ୍ଷତ୍ର ଚିନ୍ତି ଚିତ୍ତେକହନ୍ତି ରାଜାଙ୍କ ଅଗ୍ରତେ
Couplet 46
ଏ ଅଭିମନ୍ୟୁର କୁମରପାଣ୍ତବବଂଶେ କୀର୍ତ୍ତିକର
Couplet 47
ଗର୍ଭସଙ୍କଟୁ ଏ ତରିଲାଏହାକୁ ବିଷ୍ଣୁ ରକ୍ଷା କଲା
Couplet 48
ସର୍ବ ଲକ୍ଷଣେ ଏ ସମ୍ଭୂତଏହାର ନାମ ବିଷ୍ଣୁରାତ
Couplet 49
କୁରୁ ପାଣ୍ତବ ବଂଶଧରଏ ଭାଗବତ ମଧ୍ୟେ ବର
Couplet 50
ଏମନ୍ତେ ବ୍ରାହ୍ମଣଙ୍କ ବାଣୀଶ୍ରବଣେ ସୁଧାପ୍ରାୟ ମଣି
Couplet 51
ହେ ବିପ୍ରବରେ ତୁମ୍ଭ ବାଣୀବୋଲନ୍ତି ଯୁଧିଷ୍ଠିର ଶୁଣି
Couplet 52
ଆଗମ ନିଗମେ ଯା ସାରତୁମ୍ଭଙ୍କୁ ନୋହେ ଅଗୋଚର
Couplet 53
ଗ୍ରହନକ୍ଷତ୍ର ଯୋଗମତେଯାହା କହିଲ ଶାସ୍ତ୍ରତତ୍ତ୍ୱେ
Couplet 54
ଏ ବଂଶଧର ସାଧୁବାଦେସତେ ପାଳିବ ରାଜପଦେ
Couplet 55
ରାଜାବଚନେ ବିପ୍ରଗଣକହନ୍ତି ଜାତକ ଲକ୍ଷଣ
Couplet 56
ଶୁଣ ହେ ଧର୍ମର ନନ୍ଦନଆମ୍ଭର ଆଶିଷ ବଚନ
Couplet 57
ପ୍ରଜାପାଳନେ ଏ ନିୟତଯେହ୍ନେ ଇକ୍ଷ୍ୱାକୁ ମନୁସୁତ
Couplet 58
ବ୍ରାହ୍ମଣ ଜନହିତକରସତ୍ୟପ୍ରତିଜ୍ଞ ଗୁଣଧର
Couplet 59
ଏହାର ଯଶ ସର୍ବଦେଶେଯେହ୍ନେ ଶ୍ରୀରାମ ରଘୁବଂଶେ
Couplet 60
ଶିବି ଯେସନେ ଦାତାବରଦୟାଳୁ ମଧ୍ୟେ ଏ କୁମର
Couplet 61
ଭରତ ପ୍ରାଏ ଯଜ୍ଞକାରୀଅର୍ଜୁନ ସମ ଧନୁର୍ଦ୍ଧାରୀ
Couplet 62
ହୁତାଶ ପ୍ରାୟ ତେଜୋମୟଦୁସ୍ତର ସମୁଦ୍ରର ପ୍ରାୟ
Couplet 63
ବିକ୍ରମେ ଯେସନେ କେଶରୀଆଶ୍ରୟେ ଯେହ୍ନେ ହିମଗିରି
Couplet 64
ପୃଥିବୀ ସମ ଧୀରଚେତାସହିଷ୍ଣୁ ଯେହ୍ନେ ପିତାମାତା
Couplet 65
ସମ ପାଳନେ କି ବିଧାତାଈଶ୍ୱର ପ୍ରାୟ ବରଦାତା
Couplet 66
ଆଶ୍ରୟ ସର୍ବ ପ୍ରାଣୀଙ୍କରଯେହ୍ନେ ସଂସାରେ ରମାବର
Couplet 67
ସର୍ବଲକ୍ଷଣେ କୃଷ୍ଣସମସୁଦୃଢ଼ବ୍ରତ ସତ୍ୟଧାମ
Couplet 68
ଉଦାର ପଣେ ରନ୍ତିଦେବଯଯାତି ପ୍ରାୟେ ଧୀରଭାବ
Couplet 69
ବଳିର ପ୍ରାୟ ଧୀରପଦବୈଷ୍ଣବ ଯେହ୍ନେ ପ୍ରହଲାଦ
Couplet 70
ସଂସ୍କାର ମନ୍ତ୍ର ହବିର୍ଭାଗେଦେବଙ୍କୁ ଅଶ୍ୱମେଧ ଯଜ୍ଞେ
Couplet 71
ପୂଜାରେ କରାଇ ସନ୍ତୋଷବୃଦ୍ଧ ସେବାରେ ସେ ବିଶ୍ୱାସ
Couplet 72
ରାଜଋଷିଙ୍କ ଜାତକାରୀଦୁଷ୍ଟଜନଙ୍କ ଦର୍ପହାରୀ
Couplet 73
ଅବନୀ ଧର୍ମ ରକ୍ଷା ଅର୍ଥେକଳିକି ବାନ୍ଧିବି ଆୟତ୍ତେ
Couplet 74
ବ୍ରାହ୍ମଣ ଶାପ ମହାରୋଷେଲଭିବ ଅଳପ ବୟସେ
Couplet 75
ବ୍ରହ୍ମବଚନ ତୀକ୍ଷ୍ଣବାଣତକ୍ଷକ ହସ୍ତେ ଦେବ ପ୍ରାଣ
Couplet 76
ବ୍ରାହ୍ମଣ ଶାପେ ଭୟ ପାଇତକ୍ଷଣେ ସାଧୁସଙ୍ଗୀ ହୋଇ
Couplet 77
ଜାହ୍ନବୀକୂଳେ ଅନ୍ତର୍ଜଳେହରି-ଭକତି ସନ୍ଥମେଳେ
Couplet 78
କୃଷ୍ଣ-ମହିମା ଶୁକ ମୁଖେଶୁଣି ଛାଡ଼ିବ ପ୍ରାଣ ସୁଖେ
Couplet 79
ଗୋବିନ୍ଦ ଅଭୟ ଚରଣନିଶ୍ଚିନ୍ତେ ପଶିବ ଶରଣ
Couplet 80
ଏମନ୍ତେ ଜାତକର୍ମ କଲେବନ୍ଧୁବାନ୍ଧବ ବିପ୍ରମେଳେ
Couplet 81
ରାଜାଙ୍କୁ ମାଗି ଅନୁଯାନବିପ୍ରେ ଚଳିଲେ ନିଜ ସ୍ଥାନ
Couplet 82
ଗର୍ଭେ ଦେଖିଲା ଚକ୍ରପାଣିସଂସାରେ ଦେଖେ ଯେତେ ପ୍ରାଣୀ
Couplet 83
ଏ ଅବା ସେହି ଅବା ନୋହିଏମନ୍ତ ପରୀକ୍ଷା କରଇ
Couplet 84
ଏ ଘେନି ନାମ ପରୀକ୍ଷିତଲୋକରେ ହୋଇଲା ବିଖ୍ୟାତ
Couplet 85
ଦିନକୁଦିନ ତେଜରାଶିଶୁକଳପକ୍ଷେ ଯେହ୍ନେ ଶଶୀ
Couplet 86
ଦିନକୁଦିନ ପିତୃଗଣେସ୍ନେହେ ପାଳନ୍ତି ଅନୁକ୍ଷଣେ
Couplet 87
ବାଳକ ଦେହେ ପରୀକ୍ଷିତସ୍ୱଭାବେ କୃଷ୍ଣ ଭକତ
Couplet 88
ସକଳ ଲୋକେ ପ୍ରୀତିଦାତାସାଧୁ-ସୁନ୍ଦର-ଶୁଦ୍ଧଚେତା
Couplet 89
ଏବେ ହୋ ଶୁଣ ବିପ୍ରଜନେଧର୍ମନନ୍ଦନ ଚିନ୍ତେ ମନେ
Couplet 90
ଜ୍ଞାତି ମାରଣ ଦ୍ରୋହ ଚିତ୍ତେସର୍ବକଳୁଷ ନାଶ ଅର୍ଥେ
Couplet 91
ପ୍ରଜାଙ୍କ ତହୁଁ ନିଜଧନନକରି ଦଣ୍ତ କରଷଣ
Couplet 92
କୃଷ୍ଣ ଆଜ୍ଞାରେ ଭ୍ରାତୃଗଣେଗଲେ ଯେ ରାଜାଙ୍କ ଚରଣେ
Couplet 93
ରାଜାଙ୍କ ତହୁଁ କେତେ ଆଣିସଙ୍ଗତେ ଘେନି ଚକ୍ରପାଣି
Couplet 94
ପଞ୍ଚଭ୍ରାତାଏ ତୋଷେ ମିଳିବିପ୍ରଙ୍କୁ ଘେନି ବନମାଳୀ
Couplet 95
ଆଗମ ନିଗମ ଯେ ବିଧିକରାଇ ତିନି ଅଶ୍ୱମେଧି
Couplet 96
କେତେହେଁ ଦିନ କୃଷ୍ଣ ରହିଜ୍ଞାତି ସୁହୃଦ ଭାବ ବହି
Couplet 97
ଦ୍ରୌପଦୀ କୁନ୍ତୀ ଅନୁମତେବିଚାର କରି ପଞ୍ଚଭ୍ରାତେ
Couplet 98
ରଥେ ଅର୍ଜୁନ ସଙ୍ଗେ କରିନିଜ ଭୁବନେ ଗଲେ ହରି
Couplet 99
ସେ ହରି-ଚରଣ-ପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ