Skandha 2
Adhyaya 1
Couplet 1
ହରି-ଚରଣ ଚିନ୍ତି ଧ୍ୟାନେକୋମଳ-ଗଭୀର-ବଚନେ
Couplet 2
ରୋମପୁଲକ ନିଜଦେହୀଶୁକ କହନ୍ତି ରାଜା ଚାହିଁ
Couplet 3
ହେ ପରୀକ୍ଷିତ ନୃପବରଗରିଷ୍ଠ ପ୍ରଶ୍ନ ଏ ତୋହର
Couplet 4
ପଚାରୁ ଜୀବଲୋକ ହିତେଯେ ପ୍ରଶ୍ନ ଅଛି ତୋର ଚିତ୍ତେ
Couplet 5
ଏ ଆତ୍ମାଜ୍ଞାନୀଙ୍କର ସାରସଂସାରେ ଜନଉପକାର
Couplet 6
ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେଆଗମ ନିଗମ ଭକତେ
Couplet 7
ସହସ୍ର ସହସ୍ର ପ୍ରକାରେଯେ ପ୍ରଶ୍ନ ଅଛି ଏ ସଂସାର
Couplet 8
ସଂସାର କରିବାର ଆଶେଯେତେ ଅଛନ୍ତି ଗୃହବାସେ
Couplet 9
ଇନ୍ଦ୍ରିୟବଶେ ଗୃହେ ଥାଇଆତ୍ମାର ହିତେ ଜ୍ଞାନ ନାହିଁ
Couplet 10
ଆୟୁଷ କ୍ଷୟ ନ ଜାଣନ୍ତିବିଷୟ ଅର୍ଥ ନିତ୍ୟେ ଚିନ୍ତି
Couplet 11
ନିଶା ହରଇ ଅର୍ଦ୍ଧବେଳନିଦ୍ରା ବା ବଧୂ ସଙ୍ଗ ମେଳ
Couplet 12
ଦିବସେ ଅର୍ଥ ଚିନ୍ତାକୁଳକୁଟୁମ୍ବପୋଷଣେ ବିକଳ
Couplet 13
ସୁତ-କଳତ୍ର ଦେହ ପାଇଆନନ୍ଦେ ତାଙ୍କ ମଧ୍ୟେ ଥାଇ
Couplet 14
ବିଷ୍ଣୁର ମାୟା ସତ୍ୟ ଚିନ୍ତିନିକଟେ ମୃତ୍ୟୁ ନ ଦେଖନ୍ତି
Couplet 15
ମରଣ ଦେଖୁଥାନ୍ତି ଡୋଳେଅଜ୍ଞାନେ ଭ୍ରମେ ସୁଖଭୋଳେ
Couplet 16
ଏଣୁ ସଂସାର ପ୍ରାଣୀଙ୍କରଆତ୍ମାର ଗତି ଅଗୋଚର
Couplet 17
ଏଣୁ ସଂସାର ଭାବ ତେଜିଆତ୍ମାର ଗତି ଚିତ୍ତେ ହେଜି
Couplet 18
ଯେ ହରି ସର୍ବଘଟେ ପୂରେନିର୍ଲେପ ବାହ୍ୟ-ଅଭ୍ୟନ୍ତରେ
Couplet 19
ତାର ମହିମା ଶୁଣି କର୍ଣ୍ଣେନାମକୁ ଉଚ୍ଚାରି ବଦନେ
Couplet 20
ସ୍ମରଣ କର ହୃଦଗତେଯେବେ ଅଭୟ-ଇଚ୍ଛା ଚିତ୍ତେ
Couplet 21
ଏକଥା ସାଂଖ୍ୟଯୋଗେ ଜାଣିସ୍ୱଧର୍ମନିଷ୍ଠା ପରିମାଣି
Couplet 22
ଜନ୍ମର ଲାଭ ଏ ପ୍ରମାଣଅନ୍ତେ ସ୍ମରଣ ନାରାୟଣ
Couplet 23
ପୂର୍ବେ ନିର୍ମଳ-ମୁନି ଯେତେତତ୍ତ୍ୱ ବିଚାରି ବେଦମତେ
Couplet 24
ବିଧି ନିଷେଧ ଦୂର କରିକୃଷ୍ଣର ଭାବ ହୃଦେ ଧରି
Couplet 25
କୃଷ୍ଣର ଗୁଣ ଅନୁକ୍ଷଣେଗୁଣନ୍ତି ଶୁଣନ୍ତି ଶ୍ରବଣେ
Couplet 26
ଏ ଭାଗବତ ଧର୍ମବାଣୀବ୍ରହ୍ମସମାନେ ପରିମାଣି
Couplet 27
ଦ୍ୱାପରଯୁଗ ଅନ୍ତଃକାଳେମୁଁ ଯେ ଅନେକ ଶିଷ୍ୟମେଳେ
Couplet 28
ମୋର ଜନକ ବ୍ୟାସମୁନିତାହାଙ୍କ ଶିକ୍ଷା ଶିରେ ଘେନି
Couplet 29
ନିର୍ଗୁଣ ମାର୍ଗେ ଦୃଢ଼ଚିତ୍ତବିଷ୍ଣୁର ଭାବ ହେଲା ଜାତ
Couplet 30
ନିଶ୍ଚଳ ଯୋଗେ ମନ ଥୋଇଯେବା ଅଭ୍ୟାସ କଲି ମୁହିଁ
Couplet 31
କହିବି ତୋର ଆଗେ ତାହାଶୁଣ ପରୀକ୍ଷ ପୁଣ୍ୟଦେହା
Couplet 32
ଏ ଭାଗବତ ବାଣୀ କର୍ଣ୍ଣେଯେ ଶୁଣେ ଶ୍ରଦ୍ଧା ଅବଧାନେ
Couplet 33
ମୁକୁନ୍ଦପାଦେ ତାଙ୍କ ମନନିଶ୍ଚଳେ ରହେ ଅନୁକ୍ଷଣ
Couplet 34
ମୋକ୍ଷ ଇଚ୍ଛିଲା ପ୍ରାଣୀଙ୍କରହରିକୀର୍ତ୍ତନ ଅଟେ ଫଳ
Couplet 35
ତାକୁ ନ ଲାଗେ ଯମଭୟେନିର୍ଭୟପଥେ ଚିତ୍ତ ରହେ
Couplet 36
ଯୋଗ ଅଭ୍ୟାସେ ଯୋଗୀଜନେଦୀର୍ଘେ ଜୀବନ୍ତି ଯୋଗଧ୍ୟାନେ
Couplet 37
ଯେବେ ସେ କୃଷ୍ଣନାମ ମୁଖେକହନ୍ତି ଏକକୁ ଆରକେ
Couplet 38
ଦିନ ବଞ୍ଚନ୍ତି କୃଷ୍ଣ-ଗାଇଅନ୍ତରେ ତାର ପଦ ଧ୍ୟାୟି
Couplet 39
ଯେ ହରି ନ ବୋଲେ ବଦନେକି ପ୍ରୟୋଜନ ଯୋଗଧ୍ୟାନେ
Couplet 40
କାଳ ନିର୍ଣ୍ଣୟ ନାହିଁ ତହିଁହେ ନୃପ ଶୁଣ ମନଦେଇ
Couplet 41
ମୁହୂର୍ତ୍ତମାତ୍ରେ କୃଷ୍ଣବାଣୀଯେ ଶୁଣେ ଯେବା ମୁଖେ ଭଣି
Couplet 42
ସେ ପ୍ରାଣୀ ଆତ୍ମାକୁ ଉଦ୍ଧରେକି ଭାବ ବହୁ ସମ୍ବତ୍ସରେ
Couplet 43
ଖଟ୍ୱାଙ୍ଗ ନାମେ ରାଜା ଥିଲାସ୍ୱର୍ଗେ ଦେବଙ୍କୁ ହିତ କଲା
Couplet 44
ରିପୁ ସଂହାରି ଦେବପାଶେମିଳିଲା ଭକତି-ବିଶ୍ୱାସେ
Couplet 45
ଦେବେ ବୋଇଲେ ମାଗ ବରଶୁଣି ବୋଇଲା ନୃପବର
Couplet 46
ଆୟୁଷ ଅଛଇ ମୋ କେତେଦେବେ କହିଲେ ଶାସ୍ତ୍ରମତେ
Couplet 47
ମୁହୂର୍ତ୍ତେ ଅଛି ତୋ ଜୀବନତାଣୁଣି ସନ୍ତୋଷ ରାଜନ
Couplet 48
ତକ୍ଷଣେ ଆସି ମହୀତଳେଭାବିଲା ଅକିଞ୍ଚନ ମେଳେ
Couplet 49
ମୁହୂର୍ତ୍ତେ ନାମ ଉଚ୍ଚାରିଲାଅନ୍ତେ ସେ ଗୋବିନ୍ଦେ ପଶିଲା
Couplet 50
ଏବେ ସପତଦିନ ଯାଏଜୀବନ ଥିବ ତୋର ଦେହେ
Couplet 51
ଏବେ ହରିଙ୍କି ଆଶ୍ରେକରକର୍ଣ୍ଣେ ଶୁଣ ମୁଖେ ଉଚ୍ଚାର
Couplet 52
ଯେ ଅନ୍ତଃକାଳେ କୃଷ୍ଣବାଣୀମୁଖେ ଉଚ୍ଚାରେ କର୍ଣ୍ଣେ ଶୁଣି
Couplet 53
ତାହାର ମୃତ୍ୟୁଭୟ ନୋହେଦାରାତନୟ ନିଜ ଦେହେ
Couplet 54
ଯେତେ ବିଷୟ ଆତ୍ମାଭେଦିଅସଙ୍ଗଶସ୍ତ୍ରେ ତାହା ଛେଦି
Couplet 55
ବେଗେ ସେ ପଶେ କୃଷ୍ଣଭାବେଶୁଣ କହିବା ତୋତେ ଏବେ
Couplet 56
ଯେ ପ୍ରାଣୀ ଅନ୍ତଃକାଳ ଜାଣିଆତ୍ମାର ହିତ ମନେ ଗୁଣି
Couplet 57
ଘରୁ ବାହାର ହୋଇ ଜ୍ଞାନେତପଆଚରେ ଘୋରବନେ
Couplet 58
ସ୍ନହାନ ସାରି ତୀର୍ଥଜଳେଆସନେ ବସିବ ନିଶ୍ଚଳେ
Couplet 59
ଏକାନ୍ତେ ଯେ ବିଧି ଆସନେପ୍ରଥମ-ଆଶ୍ରମ ଲକ୍ଷଣେ
Couplet 60
ଅଭ୍ୟାସ କରି ଶୁଦ୍ଧମନେତ୍ରିବୃତ-ବ୍ରହ୍ମ ସୁମରଣେ
Couplet 61
ପ୍ରାଣ ପବନ ଯୋଗେ ରୁନ୍ଧିଚଞ୍ଚଳ ଇନ୍ଦ୍ରିୟ ନିରୋଧି
Couplet 62
ବୁଦ୍ଧି-ସାରଥି ଆଶ୍ରେ କରିବିଷୟ-ସମୂହ ସଂହରି
Couplet 63
କର୍ମେ ଚଞ୍ଚଳମନ ବଳେନିରୋପି କୃଷ୍ଣ-ପାଦତଳେ
Couplet 64
ତାର ଶରୀର ଅବୟବେଚିନ୍ତିବ ଏକେ ଏକେ ଭାବେ
Couplet 65
ମନକୁ ନିର୍ବିଷୟ କରିସକଳଚିନ୍ତା ପରିହରି
Couplet 66
ମନ ପ୍ରସନ୍ନ ଯେତେବେଳେଜ୍ଞାନ-ପ୍ରସରେ ସୁନିଶ୍ଚଳେ
Couplet 67
ସ୍ୱଭାବେ ମନ ଦୁଷ୍ଟପଣେଆବୃତ ରଜ ତମୋ ଗୁଣେ
Couplet 68
ଏଣୁ ଧାରଣା ଆଶ୍ରେ କରିମନର ମଳ ଅପହରି
Couplet 69
ଏମନ୍ତ ଯୋଗର ଧାରଣଯୋଗୀଙ୍କ ଭକତି ଲକ୍ଷଣ
Couplet 70
ଯେ ଭକ୍ତି-ଧାରଣାର ବଳେଯୋଗପ୍ରାପତ ଅଳ୍ପକାଳେ
Couplet 71
ବିଷୟ ଦେଖଇ ମଙ୍ଗଳକୃଷ୍ଣେ କରଇ ସର୍ବମେଳ
Couplet 72
ଏମନ୍ତ ଶୁକ ମୁଖୁ ଶୁଣିବୋଲେ ପାଣ୍ଡବ-ଚୂଡ଼ାମଣି
Couplet 73
ଧାରଣା-ଯୋଗ ଚିତ୍ତେ ଧରିଯେମନ୍ତେ ତରେ ବ୍ରହ୍ମଚାରୀ
Couplet 74
ଯେମନ୍ତ ଧାରଣା ନିଶ୍ଚଳବେଗେ ହରଇ ମନୁ ମଳ
Couplet 75
ଏ ଯୋଗଧାରଣା ସ୍ୱଭାବଯେ ଶାସ୍ତ୍ରମାର୍ଗେ ଅନୁଭବ
Couplet 76
ଗୁରୁ ବଚନେ କିବା ଜାଣିଯୋଗଧାରଣା ପରିମାଣି
Couplet 77
ଯେଣେ ଅଭ୍ୟାସ ପ୍ରାଣୀକରେଯେମନ୍ତେ ମନୁ ମଳ ହରେ
Couplet 78
କହି ପବିତ୍ର ମୋତେ କରନିର୍ମଳ ହେଉ ମୋ ଶରୀର
Couplet 79
ଏମନ୍ତ ରାଜା ପ୍ରଶ୍ନ ଶୁଣିଶୁକ କହନ୍ତି ମନେ ଗୁଣି
Couplet 80
ଜିତ ଆସନ ଜିତ ପ୍ରାଣଜିତ ବିଷୟ ଇନ୍ଦ୍ରିଗଣ
Couplet 81
ସ୍ଥୂଳ ଶରୀରେ ବୁଦ୍ଧିବଳେମନକୁ ସ୍ଥାପିବ ନିଶ୍ଚଳେ
Couplet 82
ବିଶେଷେ ଗୋବିନ୍ଦ ଶରୀରଅତ୍ୟନ୍ତ ସ୍ଥୂଳୁ ସ୍ଥୂଳତର
Couplet 83
ଯହିଁ ସଂସାର ପରମାଣଭୂତ-ଭବିଷ୍ୟ-ବତ୍ତର୍ମାନ
Couplet 84
ବ୍ରହ୍ମାଣ୍ଡ ବସେ ଯାର ଦେହିସପ୍ତାବରଣେ ଯୁକ୍ତ ହୋଇ
Couplet 85
ବିରାଜ-ପୁରୁଷ ଏ ମଧ୍ୟେବସେ ଧାରଣା ଅନୁବାଦେ
Couplet 86
ବ୍ରହ୍ମାଣ୍ଡ ଚତୁର୍ଦ୍ଦଶ-ପୁରପ୍ରମାଣ ଯାହାର ଶରୀର
Couplet 87
ଶୁଣ କହିବା ଅଧଉର୍ଦ୍ଧ୍ୱେବିରାଟରୂପ ଥାଇ ମଧ୍ୟେ
Couplet 88
ପାତାଳ ବୋଲି ପାଦମୂଳପାର୍ଷ୍ଣି ପାଦଗ୍ର ରସାତଳ
Couplet 89
ଚରଣ ଗୁଳ୍ଫେ ମହାତଳଜଂଘଯୁଗଳ ତଳାତଳ
Couplet 90
ସୁତଳ ବୋଲି ଜାନୁଯୁଗେବିତଳାତଳ ଉରୁଭାଗେ
Couplet 91
ଜଘନଦେଶ ମହୀତଳନାଭିମଣ୍ଡଳ ନଭସ୍ଥଳ
Couplet 92
ସ୍ୱର୍ଲୋକ ହୃଦୟରେ ବସେଜ୍ୟୋତିସମୂହ ପରକାଶେ
Couplet 93
କଣ୍ଠ ଆଶ୍ରିତ ମହର୍ଲୋକବଦନେ ବଶେ ଜନଲୋକ
Couplet 94
ଲଲାଟେ ତପଲୋକ ବସେସତ୍ୟ କଳ୍ପିତ ଶିରଦେଶେ
Couplet 95
ବାସବ ଆଦି ଦିଗପାଳଯାହାର ଭୁଜ ସୁବିଶାଳ
Couplet 96
କର୍ଣ୍ଣ ଯାହାର ଅଷ୍ଟଦିଶାଅଶ୍ୱିନୀକୁମାରେ ଯା ନାସା
Couplet 97
ଜ୍ୱଳନ୍ତା ଅଗ୍ନି ଯା ବଦନନୟନ ଗୋଲୋକ ଗମନ
Couplet 98
ତପନ ଯାର ଚକ୍ଷୁବେନିଉଦୟ ଅସ୍ତ ପକ୍ଷୁ ବେନି
Couplet 99
ଯାର ଭ୍ରୂଭଙ୍ଗ ବ୍ରହ୍ମପଦସଲିଳ ତାଳୁ ରସଜିହ୍ୱ
Couplet 100
ସକଳ ବେଦ ବ୍ରହ୍ମରନ୍ଧ୍ରବିକଟ ଦନ୍ତ ଯମପଦ
Couplet 101
ଯାହାର ତୁଣ୍ଡେ ସ୍ନେହକଳାଅଧଉଦ୍ଧ୍ୱର୍ରେ ଦନ୍ତମାଳା
Couplet 102
ଜନଉନ୍ମାଦ ଯାର ହାସଯେ ବିଷ୍ଣୁମାୟାର ପ୍ରକାଶ
Couplet 103
ସଂସାର ଯାହାର କଟାକ୍ଷଏ ଜୀବ ଲଭେ ଯା ପ୍ରତ୍ୟକ୍ଷ
Couplet 104
ଉପର ଓଷ୍ଠେ ଲଜ୍ଜା ବସେଲୋଭ ବସଇ ଅଧୋଦେଶେ
Couplet 105
ଧର୍ମ ବସଇ ସ୍ତନଯୁଗେଅଧର୍ମପଥ ପୃଷ୍ଠଭାଗେ
Couplet 106
ଅଣ୍ଡେ ବସଇ ପ୍ରଜାପତିମିତ୍ରାବରୁଣ କୋଷେ ସ୍ଥିତି
Couplet 107
ଉଦଧି ଯାହାର ଉଦରଅସ୍ଥିସମୂହ ମହୀଧର
Couplet 108
ଶିରାସମୂହ ନଦୀଗଣବୃକ୍ଷଔଷଧି ତନୁରୋମ
Couplet 109
ଅନନ୍ତବୀର୍ଯ୍ୟ ଯହିଁ ବସେଶ୍ୱାସପବନ ଅଣଚାଶେ
Couplet 110
ଯାହାର ଗତି ଜାଣ କାଳଜୀବ ସଂସାର ଯାର ଖେଳ
Couplet 111
ଜୀମୂତଗଣ ଯାର କେଶସନ୍ଧ୍ୟା ଯାହାର ନିଜବାସ
Couplet 112
ପ୍ରକୃତି ହୃଦୟ ଯାହାରଯାହାର ମନ ନିଶାକର
Couplet 113
ହେ କୁରୁଶ୍ରେଷ୍ଠ ପରୀକ୍ଷିତଈଶ୍ୱର ସର୍ବ କୋଷଭୂତ
Couplet 114
ବିଜ୍ଞାନଶକ୍ତି ଯା ମହିମାଅନ୍ତଃକରଣ ରୁଦ୍ରସୀମା
Couplet 115
କଲଭ ଅଶ୍ୱ ଅଶ୍ୱତରନଖସମୂହ କରିବର
Couplet 116
ଯେ ପଶୁ ମୃଗାଦି ବିଶେଷେସର୍ବ କଳ୍ପିତ ଶ୍ରୋଣୀଦେଶେ
Couplet 117
ପକ୍ଷିଏ ଯାର ବ୍ୟାକରଣବୁଦ୍ଧି ବିଷୟ ମନୁଗଣ
Couplet 118
ଯାର ନିବାସ ନରଦେହଯହିଁ କଳ୍ପିତ ମାୟାମୋହ
Couplet 119
ଗନ୍ଧର୍ବ ବିଦ୍ୟାଧର ଆଦିଚାରଣ ଗଣିକା ପ୍ରସିଦ୍ଧି
Couplet 120
କିନ୍ନରଗଣ ଯାର ସ୍ୱରବୀର୍ଯ୍ୟରେ କଳ୍ପିତ ଅସୁର
Couplet 121
ବ୍ରାହ୍ମଣ ଯାର ମୁଖୁ ଜାତକ୍ଷତ୍ରିୟ ଭୁଜରୁ ସମ୍ଭୂତ
Couplet 122
ଉରୁରୁ ବୈଶ୍ୟ ଉତପତ୍ତିପାଦରୁ ଜନ୍ମ ଶୂଦ୍ରଜାତି
Couplet 123
ନାନା ପ୍ରକାର ନାମ ବହିଅଭୀଷ୍ଟ ଦେବେ ଯାର ଦେହି
Couplet 124
ନିଗମ-କର୍ମ-କାଣ୍ଡ ଯେତେଯାହାର କର୍ମ ଏ ଯୁଗତେ
Couplet 125
ଏମନ୍ତେ ଈଶ୍ୱରର ଦେହେବସନ୍ତି ଅବୟବ ପ୍ରାୟେ
Couplet 126
ଏମନ୍ତେ ଏ ସ୍ଥୂଳ-ଶରୀରେଧାରଣାଯୋଗେ ନିର୍ବିକାରେ
Couplet 127
ମନ ନିରୋଳ ଯୋଗବଳେଗୋବିନ୍ଦ-ଚରଣ-କମଳେ
Couplet 128
ସର୍ବ ଶରୀରେ ଭଗବାନତା ତହୁଁ କେବା ଅଛି ଆନ
Couplet 129
ସେ ସର୍ବ-ବୁଦ୍ଧି ଅନୁଭବଜୀବ ପରମ ପଦ୍ମନାଭ
Couplet 130
ସତ୍ୟ-ପରମାନନ୍ଦ-ନିଧିତାର ଭଜନ ସର୍ବସିଦ୍ଧି
Couplet 131
ଜନ୍ମମରଣ ତାର ତହୁଁକେବା ଗୋଚରେ ତାହା କହୁଁ
Couplet 132
ଯେ ଅନ୍ୟସଙ୍ଗ ଦାରାସୁତନ କରି ଯେଣୁ ଆତ୍ମପାତ
Couplet 133
ସ୍ୱପ୍ନରେ ଜୀବର ଯେମନ୍ତଦେଖଇ ଇନ୍ଦ୍ରିୟ ବୃତ୍ତାନ୍ତ
Couplet 134
ସେ ସର୍ବମିଥ୍ୟା ଜୀବ ସତ୍ୟଏ ଜ୍ଞାନେ ହୁଅଇ ମୁକତ
Couplet 135
ଏମନ୍ତ କହି ଶୁକମୁନିହରଷେ ହରିଭାବ ଘେନି
Couplet 136
ଆନନ୍ଦେ ପରୀକ୍ଷିତ ମେଳେଯାହା କହିଲେ ଗଙ୍ଗାକୂଳେ