Skip to content
paribhaasha

Skandha 1

Adhyaya 16

  1. Couplet 1

    ସୂତ କହନ୍ତି ଅନୁରାଗେଆନନ୍ଦେ ମୁନିଙ୍କର ଆଗେ

  2. Couplet 2

    ସ୍ୱଭାବେ ଅଭିମନ୍ୟୁସୁତତେଜ-ବିକ୍ରମେ ପରୀକ୍ଷିତ

  3. Couplet 3

    ବ୍ରାହ୍ମଣବାକ୍ୟେ ଜନ୍ମକାଳେସମ୍ଭବି ହସ୍ତିନା-ମଣ୍ତଳେ

  4. Couplet 4

    ରାଜ୍ୟ ଆବୋରି ମହାତେଜେବିପ୍ରବଚନ ଗୁଣ ଭଜେ

  5. Couplet 5

    ବିରାଟସୁତ ସୁତା ଥିଲାସ୍ନେହେ ସେ ପରୀକ୍ଷିତେ ଦେଲା

  6. Couplet 6

    ଉତ୍ତରସୁତା ଭାଗ୍ୟବତୀନାମ ତାହାର ଈରାବତୀ

  7. Couplet 7

    ତାହାର ଗର୍ଭେ ଚାରିସୁତଧର୍ମେ ସମ୍ପାଦି ପରୀକ୍ଷିତ

  8. Couplet 8

    କୁମାର ଜନ୍ମଜୟ ଆଦିସକଳଗୁଣେ ସେ ପ୍ରସିଦ୍ଧି

  9. Couplet 9

    ଆନନ୍ଦେ ରାଜା ପରୀକ୍ଷିତଯଜ୍ଞେ ବରିଲା ପୁରୋହିତ

  10. Couplet 10

    ଗଙ୍ଗାର ତୀରେ ବେଦସିଦ୍ଧସାଧିଲା ତିନି ଅଶ୍ୱମେଧ

  11. Couplet 11

    ଦକ୍ଷିଣା ଦେଲା ମନଭରିଦିଗବିଜୟେ ବିଜେ କରି

  12. Couplet 12

    କଳିଯୁଗକୁ ଏକଦିନେଦେଖିଲା ବେଳ ଅବସାନେ

  13. Couplet 13

    ସେ ଶୂଦ୍ରଜାତି ନୃପସଜେକାଷ୍ଠ ମୂଷଳ ଧରି ଭୁଜେ

  14. Couplet 14

    ଅଗ୍ରେ ଗୋମିଥୁନକୁ ଥୋଇହୁଙ୍କାରେ ପାଦ ପ୍ରହାରଇ

  15. Couplet 15

    ତାହାକୁ ଦେଖି ନୃପମଣିତକ୍ଷଣେ ଭୁଜ ଧରି ଆଣି

  16. Couplet 16

    ବନ୍ଧନ କଲା ବାହୁବଳେସେ ବୀର ଅବନୀ ମଣ୍ତଳେ

  17. Couplet 17

    ଏମନ୍ତେ ସୂତ ମୁଖୁ ଶୁଣିଶୌନକ ଆଦି ଯେତେ ମୁନି

  18. Couplet 18

    ଆନନ୍ଦେ ହୋଇ କୃତକୃତ୍ୟବୋଲନ୍ତି ଶୁଣ ମୁନି ସୂତ

  19. Couplet 19

    କେବଣ ହେତୁ ପରୀକ୍ଷିତଦିଗବିଜୟେ ଉପଗତ

  20. Couplet 20

    କଳିକି ଧରି ବାହୁବଳେବନ୍ଧନ କଲା କିମ୍ପା ଛଳେ

  21. Couplet 21

    ସ୍ୱଭାବେ ଶୂଦ୍ରରୂପ ଧରିକପଟେ ନୃପବେଶ କରି

  22. Couplet 22

    ପାଦେ ପ୍ରହାରିଲା କାହାକୁଭୋ ସୂତ କହିବା ଆମ୍ଭଙ୍କୁ

  23. Couplet 23

    ଯେ କୃଷ୍ଣକଥା ଶୁଭବାଣୀଏଜୀବ ତରେ ଯାହା ଶୁଣି

  24. Couplet 24

    ଶରୀର ବହି ମୋହକଳ୍ପେକି ଲାଭ ଅସତ୍ୟ ଆଳାପେ

  25. Couplet 25

    ଆୟୁଷ ଦିନୁଦିନ ତୁଟେଜଳ ଯେସନେ ଛିଦ୍ରଘଟେ

  26. Couplet 26

    କ୍ଷୁଦ୍ର ଆୟୁଷ ପ୍ରାଣୀଙ୍କରଅମୃତଦାତା ଚକ୍ରଧର

  27. Couplet 27

    ଯଜ୍ଞେ ପ୍ରାଣୀଙ୍କ ନାଶ ଅର୍ଥେମୃତ୍ୟୁପୁରୁଷ ଏ ଜଗତେ

  28. Couplet 28

    ସେ ନୋହେ କାହାରି ଆୟତ୍ତକରଇ କ୍ଷଣେ କ୍ଷଣେ ଗ୍ରସ୍ତ

  29. Couplet 29

    ଯାବତ ଯମ ଏହିଠାରେମୃତ୍ୟୁ ନୋହିବ ମର୍ତ୍ତ୍ୟପୁରେ

  30. Couplet 30

    ସେ ମୃତ୍ୟୁମୁଖୁ ନିସ୍ତାରଣକେବଳ ଶ୍ରୀକୃଷ୍ଣଶରଣ

  31. Couplet 31

    କୃଷ୍ଣ-ଭକତି-ସୁଧାପାନେଅମୃତ-ପିହିତ-ବଚନେ

  32. Couplet 32

    ଦିନ ହରନ୍ତି ଦୁଃଖସୁଖେତାହାଙ୍କୁ ନାରାୟଣ ରଖେ

  33. Couplet 33

    ସ୍ୱଭାବେ ମନ୍ଦବୁଦ୍ଧି ପ୍ରାଣୀନିଜ ଆୟୁଷ ନ ପ୍ରମାଣି

  34. Couplet 34

    ନିରତେ ମନ୍ଦକର୍ମ କରେତାର ଆୟୁଷ ଏ ସଂସାରେ

  35. Couplet 35

    ଅର୍ଦ୍ଧେ ହରଇ ନିଦ୍ରା ନିଶିଦିବସ ବ୍ୟର୍ଥକର୍ମେ ଗ୍ରାସି

  36. Couplet 36

    ଏମନ୍ତେ ମୁନିଙ୍କ ପ୍ରଶନେସୂତ କହନ୍ତି ତୋଷମନେ

  37. Couplet 37

    ସେ ରାଜଋଷି ଯେତେବେଳେବସିଲେ ହସ୍ତିନା-ମଣ୍ତଳେ

  38. Couplet 38

    ବିଶେଷେ ଅର୍ଜୁନର ନାତିରାଜାଙ୍କ ମଧ୍ୟେ ଚକ୍ରବର୍ତ୍ତୀ

  39. Couplet 39

    କଳି-ପ୍ରବେଶ-କଥା ଶୁଣିଦିଗବିଜୟେ ନୃପମଣି

  40. Couplet 40

    ତାର ସଙ୍ଗତେ ନୃପବରେସମର୍ଥ ନୁହନ୍ତି ସମରେ

  41. Couplet 41

    ଉତ୍ତମରଥ ସଜକରିରଥେ ଯୋଚିଲା ଅଶ୍ୱଚାରି

  42. Couplet 42

    ଶ୍ୟାମ ତୁରଙ୍ଗ ମନୋଜବକେ କହୁ ଅଶ୍ୱଙ୍କ ପ୍ରଭାବ

  43. Couplet 43

    ଅଶ୍ୱଭୂଷିତ ଅଳଙ୍କାରଯେହ୍ନେ ଉଦିତ ଦିବାକର

  44. Couplet 44

    ରଥ ଉପରେ ସିଂହଧ୍ୱଜପୁରୁ ବାହାର ମହାରାଜ

  45. Couplet 45

    ଆବୃତ୍ତ ଚତୁରଙ୍ଗ ବଳେକେ ତାକୁ ସମ ମହୀତଳେ

  46. Couplet 46

    ଦିଗବିଜୟେ ବିଜେ କଲାଚାଲନ୍ତେ ଅବନୀ କମ୍ପିଲା

  47. Couplet 47

    ମିଳେ ଉତ୍ତର କୁରୁଦେଶେସର୍ବ ନୃପତି ତାର ବଶେ

  48. Couplet 48

    ଭଦ୍ରାଶ୍ୱ କେତୁମାଳ ଜିଣିଭାରତବର୍ଷ ନୃପମଣି

  49. Couplet 49

    ବରଷ କିଂପୁରୁଷ ଆଦିଜିଣିଲା ସକଳ ସମ୍ପାଦି

  50. Couplet 50

    ସର୍ବ ନୃପତି ତା ଚରଣେଧନେ ଖଟିଲେ ଦାସପଣେ

  51. Couplet 51

    କେତେହେଁ ଲୋକ ତାର ଆଗେକୃଷ୍ଣଚରିତ ନାନାରଙ୍ଗେ

  52. Couplet 52

    ଆତ୍ମାକୁ ରଖିଲେ ଯେମନ୍ତେଦ୍ରୋଣକୁମର ଶସ୍ତ୍ରଘାତେ

  53. Couplet 53

    ବୃଷ୍ଣି ପାଣ୍ତବ ବନ୍ଧୁ ପଣେଭକତି କୃଷ୍ଣ ଚରଣେ

  54. Couplet 54

    ପୂର୍ବୁପୁରୁଷଙ୍କର ବାଣୀତୋଷ ତାହାଙ୍କ ମୁଖୁ ଶୁଣି

  55. Couplet 55

    ସନ୍ତୋଷ ହେଲେ ନୃପମଣିଉତ୍ତମ-ଧନ-ବସ୍ତ୍ର ଆଣି

  56. Couplet 56

    ତାହାଙ୍କୁ ଦେଲେ ପୁରସ୍କାରରତ୍ନ-କଙ୍କଣ-ମଣିହାର

  57. Couplet 57

    ପାଣ୍ତବ ତୁଲେ ଯେତେ ଭାବସଂସାରେ ସାଧିଲେ ମାଧବ

  58. Couplet 58

    ରଣେ ସାରଥି ପଣେ ରଥେଯେ ବନବାସ ଘୋରପଥେ

  59. Couplet 59

    ଦୁଃଖୁ ଉଦ୍ଧାରି ସଖାପଣେହସ୍ତିନା ଗଲେ ଦୂତପଣେ

  60. Couplet 60

    ଆସନ ଶୟନ ଭୋଜନେସ୍ମୃତିବଚନେ ବନ୍ଧୁପଣେ

  61. Couplet 61

    ଏ ଆଦି ଯେତେ କର୍ମକରିପାଣ୍ତବ ସଙ୍ଗତେ ବିହରି

  62. Couplet 62

    ସେ ଭାବଘେନି ଦୃଢ଼ଚିତ୍ତେଭଜିଲା କୃଷ୍ଣ-ପାଦଗତେ

  63. Couplet 63

    ପୂର୍ବୁପୁରୁଷଙ୍କର ଧର୍ମସାଧିଲା ଅନୁଦିନେ କର୍ମ

  64. Couplet 64

    ସେ ପୁଣି ନିଜ କର୍ମବଶେଲଭିଲା ଅଳପ-ବୟସେ

  65. Couplet 65

    ତାର ଆଶ୍ଚର୍ଯ୍ୟକଥା ଯେତେଶୁଣ ଶୌନକ ଶୁଦ୍ଧଚିତ୍ତେ

  66. Couplet 66

    ଧର୍ମ ଯେ ଏକପାଦ ବହିଦିନେ ସେ ବୃଷରୂପ ହୋଇ

  67. Couplet 67

    ଭୂମିକି ଦେଖି ଧେନୁରୂପେବିଶ୍ୱାସେ ମିଳିଲା ସମୀପେ

  68. Couplet 68

    ସେ ଧେନୁ ଅତିଦୁଃଖେ ଦୁଃଖୀଅଧୋବଦନେ ଅଶ୍ରୁମୁଖୀ

  69. Couplet 69

    କାନ୍ଦଇ ତେଜହୀନ ହୋଇବତ୍ସା ବିହୁନେ ଯେହ୍ନେ ଗାଈ

  70. Couplet 70

    ତାର ବଦନ ଚାହିଁ ଧୀରେଧର୍ମ ପୁଚ୍ଛଇ ପ୍ରିୟଭରେ

  71. Couplet 71

    ଭୋ ବସୁନ୍ଧରୀ ସତ୍ୟ କହତୋର ବିଷୟେ ମୋ ସନ୍ଦେହ

  72. Couplet 72

    ତୋର ଶରୀରେ କିବା ବ୍ୟାଧିଅନ୍ତର-ବାହାରେ ଆଚ୍ଛାଦି

  73. Couplet 73

    ବିରସ ବଦନ ତୋହରଯେ ମୁଖ ସ୍ୱଭାବେ ସୁନ୍ଦର

  74. Couplet 74

    କିବା ତନୟ ତୋର ମଲାସ୍ୱାମୀ ବା ଦୂରେ ପ୍ରବାସିଲା

  75. Couplet 75

    କିବା ତୋହର ମନବ୍ୟଥାକି ନଷ୍ଟଧନେ ତୋର ଚିନ୍ତା

  76. Couplet 76

    ଏକଇ ପାଦ ଦେଖି ମୋତେଦୟା ବସିଲା ତୋର ଚିତ୍ତେ

  77. Couplet 77

    କିବା ଏ ଘୋର କଳିକାଳେଶୂଦ୍ରେ ଭୁଞ୍ଜିବେ ତୋତେ ବଳେ

  78. Couplet 78

    କିବା ଦେବଙ୍କ ପ୍ରୀତି ଛଳେଯଜ୍ଞ ନୋହିଲା ମହୀତଳେ

  79. Couplet 79

    ତେଣୁ ବା ଇନ୍ଦ୍ର ନ ବର୍ଷିଲେଏଣୁ ବା ପ୍ରଜାନାଶ ଗଲେ

  80. Couplet 80

    କି ବା ପୁରୁଷେ ନିଜ ନାରୀଉପେକ୍ଷି ପରଦାରା କରି

  81. Couplet 81

    କି ବା ବାଳକେ ପିତାମାତାଛାଡ଼ିବେ ତେଣୁ ତୋର ଚିନ୍ତା

  82. Couplet 82

    କି ବା ବ୍ରାହ୍ମଣେ ବେଦବାଣୀସାଧିବେ ହୀନକୁଳେ ଆଣି

  83. Couplet 83

    କି ହୀନ କ୍ଷତ୍ରବନ୍ଧୁ ରାଜାକଳି-ପୀଡ଼ିତ ଜନପ୍ରଜା

  84. Couplet 84

    ନିଜ ଭୁବନ ଛାଡ଼ି ଜନେପଶିବେ ଦୁର୍ଗମ-ବିିପିନେ

  85. Couplet 85

    ପ୍ରାଣୀ ନ ମଣି ସ୍ଥାନାସ୍ଥାନଆସନ ଶୟନ ଭୋଜନ

  86. Couplet 86

    କରିବେ ପରପାକେ ମତିପର ଯୁବତୀ ସଙ୍ଗେ ରତି

  87. Couplet 87

    କିବା ତୋହର ଗୁରୁଭାରଖଣ୍ତିଲା କୃଷ୍ଣ-ଅବତାର

  88. Couplet 88

    ତାର ଚରଣ ତୋ ଉପରଯେହ୍ନେ ଭୂଷିତ ଅଳଙ୍କାର

  89. Couplet 89

    ତାର ଚରିତ ଗୁଣଲୀଳାକିବା ତୋ ମନ ସୁମରିଲା

  90. Couplet 90

    ତାର ବିଯୋଗେ ତୋର ଚିତ୍ତଚିନ୍ତା-ସାଗରେ ମୋହଗତ

  91. Couplet 91

    ଏ ଆଦି ଯେତେ ଚିନ୍ତାଭାରକହ ତୋ ବିମନ ବେଭାର

  92. Couplet 92

    ଦେବେ ପୂଜନ୍ତି ତୋତେ ଭଲେଏବେ ଅବଜ୍ଞା କିବା କଲେ

  93. Couplet 93

    କାଳ ବା ତୋର ଶୁଭ ହରିଏଣୁ ଦିଶିଲୁ ହତଶିରୀ

  94. Couplet 94

    ଧର୍ମ ବୃଷଭ ବାକ୍ୟ ଶୁଣିଧରଣୀ କହେ ମନେ ଗୁଣି

  95. Couplet 95

    ଭୋ ବୃଷ ଯେତେ ପ୍ରଶ୍ନ ତୋରଏ ତୋତେ ନୋହେ ଅଗୋଚର

  96. Couplet 96

    ତୋହର ଚତୁର ଚରଣପ୍ରାଣୀଙ୍କ ସୁଖର କାରଣ

  97. Couplet 97

    ସତ୍ୟ ଶଉଚ ଦୟା କ୍ଷାନ୍ତିତ୍ୟାଗ ସନ୍ତୋଷ ଋଜୁବୃତ୍ତି

  98. Couplet 98

    ତପ ସମତା ଶମ ଦମତିତିକ୍ଷା ଇନ୍ଦ୍ରିୟ ସଂଯମ

  99. Couplet 99

    ଜ୍ଞାନ ବୈରାଗ୍ୟ ଅଇଶ୍ୱର୍ଯ୍ୟସ୍ୱାତନ୍ତ୍ର୍ୟ ତେଜ ସ୍ମୃତି ଶୌର୍ଯ୍ୟ

  100. Couplet 100

    ଧୈର୍ଯ୍ୟ କୌଶଳ ମୃଦୁଭାବକାନ୍ତି ବାଗ୍ମିତା ସୁସ୍ୱଭାବ

  101. Couplet 101

    ବିନୟ ସହ ଓଜବଳସ୍ଥୈର୍ଯ୍ୟ ଗାମ୍ଭୀର୍ଯ୍ୟ ଏ ସକଳ

  102. Couplet 102

    କୀର୍ତ୍ତି ମାନ ଅନହଙ୍କାରଏ ସର୍ବ ଯାହାର ଶରୀର

  103. Couplet 103

    ଏ ଆଦି ଅନ୍ୟ ଧର୍ମ ଯେତେକର୍ମ ସାଧନ ଏ ଜଗତେ

  104. Couplet 104

    ମହତଜନ ଆଚରଣଆତ୍ମାର ପରମ କାରଣ

  105. Couplet 105

    ଏ ସର୍ବଗୁଣ ସଉଭାଗେଗମିଲେ ଗୋବିନ୍ଦର ସଙ୍ଗେ

  106. Couplet 106

    ପଡ଼ିଲା କଳି ଦୃଷ୍ଟିପାତତେଣୁ ଶୋଚନା ମୋର ଚିତ୍ତ

  107. Couplet 107

    ସେ କୃଷ୍ଣ ବିରହେ କାତରତେଣୁ ଶୋଚନା ମୋର ଚିତ୍ତ

  108. Couplet 108

    ମୁଁ ଏବେ ଆତ୍ମାକୁ ସୁମରିଏ ସର୍ବଗୁଣ ମନେ ଧରି

  109. Couplet 109

    ତୋର ଚରଣ ଭଗ୍ନ ଦେଖିକାନ୍ଦଇ ଅତି ଦୁଃଖେ ଦୁଃଖୀ

  110. Couplet 110

    ଦେବତା ଋଷି ପିତୃଗଣଯେ ବର୍ଣ୍ଣାଶ୍ରମ ଆଚରଣ

  111. Couplet 111

    ଏ ସର୍ବ ଧର୍ମ ଗଲା ଦୂରମୋତେ ଛାଡ଼ିଲେ ଚକ୍ରଧର

  112. Couplet 112

    ବ୍ରହ୍ମାଦି ଦେବଦେବୀ ଯେତେନିଶ୍ଚଳେ ମୋହର ସହିତେ

  113. Couplet 113

    ଯାର ଅପାଙ୍ଗ ମୋକ୍ଷଶିରୀଲଭିବୁ ବୋଲି ଆଶ କରି

  114. Couplet 114

    କଠୋର ତପ ସାଧି ବନେପ୍ରପନ୍ନ ଯାହାର ଚରଣେ

  115. Couplet 115

    ସେ ଲକ୍ଷ୍ମୀ ତେଜି ପଦ୍ମବନଯାର ହୃଦୟେ ଲଭି ସ୍ଥାନ

  116. Couplet 116

    ସେ ସ୍ଥାନେ ନ ରହେ ତା ମନଯାର ଚରଣେ ନିତ୍ୟେ ଧ୍ୟାନ

  117. Couplet 117

    କରି ବଞ୍ଚଇ ସର୍ବବେଳାସେ ହରି ନିଜପୁରେ ଗଲା

  118. Couplet 118

    ତାର ଚରଣ ଚିହ୍ନ ଯେତେଧ୍ୱଜ ଅଙ୍କୁଶ ମୋର ଗାତ୍ରେ

  119. Couplet 119

    ସେ ବେଶେ ଅଳଂକୃତ ହୋଇଶୁଦ୍ଧ ସୁନ୍ଦର ବିରାଜଇ

  120. Couplet 120

    ଯେଣୁ ଛାଡ଼ିଲେ ମୋତେ ହରିତେଣୁ ଦିଶଇ ହତଶିରୀ

  121. Couplet 121

    ଅସୁର ଅକ୍ଷୌହିଣୀ ଭାରଉଶ୍ୱାସ କଲା ଯେ ମୋହର

  122. Couplet 122

    ତୋତେ ସ୍ଥାପିଲେ ଏ ସଂସାରେଅଶେଷ-ଜନ-ଉପକାରେ

  123. Couplet 123

    ଯାଦବବଂଶ ହିତକରଅଶେଷ-ଅନଙ୍ଗ-ସୁନ୍ଦର

  124. Couplet 124

    ଏ ତିନିଲୋକ ମନ ମୋହେଶ୍ୟାମସୁନ୍ଦର ନିଜ ଦେହେ

  125. Couplet 125

    ସେ ରୂପ ହୋଇଲା ଅନ୍ତରତେଣୁ ବିବର୍ଣ୍ଣ ରୂପ ମୋର

  126. Couplet 126

    କଥନ ମନୋହର ସ୍ମିତେପ୍ରେମାବଲୋକ ବହୁମତେ

  127. Couplet 127

    ଦ୍ୱାରକାପୁର ନାରୀଙ୍କରଯେ ମାନ ହରେ ନିରନ୍ତର

  128. Couplet 128

    ଯାର ଚରଣ ରେଣୁ ଲାଗିତୃଣ ଛଳେ ମୁଁ ପୁଲକାଙ୍ଗୀ

  129. Couplet 129

    ତାର ବିଯୋଗ କେବା ସହିଏ ଜୀବଲୋକେ ଦେହ ବହି

  130. Couplet 130

    ସୂତ କହନ୍ତି ଅବଧାନେଏବେ ହୋ ଶୁଣ ମୁନିଜନେ

  131. Couplet 131

    ଏମନ୍ତେ କହୁ କହୁ ବାଣୀଧର୍ମର ସଙ୍ଗତେ ଧରଣୀ

  132. Couplet 132

    ସେ ପରୀକ୍ଷିତ ଦଣ୍ତଧାରୀଦିଗବିଜୟ କର୍ମ ସାରି

  133. Couplet 133

    ଧର୍ମ ଧରଣୀ ସଙ୍ଗମେଳେମିଳିରେ ସରସ୍ୱତୀ କୂଳେ

  134. Couplet 134

    ବୋଲଇ ଦାସ ଜଗନ୍ନାଥଗୀତ ପ୍ରବନ୍ଧେ ଭାଗବତ

  135. Couplet 135

    ଭବସିନ୍ଧୁ-ତରଣେ-ଭେଳାଏଣେ ସୁଜନେ ହୁଅ ମେଳା

  136. Couplet 136

    ଅମୃତ କୃଷ୍ଣର ଚରିତପ୍ରଥମ ସ୍କନ୍ଧେ ଭାଗବତ

  137. Couplet 137

    ଅମୃତରସ କୃଷ୍ଣବାଣୀସୁଜନେ ତର ଏହା ଶୁଣି

Odia Bhagabata skandha 1 adhyaya 16 | Parbani by ParibhaAsha App