Skandha 1
Adhyaya 19
Couplet 1
ସୂତ କହନ୍ତି ଅନୁରାଗେଶୌନକଆଦି ଋଷିଆଗେ
Couplet 2
ସେ ମହୀପତି ପରୀକ୍ଷିତଚିନ୍ତା ନିମଗ୍ନ ଦୁଃଖଚିତ୍ତ
Couplet 3
ଏକାନ୍ତେ ବସି ବିଚାରଇନିନ୍ଦିତକର୍ମ କଲି ମୁହିଁ
Couplet 4
ଅର୍ଜିତ-କର୍ମବଶ ହୋଇଗୁରୁ ଯେସନେ ଶିକ୍ଷା ଦେଇ
Couplet 5
ଅନ୍ୟାୟେ ପ୍ରାଣୀଙ୍କ ବେଭାରେକୁକର୍ମ କଲି ଏ ସଂସାରେ
Couplet 6
ନିର୍ଦ୍ଦୋଷ-ବ୍ରାହ୍ମଣର ଗଳେସର୍ପ ଲମ୍ବାଇ ଧନୁହୁଳେ
Couplet 7
ନିଶ୍ଚଳ-ଯୋଗେ ତାର ଧ୍ୟାନନ ଜାଣି ହେଲି ହତଜ୍ଞାନ
Couplet 8
ଦେବହେଳନ କର୍ମ କଲିନିକଟେ ସଙ୍କଟ ଲଭିଲି
Couplet 9
ଏ ପାପ-ବିନାଶନ ହେତୁବେଗେ ବିଧାତା ମୋତେ ଚିନ୍ତୁ
Couplet 10
ଏ କର୍ମ ପୁଣ ମୁଁ ଯେମନ୍ତେକେବେହେଁ ନ କଳ୍ପଇ ଚିତ୍ତେ
Couplet 11
ବ୍ରାହ୍ମଣକ୍ରୋଧ ଦାବାନଳଏ ମୋର ରାଜ୍ୟ-ଧନବଳ
Couplet 12
ଆତ୍ମାର ସଙ୍ଗେ ଦହୁ ମୋତେଏ କର୍ମ ନ କରେ ଯେମନ୍ତେ
Couplet 13
ଗୋଦ୍ୱିଜଦେବଙ୍କ ହିଂସନେଦୁର୍ବୁଦ୍ଧି ନ ସ୍ଫୁରୁ ମୋ ମନେ
Couplet 14
ଏମନ୍ତେ ବିଚାରୁ ବିଷାଦେବୃତ୍ତାନ୍ତ ଶୁଭେ ଜନପଦେ
Couplet 15
ଉରଗ ବ୍ରାହ୍ମଣର ଗଳେରାଜା ଯେ ଦେଲା ଧନୁହୁଳେ
Couplet 16
ତାର ବାଳକ ଶାପ ଦେଲାତକ୍ଷକ ଦଂଶିବ ବୋଇଲା
Couplet 17
ସପ୍ତମଦିନେ କୋପାନଳେତାହାଙ୍କୁ ଦଂଶିବ ସେ ବଳେ
Couplet 18
ଏମନ୍ତ ଜନମୁଖୁ ଶୁଣିମନେ ସାନନ୍ଦ ନୃପମଣି
Couplet 19
ବୋଲଇ ବେଗେ ମୋତେ ଖାଉଏ ମୋର କୁଳେ ତାପ ନୋହୁ
Couplet 20
ଯେଣୁ ବିଷୟା ତ୍ୟାଗ ହେତୁତେଣୁ ଚିନ୍ତଇ ଆତ୍ମାମୃତ୍ୟୁ
Couplet 21
ଯେମନ୍ତେ ଇହ ପରଲୋକେମରଣେ ନ ପଡ଼ଇ ଦୁଃଖେ
Couplet 22
ଏମନ୍ତ ନିଶ୍ଚୟ ବିଚାରିରାଜସମ୍ପଦ ପରିହରି
Couplet 23
ଚିନ୍ତିଲା କୃଷ୍ଣ-ପାଦପୃଷ୍ଠସେବନ ବିନା ନାହିଁ ଶ୍ରେଷ୍ଠ
Couplet 24
କୃଷ୍ଣର ପାଦପଦ୍ମଜଳେପ୍ରବେଶ ଯାଇ ଗଙ୍ଗାକୂଳେ
Couplet 25
ଶ୍ରୀକୃଷ୍ଣ-ଚରଣ-ତୁଳସୀପାଦଉଦକରଜେ ମିଶି
Couplet 26
ଅତି ପବିତ୍ର ବହେ ବାରିଉଭୟଲୋକ ପାପହରି
Couplet 27
ପ୍ରାଣୀର ପ୍ରାଣତ୍ୟାଗ କାଳେକେବା ନବସେ ତାର କୂଳେ
Couplet 28
ପାଣ୍ତବବଂଶେ କୀର୍ତ୍ତିକରସକଳରାଜା ମଧ୍ୟେ ବର
Couplet 29
ସେ ସୁରନଦୀ ତୀରେ ଯାଇଚିତ୍ତେ ଗୋବିନ୍ଦପଦ ଧ୍ୟାୟି
Couplet 30
ବିଷୟସଙ୍ଗ ଦୂର କରିଅନ୍ନ-ଉଦକ ପରିହରି
Couplet 31
ମୁନିଙ୍କ ବ୍ରତେ ସେ ନିଶ୍ଚଳେମନ ନିବେଶି ଗଙ୍ଗାଜଳେ
Couplet 32
ସେ କଥା ଶୁଣି ମୁନିଜନେଯେ ଅବା ଥିଲେ ଗିରିବନେ
Couplet 33
ନିଜ ନିବାସ ଉପେକ୍ଷିଲେହସ୍ତିନା ନଗରେ ମିଳିଲେ
Couplet 34
ଯେ ଅବା ଥିଲେ ଯେଉଁ ଦେଶେରାଜାଙ୍କୁ ଦେଖିବାର ଆଶେ
Couplet 35
ସଙ୍ଗତେ ଘେନି ଶିଷ୍ୟଗଣଅପରେ ଅଶେଷ ବ୍ରାହ୍ମଣ
Couplet 36
ତାଙ୍କ ମହିମା କେବା କହେତୀର୍ଥ ପବିତ୍ର ତାଙ୍କ ଦେହେ
Couplet 37
ଅତ୍ରି ବଶିଷ୍ଠ ଆଦି ମୁନିଚ୍ୟବନ ଭୃଗୁ ବ୍ୟାସ ଘେନି
Couplet 38
ଅଙ୍ଗିରା ପରାଶର ଗାଧିସୁତ ଉତଥ୍ୟ ଯେ ପ୍ରସିଦ୍ଧି
Couplet 39
ଗୌତମ ଭରଦ୍ୱାଜ ମୁନିମୈତ୍ରେୟ ବିଶ୍ୱାମିତ୍ର ଘେନି
Couplet 40
ଅରିଷ୍ଟନେମି ଆର୍ଷ୍ଟିଷେଣଇନ୍ଦ୍ରପ୍ରମଦ ଶରଦ୍ ବାନ
Couplet 41
ନାରଦମୁନି ଆଦି କରିସର୍ବେ ମିଳିଲେ ରାଜପୁରୀ
Couplet 42
ଦେବର୍ଷି ରାଜର୍ଷି ମହର୍ଷିଅପରେ ଯେତେକ ବ୍ରହ୍ମର୍ଷି
Couplet 43
ସକଳ ଋଷି ଏକମେଳେମିଳିଲେ ଜାହ୍ନବୀର କୂଳେ
Couplet 44
ତାହାଙ୍କୁ ଦେଖି ପରୀକ୍ଷିତକପୋଳେ ଦେଇ ବେନିହସ୍ତ
Couplet 45
ବନ୍ଦିଲା ମୁନିଗଣ-ପାଦେଆନନ୍ଦେ ଅଶ୍ରୁ-ଗଦଗଦେ
Couplet 46
ସୁଖେ ବସିଲେ ମୁନିଗଣେପୁଣି ହିଁ ରାଜା ପରଣାମେ
Couplet 47
କର ଅଞ୍ଜଳି ଶିରେ ଦେଇବୋଲଇ କୃତକୃତ୍ୟ ହୋଇ
Couplet 48
ରାଜାଙ୍କ ମଧ୍ୟେ ମୋ ଜୀବନନିଶ୍ଚେ ଜାଣିଲି ଧନ୍ୟ ଧନ୍ୟ
Couplet 49
ମୋହର ପ୍ରାଣତ୍ୟାଗ କାଳେମହାନ୍ତଜନେ ବିଜେ କଲେ
Couplet 50
ବ୍ରାହ୍ମଣପାଦ ଯହିଁ ଧୋଇସେ ସ୍ଥାନେ ନିଜ ଶିର ଦେଇ
Couplet 51
କ୍ଷତ୍ରିୟ ସ୍ୱଭାବ ଏମନ୍ତଆଗମ ନିଗମ ଉକତ
Couplet 52
ଯେ ଏହା ଲଙ୍ଘେ ଦୁଷ୍ଟପଣେଦୂଷିତ ହୋଇ ତତକ୍ଷଣେ
Couplet 53
ସେ ବିପ୍ରେ ଆସି ମୋର ପାଶେବସନ୍ତି ମନର ହରଷେ
Couplet 54
ତାହାର ଭାଗ୍ୟ କି କହିବାଯାହା ନ ପାନ୍ତି ସୁର ଦେବା
Couplet 55
ଅପ୍ରାଧ କଲି ବିପ୍ରକୁଳେଦେଖ ମୋହର ଅନ୍ତକାଳେ
Couplet 56
ସର୍ବ-ବିଷୟ-ସଙ୍ଗ ତେଜିକୃଷ୍ଣଚରଣେ ଚିତ୍ତ ମଜ୍ଜି
Couplet 57
ତୁମ୍ଭେ ଅଶେଷ ବ୍ରହ୍ମଋଷିମିଳିଲ ମୋର ପାଶେ ଆସି
Couplet 58
ବ୍ରାହ୍ମଣ ଶାପ କୋପାନଳଏ ମୋର ବିମୁକ୍ତିର ମୂଳ
Couplet 59
ଯେ କର୍ମ କଲେ ଏ ସଂସାରେପ୍ରାଣୀ ତରନ୍ତି ମାୟାଘୋରେ
Couplet 60
ତୁମ୍ଭର ଅନୁଗ୍ରହ ସେବିପ୍ରସନ୍ନ ହେଉ ଗଙ୍ଗାଦେବୀ
Couplet 61
କୃଷ୍ଣଚରଣେ ପ୍ରୀତି ହେଉକୁହକ ତକ୍ଷକ ବା ଖାଉ
Couplet 62
ତେଣେ ସଂଶୟ ନାହିଁ ମୋରସକଳେ କୃଷ୍ଣକଥା କର
Couplet 63
କୃଷ୍ଣବିଷୟେ ହେଉ ମତିତାର ସେବକ ସଙ୍ଗ ଗତି
Couplet 64
ମୋହର କର୍ମଫଳ ଲଇଜନ୍ମ ଲଭିବି ଯହିଁ ତହିଁ
Couplet 65
ମୁଁ ତହିଁ କୃଷ୍ଣଦାସ ପଣେସେବିବି ଅଭୟ ଚରଣେ
Couplet 66
ଶରଣାଗତ ବୋଲି ମୁହିଁହେ ବିପ୍ରେ ଭାବ ଦୟା ବହି
Couplet 67
ସକଳଜୀବେ ମିତ୍ରଭାବଯେମନ୍ତେ ହୋଇବ ସମ୍ଭବ
Couplet 68
ଏମନ୍ତ ମୋତେ ଦିଅ ବରତୁମ୍ଭ ଚରଣେ ନମସ୍କାର
Couplet 69
ଏମନ୍ତ ମୁନିଙ୍କି ଜଣାଇକୃଷ୍ଣଚରଣେ ମନ ଦେଇ
Couplet 70
ଜାହ୍ନବୀତୀରେ କୁଶଶଯ୍ୟାଶୟନ ଅର୍ଥେ କଲା ରାଜା
Couplet 71
ପୂର୍ବଦିଗକୁ ଶିର କରିଉତ୍ତରମୁଖେ ଦଣ୍ତଧାରୀ
Couplet 72
ଗଙ୍ଗା ଦକ୍ଷିଣକୂଳେ ଶୋଇକାରୁଣ୍ୟଜଳେ ଦୃଷ୍ଟି ଦେଇ
Couplet 73
ଯେ ଜନ୍ମେଜୟ ସୁତ ତାରତା ଶିରେ ଦେଇ ରାଜ୍ୟଭାର
Couplet 74
ଅଶେଷ ଋଷିଗଣ ମଧ୍ୟେମନ ନିବେଶି କୃଷ୍ଣପାଦେ
Couplet 75
ଆକାଶେ ଥାଇ ଦେବଗଣେଆନନ୍ଦେ ପୁଷ୍ପବରଷଣେ
Couplet 76
ଦୁନ୍ଦୁଭି ବାଦ୍ୟନାଦ ତୁଲେସାଧୁଶବଦେ ସ୍ତୁତି କଲେ
Couplet 77
ଯେ ମୁନିଗଣେ ଗଙ୍ଗାକୂଳେଥିଲେ ଯେ ପରୀକ୍ଷିତ ମେଳେ
Couplet 78
ଗଗନେ ଶୁଣି ସାଧୁବାଣୀଆନନ୍ଦମନେ ସର୍ବମୁନି
Couplet 79
ସାଧୁଶବଦ ଉଚ୍ଚସ୍ୱରେଦିଶ ପୂରିଲା ଗଙ୍ଗାତୀରେ
Couplet 80
ପ୍ରଜାଏ ଅନୁଗ୍ରହ ମୁଖେକହନ୍ତି ଏକକୁ ଆରକେ
Couplet 81
ଏ ସାଧୁରାଜା ବିଚକ୍ଷଣଅକାଳେ ଲଭିବ ମରଣ
Couplet 82
ଦେଖ ଏହାର ଭାଗ୍ୟବଳେମୁନିଙ୍କ ମଧ୍ୟେ ଅନ୍ତକାଳେ
Couplet 83
ୟାର ଆସ୍ଥାନେ ସର୍ବରାଜାଶିର ନୁଆଁଇ କଲେ ପୂଜା
Couplet 84
ସେ ରାଜା କାଳେ ହରିଭାବେପଶିବ ଜନ୍ମର ସ୍ୱଭାବେ
Couplet 85
ଏ ନରପତି ଯେତେଦିନେପ୍ରାଣ ଛାଡ଼ିବ କୃଷ୍ଣଧ୍ୟାନେ
Couplet 86
ସୁଖେ ଲଭିବ ବିଷ୍ଣୁଲୋକଯେ ସ୍ଥାନ ବିମୋହ ବିଶୋକ
Couplet 87
ଆମ୍ଭେ ସକଳେ ଏହି ସ୍ଥାନେବଞ୍ଚିବା ଗଙ୍ଗାଜନପାନେ
Couplet 88
ଏ ଭାଗବତର ଉତ୍ତମନିଶ୍ଚେ ଲଭିବ ପ୍ରେମଧାମ
Couplet 89
ଏମନ୍ତେ ପ୍ରଜାମୁଖୁ ଶୁଣିଅମୃତ ସମ ସାଧୁବାଣୀ
Couplet 90
ରାଜା ମଣିଲା ସତ୍ୟ ପ୍ରାୟଛାଡ଼ିଲା ସକଳ ସଂଶୟ
Couplet 91
କୃଷ୍ଣଚରଣ ସେବାଫଳେଅଶେଷ ପ୍ରାଣୀ ମହୀତଳେ
Couplet 92
ପୂର୍ବେ ଲଭିଲେ ହରିଭାବଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ
Couplet 93
ଦେଖ ମୋହର ଭାଗ୍ୟବଶୁସର୍ବେ ମିଳିଲେ ସର୍ବଦେଶୁ
Couplet 94
ବେଦେ ଯେମନ୍ତ ଦେହବନ୍ତେସ୍ୱର୍ଗେ ବିବୁଧଙ୍କ ସଙ୍ଗତେ
Couplet 95
ବସି କହନ୍ତି ନାନାଧର୍ମଯେ ବର୍ଣ୍ଣେ ଯେବା ନିଜକର୍ମ
Couplet 96
ଯେ ଫଳ ଇହ ପରଲୋକେପ୍ରାଣୀ ଲଭନ୍ତି ସୁଃଖସୁଖେ
Couplet 97
ତେମନ୍ତେ ଅନୁଗ୍ରହ ଚିତ୍ତେତୁମ୍ଭେ ଆଗତ ପରହିତେ
Couplet 98
ଏ ବିନେ ନାହିଁ କାର୍ଯ୍ୟ ଆରଏ ଦେହସ୍ୱଭାବ ତୁମ୍ଭର
Couplet 99
ତୁମ୍ଭଙ୍କୁ ପଚାରଇ ମୁହିଁମରଣେ ଅନ୍ତର୍ଚଳେ ଥାଇ
Couplet 100
ଏବେ କି କୃତ୍ୟ ଅଛି ମୋତେକହ ସକଳେ ଶୁଦ୍ଧଚିତ୍ତେ
Couplet 101
ଏ ଘୋର-ସଂସାର-ସାଗରେମରଣୁ କିବା କରି ତରେ
Couplet 102
ଏମନ୍ତ ପୁଛୁଁ ରାଜଋଷିଶୁକ ମିଳିଲେ ବେଗେ ଆସି
Couplet 103
ମହୀ-ଭ୍ରମଣ ଇଚ୍ଛା ସୁଖେଶ୍ରୀକୃଷ୍ଣନାମ ଗାଇ ମୁଖେ
Couplet 104
ଲକ୍ଷି ନପାରି ଯାର ଅଙ୍ଗକ୍ଷଣକ୍ଷଣକେ ନାନାରଙ୍ଗ
Couplet 105
ନିରତେ ନିଜ ଲାଭେ ତୋଷସ୍ୱଭାବେ ଅବଧୂତ ବେଶ
Couplet 106
ବେଷ୍ଟିତ ବାଳକ ସମୂହେକିବା ଉପମା ଦେବା ଦେହେ
Couplet 107
ସ୍ୱଭାବେ ଷୋଡ଼ଶ ଅବଦସୁନ୍ଦର ସୁକୁମାର ପାଦ
Couplet 108
କର ଯୁଗଳ ବାହୁ ଅଂସଉନ୍ନତ ସୁନ୍ଦର ସୁନାସ
Couplet 109
ନିବିଡ଼ ବେନି ଉରୁ ସାଜେସୁନ୍ଦର କପୋଳ ବିରାଜେ
Couplet 110
ଆୟତ ଚକ୍ଷୁ ଚାରୁକର୍ଣ୍ଣସୁଗ୍ରୀବ ସୁନ୍ଦର ଆନନ
Couplet 111
ମାଂସେ ନିଗୂଢ଼ ଜତ୍ରୁ ସାଜେତୁଙ୍ଗ ବକ୍ଷସ୍ଥଳ ବିରାଜେ
Couplet 112
ତ୍ରିବଳୀ କୁକ୍ଷି ମନୋହରଆବର୍ତ୍ତ ନାଭି ସୁଗଭୀର
Couplet 113
ବିକୀର୍ଣ୍ଣ କେଶ ଦିଗମ୍ବରବିଭୂତି-ଭୂଷଣ ଶରୀର
Couplet 114
ପ୍ରଳମ୍ବଭୁଜ ଜାନୁଯାଏଦିଶେ ଅମରବର ପ୍ରାୟେ
Couplet 115
ଶରୀର ବର୍ଣ୍ଣରୁଚି ଶ୍ୟାମରୂପେ ତୁଳିତ ନୋହେ କାମ
Couplet 116
କି ଅବା ଦେବା ପଟାନ୍ତରକାମିନୀଜନ-ମନୋହର
Couplet 117
ଏମନ୍ତ ରୂପ ତାର ଦେଖିମୁନିଏ ଆସନ ଉପେକ୍ଷି
Couplet 118
ଜାଣନ୍ତି ତାହାଙ୍କ ଲକ୍ଷଣସେ ଯୋଗୀ କୃଷ୍ଣ-ପରାୟଣ
Couplet 119
ଶୁକ ଆଗମ ଦେଖି ରାଜାତକ୍ଷଣେ ଆଣି ଅର୍ଘ୍ୟପୂଜା
Couplet 120
ବିନୟଭାବେ ଦଣ୍ତଧାରୀଚରଣେ ନମସ୍କାର କରି
Couplet 121
ସ୍ତିରୀ ବାଳକ ଯେତେ ଥିଲେତା ଦେଖି ଭୟେ ବାହୁଡ଼ିଲେ
Couplet 122
ରାଜା ପୂଜିଲା ମନତୋଷେଶୁକ ବସିଲେ ରାଜାପାଶେ
Couplet 123
ବେଷ୍ଟିତ ଋଷିଗଣ ମଧ୍ୟେସେ ଶୁକ ବସିଲେ ଆନନ୍ଦେ
Couplet 124
ଶଶାଙ୍କ ଯେହ୍ନେ ତାରାମେଳେବିରାଜେ ଗଗନ ମଣ୍ତଳେ
Couplet 125
ପ୍ରଶାନ୍ତ-ଚିତ୍ତ ମୁନିବରଅକୁଣ୍ଠ-ଧାରଣା ଯାହାର
Couplet 126
ସେ ମୁନିପାଦେ ନମସ୍କାରକରି ଯୋଡ଼ିଲା ବେନିକର
Couplet 127
ନିର୍ମଳବାକ୍ୟ ସୁଧାଧାରମୁନିଙ୍କି ଚାହିଁ ନୃପବର
Couplet 128
ପୁଚ୍ଛଇ ବେନିକର ଯୋଡ଼ିଚରଣେ ପୁଣ ପୁଣ ପଡ଼ି
Couplet 129
ଆଜ ମୋହର ଜନ୍ମ ଧନ୍ୟକ୍ଷତ୍ରିୟବଂଶେ ବିଦ୍ୟମାନ
Couplet 130
ତୁମ୍ଭେ ଅତିଥି ରୂପେ ଆସିନିର୍ମଳଚିତ୍ତେ ବ୍ରହ୍ମଋଷି
Couplet 131
ଦେଖି ମୋ ଆତ୍ମା କୃତକୃତ୍ୟଦେହକୁ କଲି ତୀର୍ଥଭୂତ
Couplet 132
ଯାହାର ସ୍ମରଣ ବିଶ୍ୱାସପବିତ୍ର କରେ ଗୃହୀବାସ
Couplet 133
ତାହାର ଦରଶନ ମାତ୍ରେଦୁରିତ ନ ରହଇ ଗାତ୍ରେ
Couplet 134
ସ୍ପରଶ ପାଦଜଳ ଯହିଁସକଳ ତୀର୍ଥଫଳ ତହିଁ
Couplet 135
ଆଜ ଜୀବନ ମୋର ଧନ୍ୟଦେଖିଲି ତୁମ୍ଭର ବଦନ
Couplet 136
ଯେତେ ଦୁରିତ ଦେହେ ଥିଲାତୁମ୍ଭ ସାନ୍ନିଧ୍ୟେ ଦୂର ଗଲା
Couplet 137
ବିଷ୍ଣୁର ତେଜ ମହାଘୋରେଯେମନ୍ତେ ନଶନ୍ତି ଅସୁରେ
Couplet 138
ଆଜ ଜାଣିଲି ମୋତେ ହରିପାଣ୍ତବ ସ୍ନେହେ ପ୍ରୀତି କରି
Couplet 139
ବାନ୍ଧବପ୍ରିୟ ବ୍ରହ୍ମରାଶିଯେହ୍ନେ ପାଣ୍ତବ ଗୃହେ ଆସି
Couplet 140
ତାହାଙ୍କ ଗୋତ୍ର ଯେଣୁ ମୁହିଁତେଣୁ ସଦୟ ମୋରେ ହୋଇ
Couplet 141
କୃଷ୍ଣର ଦୟା ଯେଣୁ ହୋଇତୁମ୍ଭ ଦର୍ଶନେ ଯୋଗ୍ୟ ମୁହିଁ
Couplet 142
ଅବ୍ୟକ୍ତଗତି ଯେ ତୁମ୍ଭରକେ ତାହା କରିବ ଗୋଚର
Couplet 143
ପୁଣି ମରଣେ ତୁମ୍ଭ ସଙ୍ଗତରିଲି ଏ ଭବ-ତରଙ୍ଗ
Couplet 144
ଯୋଗୀଙ୍କ ମଧ୍ୟେ ତୁମ୍ଭେ ଗୁରୁଯେହ୍ନେ ଅଚଳ-ମହାମେରୁ
Couplet 145
ଦେଖ ଜୀବନ ଯିବା କାଳେକିବା ସାଧିବି ମହୀତଳେ
Couplet 146
କିବା ଶୁଣିବି କର୍ଣ୍ଣପଥେସ୍ମରଣ କି କରିବି ଚିତ୍ତେ
Couplet 147
କିବା ବଚନ ଉଚ୍ଚାରଣେଭଜିବି କାହାର ଚରଣେ
Couplet 148
ତୁମ୍ଭେ ଯେ ପ୍ରାଣୀଙ୍କର ଦ୍ୱାରେଦଣ୍ତେ ନ ରହ ମନସ୍ଥିରେ
Couplet 149
ଗୋଦୋହମାତ୍ରେ ତୁମ୍ଭ ଗତିଏଣୁ ମୋହର ମନେ ଭ୍ରାନ୍ତି
Couplet 150
କହନ୍ତି ସୂତ ଶୁଦ୍ଧମନେଶୁଣ ସକଳ ମୁନିଜନେ
Couplet 151
ଏମନ୍ତ ପରୀକ୍ଷିତ ବାଣୀଆନନ୍ଦେ ଶୁକମୁନି ଶୁଣି
Couplet 152
ହରଷେ ମୁଦ୍ରିତ ଲୋଚନଚିତ୍ତେ ଚିନ୍ତିଲେ ଭଗବାନ
Couplet 153
ସେ ମୁନି ଚରଣ କମଳେସୁଜନେ ଚିନ୍ତ ଧ୍ୟାନବଳେ
Couplet 154
ପ୍ରଥମସ୍କନ୍ଧେ ଭାଗବତବର୍ଣ୍ଣଇ ଦାସ ଜଗନ୍ନାଥ