Skip to content
paribhaasha

Skandha 1

Adhyaya 15

  1. Couplet 1

    ଏମନ୍ତ ରାଜାର ବଚନଅର୍ଜୁନ ଶୁଣି ଶୋକମନ

  2. Couplet 2

    ଯେତେ କହିଲେ ଧର୍ମସୁତନାନା ଶକୁନ ବିପରୀତ

  3. Couplet 3

    କୃଷ୍ଣ ବିଯୋଗେ ଖେଦମନସ୍ୱଭାବେ ଶୁଖିଛି ବଦନ

  4. Couplet 4

    ତେଜ ପ୍ରଭାବ ଦୂର ଗଲାଜୀବନ ଥାଉଁ ଦେହ ମଲା

  5. Couplet 5

    ଶୋକେ କମ୍ପିତ କଳେବରବଦନୁ ନ ସ୍ଫୁରେ ଉତ୍ତର

  6. Couplet 6

    ଲୋଚନେ ଦେଇ ବେନିକରଶୋକ ସମ୍ବରି ବୀରବର

  7. Couplet 7

    ଶୋକେ କୁଣ୍ଠିତ କଣ୍ଠଦ୍ୱାରବିହ୍ୱଳେ ନ ସ୍ଫୁରେ ଉତ୍ତର

  8. Couplet 8

    ସଖା ସୁହୃଦ ନନ୍ଦବଳାସାରଥିପଣେ ରଥେ ଥିଲା

  9. Couplet 9

    ଏ ଆଦି ଯେତେ କୃଷ୍ଣଗୁଣସୁମରି କାନ୍ଦେ ପୁଣପୁଣ

  10. Couplet 10

    ରାଜାଙ୍କୁ ଚାହିଁ ମନଖେଦେବୋଲଇ ଶୋକ ଗଦଗଦେ

  11. Couplet 11

    ସନ୍ଦେଶ ଶୁଣ ନରନାଥକୃଷ୍ଣେ ମୁଁ ହୋଇଲି ବଞ୍ଚିତ

  12. Couplet 12

    ମୋର ଜୀବନବନ୍ଧୁ ହରିତାର ବିଯୋଗେ ହତଶିରୀ

  13. Couplet 13

    ବିଶୀର୍ଣ୍ଣ ମୋହର ଶରୀରଦେଖ ପ୍ରତ୍ୟକ୍ଷେ ନୃପବର

  14. Couplet 14

    ଯେ ତେଜ ପ୍ରତାପ ମୋହରଦେବ-ଦାନବେ ଅଗୋଚର

  15. Couplet 15

    ସେ ତେଜ କୃଷ୍ଣ ସଙ୍ଗେ ଗଲାଜୀବନ ଜୀଉଁ ଜୀଉଁ ମଲା

  16. Couplet 16

    କୃଷ୍ଣ ବିଯୋଗେ କ୍ଷଣମାତ୍ରେଶୋକ ପୂରିତ ନିଜ ଗାତ୍ରେ

  17. Couplet 17

    ଲୋକେ ଅପ୍ରିୟ ଦରଶନଦେଖି କୁଣ୍ଠିତ ମୋର ମନ

  18. Couplet 18

    ମରଣ କାଳେ ପ୍ରାଣୀ ଯେହ୍ନେସମ୍ଭ୍ରମେ କୁଣ୍ଠିତ-ବଚନେ

  19. Couplet 19

    ଯାହାର ପାଦେ ଆଶ୍ରେକରିନିଜ ଗାଣ୍ତିବ କରେ ଧରି

  20. Couplet 20

    ଦ୍ରୁପଦ ଗୃହେ ରାଜମେଳେଦ୍ରୌପଦୀ ସ୍ୱୟମ୍ବର କାଳେ

  21. Couplet 21

    ଯେତେ ମିଳିଲେ ରାଜପୁତ୍ରେକନ୍ୟା ଲଭିବା ଫଳ ଅର୍ଥେ

  22. Couplet 22

    କନ୍ୟା ଲଭିବା କାଳେ ଗୋଳଯେସନେ ଜଳଧି ଉଲ୍ଲୋଳ

  23. Couplet 23

    ହେଳେ ତାହାଙ୍କ ତେଜ ହରିଲଭିଲି ଲାଖବିନ୍ଧି ନାରୀ

  24. Couplet 24

    ଖାଣ୍ତବବନେ କ୍ରୀଡ଼ାରଙ୍ଗେକୃଷ୍ଣ ଯେ ଥିଲେ ମୋର ସଙ୍ଗେ

  25. Couplet 25

    ସେ ବନ ଅଗ୍ନିମୁଖେ ଦେଇଲଭିଲି ମାୟାସଭା ମୁହିଁ

  26. Couplet 26

    ଅମରଗଣ ତୁଲେ ପୁଣିକିଞ୍ଚିତେ ଇନ୍ଦ୍ରତେଜ ଜିଣି

  27. Couplet 27

    ମୟନିର୍ମିତ ସଭା ଆଣିଯହିଁ ସକଳ ନୃପମଣି

  28. Couplet 28

    ତୋହର ଯଜ୍ଞକାଳେ ମିଳିତୋ ପାଦେ କଲେ ନିଉଛାଳି

  29. Couplet 29

    ଯାହାର ତୁଲେ ବେନିଭାଇଛଦ୍ରମେ ବିପ୍ରରୂପ ହୋଇ

  30. Couplet 30

    ଜରାକୁ ବାହୁଯୁଦ୍ଧେ ଜିଣିରାଜାଙ୍କୁ ବନ୍ଦୀଘରୁ ଆଣି

  31. Couplet 31

    ତୋହର ଯଜ୍ଞ ନିମନ୍ତ୍ରଣେତୋତେ ଖଚିଲେ ନୃପଗଣେ

  32. Couplet 32

    ତୋହର ଯଜ୍ଞସ୍ନାନ କାଳେଦ୍ରୌପଦୀ ଦେଖି ତୋର କୋଳେ

  33. Couplet 33

    ସ୍ୱଭାବେ ନାରୀ ଶିରୋମଣିକବରୀ ବେଶେ ଜନ ଜିଣି

  34. Couplet 34

    କପଟପଶା କରି ବାଦେକୌରବେ ତୋତେ ସଭାମଧ୍ୟେ

  35. Couplet 35

    ଜିଣି ପାଞ୍ଚାଳୀ କେଶ ଧରିବିବସ୍ତ୍ର ସଭାତଳେ କରି

  36. Couplet 36

    ଭୟେ ପାଞ୍ଚାଳୀ ସୁମରିଲାସେବେଳେ ଯେ ହରି ରଖିଲା

  37. Couplet 37

    ପୁଣି ଅଜ୍ଞାତ-ବନବାସେଦୁର୍ବାସା ଦୁଷ୍ଟଙ୍କ ବିଶ୍ୱାସେ

  38. Couplet 38

    ଭୋଜନ ଅନ୍ତେ ଭିକ୍ଷାଅର୍ଥେଅୟୁତ ବିପ୍ର ଘେନି ସାଥେ

  39. Couplet 39

    ଭୁଞ୍ଜିବା ପାଇଁ ସ୍ନାନ ସାରିତା ଜାଣି ପ୍ରଭୁ ନରହରି

  40. Couplet 40

    ଅତିଥି ରୂପେ ବିଜେ କଲାଶେଷ ଯେ ଶାକଅନ୍ନ ଥିଲା

  41. Couplet 41

    କର ପ୍ରସାରି ତାହା ଖାଇମୁନିଙ୍କ ମନମଧ୍ୟେ ଯାଇ

  42. Couplet 42

    ସନ୍ତୋଷ କଲା ଜଳ ମଧ୍ୟେତକ୍ଷଣେ ବ୍ରାହ୍ମଣ ଆନନ୍ଦେ

  43. Couplet 43

    ସନ୍ତୋଷେ ନିଜସ୍ଥାନେ ଗଲେସେ ଦୁଃଖୁ ଯେ ହରି ରଖିଲେ

  44. Couplet 44

    ଯାହାର ତେଜେ ଧନୁ ଟାଣିବନେ ଜିଣିଲି ଶୂଳପାଣି

  45. Couplet 45

    ସନ୍ତୋଷେ ମୋତେ ଉମାକାନ୍ତବୋଇଲେ ବରମାଗ ପାର୍ଥ

  46. Couplet 46

    ପାର୍ବତୀ ବିଶ୍ୱାସେ ମୋହିତବରେ ପାଇଲି ପାଶୁପତ

  47. Couplet 47

    ହର ବିଶ୍ୱାସେ ମୋତେ ପୁଣପାର୍ବତୀ ଦେଲେ ଅକ୍ଷତୂଣ

  48. Couplet 48

    ସେ ବେନିଶସ୍ତ୍ର ପାଇ ବନେମିଳିଲି ଇନ୍ଦ୍ରର ଭୁବନେ

  49. Couplet 49

    ନର ଶରୀରେ ସୁରଦେଶେମିଳିଲି ଯେ ହରି ବିଶ୍ୱାସେ

  50. Couplet 50

    ବିଷ୍ଣୁର ତେଜ ଦେଖି ମୋତେସର୍ବ ଦେବତା ତୋଷଚିତ୍ତେ

  51. Couplet 51

    ବିଚାରି ସର୍ବ ଅନୁମାନେବସାଇ ଇନ୍ଦ୍ରର ଆସନେ

  52. Couplet 52

    ମୋତେ ପୂଜିଲେ ପୁରସ୍କାରେମୁଁ ପୁଣି ରହି ସ୍ୱର୍ଗପୁରେ

  53. Couplet 53

    ସର୍ବ ଦେବତାଙ୍କ ବିଶ୍ୱାସଅସୁରବଳ କଲି ନାଶ

  54. Couplet 54

    ଇନ୍ଦ୍ର ସହିତେ ସର୍ବଦେବେମୋତେ ପୂଜିଲେ ଗଉରବେ

  55. Couplet 55

    ଯା ତେଜୁ ମୋ ପୁରୁଷକାରସେ ହରି ମୋତେ କଲା ଦୂର

  56. Couplet 56

    ଯେଉଁ ଗୋବିନ୍ଦ ବନ୍ଧୁପଣେକୁରୁସାଗର-ଘୋରରଣେ

  57. Couplet 57

    ତରଲି ଦୁସ୍ତର-ସାଗରଦେବ-ମାନବେ ଅଗୋଚର

  58. Couplet 58

    ସଂଗ୍ରାମେ ରିପୁବଳ ଜିଣିଅନେକ ଧନରତ୍ନ ଆଣି

  59. Couplet 59

    ରତ୍ନ ମୁକୁଟ ମଣିପରେଥିଲା ଯେ ରାଜାଙ୍କର ଶିରେ

  60. Couplet 60

    ତାହା ହରିଲି ବାହୁବଳେନିର୍ଭୟେ ଅବନୀ-ମଣ୍ତଳେ

  61. Couplet 61

    ବିରାଟ-ଗୋଧନ ହରଣେମହାଦୁସ୍ତର ଘୋରରଣେ

  62. Couplet 62

    ଗୋଧନ ନେଲି ନିଜପୁରସେ ହରି କଲା ମୋତେ ଦୂର

  63. Couplet 63

    ଯେ ହରି ମୋର ରଥେ ବସିଅଗାଧ-କୁରୁବଳେ ଝାସି

  64. Couplet 64

    ଭୀଷ୍ମ ସବିତାସୁତ କୃପଶଲ୍ୟ ସହିତେ ଯେତେ ନୃପ

  65. Couplet 65

    ତାହାଙ୍କ ଅଗ୍ରେ ରଥ କରିଅଶ୍ୱ ରସନା କରେ ଧରି

  66. Couplet 66

    ରିପୁ ଆୟୁଷ ସଙ୍ଗେ ମନହରିଲା ନନ୍ଦର ନନ୍ଦନ

  67. Couplet 67

    ଭୀଷ୍ମାଦି ଥିଲେ ଯେତେ ବୀରସେ ଗୁରୁ-ଦ୍ରୋଣଙ୍କ ସଙ୍ଗର

  68. Couplet 68

    ଅମୋଘ ଅସ୍ତ୍ର ବରଷନ୍ତିସେ ମୋର ହୃଦେ ନ ଭେଦନ୍ତି

  69. Couplet 69

    ଯେସନେ ନୃସିଂହର ପାଦଆଶ୍ରେ ତରିଲା ପ୍ରହଲାଦ

  70. Couplet 70

    ଜୟଦ୍ରଥର ବଧ କାଳେଅଶ୍ୱେ ତୃଷିତ ମୋର ହେଲେ

  71. Couplet 71

    ତାହାଙ୍କୁ ଜଳ ଦେବା ଅର୍ଥେସଂଗ୍ରାମେ ହେଲି ଭୂମିଗତେ

  72. Couplet 72

    ମହାରଥୀଙ୍କ ଚିତ୍ତେ ଯାଇପ୍ରବେଶ ହେଲେ ଭାବଗ୍ରାହୀ

  73. Couplet 73

    ନୟନେ ମୋ ରୂପ ଦେଖନ୍ତିଦେଖନ୍ତେ କେହି ନ ମାରନ୍ତି

  74. Couplet 74

    ଯାହାର ପାଦପଦ୍ମ ନିତ୍ୟେଜ୍ଞାନୀଏ ଭାବୁଥାନ୍ତି ଚିତ୍ତେ

  75. Couplet 75

    କୁମତି-ବଳେ ନ ବିଚାରିତାହାଙ୍କୁ ସାରଥି ମୁଁ କରି

  76. Couplet 76

    ସେ କୃଷ୍ଣ ବସି ମୋର ପାଶେଶୋଭନ-ସ୍ମିତ-ମନ୍ଦହାସେ

  77. Couplet 77

    ଆନନ୍ଦେ କରେ କର ଧରିବିବିଧ ପରିହାସ କରି

  78. Couplet 78

    ହେ ପାର୍ଥ ଅର୍ଜୁନ ହେ ସଖେକୁରୁନନ୍ଦନ ବୋଲି ଡାକେ

  79. Couplet 79

    ତାହାର ଗୁଣକର୍ମ ଯେତେସୁମରି କ୍ଷୋଭିତ ମୋ ଚିତ୍ତେ

  80. Couplet 80

    ଶୟନ-ଆସନ-ଭୋଜନେମୁହିଁ ଯେ ତାର ସନ୍ନିଧାନେ

  81. Couplet 81

    ସଙ୍ଗେ ବିହରି ସଖାପରିତା କରେ କର ଧରାଧରି

  82. Couplet 82

    ମୁଁ ପାପୀ କୁମତି ମୋହରକେବେ ବା କରେ ତିରସ୍କାର

  83. Couplet 83

    ସେ ଅପରାଧ ମୋର ହରିନ ଘେନେ ମୋରେ ସ୍ନେହ କରି

  84. Couplet 84

    ସଖାର ସଖା ଯେହ୍ନେ ସହେପିତାମାତା ବା ଯେହ୍ନେ ପୋଏ

  85. Couplet 85

    ନୃପେନ୍ଦ୍ର ଶୁଣ ମୋର ବାଣୀମୋତେ ମୁଞ୍ଚିଲେ ଚକ୍ରପାଣି

  86. Couplet 86

    ମୋହର ପ୍ରିୟସଖା ହରିହୃଦୟ ଗଲା ଶୂନ୍ୟ କରି

  87. Couplet 87

    ଦେଖ ମୋହର ବୀରପଣମାର୍ଗେ ଗୋବିନ୍ଦ-ପତ୍ନୀଗଣ

  88. Couplet 88

    ଆବୋରି ନ ପାରିଲି ବଳେତକ୍ଷଣେ ଲୁଚିଲେ ଗୋପାଳେ

  89. Couplet 89

    ସେହି ଗାଣ୍ତୀବଧନୁ ମୋରସେହି ଅକ୍ଷୟ ତୂଣଶର

  90. Couplet 90

    ସେହି ବିମାନ ଅଶ୍ୱ ଦେଖକ୍ଷଣକେ ହୋଇଲି ନିରେଖ

  91. Couplet 91

    ଯାହାର ତେଜେ ନୃପଗଣେନମନ୍ତି ମୋହର ଚରଣେ

  92. Couplet 92

    ତାର ବିଯୋଗେ ତନୁ କ୍ଷୀଣଦିଗେ ଦିଶନ୍ତି ମୋତେ ଶୂନ୍ୟ

  93. Couplet 93

    ସେ ପ୍ରାଣବାନ୍ଧବ ବିଯୋଗଭସ୍ମେ ଯେସନେ ହବିର୍ଭାଗ

  94. Couplet 94

    କୁହୁକ ବସ୍ତୁ ମୁଷ୍ଟିଗତେପ୍ରତ୍ୟକ୍ଷ ନୋହେ ଦୃଷ୍ଟିମାତ୍ରେ

  95. Couplet 95

    ଉଷର ଭୂମିରେ ରୋପିତବୀଜର ପ୍ରାୟେ ମୁଁ ନିହତ

  96. Couplet 96

    ଶୁଣ ହେ ନୃପ ଶୁଦ୍ଧଚେତାବନ୍ଧୁବାନ୍ଧବଙ୍କ ବାରତା

  97. Couplet 97

    ଅପରେ ଯେତେ ଯଦୁକୁଳେନିଶ୍ଚିନ୍ତେ ଥିଲେ କୁଶସ୍ଥଳେ

  98. Couplet 98

    ବ୍ରାହ୍ମଣଶାପ ଅବସାନେମିଳିଲେ ଏରକାର ବନେ

  99. Couplet 99

    ବାରୁଣୀମଦ୍ୟ କଲେ ପାନଭୋଳେ ହୋଇଲେ ହତଜ୍ଞାନ

  100. Couplet 100

    ଏରକା ମୁଷ୍ଟି କରେ ଧରିଏକ ଆରେକ ମରାମରି

  101. Couplet 101

    ଆତ୍ମାକୁ ନ ଜାଣନ୍ତି ଭୋଳେନାଶିଲେ ବ୍ରହ୍ମଶାପ ଫଳେ

  102. Couplet 102

    ଏଣୁ ଯାଦବ ବଂଶନାଶରହିଲେ ଚାରିପାଞ୍ଚ ଶେଷ

  103. Couplet 103

    ଈଶ୍ୱର କ୍ରୀଡ଼ା ଏ ଜଗତପ୍ରାଣୀଏ ଈଶ୍ୱର ଆୟତ୍ତ

  104. Couplet 104

    ମାରନ୍ତି ଏକୁ ଆର ବଳେଜଳ ଜନ୍ତୁଏ ଯେହ୍ନେ ଜଳେ

  105. Couplet 105

    ନିର୍ବଳ ଜନ୍ତୁଙ୍କୁ ଗିଳନ୍ତିନିଜ ମରଣ ନ ଜାଣନ୍ତି

  106. Couplet 106

    ଦୁର୍ବଳ-ପ୍ରାଣୀଙ୍କି ସବଳେଦର୍ପ ହରନ୍ତି ଅବହେଳେ

  107. Couplet 107

    ଏହି ପ୍ରକାରେ ଯଦୁବଳେକଳି ଭିଆଇ ମଦ୍ୟଭୋଳେ

  108. Couplet 108

    ଯଦୁଙ୍କୁ ଯଦୁବଳେ ମାରିଭୂମିର ଭାରା ଅପହରି

  109. Couplet 109

    ଗୋବିନ୍ଦ କଲେ କର୍ମ ଯେତେଲୀଳା ବିହାରେ ଏ ଜଗତେ

  110. Couplet 110

    ତା ଦେଶ-କାଳ-ଅର୍ଥଯୁକ୍ତଶୀତଳବାଣୀ ଜନହିତ

  111. Couplet 111

    ସେ ବାଣୀ ସ୍ମରି ମୋର ଚିତ୍ତେପ୍ରାଣ ଦହଇ ଅନ୍ତର୍ଗତେ

  112. Couplet 112

    ଏମନ୍ତେ ପାଣ୍ତବ ଅର୍ଜୁନକୃଷ୍ଣ ଚରଣେ ଦେଇ ମନ

  113. Couplet 113

    ସୁହୃଦଭାବେ ଗାଢ଼େ ଚିନ୍ତିଲଭିଲା ସୁବିମଳ ଗତି

  114. Couplet 114

    କୃଷ୍ଣ ଚରଣ ଅନୁଧ୍ୟାନେଚିତ୍ତ ନିର୍ମଳ ଶାନ୍ତି ଜ୍ଞାନେ

  115. Couplet 115

    ଥିଲା ଯେ ଅଶେଷ କଳୁଷଭକ୍ତିମନ୍ଥନେ ଗଲା ନାଶ

  116. Couplet 116

    ନିର୍ମଳବୁଦ୍ଧି ପ୍ରକାଶିଲାଗୋବିନ୍ଦ ବାକ୍ୟ ସୁମରିଲା

  117. Couplet 117

    ସଂଗ୍ରାମ ମଧ୍ୟେ ରଥେ ରହିଯେ ଗୀତା କୃଷ୍ଣଥିଲେ କହି

  118. Couplet 118

    ତାହା ସୁମରି ଶୁଦ୍ଧମନେଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ

  119. Couplet 119

    ପ୍ରକୃତି ଲୀନେ ଗୁଣ ଲିଙ୍ଗସ୍ଥୂଳଶରୀର ସଙ୍ଗଭଙ୍ଗ

  120. Couplet 120

    ତେବେ ଦ୍ୱଇତ ଭାବ ଯାଇଶୋକ-ସମ୍ଭ୍ରମ ଆଉ କାହିଁ

  121. Couplet 121

    ଆପଣା ଅଂଶ ବଂଶ ହରିଶ୍ରୀକୃଷ୍ଣ ଗଲେ ନିଜପୁରୀ

  122. Couplet 122

    ଅର୍ଜୁନ ମୁଖୁ ଏହା ଶୁଣିନିର୍ବେଦ ନୃପ-ଚୂଡ଼ାମଣି

  123. Couplet 123

    ଆତ୍ମା ନିବୃତ୍ତ ଜ୍ଞାନମାର୍ଗେନିଶ୍ଚୟ କଲେ ସ୍ୱର୍ଗମାର୍ଗେ

  124. Couplet 124

    କୁନ୍ତୀ ଯେ ନିଜପୁରେ ଥିଲାଶ୍ରୀକୃଷ୍ଣ ବିଯୋଗ ଶୁଣିଲା

  125. Couplet 125

    ତକ୍ଷଣେ ପାଇ ଦିବ୍ୟଜ୍ଞାନଗୋବିନ୍ଦ ପାଦେ ହେଲା ଲୀନ

  126. Couplet 126

    ଯେ ଦେହ ଭୂମିଭାର ନାଶେଧରି ଜନ୍ମିଲେ ଯଦୁବଂଶେ

  127. Couplet 127

    ଭାରା ନିବାରି ତା ସଂହରେକଣ୍ଟକ ଯେହ୍ନେ କଣ୍ଟକରେ

  128. Couplet 128

    ମତ୍ସ୍ୟାଦି ରୂପକୁ ଯେମନ୍ତେଧରି ଛାଡ଼ଇ କାର୍ଯ୍ୟଅନ୍ତେ

  129. Couplet 129

    ଯେସନେ ନଟରୂପ ଧରେକ୍ଷଣକୁ କ୍ଷଣ ଆନ କରେ

  130. Couplet 130

    ଭୂଭାର କ୍ଷୟ ଯେ ଦେହେଣସେ ଦେହ କଲେ ଅନ୍ତର୍ଦ୍ଧାନ

  131. Couplet 131

    ଯେବେ ମୁକୁନ୍ଦ ମହୀତେଜିସ୍ୱଭାବେ ନିଜଧାମ ଭଜି

  132. Couplet 132

    ଯାର ମହିମା ନରଲୋକେସାଧବେ ଏକକୁ ଆରକେ

  133. Couplet 133

    କହି ତରିଲେ ଭବଜଳୁକଳି ଆଗମ ସେହି ବେଳୁ

  134. Couplet 134

    ସକଳ ଦୋଷ ହେତୁ ଯହିଁବେଦ-ପୁରାଣ-ମାର୍ଗେ କହି

  135. Couplet 135

    ମିଳିଲା ନରଲୋକେ ଆସିତକ୍ଷଣେ ଗ୍ରାମେଗ୍ରାମେ ପଶି

  136. Couplet 136

    ସକଳ ପୁରେ ପ୍ରାଣୀ ଚିତ୍ତେଲୋଭ କପଟ ଦମ୍ଭମତେ

  137. Couplet 137

    ପ୍ରାଣୀ ହିଂସନ ଧର୍ମନାଶେପ୍ରାଣୀୟେ କଳିର ବିଶ୍ୱାସେ

  138. Couplet 138

    ନିଷ୍ଠୁର ଚିତ୍ତ ସର୍ବଜନତା ଦେଖି ଧର୍ମର ନନ୍ଦନ

  139. Couplet 139

    ସ୍ୱର୍ଗ-ଗମନ ମନେ ଗୁଣିତକ୍ଷଣେ ପରୀକ୍ଷିତ ଆଣି

  140. Couplet 140

    ଉତ୍ତମ ରାଜଚିହ୍ନ ଦେଖିସକଳ ଗୁଣ ଉପଲକ୍ଷି

  141. Couplet 141

    ଆତ୍ମାର ତୁଲ୍ୟପ୍ରାୟ ମଣିଅନେକ ତୀର୍ଥଜଳ ଆଣି

  142. Couplet 142

    ହସ୍ତିନାପୁର ନରଲୋକେସ୍ଥାପିଲେ ନୃପ ଅଭିଷେକେ

  143. Couplet 143

    ଯାଦବବଂଶେ ଶେଷଥିଲାବଜ୍ର ଯେ ଅନିରୁଦ୍ଧବଳା

  144. Couplet 144

    ମଥୁରାପୁରେ ଧର୍ମଚାଟେସ୍ଥାପିଲେ ଶୂରସେନପାଟେ

  145. Couplet 145

    ସକଳ ଭୋଗ ଦୂରକରିଶରୀର-ବନ୍ଧ ପରିହରି

  146. Couplet 146

    ଆତ୍ମାରେ ଆତ୍ମା-ଅଗ୍ନି ଜାଳିସର୍ବ-ବିଷୟ-ଘୃତ ଢାଳି

  147. Couplet 147

    ଜ୍ଞାନଗୋଚରେ ଅଗ୍ନିପାନତକ୍ଷଣେ ଧର୍ମର ନନ୍ଦନ

  148. Couplet 148

    ସର୍ବ ସମ୍ପଦ କରି ଦୂରନିର୍ମଳ-ରାଗ-ଅହଙ୍କାର

  149. Couplet 149

    ଅଶେଷ କର୍ମ୍ପାଶ ଛେଦିଯୋଗେ ଶରୀରରନ୍ଧ୍ର ରୁନ୍ଧି

  150. Couplet 150

    ବଚନ ମନେ ଲୀନ କରିବାୟୁ ଧାରଣେ ମନ ଧରି

  151. Couplet 151

    ବାୟୁ ଧାରଣ ପ୍ରାଣ ଯେହିଅପାନେ ତାହାକୁ ମିଶାଇ

  152. Couplet 152

    ଅପାନ ଉତ୍ସର୍ଗ ସହିତଯେ ମାର୍ଗେ ହୋଏ ଅନ୍ତର୍ଗତ

  153. Couplet 153

    ସେ ମୃତ୍ୟୁଦେବକୁ ପଞ୍ଚତ୍ୱେପଞ୍ଚକୁ ପଞ୍ଚରେ ଏକତ୍ୱେ

  154. Couplet 154

    ପୁଣି ପଞ୍ଚକୁ ତିନିଗୁଣେତ୍ରିଗୁଣ ସମସ୍ତ କାରଣେ

  155. Couplet 155

    ତାହାକୁ ଜୀବେ ଦେଇ ସ୍ଥାନଯେଣେ ଜୀବର ପରିତ୍ରାଣ

  156. Couplet 156

    ସକଳ ଗୁଣ ପରିହରିଆତ୍ମାରେ ଆତ୍ମା ହୋମକରି

  157. Couplet 157

    ବ୍ରହ୍ମନିର୍ବାଣେ ଥୋଇ ଚିତ୍ତଉତ୍ତରପଥେ ଉପଗତ

  158. Couplet 158

    ଚିରବସନ ନିରାହାରମଉନ ମୁକ୍ତକେଶ ଶିର

  159. Couplet 159

    ଜଡ-ଉନ୍ମତ୍ତ-ଜନ ପ୍ରାୟେଲୋକେ ଦେଖାଇ ନିଜକାୟେ

  160. Couplet 160

    ଲୋକ ବଦନକୁ ନ ଚାହିଁଅନ୍ଧ-ବଧିର ପ୍ରାୟ ହୋଇ

  161. Couplet 161

    ହୃଦେ ନିବେଶି ବେନିପାଣିଉତ୍ତରଦିଗେ ନୃପମଣି

  162. Couplet 162

    ପୂର୍ବେ ଅଶେଷ ମୁନି ସନ୍ଥେମୋକ୍ଷହୋଇଲେ ଯେଉଁ ପଥେ

  163. Couplet 163

    ପରମବ୍ରହ୍ମ ଚିନ୍ତି ଚିତ୍ତେପ୍ରସ୍ଥାନ କଲେ ସ୍ୱର୍ଗପଥେ

  164. Couplet 164

    ପଛେ ଚଳନ୍ତି ଚାରିଭାଇରାଜାର ଅନୁରୂପ ହୋଇ

  165. Couplet 165

    ପ୍ରଜାଙ୍କୁ କରି ଆଲିଙ୍ଗନହରଷେ ହରି ତାଙ୍କ ମନ

  166. Couplet 166

    ସେ ସାଧୁକୃତ୍ୟ ସତ୍ତ୍ୱ ଗୁଣୀଆତ୍ମାର ହିତ ଚିତ୍ତେ ଜାଣି

  167. Couplet 167

    ମନ ନିବେଶି କୃଷ୍ଣପାଦେବିଷ୍ଣୁ ଭକତି ଯୋଗସାଧେ

  168. Couplet 168

    ନିର୍ମଳ ଚିତ୍ତ ତାହାଙ୍କରଗୋବିନ୍ଦେ ଧ୍ୟାନ ନିରନ୍ତର

  169. Couplet 169

    କୃଷ୍ଣ ପାଦେ ଚିତ୍ତ ଦେଲେପରମଗତି ସେ ଲଭିଲେ

  170. Couplet 170

    ଅସତ୍ୟ ଇନ୍ଦ୍ରିୟ ବିଷୟେନିତ୍ୟେ ଯାହାର ଚିତ୍ତ ରହେ

  171. Couplet 171

    ସେ ଯେବେ ପାଦହୃଦେ ଚିନ୍ତିସର୍ବକଳୁଷ ନାଶ ଯାନ୍ତି

  172. Couplet 172

    ସେପାଦେ ଲଭଇ ସେ ସ୍ଥାନତାହା ପାଇଲେ ପଣ୍ତୁନାନ

  173. Couplet 173

    ବିଦୁର ଥିଲେ ବନବାସେପ୍ରଭାସତୀର୍ଥେ ମୋକ୍ଷ ଆଶେ

  174. Couplet 174

    ଗୋବିନ୍ଦ-ଚରଣ-କମଳେପ୍ରାଣ ଛାଡ଼ିଲେ ଯୋଗବଳେ

  175. Couplet 175

    ପିତୃଗଣଙ୍କ ସଙ୍ଗେ ମିଶିନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ

  176. Couplet 176

    ନିଜ ଭୁବନେ ବିଜେ କଲେବ୍ରାହ୍ମଣଶାପୁ ନିସ୍ତରିଲେ

  177. Couplet 177

    ତକ୍ଷଣେ ଦ୍ରୁପଦ କୁମାରୀଭର୍ତ୍ତାଙ୍କ ପଥ ଅନୁସରି

  178. Couplet 178

    କୃଷ୍ଣେ ନିବେଶି ପଞ୍ଚପ୍ରାଣପଥେ ଛାଡ଼ିଲେ ନିଜପ୍ରାଣ

  179. Couplet 179

    କହନ୍ତି ସୂତ ଶୁଦ୍ଧଚିତ୍ତେସର୍ବମୁନିଙ୍କ ମଧ୍ୟଗତେ

  180. Couplet 180

    ଏବେ ହୋ ଶୁଣ ବିପ୍ରଜନେକୃଷ୍ଣ-ମହିମା ଶୁଦ୍ଧମନେ

  181. Couplet 181

    ଗୋବିନ୍ଦ ଚରଣ କମଳେପଣ୍ତୁକୁମରେ ଭାବଭୋଳେ

  182. Couplet 182

    ସଂସାର ମାୟା ଦୂର କଲେଜଗତ ମଧ୍ୟୁ ନିସ୍ତରିଲେ

  183. Couplet 183

    ପରମ ମଙ୍ଗଳ ଏ ବାଣୀଯେ ପ୍ରାଣୀ ଶୁଦ୍ଧଚିତ୍ତେ ଶୁଣି

  184. Couplet 184

    ଭକତି ଲଭେ କୃଷ୍ଣପାଦେସଂସାରୁ ତରେ ଅପ୍ରମାଦେ

  185. Couplet 185

    କୃଷ୍ଣ-ମହିମା-ସୁଧାରସକହିଲା ଜଗନ୍ନାଥ ଦାସ

Odia Bhagabata skandha 1 adhyaya 15 | Parbani by ParibhaAsha App