Skandha 1
Adhyaya 14
Couplet 1
ଅର୍ଜୁନ ରାଜାର ବଚନେଗଲା ଯେ ଦ୍ୱାରକା ଭୁବନେ
Couplet 2
ବନ୍ଧୁବାନ୍ଧବ ଦୃଷ୍ଟି ଆଶେସ୍ନେହ ଜଡ଼ିତ ମୋହପାଶେ
Couplet 3
ମାୟା ମନୁଷ୍ୟ ରୂପେ ହରିଛଦ୍ରମେ ଗୃହବାସ କରି
Couplet 4
ସଂସାର ଯାର ଖେଳଘରବ୍ରହ୍ମାଶଙ୍କରେ ଅଗୋଚର
Couplet 5
ବିଚାର ତାର ଜାଣିବାରେମିଳିଲେ ଦ୍ୱାରକା ନଗରେ
Couplet 6
କେତେହେଁ ଦିନ ତହିଁ ରହିକୃଷ୍ଣର ପଦେ ଚିତ୍ତ ଦେଇ
Couplet 7
ଏମନ୍ତେ ଗଲା ମାସ କେତେଚଞ୍ଚଳ ଯୁଧିଷ୍ଠିର ଚିତ୍ତେ
Couplet 8
ଅର୍ଜୁନ ନ ମିଳିଲା ପାଶେଘୋର ଅଦ୍ଭୁତ ଦେଖି ତ୍ରାସେ
Couplet 9
କାଳର ଗତି ବିପରୀତଅଧର୍ମେ ପ୍ରାଣୀଙ୍କର ଚିତ୍ତ
Couplet 10
ପାପ ଆଚାର କଲେ ଦମ୍ଭେଯନ୍ତ୍ରିତ କାମ କ୍ରୋଧ ଲୋଭେ
Couplet 11
ମିତ୍ର ସୁହୃଦ ଶଠମତିପିତାମାତା ଯେ ଭ୍ରାତା ଜ୍ଞାତି
Couplet 12
ସ୍ୱାମୀ ଭାରିଯା ପୁତ୍ର ମେଳେଧ୍ୱନି ସେ ଉଠଇ କନ୍ଦଳେ
Couplet 13
ନିରତେ ଅରିଷ୍ଟ-ସୂଚକପ୍ରକାଶ ହୋଇଲା ଅନେକ
Couplet 14
ପାପ ପ୍ରକୃତି ପ୍ରାଣୀଙ୍କରଦେଖି ଚକିତ ନୃପବର
Couplet 15
ଭୀମସେନକୁ ରାଇ ପାଶେକହନ୍ତି ଆତ୍ମାର ବିଶ୍ୱାସେ
Couplet 16
ଅର୍ଜୁନ ଦ୍ୱାରକା ଭୁବନେଗଲା ବାନ୍ଧବ ଦରଶନେ
Couplet 17
କୃଷ୍ଣ ମହିମା କୃଷ୍ଣସଙ୍ଗେଜାଣିବା ପାଇଁ ମନରଙ୍ଗେ
Couplet 18
ଏବେ ସପତ ମାସ ଗଲାତେବେ ହେଁ ଅର୍ଜୁନ ନଇଲା
Couplet 19
କିବା କେବଣ ବିପରୀତତେଣୁ ଚଞ୍ଚଳ ମୋର ଚିତ୍ତ
Couplet 20
କି ହେତୁ ମୋର ପାଶ ଛାଡ଼ିଅର୍ଜୁନ ରହେ ଲୋଭବଢ଼ି
Couplet 21
ଏହାତ ଜାଣି ନ ପାରଇଭୟେ ବ୍ୟାକୁଳ ମୋର ଦେହୀ
Couplet 22
ନାରଦ କହିଗଲେ ମୋତେସେ କାଳ ହେଲା ବା ପ୍ରାପତେ
Couplet 23
କ୍ରୀଡ଼ା ଶରୀରର ଉଚ୍ଛନ୍ନକି ବା ଇଚ୍ଛିଲେ ଭଗବାନ
Couplet 24
ହରି ସେନେହ ଅପ୍ରମାଦେମୁଁ ଯେ ବସିଲି ରାଜପଦେ
Couplet 25
ଦାରା ସମ୍ପଦ ପ୍ରାଣ ମୋରସର୍ବ ମଙ୍ଗଳ ଦାମୋଦର
Couplet 26
ସକଳ-ରାଜା ମୋର ପାଦେଖଟନ୍ତି ଯାହାର ପ୍ରସାଦେ
Couplet 27
ତାହାର ଭଲେ ଭଲ ମୋରସେ ହରି ଶରଣ-ସୋଦର
Couplet 28
ଦେଖ ପ୍ରତ୍ୟକ୍ଷେ ବୃକୋଦରଦିଶ ଆକାଶ ଅନ୍ଧକାର
Couplet 29
ତ୍ରିବିଧ ଉତ୍ପାତ ଗଗନେତେଣୁ ସଂଶୟ ମୋର ମନେ
Couplet 30
ଭୂମି ଆକାଶ ପ୍ରାଣୀମନଭୟେ କମ୍ପନ୍ତି ଛନ ଛନ
Couplet 31
ମୋହର ମନ ବୁଦ୍ଧି ଚିତ୍ତେକମ୍ପେ କଦଳୀ ଯେହ୍ନେ ବାତେ
Couplet 32
ଉରୁ ଲୋଚନ ବାହୁମାନବାମେ କମ୍ପନ୍ତି ଘନ ଘନ
Couplet 33
ଭୟେ କମ୍ପଇ ମୋ ଶରୀରଦେଖ ପ୍ରତ୍ୟକ୍ଷେ ବୃକୋଦର
Couplet 34
ଏ ରିଷ୍ଟ ସୂଚକ ସ୍ୱଭାବଏ ସେ ନିକଟେ ଦୁଃଖ ଦେବ
Couplet 35
ରବି ଉଦୟ କାଳେ ଆସିଶୃଗାଳ ଯୂଥେ-ଯୂଥେ ବସି
Couplet 36
ପୂର୍ବଦିଗକୁ ମୁଖ କରିବଦନୁ ଅନଳ ଉଦ୍ଗାରି
Couplet 37
କରନ୍ତି ଭୟଙ୍କର ନାଦଏ ସେ ସୂଚକ ପରମାଦ
Couplet 38
କୁକୁର ମୋର ମୁଖ ଚାହିଁନିର୍ଭୟେ ରୋଦନ କରଇ
Couplet 39
ଶୃଗାଳେ ମୋର ବାମଭାଗେବେଗେ ପଳାନ୍ତି ଦକ୍ଷମାର୍ଗେ
Couplet 40
ଆବର ଶୁଭପଶୁ ଯେତେମୋତେ ଭ୍ରମନ୍ତି ବିପରୀତେ
Couplet 41
ଏ ମୋର ଗଜ ଅଶ୍ୱ ଯେତେମୋତେ ଚାହାନ୍ତି ଅଶ୍ରୁନେତ୍ରେ
Couplet 42
ଯମର ଦୂତ ପ୍ରାୟେ ଆସିଉଲୂକେ ମୋର ଆଗେ ବସି
Couplet 43
ଶବଦେ କମ୍ପାନ୍ତି ମେଦିନୀମୋର ଚାହାନ୍ତେ ନୋହେ ତୁନି
Couplet 44
ପ୍ରତି ଉଲୂକ ମୁଖରାବେରାବଇ ଭୟଙ୍କର ଭାବେ
Couplet 45
ଏହାଙ୍କ ରାବେ ଶୂନ୍ୟ ମହୀପ୍ରଜାଏ ନ ରହିବେ କେହି
Couplet 46
ଦେଖ ଏ ଧୂମ ଦଶଦିଶେଅନ୍ଧାର ପ୍ରାୟେ ମହୀ ଦିଶେ
Couplet 47
ପର୍ବତ ତୁଲେ ବସୁନ୍ଧରୀକମ୍ପଇ ଘୋରନାଦ କରି
Couplet 48
ନିର୍ମେଘେ ନିର୍ଘାତ ଶୁଭଇବିଜୁଳୀ ତେଜ ଝଟକଇ
Couplet 49
ବାୟୁ ବହଇ ଖରତରଧୂଳିରେ ଦିଗ ଅନ୍ଧକାର
Couplet 50
ରୁଧିର ବରଷନ୍ତି ମେଘେଆମିଷ ଗନ୍ଧ ସର୍ବଦିଗେ
Couplet 51
ସୂର୍ଯ୍ୟର ଦେହେ ନାହିଁ ତେଜଦେଖ ଆକାଶେ ଗ୍ରହଯୁଝ
Couplet 52
ଦିଗେ ଦିଶନ୍ତି ଭୂତଗଣେଯେହ୍ନେ ପୂରିତ ଅଗ୍ନିବାଣେ
Couplet 53
କ୍ଷୁଭିତ ଦିଶେ ନଦୀନଦକରନ୍ତି ସିନ୍ଧୁପ୍ରାୟେ ନାଦ
Couplet 54
ଜନ୍ତୁଙ୍କ ମନ ସେହିମତେଅଦ୍ଭୁତ ପୂରିତ ଜଗତେ
Couplet 55
ଅନଳ ଲିଭେ ଘୃତଧାରେକାଳ କି ପ୍ରବେଶ ସଂସାରେ
Couplet 56
ବତ୍ସା ନ କରେ କ୍ଷୀରପାନଗାବ ନ ଦ୍ୟନ୍ତି କ୍ଷୀରଦାନ
Couplet 57
ତୃଣ ନ ଚରି ଅଶ୍ରୁମୁଖେବୃଷଭ ବୁଲେ ମନଦୁଃଖେ
Couplet 58
ହରଷେ ନ କରନ୍ତି ନାଦଦେଖ ଅଦ୍ଭୁତ ପରମାଦ
Couplet 59
ଦେବତା ପ୍ରତିମା ଚଞ୍ଚଳେରୋଦନ୍ତି ତନୁ-ଘର୍ମ-ଜଳେ
Couplet 60
ଏ ଜନପଦ ଗ୍ରାମମାନନଗର ଆବର ଉଦ୍ୟାନ
Couplet 61
ବନ ଆଶ୍ରମେ ଯେତେ ଜନେମୁହିଁ ଯା ଦେଖଇ ନୟନେ
Couplet 62
ସର୍ବେ ଦିଶନ୍ତି ହତଶିରୀଚଳ ଚଞ୍ଚଳ ବନଗିରି
Couplet 63
ବାହ୍ୟ ଅନ୍ତର ସର୍ବ ଚାହିଁମୁହିଁ ଏମନ୍ତ ବିଚାରଇ
Couplet 64
ଶ୍ରୀକୃଷ୍ଣ ପାଦ ଲାଗି ମହୀଅତି ସୁନ୍ଦର ବିରାଜଇ
Couplet 65
ସେ ପାଦ କିବା ଶୂନ୍ୟେ ଗଲାଅବନୀ ଏମନ୍ତ ଦିଶିଲା
Couplet 66
ଏମନ୍ତ କହୁଁ ଭୀମ ଆଗେଧର୍ମନନ୍ଦନ ଉଦବେଗେ
Couplet 67
ଭୟେ କମ୍ପନ୍ତି ଛନ ଛନତକ୍ଷଣେ ମିଳିଲା ଅର୍ଜୁନ
Couplet 68
ରାଜା ଚରଣ ତଳେ ପଡ଼ିଅଜ୍ଞାନେ ନମସ୍କାର ହୁଡ଼ି
Couplet 69
ଲୋଚନୁ ବହେ ଅଶ୍ରୁଜଳଦେହେ ବ୍ୟାପିତ ଶ୍ରମଝାଳ
Couplet 70
ଅର୍ଜୁନ ଦେଖି ଧର୍ମସୁତତକ୍ଷଣେ ଛାଡ଼ି ଭୀମହସ୍ତ
Couplet 71
ନିସ୍ତେଜ ଦେଖି ତାର ଗାତ୍ରବ୍ୟାକୁଳେ ହୃଦୟ କମ୍ପିତ
Couplet 72
ବନ୍ଧୁ-ସୁହୃଦ ମଧ୍ୟେ ଥାଇପୁଚ୍ଛନ୍ତି ଅର୍ଜୁନକୁ ଚାହିଁ
Couplet 73
ନାରଦ ବଚନ ସୁମରିଅନ୍ତରେ ଚିନ୍ତି ନରହରି
Couplet 74
ଅର୍ଜୁନ ମୁଖ ଚାହିଁ ଭଣିଛନ୍ନ ବଦନେ ନୃପମଣି
Couplet 75
ଶୁଣ ଅର୍ଜୁନ ସାବଧାନେଦ୍ୱାରକାପୁରେ ବନ୍ଧୁଜନେ
Couplet 76
ସୁଖେ ଅଛନ୍ତି ନା ସମସ୍ତେଯାଦବବଂଶ ଯେ ସପତେ
Couplet 77
ଶୂର ମୋହର ମାତାମହସେ ଭଲେ ଅଛନ୍ତି କି କହ
Couplet 78
ମାତୁଳ ଅକ୍ରୂରର ତୁଲେସ୍ୱଗୃହେ ଅଛନ୍ତି ନା ଭଲେ
Couplet 79
ଦେବକୀ ଆଦି ପତ୍ନୀ ଯେତେସୁଖେ ଅଛନ୍ତି ନା ସମସ୍ତେ
Couplet 80
ଦେବକ ଉଗ୍ରସେନ ଦୁଇଭଲେ କି ଛନ୍ତି ବେନିଭାଇ
Couplet 81
ଗଦ ସାରଣ ଜୟନ୍ତନଏ ଆଦି ମାତୁଳ-ନନ୍ଦନ
Couplet 82
ଶାମ୍ବ ସାତ୍ୟକି ହଳଧରକହ କୁଶଳ ତାହାଙ୍କର
Couplet 83
ଯାଦବବଂଶେ ମହାରଥପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ
Couplet 84
ତାର କୁମର ଅନିରୁଦ୍ଧଅତି ଗମ୍ଭୀର ଶୂର ଯୋଧ
Couplet 85
ସୁଷେଣ ସୁମିତ୍ର ସହିତେଭଲେ କି ଛନ୍ତି କୃଷ୍ଣ ସୁତେ
Couplet 86
ଋଷଭ ଆଦି ମହାବୀରେସୁଖେ ଅଛନ୍ତି ନା ନଗରେ
Couplet 87
ଗୋବିନ୍ଦ ଅନୁଚର ଯେତେସୁଖେ ଅଛନ୍ତି ନା ସମସ୍ତେ
Couplet 88
ସୁନନ୍ଦ ନନ୍ଦ ଆଦି ଯେତେଉଦ୍ଧବ ମନ୍ତ୍ରୀର ସମେତେ
Couplet 89
ରାମଗୋବିନ୍ଦ ଭୁଜାଶ୍ରିତେସର୍ବେ ଅଛନ୍ତିଟି କି ସୁସ୍ଥେ
Couplet 90
ନିଶ୍ଚିନ୍ତେ ଭୁବନେ ଅଛନ୍ତିଆମ୍ଭ କୁଶଳ ପଚାରନ୍ତି
Couplet 91
କରୁଣାସିନ୍ଧୁ ନନ୍ଦବାଳବ୍ରହ୍ମଣ୍ୟ ଭକତ-ବତ୍ସଳ
Couplet 92
ବନ୍ଧୁବାନ୍ଧବ ତୁଲେ ବସିସୁଧର୍ମା ମଧ୍ୟେ ବ୍ରହ୍ମରାଶି
Couplet 93
ଲୋକ-ମଙ୍ଗଳ-କ୍ଷେମ ଅର୍ଥେଯାହାର ଜନ୍ମ ଏ ଜଗତେ
Couplet 94
ସେ ହରି ଅଛନ୍ତି ନା ଭଲେରୋହିଣୀସୁତ ରାମ ତୁଲେ
Couplet 95
ଯାହାର ଭୁଜ ଆଶ୍ରେ କରିଯାଦବେ ବିଷ୍ଣୁତେଜ ଧରି
Couplet 96
ମହାପୁରୁଷ ଯୋଗବନ୍ଧେକ୍ରୀଡ଼ନ୍ତି ପରମ ଆନନ୍ଦେ
Couplet 97
ଯାର ଚରଣେ ସେବା କରିଷୋଳ ସହସ୍ର କୃଷ୍ଣନାରୀ
Couplet 98
ସତ୍ୟାର ଛଳେ ଇନ୍ଦ୍ର ଜିଣିନନ୍ଦନବନୁ ଚକ୍ରପାଣି
Couplet 99
ଲୀଳାରେ ଜିଣି ଶଚୀନାଥବଳେ ଉପାଡ଼ି ପାରିଜାତ
Couplet 100
ଯାହା ବିଳସେ ଇନ୍ଦ୍ରନାରୀସେ ପୁଷ୍ପ ବିଷ୍ଣୁ ତେଜେ ହରି
Couplet 101
ସହସ୍ରେ ଶାଖା ପରିମାଣିନାରୀଙ୍କି ଦେଲେ ଚକ୍ରପାଣି
Couplet 102
ଯାହାର ଭୁଜଦଣ୍ତ ବଳେଯଦୁ-ପ୍ରବୀରେ ମହୀତଳେ
Couplet 103
ନିର୍ଭୟେ ଜଗତେ ଭ୍ରମନ୍ତିପାଦେ ସୁଧର୍ମା ଆକ୍ରମନ୍ତି
Couplet 104
ହେ ଭ୍ରାତ ଶୁଣ ମହାଭୁଜତୁ ମୋତେ ଦିଶୁ ହତବୀର୍ଯ୍ୟ
Couplet 105
ଲଭିଲା ବସ୍ତୁ କେଣେ ଗଲାତୋତେ ଅବଜ୍ଞା କେହୁ କଲା
Couplet 106
ଚିରପ୍ରବାସେ ଦୁଃଖ ଚିନ୍ତାତେଣୁ ବଦନ ମଳିନତା
Couplet 107
କେବା ଭର୍ତ୍ସନା ଅମଙ୍ଗଳେତୋତେ ଶଂପିଲା ବାକ୍ୟବଳେ
Couplet 108
ଅର୍ଥୀ ପ୍ରାଣୀଙ୍କୁ ଦେବାକଲୁମାଗନ୍ତେ କି ଅବା ନ ଦେଲୁ
Couplet 109
ବୃଦ୍ଧ ବ୍ରାହ୍ମଣ ନିରମାଖିସ୍ତିରୀ ବାଳକ ଗୋରୁ ଦୁଃଖୀ
Couplet 110
ରୋଗ ପୀଡ଼ନ୍ତେ ଯେ ରୋଦନ୍ତିଯେ ଅବା ଶରଣ ପଶନ୍ତି
Couplet 111
ଏହାଙ୍କୁ ଦୟା ବା ନକଲୁତେଣୁ ତୁ ଅଶୁଭ ଦିଶିଲୁ
Couplet 112
ଅଗମ୍ୟେ କଲୁ ବା ଗମନକି ବା ହରିଲୁ ସ୍ତିରୀଜନ
Couplet 113
ମାର୍ଗେ ଆସନ୍ତେ ତୁ ଚଞ୍ଚଳେକେବା ଜିଣିଲା ତୋତେ ବଳେ
Couplet 114
ବାଳକ ବୃଦ୍ଧ ନ ଭୁଞ୍ଜଇଅଗ୍ରେ ଭୁଞ୍ଜିଲୁ ଅବା ତୁହି
Couplet 115
କି ବା ନିନ୍ଦିତ-କର୍ମ କଲୁତେଣୁ ତୁ ଏମନ୍ତ ଦିଶିଲୁ
Couplet 116
ଅତିଥି ଭୃତ୍ୟ ଗର୍ଭନାରୀକନ୍ୟା ବା ଅଭୋଜନ କରି
Couplet 117
କି ବା ତୋ ଜୀବନ ଠାକୁରଗୋବିନ୍ଦ ହୋଇଲେ ଅନ୍ତର
Couplet 118
ତାହାର ଶୂନ୍ୟେ ଶୂନ୍ୟ ତୁହିଏମନ୍ତ ପ୍ରାୟ ମୁଁ ମଣଇ
Couplet 119
ତୋ ମନ ଦୁଃଖ ଏହା ବିନେକେବେହେଁ ନ ଘଟେ ମୁଁ ମଣେ
Couplet 120
ହରିଚରିତ ସୁଧାବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 121
କହଇ ଦାସ ଜଗନ୍ନାଥପ୍ରଥମ ସ୍କନ୍ଧେ ଭାଗବତ