Skandha 1
Adhyaya 18
Couplet 1
କହନ୍ତି ସୂତ ଶୁଦ୍ଧଚେତାଶୁଣ ସକଳ ବ୍ରହ୍ମବେତ୍ତା
Couplet 2
ଦ୍ରୋଣକୁମର ଶସ୍ତ୍ରାଘାତେଯେ ରାଜା ବଞ୍ଚି ଗର୍ଭଗତେ
Couplet 3
କୃଷ୍ଣର ଅନୁଗ୍ରହ ଭାବେନ ମଲା ଜନନୀର ଗର୍ଭେ
Couplet 4
ବ୍ରାହ୍ମଣ କୋପେ ଶାପ ଦେଲାତକ୍ଷକେ ମର ତୁ ବୋଇଲା
Couplet 5
ତେଣୁ ତକ୍ଷକ ତାକୁ ବଳେବେଗେ ଦଂଶିଲା ଗଙ୍ଗାଜଳେ
Couplet 6
ମରଣ ଜାଣି ମହୀପତିହୃଦେ ଚିନ୍ତିଲା ଯଦୁପତି
Couplet 7
ହରିମହିମା ପରିମାଣିବ୍ୟାସକୁମର ମୁଖୁ ଶୁଣି
Couplet 8
ଛାଡ଼ିଣ ସର୍ବସଙ୍ଗ ହେଳେଯେ ଜୀବ ଜ୍ଞାନତତ୍ତ୍ୱ ବଳେ
Couplet 9
ଗଙ୍ଗାରେ ଛାଡ଼ି ନିଜପ୍ରାଣଗୋବିନ୍ଦେ ପଶିଲା ଶରଣ
Couplet 10
କୃଷ୍ଣର ଗାଥା ଗୁଣପନ୍ତିଯେ ନିତ୍ୟେ ହୃଦରେ ଚିନ୍ତନ୍ତି
Couplet 11
କୃଷ୍ଣର କଥାମୃତ ତୁଣ୍ତେକହି ରୋମାଞ୍ଚ ନିଜ ପିଣ୍ତେ
Couplet 12
ସର୍ବଦା ପାଦ ଯେ ସ୍ମରନ୍ତିମରଣେ କିବା ତାଙ୍କ ଭୀତି
Couplet 13
ସେ ରାଜା ଯେତେଦିନ ଥିଲାସଂସାରେ କଳି ନ ପଶିଲା
Couplet 14
ନନ୍ଦନନ୍ଦନ ଯେତେବେଳେତନୁ ଛାଡ଼ିଲେ ମହୀତଳେ
Couplet 15
ତକ୍ଷଣେ ଅଧର୍ମ ପୁରୁଷକଳି ଏ ସଂସାରେ ପ୍ରବେଶ
Couplet 16
ସେ ରାଜା ତାକୁ ସ୍ଥାନ ଦେଇସାରଙ୍ଗ ପ୍ରାୟ ସାର ଖାଇ
Couplet 17
କୁଶଳ କର୍ମ ଯେ କରନ୍ତିସେ ଫଳ ଏ ଦେହେ ଭୁଞ୍ଜନ୍ତି
Couplet 18
ଇତର ଚିନ୍ତା ନ ଲାଗଇଯେ ଶୁଭକର୍ମେ ନିତ୍ୟେ ଥାଇ
Couplet 19
ସେ କଳିଯୁଗ ଭୟଙ୍କରସ୍ୱଭାବେ ସୁବୁଦ୍ଧି ଗଭୀର
Couplet 20
ନିରତେ ଅପ୍ରମତ୍ତ ହୋଇସିଂହର ପ୍ରାୟେ ବିକ୍ରମଇ
Couplet 21
ପ୍ରମତ୍ତ ପ୍ରାୟ ବାଳ ମଧ୍ୟେସେ କଳି ବିହରେ ଆନନ୍ଦେ
Couplet 22
ସେ ପରୀକ୍ଷିତ ଗୁଣଗାଥାଯହିଁ ପ୍ରକାଶ କୃଷ୍ଣକଥା
Couplet 23
ପ୍ରସଙ୍ଗେ କହିଲଇଁ ଏବେଯେଣୁ ପୁଚ୍ଛିଲ ପ୍ରିୟଭାବେ
Couplet 24
କୃଷ୍ଣର ଯେତେ ଗୁଣଗାଥାଯେ ସାଧୁଜନ ମଧ୍ୟେ କଥା
Couplet 25
ତାର ମହିମା ଶୁଦ୍ଧଚିତ୍ତେକହି ବଞ୍ଚନ୍ତି ସାଧୁସନ୍ଥେ
Couplet 26
ନିତ୍ୟେ ତାହାର ପଦ ଚିନ୍ତିନିଶ୍ଚୟେ ଗୋବିନ୍ଦେ ପଶନ୍ତି
Couplet 27
ସୂତ ବଚନ ଶୁଣି କର୍ଣ୍ଣେମନ ଆନନ୍ଦେ ମୁନିଜନେ
Couplet 28
କର ପ୍ରସାରି ଜଣେ ଜଣସୂତଙ୍କୁ କରନ୍ତି କଲ୍ୟାଣ
Couplet 29
ନିର୍ମଳ-ଯଶ-ଗୁଣ-ଦେହୀଚିର ଜୀବନେ ରହ ତୁହି
Couplet 30
ଆମ୍ଭେ ଯେ ନରଦେହ ବହିତୋର ନିକଟେ ଶୁଭେ ଥାଇ
Couplet 31
କୃଷ୍ଣ ଅମୃତ କଥାମାନତୋର ବଚନୁ କର୍ଣ୍ଣେ ପାନ
Couplet 32
କରି ବଞ୍ଚିଲୁ ଦିନାକେତେସୁସାଧୁ ସଙ୍ଗର ଆୟତ୍ତେ
Couplet 33
ଏ ଯଜ୍ଞକର୍ମେ ଆମ୍ଭ ଚିତ୍ତବେଦ ବଚନେ ମୋହଗତ
Couplet 34
ଏ ଯଜ୍ଞ ଧୂମେ ଧୂମାକୁଳଆମ୍ଭର ଆତ୍ମା ହୀନବଳ
Couplet 35
ଫୁଟିଲୁ ଯଜ୍ଞବାଟେ ଭ୍ରମିପଥୁକୀ ଯେହ୍ନେ ପଥଶ୍ରମୀ
Couplet 36
ତୁ ଯେ ଆମ୍ଭର ଶ୍ରମ ଜାଣିକୃଷ୍ଣ ଅମୃତ କଥା ବାଣୀ
Couplet 37
ପାନ କରାଇ ଶ୍ରୁତିମାର୍ଗେରଖିଲ ଆମ୍ଭ ପ୍ରାଣ ବେଗେ
Couplet 38
ହରି ଭକତଜନ ସଙ୍ଗେଯେ କ୍ଷଣେ ବଞ୍ଚେ ନର ଅଙ୍ଗ
Couplet 39
ତା ସଙ୍ଗେ ସ୍ୱର୍ଗ-ଭୋଗ-ମୋକ୍ଷକେ ତୁଲ୍ୟ କରିବ ପ୍ରତ୍ୟକ୍ଷ
Couplet 40
ଏଣୁ ଯେ କରେ ସାଧୁସଙ୍ଗତରଇ ଏ ଭବତରଙ୍ଗ
Couplet 41
ପ୍ରାଣୀ ବାଞ୍ଛିତ ଆଶା ଏତେଅଧିକ କ୍ଳେଶ ଏ ଜଗତେ
Couplet 42
କୃଷ୍ଣକଥାରେ ରସ ଯେତେତାହା ଆସ୍ୱାଦି ଶୁଦ୍ଧଚିତ୍ତେ
Couplet 43
କେବା ରସଜ୍ଞ ତାହା ତେଜେକର୍ଣ୍ଣ ଜିହ୍ୱାରେ ସୁଖେ ଭୁଞ୍ଜେ
Couplet 44
ଯାହାର ଗୁଣ ଅନ୍ତ ନାହିଁସ୍ୱଭାବେ ନିର୍ଗୁଣ ବୋଲାଇ
Couplet 45
ଭବ ବିରଞ୍ଚି ଯାର ଅନ୍ତପ୍ରମାଣି ନ ପାରେ ଜଗତ
Couplet 46
ଏଣୁ ଭକତ ପ୍ରାଣୀଙ୍କରଭାବୁକ ମଧ୍ୟେ ତୁମ୍ଭେ ବର
Couplet 47
ମହତଜନଙ୍କ ଶରଣଯାହାର ଅଭୟ ଚରଣ
Couplet 48
ଶ୍ରୀକୃଷ୍ଣ ଉଦାର ଚରିତବିଶୁଦ୍ଧ ରସେ ଆମ୍ଭ ଚିତ୍ତ
Couplet 49
ଲୋଭିଲା ମଧୁକର ପ୍ରାୟେଭୋ ମୁନି କର ତୁ ସଦୟେ
Couplet 50
କହ ଗୋବିନ୍ଦ-ରସକଥାଯେଣେ ଛାଡ଼ିବୁ ଭବବ୍ୟଥା
Couplet 51
ସେ ମହାଭାଗ ପରୀକ୍ଷିତଭକତ ମଧ୍ୟେ ବୁଦ୍ଧିମନ୍ତ
Couplet 52
ବ୍ୟାସନନ୍ଦନ ମୁଖୁ ବାଣୀସାନନ୍ଦେ ଗଙ୍ଗାତୀରେ ଶୁଣି
Couplet 53
କୃଷ୍ଣର ପାଦପଦ୍ମ ଗନ୍ଧେଭୃଙ୍ଗ ଯେସନେ ମକରନ୍ଦେ
Couplet 54
ଗରୁଡ଼ଧ୍ୱଜ ପାଦମୂଳେପ୍ରାଣ ନିବେଶି ଗଙ୍ଗାଜଳେ
Couplet 55
ପଶିଲା ସର୍ବସୁଖ ତେଜିହରି ଚରଣ ଭାବେ ଭଜି
Couplet 56
ତାର ଚରିତ ଯୋଗସାରସେ ଯେ ଭକତ ମଧ୍ୟେ ବର
Couplet 57
ଅନନ୍ତ ଚରିତ ସଂଯୁତଯେ କର୍ମ କଲେ ପରୀକ୍ଷିତ
Couplet 58
କହ ସକଳ ଆମ୍ଭ ଆଗତୁମ୍ଭେ ସହଜେ ମହାଭାଗ
Couplet 59
ଶୁଣି କହନ୍ତି ସୂତମୁନିବିପ୍ରଙ୍କ ଭାବେ ଭାବ ଘେନି
Couplet 60
ବୋଲନ୍ତି ଭାଗ୍ୟ ଏ ମୋହରବୃଦ୍ଧଙ୍କ ମଧ୍ୟେ ପୁରସ୍କାର
Couplet 61
ବିଲୋମେ ଜନ୍ମ ମୁଁ ଲଭିଲିସତ୍ କୂଳ ମଧ୍ୟେ ଗଣ୍ୟ ହେଲି
Couplet 62
ମହତଜନଙ୍କୁ ଯେ ପାଇତାର ଦୁଷ୍କୃତ ଦୋଷ କାହିଁ
Couplet 63
ଶ୍ରୀକୃଷ୍ଣ ନାମ ଯେ ଗୁଣନ୍ତିଯେ ଅବା ଶ୍ରବଣେ ଶୁଣନ୍ତି
Couplet 64
ତାଙ୍କର କଥା କି କହିବାତାଙ୍କୁ ସମାନ ଅଛି କେବା
Couplet 65
ସେ ହରି ସର୍ବଘଟେ ଥାଇଶରଣ ରକ୍ଷଣ ବୋଲାଇ
Couplet 66
ଅନନ୍ତ ଶକ୍ତି ଯେ ଅନନ୍ତମହାନ୍ତଗୁଣ ନାହିଁ ଅନ୍ତ
Couplet 67
ବ୍ରହ୍ମାଦି ଦେବ ଋଷି ଯେତେଯା ଅନୁରୋଧେ ବେଦପଥେ
Couplet 68
ଯୋଗ ସମାଧି ତପେ ଚିନ୍ତିଯେ ଲକ୍ଷ୍ମୀ କଟାକ୍ଷ ଇଚ୍ଛନ୍ତି
Couplet 69
ସେ ଲକ୍ଷ୍ମୀ ସର୍ବ ଗୁଣ ଛାଡ଼ିତାର ଚରଣେ ଚିତ୍ତ ବଢ଼ି
Couplet 70
ନିତ୍ୟେ ବସଇ ବୃକ୍ଷସ୍ଥଳେଧ୍ୟାନ ନିରୋପି ପାଦମୂଳେ
Couplet 71
କୃଷ୍ଣର ପାଦପଦ୍ମ ରଜେନିଷ୍କାମ ମାର୍ଗେ ନିତ୍ୟେ ଭଜେ
Couplet 72
ଯାହାର ପାଦ ନଖ ଲାଗିସ୍ୱଭାବେ ଗଙ୍ଗା ସଉଭାଗୀ
Couplet 73
ସେ ଗଙ୍ଗାଜଳ ଏ ଜଗତେପୂଜନ୍ତି ବିରଞ୍ଚି ସହିତେ
Couplet 74
ସେ ଗଙ୍ଗାନାମ ଉଚ୍ଚାରିଲେପ୍ରାଣୀ ତରନ୍ତି ପାପୁ ଭଲେ
Couplet 75
ଏଣୁ ମୁକୁନ୍ଦ ନାମ ବିନେସଂସାରେ କେବା ଉଚ୍ଚାରଣେ
Couplet 76
ସେ କି ପଦାର୍ଥ ଏ ଜଗତେଚିନ୍ତି ନ ପାରେ ମୁନିସନ୍ଥେ
Couplet 77
ଯାର ଚରଣେ ସିଦ୍ଧଗଣେସମାଧି ଯୋଗ ଆଚରଣେ
Couplet 78
ଛାଡ଼ି ବିଷୟ ମୁନିଗଣନିତ୍ୟେ କରନ୍ତି ସୁମରଣ
Couplet 79
ଭକ୍ତି ସମାଧି ଦୃଢାସନେତରିଲେ ସଂସାର ବନ୍ଧନେ
Couplet 80
ହେ ଅର୍ଯ୍ୟମଣ ମୁନି ଯେତେତୁମ୍ଭେ ଯେ ପଚାରିଲ ମୋତେ
Couplet 81
କହିବି କୃଷ୍ଣର ମହିମାଯେ ଅବା ତାର ଗୁଣସୀମା
Couplet 82
କେ ଅବା ପାରେ ମୁଖେ କହିଯେହ୍ନେ ଗଗନ ଅନ୍ତ ନାହିଁ
Couplet 83
କୃଷ୍ଣ ମହିମା ସେହିମତେଯେ ପକ୍ଷୀ ଉଡ଼ିପାରେ ଯେତେ
Couplet 84
ତାର ବାରତା ସେ ଜାଣନ୍ତିଅଧିକେ ନ ପାରନ୍ତି ଚିନ୍ତି
Couplet 85
ଏଣୁ ପଣ୍ତିତଜନ ଯେତେଜ୍ଞାନ ବିଚାରି ଏ ଜଗତେ
Couplet 86
କୃଷ୍ଣର ମହିମା ବିଚାରେସହସ୍ରଜନ୍ମେ କେବା ପାରେ
Couplet 87
ଏବେ ହୋ ଶୁଣ ବିପ୍ରଜନେହରିଚରିତ ଶୁଦ୍ଧମନେ
Couplet 88
ସେ ପରୀକ୍ଷିତ ଏକଦିନେମୃଗୟା ଅର୍ଥେ ଗଲା ବନେ
Couplet 89
ମୃଗ ନ ପାଇ ଘୋରବନେକ୍ଷୁଧିତ ତୃଷିତ ବଦନେ
Couplet 90
ଜଳ ନ ପାଇ ପଥଶ୍ରମେମିଳିଲା ମୁନିଙ୍କ ଆଶ୍ରମେ
Couplet 91
ଦେଖଇ ଏକବୃକ୍ଷ ତଳେବ୍ରାହ୍ମଣ ଆସନ ନିଶ୍ଚଳେ
Couplet 92
ଆନନ୍ଦେ ମୁଦ୍ରିତ ଲୋଚନେଆତ୍ମା ନିବେଶି ଯୋଗଧ୍ୟାନେ
Couplet 93
ନିଶ୍ଚଳ ଆତ୍ମା ମନ ବୁଦ୍ଧିପବନ ନବଦ୍ୱାରେ ରୁନ୍ଧି
Couplet 94
ଇନ୍ଦ୍ରିୟଗଣ ପ୍ରତ୍ୟାହାରେଧ୍ୟାନେ ପ୍ରବେଶ ଶୂନ୍ୟପୁରେ
Couplet 95
ଆଧାର ଲିଙ୍ଗ ନାଭିହୃଦେକଣ୍ଠମଣ୍ତଳ ଭୂରୁମଧ୍ୟେ
Couplet 96
ମନପବନ ବ୍ରହ୍ମରନ୍ଧ୍ରେନିବେଶି ଅଛନ୍ତି ଆନନ୍ଦେ
Couplet 97
ଯୋଗନିଶ୍ଚଳ ବ୍ରହ୍ମଭୂତତିନିବିକାରୁ ସେ ଅତୀତ
Couplet 98
ପ୍ରକୀର୍ଣ୍ଣ ଜଟାଭାର ଶିରେହରିଣ ଚର୍ମର ଉପରେ
Couplet 99
ଏମନ୍ତ ବିପ୍ରକୁ ଅନାଇତୃଷିତେ କଣ୍ଠ ଶୁଷ୍କ ହୋଇ
Couplet 100
ଜଳ ମାଗିଲା ମହାରାଜାଇଚ୍ଛଇ ଆପଣାର ପୂଜା
Couplet 101
ଉଦକ ତୃଣ ଭୂମି ଆଦିଅତିଥି ପୂଜାର ପ୍ରସିଦ୍ଧି
Couplet 102
ଅର୍ଘ୍ୟ ସୁନୃତ ସାଧୁବାଣୀନ ଲଭି କୋପେ ନୃପମଣି
Couplet 103
ମନେ ବିଚାରେ ମହାରାଜଅବଜ୍ଞା କଲା ମୋତେ ଦ୍ୱିଜ
Couplet 104
କ୍ଷୁଧା ତୃଷାର ବଳେ ମନକ୍ଷଣ କ୍ଷଣକେ ଅଚେତନ
Couplet 105
ପ୍ରଚଣ୍ତ କ୍ରୋଧ କୋପାନଳେମୃତ ଉରଗ ଧନୁହୁଳେ
Couplet 106
ବ୍ରାହ୍ମଣଗଳେ ନେଇ ଦେଲାତକ୍ଷଣେ ନିଜପୁରେ ଗଲା
Couplet 107
ସେ ପରୀକ୍ଷିତ ନୃପମଣିବ୍ରାହ୍ମଣ କଥା ମନେ ଗୁଣି
Couplet 108
ସର୍ବ ଇନ୍ଦ୍ରିୟର ନିବୃତ୍ତିନୟନ ବୁଜି କିମ୍ପା ଛନ୍ତି
Couplet 109
କିବା ଏ ରାଜାଙ୍କ ଆଗତନିମିତ୍ତେ କରି ଦୃଢ଼ବ୍ରତ
Couplet 110
ତେଣୁ ଏ କପଟ ଏହାରନିଶ୍ଚଳ ସମାଧି ଗୋଚର
Couplet 111
ଏତେ ଅବଜ୍ଞା ନରଦେହେକ୍ଷତ୍ରିୟଜନ୍ମେ କେବା ସହେ
Couplet 112
ଏମନ୍ତେ ଗଲା ନରନାଥତକ୍ଷଣେ ବ୍ରାହ୍ମଣର ସୁତ
Couplet 113
ବାଳକ ସଙ୍ଗେ କ୍ରୀଡ଼ା କରେତେଜେ ଅନଳ ରୂପ ଧରେ
Couplet 114
ରାଜାର ଆଗମନ କଥାପିତାର ଯେମନ୍ତ ବ୍ୟବସ୍ଥା
Couplet 115
ବାଳକ ମୁଖୁ ଶୁଣି କୋପେମିଳିଲା ପିତାର ସମୀପେ
Couplet 116
ପିତାର ଗଳେ ସର୍ପ ଦେଖିକୋପେ ଚଞ୍ଚଳ କଲା ଆଖି
Couplet 117
ସଂସାର ଧର୍ମ ଯେ ପାଳକଦେଖ ତାହାର ଅବିବେକ
Couplet 118
ଶ୍ୱାନର ପ୍ରାୟେ ଚେଷ୍ଟା କଲାଦାସ ତ ସ୍ୱାମୀକୁ ଲଂଘିଲା
Couplet 119
ବ୍ରାହ୍ମଣେ କ୍ଷତ୍ରିୟଙ୍କୁ ବରିଯଜ୍ଞରେ ଦ୍ୱାରପାଳ କରି
Couplet 120
ଶ୍ୱାନର ପ୍ରାୟେ ଦ୍ୱାରେ ଥାନ୍ତିସେ ଭାଣ୍ତେ ଭୋଜନ ଇଚ୍ଛନ୍ତି
Couplet 121
ଉତ୍ପଥ ପ୍ରାଣୀ ଦଣ୍ତ ଅର୍ଥେଯେ କୃଷ୍ଣ ଥିଲେ ଏ ଜଗତେ
Couplet 122
ସେ ଯେଣୁ ନିଜପୁରେ ଗଲାତେଣୁ ଏ ଅନ୍ୟାୟ ଚିନ୍ତିଲା
Couplet 123
ଏ ପ୍ରାଣୀ ସଂସାରେ ରହିଲେଧର୍ମ ନଥିବ ଏଥି ଭଲେ
Couplet 124
ଦେଖ ମୋହର ବିପ୍ରଗଣକରିବି ଏଥିର କାରଣ
Couplet 125
ଏମନ୍ତ ବାଳକଙ୍କୁ କହିରଙ୍ଗନୟନେ ରୋଷ ବହି
Couplet 126
କୌଶିକୀ ଜଳେ ହସ୍ତଭରିମାର୍ଜନା ଆଚମନ କରି
Couplet 127
ରାଜା ଉଦ୍ଦେଶ୍ୟ କରି ମନେବଜ୍ର-ପ୍ରହାରଣ ବଚନେ
Couplet 128
ବୋଲଇ ଅଧର୍ମ ବିଚାରଅନ୍ୟାୟ କଲା ଏ ପାମର
Couplet 129
ଆଜହୁଁ ସପତ-ଦିବସେତକ୍ଷକ ଆସି ମହାରୋଷେ
Couplet 130
ତାର ଶରୀର ବେଗେ ଖାଉଏ ପାପୀ ଜଗତେ ନ ଥାଉ
Couplet 131
ମୋର ପିତାର ଦ୍ରୋହକାରୀସେ କିମ୍ପା ଥିବ ଦେହଧରି
Couplet 132
ଏମନ୍ତ ଶାପ ତାକୁ ଦେଇମିଳିଲା ପିତା ପାଶେ ଯାଇ
Couplet 133
ପିତାର ଗଳେ ସର୍ପ ଦେଖିକାନ୍ଦଇ ଅତି ଦୁଃଖେ ଦୁଃଖୀ
Couplet 134
ପୁତ୍ର ରୋଦନ କର୍ଣ୍ଣେ ଶୁଣିଧ୍ୟାନ ତେଜିଲା ବିପ୍ରମଣି
Couplet 135
ସେ ଆଙ୍ଗିରସ ନିଜାସନେଚାହିଁଲା ଉନ୍ମୀଳ ଲୋଚନେ
Couplet 136
ଆପଣା ଗଳେ ସର୍ପ ଦେଖିଉଠିଲା ଆସନ ଉପେକ୍ଷି
Couplet 137
ଗଳାରୁ ସର୍ପକୁ ପକାଇପୁଚ୍ଛଇ ପୁତ୍ରମୁଖ ଚାହିଁ
Couplet 138
ହେ ପୁତ୍ର କାନ୍ଦୁ କିସ ଅର୍ଥେକେ ପ୍ରାଣୀ ଶୋକ ଦେଲା ତୋତେ
Couplet 139
ପିତା ବଚନ ଶୁଣି ବଳାସଂକ୍ଷେପି ସକଳ କହିଲା
Couplet 140
ହେ ତାତ ଶୁଣ ମୋର ବାଣୀମୃଗୟା ଆସି ନୃପମଣି
Couplet 141
ମଉନବ୍ରତ ତୋର ଦେଖିସ୍ୱଧର୍ମ କଲା ସେ ଉପେକ୍ଷି
Couplet 142
ମୃତ-ଉରଗ ତୋର ଗଳେଦେଇ ଚଳିଲା ଅବହେଳେ
Couplet 143
ମୁଁ ତାକୁ ଜାଣି ଶାପ ଦେଲିତକ୍ଷକେ ମର ତୁ ବୋଇଲି
Couplet 144
ଏବେ ତୋ ଗଳେ ସର୍ପ ଚାହିଁଭୟେ କାନ୍ଦଇ ଦୂରେ ରହି
Couplet 145
ପୁତ୍ର ବଚନ ଶୁଣି କର୍ଣ୍ଣେକୋପ ବସିଲା ବିପ୍ରମନେ
Couplet 146
ପୁତ୍ରକୁ ଚାହିଁ କୋପଭରେବୋଲଇ ନିଷ୍ଠୁର ଉତ୍ତରେ
Couplet 147
ଅଳପ ଅପରାଧେ ତୁହିଏ କର୍ମ କଲୁ କିସ ପାଇଁ
Couplet 148
ସେ ଭାଗବତ ପୁଣ୍ୟଦେହୀଏ ଶାପ ତାକୁ ନ ଯୋଗାଇ
Couplet 149
ଅହୋ ଆଶ୍ଚର୍ଯ୍ୟ ଦେଖ କଥାଶୁଣି ମୋ ମନେ ଗରୁ ବ୍ୟଥା
Couplet 150
ଅଳପ ଅପରାଧେ ଦେଖଦୁର୍ବୁଦ୍ଧି ବିହିଲୁ ବାଳକ
Couplet 151
ଯାହାର ଭୁଜ ଆଶ୍ରେ କରିଧର୍ମ-ସମ୍ପଦ-ସୁଖ-ଶିରୀ
Couplet 152
ପ୍ରଜାଏ ସୁଖେଣ ଭୁଞ୍ଜନ୍ତିସେ କି କାହାରେ ଦ୍ରୋହ ଚିନ୍ତି
Couplet 153
ବିଷ୍ଣୁର ଅଂଶ ନରପତିକେ ଅଛି ତାରେ ଦ୍ରୋହ ଚିନ୍ତି
Couplet 154
ଏବେ ରାଜାର ଅନ୍ତେ ମହୀଚଉର୍ଯ୍ୟ ବଳଦର୍ପ ବହି
Couplet 155
ଅରକ୍ଷ ମେଷଯୂଥ ପ୍ରାୟେଲୋକ ନଶିବେ ଚୋରଭୟେ
Couplet 156
ଧନ ହରିବେ ଅନ୍ୟୋଅନ୍ୟେପ୍ରଜା ପଶିବେ ଘୋରବନେ
Couplet 157
ନିର୍ଭୟେ ପଶୁଙ୍କୁ ହିଂସିବେପର ରମଣୀ ନ ମାନିବେ
Couplet 158
ଅନାଥ ହୋଇବ ସଂସାରସେ ପାପ ହୋଇବ ଆମ୍ଭର
Couplet 159
ଧର୍ମ ଛାଡ଼ିବ ଚାରିପାଦେଯେବା ବିହିତ ଅଛି ବେଦେ
Couplet 160
ବର୍ଣ୍ଣ ଆଶ୍ରମ ଯେ ଆଚାରଏ ତିନିଧର୍ମ ଯେ ବେଦର
Couplet 161
ସେ ଧର୍ମ ତେଜି ଅଭ୍ୟନ୍ତରେପଶିବେ ଅଧର୍ମ ବେଭାରେ
Couplet 162
ସର୍ବେ ବୁଡ଼ିବେ ଅର୍ଥକାମେବଞ୍ଚିବେ ଶ୍ୱାନ କପି ଧର୍ମେ
Couplet 163
ଏ ଧର୍ମପାଳ ନରପତିସୁକୃତବନ୍ତ ଚକ୍ରବର୍ତ୍ତୀ
Couplet 164
ସାକ୍ଷାତେ ମହାଭାଗବତସେ ରାଜଋଷି ପରୀକ୍ଷିତ
Couplet 165
କଲା ଯେ ତିନି ଅଶ୍ୱମେଧିଆଗମ ନିଗମ ପ୍ରସିଦ୍ଧି
Couplet 166
କ୍ଷୁଧା ତୃଷାରେ ବୁଲି ବନେମିଳିଲା ମୋହର ଆଶ୍ରମେ
Couplet 167
ତାହାଙ୍କୁ ଶାନ୍ତି ତୁ ନ କଲୁବିଶେଷେ ଘୋରଶାପ ଦେଲୁ
Couplet 168
ସେ ଆମ୍ଭ ଶାପ୍ୟେ ଯୋଗ୍ୟ ନୋହେଅଶେଷ ଧର୍ମେ ଦେହ ବହେ
Couplet 169
ଏମନ୍ତେ କୃଷ୍ଣ ମନେ ଧ୍ୟାୟିବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି
Couplet 170
ନିଷ୍ପାପ ଭୃତ୍ୟକୁ ଏ ବଳେଦ୍ରୋହ ଚିନ୍ତିଲା ମହୀତଳେ
Couplet 171
ଅଳପ ବୁଦ୍ଧି ଏ ବାଳକଏହାର ମନେ କଲା ଦୁଃଖ
Couplet 172
ଭୋ ନାଥ କରୁଣାସାଗରବାଳକ ଦୋଷ କ୍ଷମାକର
Couplet 173
ନିନ୍ଦା କପଟ ଅବଜ୍ଞାନଶାପ ତାଡ଼ନ ଆଦି ମାନ
Couplet 174
କଲା ପ୍ରାଣୀଙ୍କି ପ୍ରତିକୃତନ କରେ ଯେ ତୋର ଭକତ
Couplet 175
ତୋହର ଭକତ ଯେ ଜନକୋପ ନ ବସେ ତାର ମନ
Couplet 176
ପ୍ରାଣୀଙ୍କ ଅପରାଧ ସହେତୋହର ଭାବେ ଚିତ୍ତବହେ
Couplet 177
ଅତି ଅନ୍ୟାୟ କର୍ମ ମୋରମୁଁ କର୍ମହୀନ ଦୁରାଚାର
Couplet 178
ନିରପରାଧେ ଦ୍ରୋହ ଚିନ୍ତିଏ ମୋର ଚିତ୍ତେ ଗରୁଭ୍ରାନ୍ତି
Couplet 179
ଦେବହେଳନ କର୍ମ ମୋରନିଶ୍ଚେ ଲଭିଲି ଦାମୋଦର
Couplet 180
ଦୁଃଖ ମୁଁ ଲଭିବି ନିକଟେଏ ଘୋର-ସଂସାର-ସଙ୍କଟେ
Couplet 181
ଏମନ୍ତେ ପୁତ୍ର ଅପରାଧେମହତ ଶାପ ଅପବାଦେ
Couplet 182
ଅନୁତାପିତ ବିପ୍ରବରବୋଲେ ଗୋବିନ୍ଦ ରକ୍ଷାକର
Couplet 183
ରାଜା ଯେ ଅପରାଧ କଲାସେ କଥା ଚିତ୍ତେ ନଘେନିଲା
Couplet 184
ଏ ନରଲୋକେ ସାଧୁ ଯେତେକୋପ ନ ବଶେ ତାଙ୍କ ଚିତ୍ତେ
Couplet 185
ପ୍ରାଣୀଙ୍କ ଦୋଷ ନ ଘେନନ୍ତିସ୍ତୁତିରେ ହରଷ ନୁହନ୍ତି
Couplet 186
ପରଦୁଃଖରେ ଦୁଃଖୀ ହୋନ୍ତିସମଦୃଷ୍ଟିରେ ଆତ୍ମା ଚିନ୍ତି
Couplet 187
ସେ ସାଧୁଜନଙ୍କର କଥାକେବେହେଁ ନୁହଇ ଅନ୍ୟଥା
Couplet 188
ବୋଲଇ ଦାସ ଜଗନ୍ନାଥଭାଷାପ୍ରବନ୍ଧେ ଭାଗବତ
Couplet 189
ସୁଜନଜନଙ୍କର ହିତେଯେବା ପ୍ରକାଶ ମୋର ଚିତ୍ତେ
Couplet 190
ସୁଜନେ ନ ଘେନିବ ଦୋଷମୁଁ ତୁମ୍ଭ ଦାସଙ୍କର ଦାସ