Skip to content
paribhaasha
Maa Tarini

deity

ମା’ ତାରିଣୀ

Maa Tarini

B Suraj Patra, CC0

about

ମା’ ତାରିଣୀ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ଘଟଗାଁଠାରେ ବିରାଜମାନ ଓଡ଼ିଶାର ଅତ୍ୟନ୍ତ ପ୍ରସିଦ୍ଧ ତଥା କୃପାମୟୀ ଦେବୀ। ଓଡ଼ିଶାର ସମସ୍ତ ଗାଡ଼ି ଚାଳକ ଓ ପଥଚାରୀ ନିଜ ଯାତ୍ରାର ସୁରକ୍ଷା ପାଇଁ ମା’ ତାରିଣୀଙ୍କ ନିକଟରେ ନାଡ଼ିଅ (ନଡ଼ିଆ) ଭେଟି ଦେବାର ଏକ ଅନନ୍ୟ ପରମ୍ପରା ରହିଛି। ମା’ ତାରିଣୀ ଶକ୍ତି, ଭକ୍ତି ଓ ସରଳତାର ପ୍ରତୀକ ଅଟନ୍ତି। ମା’ ନିଜ ସାଧକ ଓ ଶରଣାଗତ ଭକ୍ତଙ୍କ ସମସ୍ତ ବିପଦ, ଶୋକ, ଭୟ ଓ ଦୁଃଖ ହରଣ କରି ଶାନ୍ତି ଓ ଅଭୟ ବର ପ୍ରଦାନ କରନ୍ତି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା'ଙ୍କ ଚରଣରେ ପ୍ରଣାମ ଜଣାଇବାକୁ ଆସିଥାନ୍ତି।

Maa Tarini | Parbāṇī by ParibhaAsha App