Skandha 1
Adhyaya 17
Couplet 1
ଏବେ ହୋ ଶୁଣ ମୁନିଜନେହରି ଚରିତ ଶୁଦ୍ଧମନେ
Couplet 2
ସେ ପ୍ରାଚୀ ସରସ୍ୱତୀ କୂଳେପ୍ରବେଶ ଚତୁରଙ୍ଗ ବଳେ
Couplet 3
ସେ ରାଜଋଷି ପରୀକ୍ଷିତତେଜେ କି ବିରାଜେ ଆଦିତ୍ୟ
Couplet 4
ତକ୍ଷଣେ ସରସ୍ୱତୀ କୂଳେମିଳିଲେ ଗୋ-ମିଥୁନ ମେଳେ
Couplet 5
ଦେଖିଲେ ରାଜରୂପଧାରୀଲୁହାର ଯଷ୍ଟି କରେ ଧରି
Couplet 6
ସ୍ୱଭାବେ ଶୂଦ୍ର ତାର ଦେହୀନଟର ପ୍ରାୟ ସଜ ହୋଇ
Couplet 7
ସର୍ପର ପ୍ରାୟେ ଘୋରନାଦେଦଣ୍ତ ପ୍ରହାରେ ବୃଷ ପାଦେ
Couplet 8
ସ୍ୱଭାବେ ଏକଇ ଚରଣପ୍ରହାର କରେ ପୁଣା ପୁଣ
Couplet 9
ତାର ପ୍ରହାରେ ସେ ବିକଳଲୋଚନୁ ବହେ ଅଶ୍ରୁଜଳ
Couplet 10
କମ୍ପଇ ମହାଭୟେ ଦେହୀମୂତ୍ର ପୁରୀଷ ଉତ୍ସର୍ଗଇ
Couplet 11
ତାର ପ୍ରହାରେ ଧେନୁ କାନ୍ଦେସ୍ଥିର ନ ରହେ ଚାରିପାଦେ
Couplet 12
ପାଦେ ପ୍ରହାରେ ଧେନୁ ପୁଣଲୁଟଇ ଚତୁର ଚରଣ
Couplet 13
ବତ୍ସା ବିହୀନ କୃଶଦେହୀକ୍ଷୁଧାେର୍ ଭୋଜନ ଇଚ୍ଛଇ
Couplet 14
ତାର ନିକଟେ ରଥେ ଥାଇରାଜନ ଅଳଙ୍କୃତ ଦେହୀ
Couplet 15
ବାର ଆରୋପି ଧନୁର୍ଗୁଣେଗଭୀର କୋମଳ ବଚନେ
Couplet 16
ଅନାଇଁ ବୃଷଭ ବଦନପୁଚ୍ଛଇ ପ୍ରହାର କାରଣ
Couplet 17
ସେ ଦୁଷ୍ଟ ପୁରୁଷକୁ ଚାହିଁରାଜନ କହେ ରୋଷବହି
Couplet 18
କହ ଏ କେବଣ କାରଣକିମ୍ପାଇ କରୁ ପ୍ରହାରଣ
Couplet 19
କାହୁଁ ଅଇଲୁ ତୁ ପୁରୁଷକହ ତୋହର ନାମ କିସ
Couplet 20
ମୋର ଶରଣ ନରଲୋକଏହାକୁ କରୁ ତୁ ନିରେଖ
Couplet 21
ନିର୍ବଳ ପ୍ରାଣୀଙ୍କି ତୁ ବଳେପ୍ରହାରୁ ବଳିଆର ଛଳେ
Couplet 22
ବେଶେ ତୁ ରାଜରୂପ ବହୁନଟର ପ୍ରାୟ ଦ୍ୱିଜ ନୋହୁ
Couplet 23
କହ ଏ କେବଣ କାରଣଦେଖ ମୋ କରେ ଧନୁର୍ବାଣ
Couplet 24
ଦେଖ ଅର୍ଜୁନ ସଙ୍ଗେ କରିନିଜ ଭୁବନେ ଗଲେ ହରି
Couplet 25
ସେ ତ ସ୍ୱଭାବେ ଅରକ୍ଷିତପ୍ରାଣୀଙ୍କି କିମ୍ପା କରୁ ହତ
Couplet 26
ପ୍ରାଣୀ ସଂହରୁ ଅବହେଳେକାଳ ତୋ ପୂରିଲା ନିଶ୍ଚଳେ
Couplet 27
ପୁଣି ବୃଷଭ ମୁଖ ଚାହିଁସମ୍ଭ୍ରମ ଚିତ୍ତେ ପଚାରଇ
Couplet 28
ତୁ ବୃଷ ମୃଣାଳ ଧବଳଏକଇ ପାଦେ ତୁମ୍ଭେ ଚଳ
Couplet 29
ତିନି ଚରଣ ତୋର ଥିଲାକହ କି ହେତୁ କେଣେ ଗଲା
Couplet 30
କେଉଁ ଦେବତା କହ ତୁହିମାୟାରେ ବୃଷରୂପ ହୋଇ
Couplet 31
ଏ କଥା ମୋତେ ବଡ଼ ଗରୁମୋହର ମନେ ଖେଦ କରୁ
Couplet 32
ଦେଖ କୌରବ ବଂଶଭୁଜେପ୍ରଜା ରକ୍ଷିତ ମୋର ରାଜ୍ୟେ
Couplet 33
ପ୍ରାଣୀ ଲୋଚନୁ ଅଶ୍ରୁଜଳତୋ ବିନୁ ନ ପଡ଼ଇ ତଳ
Couplet 34
ପୁଣି ସୁରଭୀ ମୁଖ ଚାହିଁଆଶ୍ୱାସ ବାକ୍ୟେ ପଚାରଇ
Couplet 35
ତୁ ଧେନୁ କାନ୍ଦୁ କାହିଁପାଇଁବୃଷଭ ଭୟ ତୋର ନାହିଁ
Couplet 36
ଭୋ ମାତ ରୋଦନ ନ କରମୁହିଁ ଖଳଙ୍କ ଦର୍ପହର
Couplet 37
ମୁହିଁ ପାଳକ ଅଛି ଯହିଁମୋର ପ୍ରଜାଙ୍କୁ ଦୁଃଖ କାହିଁ
Couplet 38
ଯାହାର ରାଜ୍ୟେ ପ୍ରଜାକୁଳେହିଂସା କରନ୍ତି ଦୁଷ୍ଟଖଳେ
Couplet 39
ତା ଯେବେ ରାଜା ନ ଶୁଣଇତାର ଆୟୁଷ ଯଶ କାହିଁ
Couplet 40
ନାଶଇ ଇହ ପରଲୋକଅନ୍ତେ ସେ ପଡ଼ଇ ନରକ
Couplet 41
ରାଜପଣର ଧର୍ମ ଏହିନିଶ୍ଚିନ୍ତେ ପ୍ରଜା ଯେ ପାଳଇ
Couplet 42
ଏଣୁ ଏହାକୁ ବଧ କରିଧର୍ମେ ଅଧର୍ମ ଦୂର କରି
Couplet 43
ପ୍ରଜାରକ୍ଷଣେ ଏ କାରଣଏବେ ହୋ ବୃଷଭ ତୁ ଶୁଣ
Couplet 44
ତୋର ଚତୁରପାଦ ଥିଲାତିନିଚରଣ କେଣେ ଗଲା
Couplet 45
କୃଷ୍ଣସେବକ ରାଜ୍ୟେ କେହିତୋ ପରି ଦୁଃଖଚିତ୍ତେ ନାହିଁ
Couplet 46
କୃଷ୍ଣାନୁବ୍ରତୀ ରାଜା ଯେତେତାହାଙ୍କ ରିପୁ ଏ ଜଗତେ
Couplet 47
ଧର୍ମ ନାଶନ୍ତି ମହୀତଳେଯେ ସାଧୁ ହିଂସେ ଅବହେଳେ
Couplet 48
ତୋହର ବିରୂପ ଚରଣପାଣ୍ତବବଂଶେ ଏ ଦୂଷଣ
Couplet 49
ନିର୍ଦ୍ଦୋଷ ପ୍ରାଣୀଙ୍କି ଯେ ହିଂସେସେ ଅପରାଧେ ଆତ୍ମା ନାଶେ
Couplet 50
ତାହା ତୁ କହ ମୋ ଆଗରମଙ୍ଗଳ କରିବି ତୁମ୍ଭର
Couplet 51
ସଂସାରେ ପାପୀଜନଙ୍କରମୋ ଭୟେ ହୃଦୟ କାତର
Couplet 52
ସାଧୁଙ୍କ ମଙ୍ଗଳ ନିମନ୍ତେଅସାଧୁଗଣ ନାଶ ଅର୍ଥେ
Couplet 53
ଏଣୁ ଏ ଲୋକେ ଅପଯଶଯେ କରେ ହୋଇ ନିରଙ୍କୁଶ
Couplet 54
ମୁହିଁ ତାହାର ଭୁଜ ଦୁଇଛେଦିବି ଯେବେ ଦେବ ହୋଇ
Couplet 55
ରାଜା ପରମଧର୍ମ ଏହିସ୍ୱଧର୍ମେ ପ୍ରଜାଙ୍କୁ ପାଳଇ
Couplet 56
ସ୍ୱଧର୍ମେ ପାଳେ ବସୁନ୍ଧରୀଖଳ ଚଉର୍ଯ୍ୟଙ୍କୁ ନିବାରି
Couplet 57
ଯେ ଚାରିବର୍ଣ୍ଣ ଏ ଜଗତେସ୍ୱଧର୍ମ ଛାଡ଼ି ଅନ୍ୟପଥେ
Couplet 58
ତାହାଙ୍କ ଗର୍ବ ଯେବେ ହରେସେ ରାଜଧର୍ମ ରାଜ୍ୟ କରେ
Couplet 59
ରାଜାର ବାକ୍ୟ ଶୁଣି ତୋଷେସେ ଧର୍ମ କହନ୍ତି ହରଷେ
Couplet 60
ପାଣ୍ତବବଂଶେ ଏ ବେଭାରଆରତ ପ୍ରାଣୀ ଭୟ ହର
Couplet 61
ଯାହାର ପୁଣ୍ୟଗୁଣେ ହରିସାରଥି ଦୂତପଣ କରି
Couplet 62
ଶୁଣ ହୋ ପୁରୁଷ-ଉତ୍ତମଯାହାର ଯେବା ନିଜଧର୍ମ
Couplet 63
ପ୍ରାଣୀଙ୍କ କ୍ଳେଶବୀଜ ଯେତେପ୍ରକାଶ ନୋହେ ମୋର ଚିତ୍ତେ
Couplet 64
ଯେ ବାକ୍ୟଭେଦ ବିମୋହନତାକୁ ନ ଜାଣେ ତେଣୁ ଜନ
Couplet 65
କେ ଆତ୍ମଜ୍ଞାନେ ଆତ୍ମା ଧରେଆତ୍ମାର ବିକଳ୍ପ ବିଚାରେ
Couplet 66
କେ ବୋଲେ ଦୈବ ବଳୀୟାରକେ ବୋଲେ କର୍ମର ଏ ଫଳ
Couplet 67
କେ ବୋଲେ ସ୍ୱଭାବ ଏହାରବ୍ରହ୍ମାଶଙ୍କରେ ଅଗୋଚର
Couplet 68
ତର୍କି ନ ପାରି ଯାହା ମନେକେ ତାହା କହିବ ବଚନେ
Couplet 69
ଏ ଆଦି ଯେ ବିଧି ବୃତ୍ତାନ୍ତତୁ ରାଜା ଏହା ମନେ ଚିନ୍ତ
Couplet 70
ଏମନ୍ତେ ଧର୍ମମୁଖୁ ବାଣୀସେ ରାଜା ସାବଧାନେ ଶୁଣି
Couplet 71
ମନରୁ ଖେଦ ଦୂର କଲାସ୍ୱରୂପେ ଧର୍ମକୁ ଦେଖିଲା
Couplet 72
ଦେହେ ଉତ୍ତରୀ ଅକ୍ଷମାଳକଟୀରେ ଅଜିନ ଦୁକୂଳ
Couplet 73
ଲମ୍ବ ସୁନ୍ଦର ଚାରିକରଶିରେ ଶୋଭିତ ଜଟାଭାର
Couplet 74
ତନୁ ଶଶାଙ୍କ-ବପୁ ଗଞ୍ଜେଶ୍ରୀବତ୍ସ ଚିହ୍ନ ହୃଦେ ସାଜେ
Couplet 75
ଯେସନେ ତଡ଼ିତ ତରାସରାଜା ଦେଖିଲା ଏହୁ ବେଶ
Couplet 76
ରାଜାକୁ ସ୍ୱରୂପ ଦେଖାଇସେ ବୃଷ ଏକପାଦେ ରହି
Couplet 77
ରାଜା ଦେଖିଲା ଧର୍ମ ରୂପଚିତ୍ତେ ପ୍ରକାଶେ ଜ୍ଞାନଦୀପ
Couplet 78
କପୋଳେ ଦେଇ ବେନିକରଧର୍ମକୁ ବୋଲେ ନୃପବର
Couplet 79
ତୁ ଧର୍ମ ଧର୍ମକଥା କହୁଛଳେ ବୃଷଭ ରୂପ ବହୁ
Couplet 80
ଅଧର୍ମ କର୍ମ ଯେ କରଇଯେ ଅବା ତାହା ପ୍ରକାଶଇ
Couplet 81
ନରକେ ଗତି ଦୁହିଙ୍କରଏ ରୂପେ ଶାସ୍ତ୍ରର ବିଚାର
Couplet 82
କିବା ଏ ଦେବମାୟା ଗତିକେ ଜାଣି ବାରେ ଚିତ୍ତେ ଚିନ୍ତି
Couplet 83
ମନ ବଚନେ ଅଗୋଚରନିଶ୍ଚୟ ବିଚାର ପ୍ରାଣୀର
Couplet 84
ତୋହର ଚତୁର ଚରଣପ୍ରଥମ ଯୁଗେ ଆଚରଣ
Couplet 85
ତପ ଶଉଚ ଦୟା ସତ୍ୟଏ ଯୁଗ ଅନୁରୂପେ କୃତ୍ୟ
Couplet 86
ସତ୍ୟର ସଙ୍ଗେ ତପ ଗଲାଶଉଚ ତ୍ରେତୟା ହରିଲା
Couplet 87
ଦ୍ୱାପର ଗଲା ଦୟା ସଙ୍ଗେସତ୍ୟ ରହିଲା କଳିଯୁଗେ
Couplet 88
ତପକୁ ଗର୍ବ ନାଶ କଲାଶଉଚ ସଙ୍ଗ ସଂହାରିଲା
Couplet 89
ଦୟା ହରିଲା ମଦ ବଳେସତ୍ୟ ଯେ ରହିଲା ନିଶ୍ଚଳେ
Couplet 90
ଯେ ସତ୍ୟବଳେ ପ୍ରାଣୀ ତୋତେସାଧନ୍ତି କର୍ମ ନାନାମତେ
Couplet 91
ଏବେ ଯେ ଅଛି ଏକପାଦଏ କଳି ତାହାକୁ ଆପଦ
Couplet 92
ଚିନ୍ତଇ ମିଥ୍ୟା ଅଧର୍ମରେଏ କିମ୍ପା ମୋର ଅଧିକାରେ
Couplet 93
କଠୋର ସତ୍ୟ ଯେ ପାଳିବସେ ପ୍ରାଣୀ କୃଷ୍ଣଙ୍କୁ ପାଇବ
Couplet 94
ଏ ସତ୍ୟଭାବୁଁ ସତ୍ୟଯୁଗଏ କଳି ଅନ୍ତେ ପ୍ରକାଶିବ
Couplet 95
ଏ ଭୂମି ଭାରାଭର ହରିଶ୍ରୀକୃଷ୍ଣ ଗଲେ ଅପସରି
Couplet 96
କୃଷ୍ଣର ପାଦପଦ୍ମ ଚିହ୍ନମଣି କୁଣ୍ତଳ ଶୋଭାବନ
Couplet 97
ପବିତ୍ର ସୁନ୍ଦର ଶରୀରଦେଖି ସାନନ୍ଦ ସୁରନର
Couplet 98
ସେ ହରି ଛାଡ଼ିଗଲା ଯେବେଦେଖ ଏହାର ଦୁଃଖ ଏବେ
Couplet 99
ଦୁର୍ଭଗା ପ୍ରାୟେ ଅଶ୍ରୁମୁଖୀକାନ୍ଦଇ ଅତି ଦୁଃଖେ ଦୁଃଖୀ
Couplet 100
ପାପିଷ୍ଠ ଶୂଦ୍ରରାଜା ଯେତେସର୍ବେ ଭୁଞ୍ଜିବେ ମିଳି ମୋତେ
Couplet 101
ଏମନ୍ତେ ଧର୍ମ ବସୁନ୍ଧରୀବାକ୍ୟ ପ୍ରବନ୍ଧେ ବୋଧ କରି
Couplet 102
ତୀକ୍ଷ୍ଣ ଖଡ଼ଗ ଧରି ହସ୍ତେମିଳିଲା କଳିର ଅଗ୍ରତେ
Couplet 103
ଅଧର୍ମ ହେତୁ ବଳେ ମାରିମୁହିଁ ପାଳିବି ବସୁନ୍ଧରୀ
Couplet 104
କଳି ଦେଖିଣ ତା ବଦନଛାଡ଼ିଲା ନୃପତି ଲାଞ୍ଛନ
Couplet 105
ପ୍ରାଣ କାତରେ ଉଦବେଗେପଡ଼ିଲା ରାଜା ପାଦଯୁଗେ
Couplet 106
ସେ କଳି ଜୀବନ ବିକଳେପାଦେ ପଡ଼ିଲା ଯେତେବେଳେ
Couplet 107
ଦେଖିଣ କଳିର ବିକଳସ୍ୱଭାବେ ମେଦିନୀ ବତ୍ସଳ
Couplet 108
ତାର ବିକଳ ମୁଖ ଦେଖିଖଡ଼ଗ ଭୁଜ ଉର୍ଦ୍ଧ୍ୱେ ରଖି
Couplet 109
ଛେଦନ ନ କରି ତା ଶିରହସି ବୋଲନ୍ତି ନୃପବର
Couplet 110
ତୁ ଯେ ଅଞ୍ଜଳି ଶିରେ ଧରିପାଦେ ପଡ଼ିଲୁ ଭୟ କରି
Couplet 111
ଅର୍ଜୁନବଂଶେ ଜାତ ଯାରତାହାକୁ ଭୟ ନାହିଁ ତୋର
Couplet 112
ଅଧର୍ମବନ୍ଧୁ ତୁ ସ୍ୱଭାବେମୋର ବଚନ ଶୁଣ ଏବେ
Couplet 113
ମୋହର କ୍ଷେତ୍ରେ ନ ପଶିବୁଯେବେ ତୁ ଜୀବନେ ବଞ୍ଚିବୁ
Couplet 114
ତୁ କେହ୍ନେ ଥିବୁ ରାଜଘରେଅଧର୍ମ ଯୂଥ ତୋ ସଙ୍ଗରେ
Couplet 115
ଲୋଭ ଅସତ୍ୟ ଚୌର୍ଯ୍ୟକର୍ମଏ ଆଦି ଅଶେଷ ଅଧର୍ମ
Couplet 116
ଦୁର୍ଜନ ଆଚରଣ ଅହଂମାୟା କଳହ ଦମ୍ଭ ମୋହ
Couplet 117
ତୋହର ସଙ୍ଗେ ଥାନ୍ତି ଏତେମୋ ଦେଶେ ଥିବୁ ତୁ କେମନ୍ତେ
Couplet 118
ଯେ ପ୍ରାଣୀ ଥିବେ ସତ୍ୟଧର୍ମେତହିଁ ତୁ ନ ପଶିବୁ ଭ୍ରମେ
Couplet 119
ଏ ବ୍ରହ୍ମାବର୍ତ୍ତେ ଯେତେ ଜନବ୍ରାହ୍ମଣ ଆଦି ଚାରିବର୍ଣ୍ଣ
Couplet 120
ଆଗମ ନିଗମ ପ୍ରମାଣେଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ
Couplet 121
ହରିଚରଣେ ପୂଜା କରିଯେଣେ ସନ୍ତୋଷ ନରହରି
Couplet 122
ସ୍ଥାବର ଆଦି ଚାରିଦେହେବାହ୍ୟ ଅନ୍ତରେ ବ୍ୟାପିରହେ
Couplet 123
ଯେହ୍ନେ ପବନ ଏ ଶରୀରେବହଇ ଅନ୍ତର ବାହାରେ
Couplet 124
ସେ ହରିପୂଜା କରି ଯହିଁତହିଁ ପ୍ରବେଶ ତୋର ନାହିଁ
Couplet 125
ଏ ଧର୍ମ ମୋହର ପ୍ରମାଣଏଥକୁ ସାକ୍ଷ ନାରାୟଣ
Couplet 126
ଶୁଣି ସେ ରାଜାର ଉତ୍ତରକଳି କମ୍ପଇ ଥରହର
Couplet 127
ଉଚ୍ଚେ ଉଞ୍ଚାଇ ଅସିବରଯେହ୍ନେ କୁପିତ ଦଣ୍ତଧର
Couplet 128
ସେ ରାଜା ମୁଖ କଳି ଚାହିଁବୋଲଇ ଶିରେ କର ଦେଇ
Couplet 129
ଭୋ ରାଜା ତୋହର ଚରଣେଥିବି ତୋ ଆଜ୍ଞା ପରମାଣେ
Couplet 130
ତୋତେ ଦେଖଇ ମୋର ପଛେଖଡ଼ଗ ହସ୍ତେ ତୁ ପ୍ରତ୍ୟକ୍ଷେ
Couplet 131
ତୁ ଧର୍ମପ୍ରାଣୀଙ୍କର ସାରବିଚାରି ମୋତେ ସ୍ଥାନ କର
Couplet 132
ଯହିଁ ନିଶ୍ଚିନ୍ତେ ଥିବି ମୁହିଁତୋହର ଆଜ୍ଞା ଶିରେ ବହି
Couplet 133
ସୂତ କହନ୍ତି ଶୁଦ୍ଧମନେଶୁଣ ସକଳ ମୁନିଜନେ
Couplet 134
କଳି ବଚନ ଶୁଣି ହସିସନ୍ତୋଷ ଚିତ୍ତେ ରାଜଋଷି
Couplet 135
ଚାରି ପ୍ରକାରେ ସ୍ଥାନ ଦେଲାନିତ୍ୟେ ଅଧର୍ମ ଯହିଁ ମେଳା
Couplet 136
ଦ୍ୟୂତ କାମିନୀ ମଦ୍ୟପାନପ୍ରାଣୀ ମାରଣ ଯେବା ସ୍ଥାନ
Couplet 137
ପୁଣି ବୋଲଇ କଳିଯୁଗମୋର ଏ ସ୍ଥାନ ଚାରିଭାଗ
Couplet 138
ଯହିଁ ମୁଁ ଥିବି ନିରନ୍ତରେପଞ୍ଚମଭାଗ ଦିଅ ମୋରେ
Couplet 139
କଳିର ବାକ୍ୟ ଭାଳି ଚିତ୍ତେସୁବର୍ଣ୍ଣ ଦେଲା ତାର ହସ୍ତେ
Couplet 140
ଏ ପଞ୍ଚସ୍ଥାନ ପଞ୍ଚଗୁଣବ୍ରାହ୍ମଣେ ସାବଧାନେ ଶୁଣ
Couplet 141
ମିଥ୍ୟା ବସଇ ଦ୍ୟୂତ ମଧ୍ୟେକାମ କାମିନୀ ମଦ ମଧ୍ୟେ
Couplet 142
ପ୍ରାଣୀ ମାରଣେ ରଜୋଗୁଣସୁବର୍ଣ୍ଣ ମଧ୍ୟେ ରିପୁଗଣ
Couplet 143
ଏ ପଞ୍ଚସ୍ଥାନ ତାରେ ଦେଲାଯହିଁ ଅଧର୍ମ ସଙ୍ଗମେଳା
Couplet 144
ପ୍ରମାଣି ଅଭିମନ୍ୟୁବଳାକଳିଯୁଗକୁ ସ୍ଥାନ ଦେଲା
Couplet 145
ତକ୍ଷଣେ ରାଜାର ବଚନେକଳି ବସିଲା ପଞ୍ଚସ୍ଥାନେ
Couplet 146
ଏଣୁ ଏମାନଙ୍କୁ ସେବନନ କରେ ବିଜ୍ଞ ଯେଉଁ ଜନ
Couplet 147
ସେ ଧର୍ମଶୀଳ ଯେହ୍ନେ ମେରୁସ୍ୱଭାବେ ଲୋକପତି ଗୁରୁ
Couplet 148
ତପ ଶଉଚ ଦୟା ତିନିବୃଷଭପାଦ ବୋଲି ମାନି
Couplet 149
ନିଜର ବିଷୟ ପାଳନେବର୍ତ୍ତିଲା ଏ ଚାରି ଚରଣେ
Couplet 150
ଆଶ୍ୱାସ ବାକ୍ୟେ ମନ ହରିପୃଥ୍ୱୀକି ସମବୁଦ୍ଧି କରି
Couplet 151
ସ୍ୱଭାବେ ସ୍ୱଧର୍ମ ପାଳନେରାଜାର ଉଚିତ ପ୍ରମାଣେ
Couplet 152
ଧର୍ମନନ୍ଦନ ଧରି ବୋଳେତପେ ଅରଣ୍ୟେ ଯିବାବେଳେ
Couplet 153
ପରୀକ୍ଷେ ରାଜଶିକ୍ଷା ଦେଇସ୍ୱର୍ଗେ ଚଳିଲେ ପାଞ୍ଚଭାଇ
Couplet 154
ସେହି ପ୍ରକାରେ ମନେ ଗୁଣିରହେ କୌରବ ଶିରୋମଣି
Couplet 155
ହସ୍ତିନାପୁରେ ରାଜନୀତିପ୍ରଜାପାଳନେ ଚକ୍ରବର୍ତ୍ତୀ
Couplet 156
ଏମନ୍ତେ ଅଭିମନ୍ୟୁସୁତପ୍ରଜାପାଳନେ ସୁବିଦିତ
Couplet 157
ଯାହାର ରାଜ୍ୟେ ତୁମ୍ଭେ ଥାଇହରି ଭଜୁଛ ଯଜ୍ଞେ ଦାହି
Couplet 158
ସେ ହରି ଚରଣେ ବିଶ୍ୱାସକହଇ ଜଗନ୍ନାଥ ଦାସ